କ’ଣ ହୋଇଗଲା ଯେ ପାଣ୍ଡିୟାନଙ୍କୁ ମୁଖ୍ୟମନ୍ତ୍ରୀ କହିଦେଲେ ?

ହିଞ୍ଜିଳିକାଟୁ(ସମୃଦ୍ଧ ଓଡିଶା)ଓଡିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ ଅଫିସର ଭି କେ ପାଣ୍ଡିୟାନ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଯାଇଛନ୍ତି। ଯୁଆଡେ ଯିବେ ବର୍ତ୍ତମାନ ପଣ୍ଡିୟାନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ନେତା ନେତ୍ରୀ ସମ୍ବୋଧନ କରୁଛନ୍ତି। ମୁଣ୍ଡିଆ ମାରୁଛନ୍ତି ପାଦଧୋଇ ପୂଜା ବି କରୁଛନ୍ତି । ସାଧାରଣରେ ବିଚାର କଲେ ଅସୁବିଧା କଣ ? ସେ ତ ଏବେ ଚଳନ୍ତି ଠାକୁର। ମୁଖ୍ୟମନ୍ତ୍ରୀ ଚାହିଁଲେ ଯାହା ହେଉନାହିଁ ପଣ୍ଡିୟାନ ବାବୁ ଚାହିଁଲେ ୨୪ ଘଣ୍ଟାରେ ତାହା ହୋଇପାରୁଛି । ସେ ଜଣେ ସୁଦକ୍ଷ ଆଇ ଏ ଏସ ଅଫିସର । ତେବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଭୂଲରେ ହେଉ କି ଅଜାଣତରେ ହେଉ ଏତେବଡ଼ ସାଧାରଣ ସଭାରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ବୋଲି କହିଦେଲେ ବୋଲି ହସରେ ଫାଟି ପଡିଲା। ଜିଲାପାଳ ପାଖରେ ବସିଥିଲେ ବି କିଛି କହିଲେ ନି ବୋଲି ଲୋକେ କୁହାକୁହି ହେଲେ । କଣ ହୋଇଗଲା ସେଠୁ । ଶକ୍ତି ମିଳିଥିବାରୁ ତ ଶକ୍ତିମାନ । ହେଲେ ଏଠାରେ ଚର୍ଚ୍ଚାକୁ ଆସିଲେ ଆସିକା ସାଂସଦ ପ୍ରମିଳା କେତେବେଳେ ଧାନବିଲ ଖସ ଖସ ଗୀତ ଗାଇ ତ ଆଉ କେତେବେଳେ ହୁଳହୁଳି ପକାଇ କିମ୍ବା ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ପାଇଁ ସେ ଅନେକ ସମୟରେ ଚର୍ଚ୍ଚାକୁ ଆସି ଥାନ୍ତି। ବର୍ତ୍ତମାନ ୫ଟି ସଚିବ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି ଚର୍ଚ୍ଚାକୁ ଆସିଛନ୍ତି । ବୁଧବାର ଅର୍ଥାତ ଗତକାଲି ଗଞ୍ଜାମ ଜିଲ୍ଲାର ଶେରଗଡରୁ ପୁରୀକୁ ନୂତନ ସରକାରୀ ବସ୍ ସେବାର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସାଂସଦ ପ୍ରମିଳା ବିଷୋୟୀ ସଭାମଞ୍ଚରେ ଧନ୍ୟବାଦ ଦେବାବେଳେ ‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁ’ ବୋଲି କହିଦେଲେ। ଥରେ ରେ ନୁହେଁ, ଦୁଇ ଦୁଇ ଥର ପାଣ୍ଡିଆନଙ୍କୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରି ସଭାରେ କହି ଥିଲେ। ପାଖରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ବି ଉପସ୍ଥିତ ଥିଲେ। ଅଥଚ କେହି କିଛି କହି ନଥିଲେ। ତେବେ ଜଣେ ସାଂସଦ ହୋଇ କେଉଁ ପରିସ୍ଥିତିରେ ୫ ଟି ସଚିବଙ୍କୁ ‘ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ ବାବୁ’ ବୋଲି ଦୁଇ ଦୁଇ ଥର ସମ୍ବୋଧନ କଲେ, ସେନେଇ ଘମାଘୋଟ ପ୍ରତିକ୍ରିୟା ଆରମ୍ଭ ହୋଇ ଯାଇଛି । ଏହି ଭିଡ଼ିଓ ମଧ୍ୟ ଭାଇରାଲ ହେଉଛି। ଗତକାଲି ଗଞ୍ଜାମ ଜିଲ୍ଲା ପାଇଁ ଆଉ ଏକ ନୂତନ ସରକାରୀ ବସ୍ ସେବାର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଉପସ୍ଥିତ ରହି ଏହି ବସ୍‌ ସେବାର ଶୁଭାରମ୍ଭ କରିଥିଲେ। ଶେରଗଡ଼-ପୁରୀ ରୁଟ୍ ମଧ୍ୟରେ ସାଧାରଣ ଯାତ୍ରୀଙ୍କ ଗମନାଗମନ ପାଇଁ ନୂତନ ବସ୍ ସେବାଟି କରାଯାଇଥିଲା। ଯାହାଫଳରେ ଶେରଗଡ଼ ସମେତ ଆଖପାଖ ଅଞ୍ଚଳର ଜନସାଧାରଣ ଉପକୃତ ହୋଇପାରିବେ।