ଗଞ୍ଜେଇ ଗଛକୁ ବିଧାୟକ ପାଣ୍ଠି : ଗଞ୍ଜେଇ ଗଛ ପାଇଁ ସରକାରୀ ଅନୁଦାନ?…!!!

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାଇ ଗଛ ଲଗାଇବାକୁ ଏଣିକି ବିଧାୟକ ପାଣ୍ଟି ତଥା ସରକାରୀ ଅନୁଦାନ ମିଳିବ ? କାହିଁକି ନା ଗଞ୍ଜାଇ ଚାଷ ଏକ ଅତି ଲାଭଜନକ ବ୍ୟବସାୟ ଏବଂ ଏହା ଖାଇଲେ ଲୋକମାନେ ବେଶ ଅଧିକା ସମୟ କୁଆଡେ ନିଶାଗ୍ରସ୍ତ ହୋଇଥାନ୍ତି । ସେଥିପାଇଁ ଆମ ସରକାର ଚିନ୍ତାକରି ଏହି ଗଞ୍ଜାଇ ଚାଷ ପାଇଁ ସରକାରୀ ଅନୁଦାନ ଯୋଗାଇଦେଲେ ଚାଷ ବେଶ ଜମିବ ବୋଲି ନିଷ୍ପତି ନେଇଛନ୍ତି ବୋଲି ଲୋକମାନେ କୁହାକୁହି ହେଉଛନ୍ତି । ସେଥିପାଇଁ ବିଧାୟକ ପାଣ୍ଟି ମହଜୁଦ ରହିଛି । ଗଞ୍ଜାଇ ଗଛକୁ ବେଆଇନ ବୋଲି ସରକାର ଘୋଷଣା କରି ପୋଲିସବାବୁଙ୍କ ମାଧ୍ୟମରେ ଗଛକୁ ଜବତ କରା ଯାଉଥିବା ବେଳେ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ଫୌଜଦାରୀ ମୋକଦ୍ଦମା କରାଯାଉଛି । କିନ୍ତୁ ବ୍ରହ୍ମପୁର ସହର ଉପଖଣ୍ଡରେ ଦେଖିବାକୁ ମିଳିଛି ଏକ ଆଶ୍ଚଯ୍ୟ ଜନକ ସରକାରୀ ପଦକ୍ଷେପ । ଖୋଦ ସହରର ପେଣ୍ଠସ୍ଥଳୀ ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଅଟୋ ଷ୍ଟାଣ୍ଡ ଉପରେ ଥିବା ଏକ ଗଞ୍ଜାଇ ଗଛ ଉପରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବୋର୍ଡ ଲଗାଯାଇଛି ଓ ତାହା ପୁଣି ବିଧାୟକ ପାଣ୍ଠିରେ ଲଗାଯାଇଥିବା ଭଳି ଲେଖା ଯାଇଛି । ବହୁତ ଦିନହେଲା ଏହି ବୋର୍ଡ ଲାଗିଥିଲେ ମଧ୍ୟ କେମିତି କାହା ନଜରକୁ ଆସିନାହିଁ ତାହା ବଡ ଆଶ୍ଚର୍ଯ୍ୟର କଥା । ପ୍ରତିଦିନ ଶହଶହ ଯାତ୍ରୀ ଏଠାରେ ଯାତାୟାତ କରୁଥାନ୍ତି । ତଥାପି କାହା ନଜରକୁ ଆସିନାହିଁ । ମଜ୍ଜା କଥାଟି ହେଲା ଏହି ବୋର୍ଡ ନଜରକୁ ଆସିବା ବେଳେ ବେପାରୀମାନେ ଭାରି ଖୁସି ହେଲେଣି ଯେ ଏଣିକି ଗଞ୍ଜାଇ ଗଛ ଲଗାଇବାକୁ ଆମ ବିଧାୟକ ଅନୁଦାନ ଦେବେ ଫଳରେ ପୋଲିସ ଆଉ ଧରିବ ନାହିଁ । ଆପଣ ଫୋଟଟି ଦେଖିଲେ ଜାଣିଯିବେ କେମିତି ଗଞ୍ଜାଇ ଗଛ ପାଇଁ ବିଡିଏ ଅନୁଦାନ ଦେଇଛି । ପୁଣି ବିଧାୟକ ପାଣ୍ଠି ରୁ । ଏଠି ସବୁ ସମ୍ଭବ । ଆପଣମାନେ ଖୁସି ତ ?………….

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା