କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସ ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ ସହ ଦାବି ପତ୍ର ପ୍ରଦାନ…

କୁକୁଡ଼ାଖଣ୍ଡି (ସମୃଦ୍ଧ ଓଡିଶା) କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ବ୍ଲକ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଦେଶରେ ହୁ ହୁ ହୋଇ ବଢୁଥିବା ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଖାଉଟି ସାମଗ୍ରୀ ବୃଦ୍ଧି ଯୋଗୁଁ ଗରିବ ପରିବାର, ମଧ୍ୟବିତ୍ତ ପରିବାର ହନ୍ତସନ୍ତ ହେଉଛନ୍ତି, ଏଥିପାଇଁ କେନ୍ଦ୍ର ବିଜେପି ସରକାର ଦାୟୀ ବୋଲି ବିକ୍ଷୋଭ ପ୍ରତିବାଦ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କୁକୁଡ଼ାଖଣ୍ଡି ବ୍ଲକ କଂଗ୍ରେସ କମିଟିର ସଭାପତି ପି. ଶିବ ପ୍ରସାଦ ଦୋରାଙ୍କ ନେତୃତ୍ୱରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରି ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏଥିରେ ୮ନଂ ଜିଲ୍ଲା ପରିଷଦ ସଭ୍ୟ ବୃନ୍ଦାବନ ଖଟେଇ, ବିସ୍ମୟ ମହାପାତ୍ର, ରାଜେନ୍ଦ୍ର ରେଡ୍ଡୀ, ପୂର୍ବତନ ସରପଞ୍ଚ ଅରୁଣ କୁମାର ଭୂୟାଁ, ଧିରେନ ଗୌଡ଼, ସଂଜୀବ ପଟ୍ଟନାୟକ, ସୁନୀଲ, ସମୀର କୁମାର ପଟ୍ଟନାୟକ, ରମେଶ ଦୋରା, ଅଶୋକ ପାତ୍ର, ଶିବରାମ ଭୂୟାଁ, କାଳିଆ ସ୍ୱାଇଁ, ମଙ୍ଗୁଳୁ ବରଦା, ସମୀର ପାତ୍ର, ଡି. ବାବୁ, ରାଜେନ୍ଦ୍ର ବିଷୋୟୀ, ଗୋପାଳ ବିଷୋୟୀ, ବାୟା ବିଷୋୟୀ, ପୀତବାସ ଭୂୟାଁ, ରଞ୍ଜନ ପାତ୍ର, ବାବୁଲି ସାହୁ, ରାମହରୀ ଭୂୟାଁ, ଲାନା ପ୍ରଧାନ, ରଞ୍ଜନ ଡାକୁଆ, ବୁଲୁ ସେଠି, ରୁଷି ସେଠୀ, ଉଲ୍ଲା ବେହେରା, ଭୀମ ଦାସଙ୍କ ସମେତ ଅନେକ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରିଥିଲେ । ଏହାସହ ଯଦି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ବୃଦ୍ଧି ନ କମେ ତେବେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା