କଂଗ୍ରେସ ଲୋକସଭା ପ୍ରାର୍ଥୀ ପକ୍ଷରୁ ଅସହାୟ, ଗରିବଙ୍କୁ ସହାୟତା ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଲକଡାଉନ ଜାରି କରାଯାଇଥିବା ବେଳେ ବୋହୁ ଲୋକ ନିଜର ଚାକିରୀ ଓ ବ୍ୟବସାୟକୁ ହରାଇ ବହୁ କଷ୍ଟରେ ନିଜ ପରିବାର ପୋଷଣ କରି ଚଳୁଥିବା ସମୟରେ ଅସହାୟ ଥିବା ଲୋକମାନଙ୍କୁୁ କଂଗ୍ରେସ ପକ୍ଷରୁ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି । ଆଜି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବରିଷ୍ଠ କଂଗ୍ରେସ ନେତା ଶିବରାମ ପାତ୍ରଙ୍କ ନେତୃତ୍ୱରେ ଗାନ୍ଧୀନଗରସ୍ଥିତ ବ୍ରହ୍ମପୁର ସଂସଦୀୟ କାର୍ଯ୍ୟାଳୟ ଠାରେ ସହରର ଗରୀବ ଗୃହ ସହାୟିକା ମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି । ସେମାନଙ୍କୁ ଚାଉଳ ସହ ଅନ୍ୟାନ୍ୟ ଶୁଖିଲା ଖାଦ୍ୟ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଇଛି । ବ୍ରହ୍ମପୁରରେ ସମାଜର ଅନ୍ତିମଧାଡିରେ ଥିବା ବ୍ୟକ୍ତିଟି କିପରି ସର୍ବନିମ୍ନ ସୁବିଧାରୁ ବଞ୍ଚିତ ନ ହେବ ତାହା ଉପରେ ନଜର ରଖିଛନ୍ତି ଶ୍ରୀ ନାଇଡୁ । କରୋନାର ଦ୍ୱିତୀୟ ଲହର ଆରମ୍ଭରେ ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର ଇତ୍ୟାଦି ବିଧାନସଭା କ୍ଷେତ୍ରରେ ଅନେକ ସହାୟତା ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଅନ୍ୟାନ୍ୟ ସ୍ଥାନରେ ଏହିଭଳି ସହାୟତା କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ପାତ୍ରଙ୍କ ସମେତ ତଥ୍‌ସନ ସୁବୁଦ୍ଧି, ପଦ୍ମ ସାହୁ, ଅଶୋକ ପ୍ରଧାନ, ମନୋଜ ମହାରଣା ପ୍ରମୁଖ ଉପସ୍ଥିତ ରହିଥିଲେ ।