ଏଟିଏମ୍‌ରୁ ଟଙ୍କା କାଢିବାକୁ ଯାଇ କଲେଜ ଅଧ୍ୟକ୍ଷଙ୍କ ଭାଙ୍ଗିଲା ଗୋଡ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଶାଳିକୋଠାସ୍ଥିତ ବାଗିଶ୍ୱରୀ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ସାହୁଙ୍କୁ ବାମ ଗୋଡ ଭାଂଗି ଦୁଇଗଡ ହୋଇ ଯାଇଛି । ଘଟଣାରୁ ପ୍ରକାଶ ଆରୁହା ଓ ଶାଳିକୋଠା ମଧ୍ୟବର୍ତ୍ତୀସ୍ଥାନରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କର ଏଟିଏମ୍ ନିକଟରେ ଥିବା ଗଡାଣିରାସ୍ତା (ରାମ୍ପ) ଓ ପାହାଚ ଠିକ୍‌ଭାବେ ନିର୍ମାଣ ହୋଇନଥିବାରୁ ଟଙ୍କା ଧରି ଓହ୍ଲାଇଲାବେଳେ ଗୋଡ ଖସି ବହୁ ବ୍ୟକ୍ତି ପଡି ଆହତ ହେଉଛନ୍ତି । ଡ. ସାହୁ ସେହି ଏଟିଏମ୍‌ରୁ ଟଙ୍କା ବାହାର କରି ଫେରୁଥିବା ବେଳେ ସେ ମଧ୍ୟ ପଡି ଗୁରୁତର ଆହତ ହୋଇଛନ୍ତି । ସେ ଏବେ ବାଲେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ଏଟିଏମ୍ ନିକଟରେ ଗଡାଣି ରାସ୍ତା ଓ ପାହାଚକୁ ମରାମତି କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।

ରିପୋର୍ଟ : ଭୂପତି ପରିଡା