ଗଞ୍ଜାମ ଏସ୍‌ପି କାର୍ଯ୍ୟାଳୟ ସାମ୍ନାରେ ଆତ୍ମାହୁତି ଉଦ୍ୟମ !…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଏସ୍‌ପି କାର୍ଯ୍ୟାଳୟ ସାମ୍ନାରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି । ଛତ୍ରପୁରସ୍ଥିତ ଏସ୍‌ପି କାର୍ଯ୍ୟାଳୟ ସାମ୍ନାରେ ଜଣେ ଯୁବକ ନିଜ ଶରୀରରେ ପେଟ୍ରୋଲ ଢାଳିବା ପରେ ନିଆଁ ଲଗାଇ ଦେଇଥିଲେ । ତାକୁ ଉଦ୍ଧାର କରାଯିବା ପୂର୍ବରୁୁ ତାଙ୍କ ଶରୀରର ପାଖାପାଖି ୯୦ ପ୍ରତିଶତ ଜଳି ଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହାପରେ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା ସେଠାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଆତ୍ମାହୁତି କରିିଥିବା ଯୁବକ ଛତ୍ରପୁର ବୋରିଗାଁର ବାଦଲ ସାହୁ ବୋଲି ଜଣାପଡ଼ିଛି । ସୂଚନା ଯେ, ଗଞ୍ଜାମ ଥାନା ଅନ୍ତର୍ଗତ ହୁମା ଫାଣ୍ଡି ଅଧିନ ବୋରିଗାଁର ଯୁବକ ବାଦଲ ସାହୁଙ୍କୁ ଗାଁ ଲୋକେ ବାସନ୍ଦ କରିଥିଲେ । ଏ ନେଇ ବାଦଲ ଅନେକ ଥର ପୋଲିସ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ସେ ପୋଲିସ ପକ୍ଷରୁ ନ୍ୟାୟ ପାଇପାରି ନ ଥିଲେ । ଶେଷରେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବାରୁ ବାଦଲ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କୁହାଯାଉଛି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା