ଓଡ଼ିଶାରେ ଆଜି ଆଉ ଏକ ରେଳ ଦୁର୍ଘଟଣା

ସମ୍ବଲପୁର(ସମୃଦ୍ଧଓଡିଶା)ଓଡ଼ିଶାରେ ଆଜି ଆଉ ଏକ ରେଳ ଦୁର୍ଘଟଣା ଘଟିଥିବାର ଖବର ଆସିଛି। ବରଗଡ଼ ଜିଲ୍ଲାରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି । ମେଣ୍ଢାପାଲି ଷ୍ଟେସନ ନିକଟରେ ୫ଟି ବଗି ଲାଇନଚ୍ୟୁତ୍‌ ହୋଇଥିବା ଖବର ମିଳିଛି । ଡୁଙ୍ଗୁରି ଚୂନପଥର ଖଣିରୁ ବରଗଡ଼ ଆସୁ ଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଚୂନପଥର ଖଣିରୁ ସିମେଣ୍ଟ କାରଖାନା ଯାଉଥିଲା ମାଲବାହୀ ଟ୍ରେନ। ଦୁର୍ଘଟଣାରେ କେହି ଆହତ ହୋଇ ନ ଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।

ରିପୋର୍ଟ : ପ୍ରଭାତ କୁମାର ବେହେରା