ଖେମୁଣ୍ଡି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ପରିବର୍ଦ୍ଧିତ ଆଲୋଚନା ସଭା ଗତକାଲି ଅନୁଷ୍ଠିତ ହୋଇଯାଇଛି । ସଂଘର ନିଜସ୍ଵ କାର୍ଯ୍ୟାଳୟରେ ଅନୁଷ୍ଠିତ ସଭାରେ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ସଦସ୍ୟ ଉପସ୍ଥିତ ଥିଲେ । ଆୟୋଜିତ ସଭାରେ ସଂଘ ସଭାପତି ପରେଶ ଚନ୍ଦ୍ର ରଥ ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ଅଶେଷ ନାଥ ମିଶ୍ର ସଂଘର ଅଭିବୃଦ୍ଧି ଏବଂ ବିବିଧ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସେହିପରି ରାଜ୍ୟ ବାର୍ କାଉନସିଲର ପରାମର୍ଶ କ୍ରମେ ଆଗାମୀ ଓକିଲ ସଂଘ କର୍ମକର୍ତ୍ତା ନିର୍ବାଚନ କାର୍ଯ୍ୟ ତଦାରଖ ଓ ପରିଚାଳନା ନିମନ୍ତେ ବରିଷ୍ଠ ଆଇନଜୀବୀ ଲକ୍ଷ୍ମୀ ନାରାୟଣ ପାଢ଼ୀଙ୍କୁ ସର୍ବସମ୍ମତ କ୍ରମେ ମନୋନୀତ କରାଯାଇଥିଲା । ସଂଘର ପ୍ରମୁଖ ସଦସ୍ୟ ସନ୍ତୋଷ କୁମାର ସାହୁଙ୍କ ପ୍ରତି ଦିଗପହଣ୍ଡି ତହସିଲଦାର ଅଦ୍ଵୈତ କୁମାର ସ୍ୱାଇଁ ଅସଦ ବ୍ୟବହାର ପ୍ରଦର୍ଶନ ନେଇ ସଭାରେ ସବିଶେଷ ଆଲୋଚନା କରାଯାଇଥିଲା । ସେ ସଂଘକୁ ପ୍ରଦାନ କରିଥିବା ଦରଖାସ୍ତର ବିଷୟ ବସ୍ତୁକୁ ସଂଘ ସଭାପତି ସଭାରେ ପାଠ କରିଥିଲେ । ସଙ୍ଘର କୋଷାଧ୍ୟକ୍ଷ ମନୋରଞ୍ଜନ ପଣ୍ଡା ଏନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରାଯାଇ ସମସ୍ତ ଅଭିଯୋଗର ସତ୍ୟାସତ୍ୟ ତଦନ୍ତ ପରେ ସଂଘ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ନିଆଯାଉ ବୋଲି ପ୍ରସ୍ତାବ ଦେଇଥିଲେ । ଅପରପକ୍ଷରେ ତହସିଲଦାରଙ୍କ ଏତାଦୃଶ କାର୍ଯ୍ୟକଳାପ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ପାଇଁ ଓକିଲ ସଂଘର ଏକ ପ୍ରତିନିଧିଦଳ ଖୁବଶିଘ୍ର ଗଞ୍ଜାମ ଜିଲାପାଳଙ୍କୁ ସାକ୍ଷାତ କରିବାପାଇଁ ସଭାରେ ଆଗତ ପ୍ରସ୍ତାବକୁ ସର୍ବସମ୍ମତକ୍ରମେ ପାରିତ କରାଯାଇଥିଲା । ସଂଘର ଉପସଭାପତି ରଞ୍ଜନ କୁମାର ବେହେରା, ସହ ସମ୍ପାଦକ ଗିରିଜା ନନ୍ଦନ ମେକାପ, କୋଷାଧ୍ୟକ୍ଷଙ୍କ ସମେତ ବରିଷ୍ଠ ସଦସ୍ୟ ପ୍ରଭାକର ରାଉତ, ଚନ୍ଦ୍ରଧ୍ୱ ଜ ସିଂହ, ରସାନନ୍ଦ ରାଉତ, ରତ୍ନାକର ମେକାପ, ପ୍ରଦୀପ କୁମାର ମହାପାତ୍ର, ହେମନ୍ତ କୁମାର ପାଣିଗ୍ରାହୀ, ସୁକାନ୍ତ ପ୍ରଧାନ, ସଞ୍ଜୟ କୁମାର ପଣ୍ଡା, ରାଜେନ୍ଦ୍ର କୁମାର ତ୍ରିପାଠୀ, ବିଜୟ କୁମାର ପ୍ରଧାନ, ଟୁକୁନା ପ୍ରଧାନ, ପ୍ରିୟରଞ୍ଜନ ପଟ୍ଟନାୟକ, ପ୍ରହଲ୍ଲାଦ ପ୍ରଧାନ, କିଶୋର ଚନ୍ଦ୍ର ଗୌଡ, ପ୍ରଶାନ୍ତ ଡାକୁଆ, ଜୟକୃଷ୍ଣ ମହାପାତ୍ର, ମଞ୍ଜୁଲତା ଲେଙ୍କା, ପ୍ରଫୁଲ୍ଲ ସେଠୀ, ପ୍ରଶାନ୍ତ ବରଡଙ୍କ ସମେତ ସଂଘର  ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।