କରୋନା ପରିଚାଳନରେ ଅବ୍ୟବସ୍ଥାକୁ ନେଇ କଂଗ୍ରେସ ପକ୍ଷରୁ ପ୍ରେସ୍ ଇସ୍ତାହାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ କରୋନାର ୨ୟ ଲହର ଦିନକୁ ଦିନ ବଢୁଥିବା ବେଳେ ପଶ୍ଚିମବଂଗର ଟ୍ରିପଲ ମ୍ୟୁଟାଣ୍ଟଭୁତାଣୁ ସମସ୍ତଙ୍କୁ ଭୟଭିତ କରିଛି । ବିଶେଷ କରି ବାଲେଶ୍ୱର ଜିଲାର ଜଳେଶ୍ୱର ଅଂଚଳ ସହିତ ପଶ୍ଚିମବଂଗର ପୂର୍ବ ମେଦିନିପୁର ଓ ପଶ୍ଚିମ ମେଦିନୀପୁର ଜିଲା ଲାଗି ରହିଥିବାରୁ ଏହାର ସଂକ୍ରମଣର ଆଶଙ୍କା ଅଧିକ ରହିଛି । ହାଇଦ୍ରାବାଦ ଓ ତେଲେଙ୍ଗାନାରୁ ସଂକ୍ରମିତମାନେ ଗାଁକୁ ଆସି ଘରେ ସଂଗରୋଧରେ ରହି ମଧ୍ୟ ଗାଁ ଦାଣ୍ଡରେ ବୁଲାବୁଲି କରୁଛନ୍ତି । ଏହାକୁ ଏଡାଇବା ଲାଗି ଦୀନକୃଷ୍ଣ କଲେଜରେ କୋଭିଦ୍ କେୟାର ସେଣ୍ଟର ଖୋଲିବା ଲାଗି ସମସ୍ତ ପ୍ରସ୍ତୁତି ହୋଇଥିବା ବେଳେ ଅଦ୍ୟାବଧି ତାହା କରାଯାଇନାହିଁ । ୬୦ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନଙ୍କ ଟୀକାକରଣ ଶେଷ ହୋଇନଥିବା ବେଳେ ୪୫ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିମାନେ ଟୀକା ନ ପାଇ ଫେରୁଛନ୍ତି । ତେଣୁ ଜଳେଶ୍ୱର ଭଳି ଏକ ସମ୍ବେଦନଶୀଳ ଅଂଚଳରେ ଟୀକାକରଣକୁ ଗୁରୁତ୍ୱ ଦେବା ସହିତ କୋଭିଦ୍ କେୟାର୍ ସେଣ୍ଟାର ଖୋଲା ଯିବାକୁ କଂଗ୍ରେସ ପକ୍ଷରୁ ସୁଦର୍ଶନ ଦାସ, ରାଜୀବ ପରିଡା, ସତ୍ୟସୁନ୍ଦର ଦାସ, ସୁକୁମାର ଘୋଷ, ହେମନ୍ତ ଗିରି, ଜଗଦୀଶ ନନ୍ଦୀ, ସୁଦାମ ପାତ୍ର, ଚିତ୍ତରଂଜନ ପରିଡା, ଗୌରାଙ୍ଗ ମହାପାତ୍ର, ପଦ୍ମଲୋଚନ ବେହେରା, ଦୀପାଳି ଜେନା, ରାଧାରାଣୀ ପାତ୍ର, ଗୋପାଲକୃଷ୍ଣ ଜେନା, ବିରେନ୍ ଦେ, ଗିରିଜାଶଂକର ଦାସ, ତ୍ରିଲୋଚନ ନାୟକ, ଦେବୁ ନନ୍ଦୀ ପ୍ରମୁଖ ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଦାବି କରିଛନ୍ତି ।