କର ଫାଉଣ୍ଡେସନ୍ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସାମାଜିକ ସ୍ୱେଚ୍ଛାସେବୀ ସଙ୍ଗଠନ ‘କର ଫାଉଣ୍ଡେସନ୍’ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ୧୯୭୫ ମସିହାରୁ ଆରମ୍ଭ ହୋଇଥିବା ଏହି ମହାନ୍ ଦିବସ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ପାଳନ କରାଯାଏ । କର ଫାଉଣ୍ଡେସନ୍ ତରଫରୁ ଏହି ଦିବସଟି ପୂର୍ବ ବର୍ଷ ଭଳି ସତ୍ୟଭାମା ଦେବୀ ମୂକ ବଧୂର ପିଲାମାନଙ୍କ ଗହଣରେ ପାଳନ କରାଯିବା ସହ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଖୋର୍ଦ୍ଧା ଜିଲ୍ଲା ଚାଇଲଡ୍ ୱେଲଫେୟାର୍ କମିଟିର ସଦସ୍ୟା ମାନସୀ ପାଢ଼ୀ, ସମାଜସେବୀ ନିରଜା ଲକ୍ଷ୍ମୀ ମହାପାତ୍ର, ଓଡ଼ିଶା ଲେଖୁ ସଂସଦର କୋଷାଧ୍ୟକ୍ଷା ଗୋଲାପ ମଞ୍ଜରୀ କର, କର ଫାଉଣ୍ଡେସନ୍‌ର କୋଷାଧ୍ୟକ୍ଷା ଗୀତାଞ୍ଜଳି କର, କର ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଅଭିନେତା ଚନ୍ଦନ କରଙ୍କ ସମେତ ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ମହିଳାମାନେ ଯୋଗଦେଇଥିଲେ । ସଚେତନତା ମାଧ୍ୟମରେ ନାରୀ ଜାତିର ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ସହିତ ପୁରୁଷ ଓ ନାରୀ ମଧ୍ୟରେ ଥୁବା ଅସମାନତାକୁ ଦୂର କରିବା ପ୍ରଭୃତି ବିଷୟରେ ଉପସ୍ଥିତ ଅତିଥିମାନେ ଆଲୋକପାତ କରିଥିଲେ । ଏହି ଅବସରରେ ସମ୍ମାନିତ ହୋଇଥିବା ବ୍ୟକ୍ତିବିଶେଷମାନେ ହେଲେ କାକଟପୁର ବ୍ଲକ୍ କୁରୁଜଙ୍ଗ ପଞ୍ଚାୟତର ସର୍ବକନିଷ୍ଠା ସରପଞ୍ଚ ରୂପାଲି କାଣ୍ଡି, ସାମ୍ବାଦିକା ବିନ୍ଦୁଜା ଉପାଧ୍ୟାୟ, ଲେଖୁ ଶ୍ରୀମା ଶତପଥୀ, ମାନବାଧିକାର କର୍ମୀ ମନୀଷା ଦାସ ପଟ୍ଟନାୟକ, ଯୁବନେତ୍ରୀ ସଂଘମିତ୍ରା ଜେନା, ସ୍ୱାସ୍ଥ୍ୟକର୍ମୀ ସଞ୍ଜିତା ମହାପାତ୍ର, ସମାଜସେବୀ ଭାବନା ଝା, ଭାଗ୍ୟଶ୍ରୀ ମହାନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମୀର ଅହମ୍ମଦ ଅଲ୍ଲୀ, ସ୍ତମ୍ଭକାର ଅମିୟ ପାଣ୍ଡବ, ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ହାସ୍ୟାଭିନେତା ଜ୍ଞାନ ବାରିକ, ଯୁବନେତା ନଳିନୀକାନ୍ତ ନାୟକ, ସତ୍ୟବ୍ରତ ଜେନା, ସମାଜସେବୀ ମଲ୍ଲିକ ଆଡ୍ରେସ୍ ପ୍ରମୁଖ ଉପସ୍ଥିତ ଥିଲେ ।