‘ଗାରିମା’ ଯୋଜନା କାର୍ଯ୍ୟକ୍ରମ ଶୁଭାରମ୍ଭ…

ଭୂବନେଶ୍ୱର (ସମୃଦ୍ଧ ଓଡିଶା) ସଫେଇ କର୍ମଚାରୀଙ୍କ ପାଇଁ ‘ଗରିମା’ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅନୁଯାୟୀ ଏହି ଯୋଜନା ଅନ୍ତର୍ଗତ ପ୍ରାଥମିକ ସ୍ତରରେ ୫୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ହେବ । ସଫେଇ କର୍ମଚାରୀଙ୍କ ପାଇଁ ରାଜ୍ୟ କମିସନ ଗଠନ କରାଯିବ । ରାଜ୍ୟ ନଗର ଉନ୍ନୟନ ଓ ଗୃହ ନିର୍ମାଣ ବିଭାଗ ଦ୍ୱାରା ଏହି ଯୋଜନା କାର୍ଯ୍ୟକାରୀ ହେବ । ରାଜ୍ୟର ସମସ୍ତ ୧୧୪ଟି ପୌର ସଂସ୍ଥାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ବୋଲି ରାଜ୍ୟ ସରକାର କହିଛନ୍ତି । ଏଥିରୁ ୨୦ ହଜାର ସଫେଇ କର୍ମଚାରୀଙ୍କ ସମେତ ପରିବାର ବି ଉପକୃତ ହେବେ । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଶ୍ୱରେ ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବା ଦେଶମାନଙ୍କ ସହ ପ୍ରତିଦ୍ୱିନ୍ଦିତା କରି ରାଷ୍ଟ୍ରଗଠନ ଦିଗରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରିଥିବା ଅନେକ ପଦକ୍ଷେପ ସତ୍ତ୍ୱେ ପୀଢି ପରେ ପୀଢି ସମାଜକୁ ଏହି ଅମୂଲ୍ୟ ସେବା ଯୋଗାଇ ଆସିଥିବା ଏହି ଅବହେଳିତ ବ୍ୟକ୍ତିମାନେ ସମାଜ ଦ୍ୱାରା ସର୍ବଦା ନିନ୍ଦିତ ଏବଂ ବର୍ଜିତ ହେବା ସହ ଉଯୁକ୍ତ ଜୀବିକା ନିର୍ବାହରୁ ବଞ୍ଚିତ । ତେଣୁ ମୋ ସରକାର ମୂଳ ପରିମଳ କର୍ମଚାରୀଙ୍କ ନିରାପତା ଏବଂ ସମ୍ମାନକୁ ସୁନିଶ୍ଚିତ କରିବା ପାଇଁ ‘ଗରିମା’ ନାମକ ଏହି ଯେଜାନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା