କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ସାମ୍ବାଦିକ ମହଲରେ ନିନ୍ଦା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଏକ ସପ୍ତାହ ବିତି ନଥିବା ବେଳେ ବ୍ରହ୍ମପୁରରେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା କରାଯାଇଥିବାରୁ ଏହାକୁ ନେଇ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି । ରବିବାର ବ୍ରହ୍ମପୁର ପ୍ରମୟର ସିଟି ରିପୋର୍ଟର ପ୍ରହଲ୍ଲାଦ ସାହୁଙ୍କୁ ଖବର ସଂଗ୍ରହ କରୁଥିବା ବେଳେ ଆକ୍ରମଣ କରାଯାଇଥିଲା । ସୂଚନା ଅନୁଯାୟୀ ଜନୈକ ମହିଳା ତାଙ୍କ ପାରିବାରିକ କଳହ ସମସ୍ୟାକୁ ନେଇ ଗୋଷାଣୀନୂଆଁ ଗାଁ ଥାନାରେ ଧାରଣାରେ ବସିଥିଲେ । ଏହି ସ୍ଥାନରେ ପ୍ରହଲ୍ଲାଦଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ । ତେବେ ସେଠାରେ ଖବର ସଂଗ୍ରହ କରୁଥିବା ବେଳେ ମହିଳାଙ୍କ ଦେଢ଼ସୁର ରମାନନ୍ଦ ସାଗର ମହାନ୍ତି ଉପସ୍ଥିତ ସମସ୍ତ ସାମ୍ବାଦିକଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଉପସ୍ଥିତ ସାମ୍ବାଦିକଙ୍କ ଫଟୋ ଉଠାଇ ଥିଲେ । ଏହାକୁ ସମସ୍ତ ସାମ୍ବାଦିକ ପ୍ରତିବାଦ କରିବା ସ୍ଵତେ କିଛିନ ଶୁଣି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଏଥିରେ ସାମ୍ବାଦିକ ପ୍ରହଲ୍ଲାଦ ସାହୁ ରମାନନ୍ଦଙ୍କୁ ଫୋଟ ଉଠାଇବା ପାଇଁ ବାରଣ କରିବା ସହ ଗାଳିଗୁଲଜ କରିବାକୁ ମନା କରିଥିଲେ । କିନ୍ତୁ ଏଥିରେ ରାମାନନ୍ଦ ଊତ୍ୟକ୍ତ ହୋଇ ପ୍ରହଲ୍ଲାଦଙ୍କୁ ଏକ ଦୋକାନ ପାଖରେ ତଳେ ପକାଇ ଆକ୍ରମଣ କରିଥିଲେ । ଏଥିରେ ସାମ୍ବାଦିକ ଶ୍ରୀ ସାହୁଙ୍କ କାନ, ନାକ ଓ ଓଠରୁ ରକ୍ତସ୍ରାବ ହୋଇଥିଲା ଏବଂ ଏକ ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣାପଡ଼ିଛି । ଏହାପରେ ଅନ୍ୟ ସାମ୍ବାଦିକମାନଙ୍କ ଉପସ୍ଥିତରେ ପ୍ରହଲ୍ଲାଦଙ୍କୁ ହସ୍ପିଟାଲ ନିଆଯାଇ ଚିକିତ୍ସା କରାଯାଇଥିଲା । ସମସ୍ତ ସାମ୍ବାଦିକଙ୍କ ଉପସ୍ଥିତରେ ଏନେଇ ଗୋଷାଣୀ ନୂଆଁ ଗାଁ ଥାନାରେ ଅଭିଯୋଗ କରି ସାମ୍ବାଦିକ ମାନେ ଫେରୁଥିବା ବେଳେ ପୁଣି ରମାନନ୍ଦ ମହାନ୍ତି ପ୍ରହଲ୍ଲାଦଙ୍କୁ ଭିଡି ଆଣି ତଲେ ପକାଇ ତଣ୍ଟି ଉପରେ ଗୋଡ଼ ରଖିଥିଲେ । ଏହି ସମୟରେ ସାମ୍ବାଦିକ ତଥା ଆଇନଜୀବୀ ଚିରଞ୍ଜିତ ରାଜଗୁରୁ ଉଦ୍ଧାର କଲାବେଳେ ତାଙ୍କୁ ମଧ୍ୟ ଧମକ ଦେଇଥିଲେ ରମାନନ୍ଦ । ଘଟଣାକୁ ନେଇ ବ୍ରହ୍ମପୁର ତଥା ଗଂଜାମ ଜିଲ୍ଲାର ବହୁ ସାମ୍ବାଦିକ ଏକତ୍ରୀତ ହୋଇ ଏକ ଲିଖିତ ଅଭିଯୋଗ ଥାନାରେ ପ୍ରଦାନ କରିଥିଲେ ଏବଂ ଥାନା ସମ୍ମୁଖରେ ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଥିଲେ । ଏହାକୁ ନେଇ ଗୋଷାଣୀନୂଆଁ ଗାଁ ସ୍ଥିତ ଥାନା ପକ୍ଷରୁ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ମାମଲା ରୁଜୁ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା