ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଡିଜିଟାଲ ଆନ୍ଦୋଳନ ଚତୁର୍ଥ ଦିନରେ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଆଜି ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଡିଜିଟାଲ ଆନ୍ଦୋଳନ ଚତୁର୍ଥ ଦିନ । ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ କୋରନା ଯୋଧ୍ୟାଙ୍କୁ ସମ୍ମାନ ଓ କୁତ୍ସିତ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଛେଦ ସହ ସପ୍ତମ ବେତନ ଲାଗୁ ଦାବିରେ ଡିଜିଟାଲ ଆନ୍ଦୋଳନକୁ ତ୍ରିବ୍ରତର କରୁଛନ୍ତି । ସମସ୍ତ ଚୁକ୍ତିଭିତ୍ତିକ ଯୁବ କର୍ମଚାରୀ ମାନେ ରାଜ୍ୟ ସରକାରଙ୍କ ଏହି ଟାଳଟୁଳ ନୀତିକୁ କଠୋର ସମାଲଚନା କରିବା ସହ ମାସିକ ମାତ୍ର ୮୮୮୦ ଟଙ୍କା ବେତନରେ ସେମାନେ କିପରି ପରିବାର ପ୍ରତିପୋଷଣ କରିବେ, ତାହାକୁ ନେଇ ଚିନ୍ତା ଓ ଦୁଃଖ ପ୍ରକାଶ କରିଛନ୍ତି । ଗତ ଇଲେକ୍ସନ ସମୟରେ ଠିକା ପ୍ରଥା ଉଛେଦ ପାଇଁ ମନ୍ତ୍ରୀ ସ୍ତ୍ରରୀୟ କମିଟି ଖାଲି କର୍ମଚାରୀ ମାନଙ୍କୁ ଭୁଆଁ ବୁଲେଇବା ଉଦିଷ୍ଟ ଥିଲା ବୋଲି କର୍ମଚାରୀ ନେତାମନେ କହିଛନ୍ତି । ସରକାର ତୁରନ୍ତ ଏ ପ୍ରକାର ଗୋଥି ଖଟାଇବା ପ୍ରଥାକୁ ବନ୍ଦ କରି ବାସ୍ତବବାଦି ହୁଅନ୍ତୁ ଓ ଏହି ମହଙ୍ଗା ଯୁଗରେ ଏକ କର୍ମଚାରୀ ପରିବାର ପତିପୋଷଣ କରିବା ପାଇଁ ସର୍ବନିମ୍ନ ଦରମା ତ ଲାଗୁକରନ୍ତୁ । ଯଦି 5T ଓ ମୋ ସରକାର ପିସି କାରବାର ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ତୁରନ୍ତ ନୂତନ ଦରମା ଘୋଷଣା କରନ୍ତୁ ଓ ସପ୍ତମ ବେତନ ଲାଗୁ କରନ୍ତୁ ନ ହେଲେ ଯେପରି ବଳଦକୁ ଖାଇବାକୁ ନ ଦେଲେ ଫସଲ ଖାଏ ସେମିତି କର୍ମଚାରୀ ମାନଙ୍କୁ ବାଧ୍ୟ କରୁଛନ୍ତି ପିସି ନେବା ପାଇଁ । ସରକାର ଯଦି ଦୁଇ ସପ୍ତାହ ମଧ୍ୟରେ ଦାବି ପୂରଣ ନ କରନ୍ତି ତେବେ କର୍ମଚାରୀ ମାନେ ଅଭିନବ ପ୍ରଥାରେ ଆନ୍ଦୋଳନ କରିବେ ବୋଲି ସଙ୍ଘ ସଭାପତି ବିଜୟ ମଲ୍ଲ, ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ, ଜ୍ୟୋତିପ୍ରକାଶ ମହାପାତ୍ର, କିଷାନ ବରାଇ ଏବଂ ସଞ୍ଜୟ ପଟ୍ଟନାୟକ, ସମ୍ପାଦକ କ୍ଷିତିଶ ପଣ୍ଡା, ଶୁଭ୍ରହିତ୍ ପ୍ରତିହାରୀ, ବିଶ୍ବଜିତ୍ ବିଶ୍ବାଳ, ଦେବାଶିଷ ନାୟକ, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ୱାଇଁ, ଜୀବନ ମହାନ୍ତି, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର, ଅନିତା ବେହେରା, ଲୋଜାଳିନ ପଣ୍ଡା, ଅଳକା ମହାନ୍ତି, ରଶ୍ମି ଦାସ ପ୍ରମୁଖ ପ୍ରେସ ବ୍ରିବୃତିରେ କହିଛନ୍ତି ।

ରିପୋର୍ଟ : ବିଜୟ ମଲ୍ଲ