ଘର ସମ୍ମୁଖରେ ୧୧କେଭି ତାର ଖୁଣ୍ଟ : ସ୍ଥାନାନ୍ତର କରିବାକୁ ଦାବି..

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରାଇବୋଲ ପଂଚାୟତ କୋରିଆପାଳ ଗ୍ରାମର ସରପଞ୍ଚଙ୍କ ଘର ସମ୍ମୁଖରେ ୧୧କେଭି ତାର ଖୁଣ୍ଟ ସାହାର୍ଯ୍ୟରେ ବିଦ୍ୟୁତ ତାର ଥିବା ଦେଖିବାକୁ ମିଳିଛି । ଏହି ଗ୍ରାମର ଅଧିକାଂଶ ଆଦିବାସୀ ଲୋକ ବସବାସ କରନ୍ତି । ଚାଳ ଘର ଉପରେ ୧୧ କେଭି ତାର ଟଣା ଯାଇଛି । ଯାହା ଲୋକଙ୍କ ଏବଂ ଗୋରୁ ଗାଈ ପାଇଁ ବିପଦ ପାଲଟିଛି । ଏହି ବିଦ୍ୟୁତ ଭୁବନ ଠାରୁ ସଂଯୋଗ କରାଯାଇଥିବା ଜଣାପଡିଛି ଏବଂ ଦୟାଣାବିଲ ସେକ୍ସନ ଅଧୀନରେ ଯାଇଛି ଭୁବନ । ଗ୍ରାମର ବିଦ୍ୟୁତ ବିଭାଗ ଚିରନିଦ୍ରାରେ ଶୋଇଛି ବୋଲି ଅଭିଯୋଗ ପରେ ବି ବିଦ୍ୟୁତ ବିଭାଗର ନିଦ ଭାଙ୍ଗୁ ନାହିଁ ବୋଲି ଅଭିଯୋଗ ହେଉଛି । ଏହାସହ ତୁରନ୍ତ ବିଦ୍ୟୁତ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍ଥାନାନ୍ତର କରି ସମସ୍ୟାର ସମାଧାନ କରାଯାଉ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।