ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ପକ୍ଷରୁ “ୟୁଥ ଫାଷ୍ଟ” କାର୍ଯ୍ୟକ୍ରମ ଅନୁଷ୍ଠିତ…

ଗୋପାଳପୁର (ସମୃଦ୍ଧ ଓଡିଶା) ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ, ବ୍ରହ୍ମପୁର ତରଫରୁ ଆଜି ଗୋପାଳପୁର ବେଳା ଭୂମିରେ “ଜାତୀୟ ଯୁବକ ଦିବସ” ଏବଂ “ବିବେକାନନ୍ଦ ଜୟନ୍ତୀ” ଉପଲକ୍ଷରେ “ପ୍ରଥମେ ଯୁବକ” ଅଥବା “ୟୁଥ ଫାଷ୍ଟ” ନାମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି I ଏହି କାର୍ଯ୍ୟକ୍ରମରେ ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ତରଫରୁ ଗୋପାଳପୁର ବେଳା ଭୂମିରେ ବିବେକାନନ୍ଦଙ୍କ “ବାଲୁକା ଚିତ୍ର” ଅଥବା “ସେଣ୍ଡ ଆର୍ଟ” କରାଯାଇଥିଲା I ସେହି ସେଣ୍ଡ ଆର୍ଟ ଜରିଆରେ ବିବେକାନନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଦେଶଗଠନରେ ଯୁବକଙ୍କ ଭୂମିକା ମହତ୍ଵପୁର୍ଣ ବୋଲି ଦର୍ଶାଯାଇଥିଲା I କାର୍ଯ୍ୟକ୍ରମଟି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା I ଗଞ୍ଜାମ ଜିଲ୍ଲାପାଳ ବିବେକାନନ୍ଦଙ୍କ ମୁର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଏବଂ ଦୀପ ପ୍ରଜ୍ୱଳନ କରି କାର୍ଯକ୍ରମ ଆରମ୍ଭ କରିଥିଲେ I ସମସ୍ତ ଯୁବକକୁ ଆହ୍ୱାନ ଦେଇଥିଲେ ଏବଂ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଯୁବକର କୌଣସି ବୟସ ସୀମା ନଥାଏ, ଯୁବକ ହେଉଛି ଏକ ମାନସିକତା I ସେ ସମସ୍ତ ଗଞ୍ଜାମକୁ ସରସ, ସୁନ୍ଦର, ସ୍ୱଚ୍ଛ ଓ ସମୃଦ୍ଧ କରିବା ପାଇଁ ସମସ୍ତ ଯୁବକକୁ ଆହ୍ୱାନ ଦେଇଛନ୍ତି I ସ୍ୱଚ୍ଛ ଗୋପାଳପୁରର ଡାକରା ଦେବା ସଂଗେ ସଂଗେ ସେ ଗୋପାଳପୁର ବେଳାଭୂମିକୁ ସ୍ୱଚ୍ଛ ରଖିବା ପାଇଁ ଗୋପାଳପୁର ଅଧିବାସୀଙ୍କ ସାଥେ ପର୍ଯ୍ୟଟକଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି I କାର୍ଯ୍ୟକ୍ରମ ଆରମ୍ଭ କରି ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ଛାତ୍ର ଛାତ୍ରୀ, ଗୋପାଳପୁର ଏନ.ଏ.ସି. କର୍ମଚାରୀ ଏବଂ ଅନ୍ୟାନ୍ୟ ଅତିଥିଙ୍କ ସହ ଗୋପାଳପୁର ବେଳା ଭୂମି ସଫା କରିଥିଲେ I ପୂର୍ବରୁ ଜିଲ୍ଲାପାଳଙ୍କ ନିର୍ଦେଶରେ ଗ୍ଲୋବସ, ଡଷ୍ଟବିନର ଆୟୋଜନ ହୋଇଥିଲା I ଗଞ୍ଜାମ ଜିଲ୍ଲାପାଳଙ୍କ ନେତୃତ୍ୱରେ ୨ ଘଣ୍ଟା ଧରି ବେଳାଭୂମି ସଫା କରାଯାଇଥିଲା I ସଫେଇ କାର୍ଯକ୍ରମ ସରିଲାପରେ ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ଛାତ୍ର ଛାତ୍ରୀଙ୍କ ଦ୍ୱାରା ତିଆରି ହୋଇଥିବା ଫୋଟଚିତ୍ର ସବୁ ଦେଖି, ସେ ଛାତ୍ରଛାତ୍ରୀଙ୍କ କଳାକୃତିର ପ୍ରସଂଶା କରିଥିଲେ I ତତ ସଙ୍ଗେ ସଂଗେ ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସର ପରିଚାଳନା କମିଟିଙ୍କୁ କଲ୍ଚରାଲ, ଆର୍ଟ, ଆନିମେସନକୁ ଗଞ୍ଜାମ ତଥା ଓଡିଶାର ପ୍ରତି କୋଣରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ I ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ତରଫରୁ ଆରମ୍ଭ ହୋଇଥିବା ଏହି “ପବ୍ଲିକ ଆର୍ଟ” କାର୍ଯ୍ୟକ୍ରମରେ ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ ଛାତ୍ରଛାତ୍ରୀଙ୍କ ସହ ସାଧାରଣ ଜନତା ମଧ୍ୟ ଅଂଶ ଗ୍ରହଣ କରିଥିଲେ, ସମସ୍ତଙ୍କ ସହଯୋଗରେ ଏହି କାର୍ଯକ୍ରମ ସଫଳ ରୂପେ ଉଜ୍ଜାପିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାପାଳଙ୍କ ସାଙ୍ଗରେ ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସବକଲେକ୍ଟର କୀର୍ତ୍ତିବାସନ, ଗୋପାଳପୁର ଏନ. ଏ. ସି. ଇ. ଓ. ଉମାଶଙ୍କର ସେଠୀ, ପୂର୍ବତନ ବି.ଡ଼ି.ଏ. ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ମହାରଣା, ପୂର୍ବତନ ବ୍ରହ୍ମପୁର ଏମ.ଏଲ.ଏ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରୋଲାଣ୍ଡ କଲେଜ ଗ୍ରୁପର ସେକ୍ରେଟାରୀ ପ୍ରଶାନ୍ତ ପତ୍ର, କଙ୍କୋରଡା କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼. ହରିକୃଷ୍ଣ ନାୟକ ଏହି କାର୍ଯକ୍ରମରେ ଯୋଗଦେଇ ଯୁବକ ମାନଙ୍କୁ ଉତ୍ସାହିତ କରିଥିଲେ I ଏକ୍ସ-ଜେନ କଲେଜ ଅଫ ଭିଜୁଆଲ ଆର୍ଟ୍ସ, ବ୍ରହ୍ମପୁରର ପରିଚାଳନା କମିଟିରେ ଦୀପକ ସିଂ, ନିହାର ଚୌଧୁରୀ, କ୍ରିଷ୍ଣା ନିଶାଙ୍କୋ, ଡ଼ି. ଜଗନ୍ନାଥ, ଭାସ୍କର ପଣ୍ଡା ଏବଂ ପ୍ରିନସିପାଲ ଉଜ୍ୱଳ ସାହୁ ଉପସ୍ଥିତ ଥିଲେ I ସଭାକୁ ଆଦିତ୍ୟ ପ୍ରତାପ ନାୟକ ପରିଚାଳନା କରିଥିଲେ I

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା