କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ନିରବ ପ୍ରାର୍ଥନା…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ସମସ୍ତ ପ୍ରକାର କାର୍ଯ୍ୟ ଓ ସଚେତନ କରି ଚାଲିଛନ୍ତି l ସେହିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଢେଙ୍କାନାଳ ସଚେତନ ନାଗରିକ ଫୋରମର ସଦସ୍ୟମାନଙ୍କ ତରଫରୁ ୧ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଫୋରମର ସଭାପତି ପ୍ରଦ୍ୟୁମ୍ନ ରଥ, ଉପ-ସଭାପତି ପଙ୍କଜ ନାୟକ, ସମ୍ପାଦକ ଭରତ କୁମାର ଦାସ, ସହ-ସମ୍ପାଦକ ଗୁପ୍ତେଶ୍ୱର ମିଶ୍ର, ସହର ଶାଖା ସମ୍ପାଦକ ଦୟାନିଧି ବେହେରା ତଥା ଅନ୍ୟ ସଦସ୍ୟ ମହେନ୍ଦ୍ର ସାହୁ, କାମାକ୍ଷା ପ୍ରସାଦ ବେହେରା, ଅଜୟ ଶଙ୍କର ମିଶ୍ର, ରଞ୍ଜିତ ପାଣିଗ୍ରାହୀ, ବୈଦ୍ୟନାଥ ମହାପାତ୍ର, ଆଇନ ଜୀବି ଦିଲ୍ଲୀପ କୁମାର ଶତପଥୀ, ନୀଳମଣି ଦୋରା, ସନାତନ ବେହେରା, ରାଜୁ ରାଓ, ସର୍ବେନ୍ଦ୍ର ପଣ୍ଡା, ମୃତ୍ୟୁଞ୍ଜୟ ସିଂଦେଓ, ଟୁକୁନି ଦାଶ, ଜାବୀର ମହମ୍ମଦ ପ୍ରମୁଖ ଯୋଗ ଦେଇଥିଲେ l

 ରିପୋର୍ଟ : ଶୁଭମ ପାଣି