ଆମ ସ୍ପନ୍ଦନ ଈଶାନ୍ ପାଇଁ “ଅଭିନନ୍ଦନ ଉତ୍ସବ”ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତକାଲି ହୋଟେଲ ଜଳେଶ୍ଵର ଇନ୍ ସମ୍ମିଳନୀ କକ୍ଷରେ ଡ.ଅଜିତ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଆମ ସ୍ପନ୍ଦନ ଈଶାନ୍ ପାଇଁ ”ଅଭିନନ୍ଦନ ଉତ୍ସବ” ପାଳିତ ହୋଇଯାଇଛି । ସୁଦୂର ଆମେରିକାର ରିଚମଣ୍ଡରେ ଜନ୍ମ ଗ୍ରହଣ କରିଥିବା ପାଶ୍ଚାତ୍ୟର ମାଟିକୁ ସ୍ପର୍ଶ କରି ୧୮ ମାସ ପରେ ଆର୍ଯ୍ୟ ଭୂମି ଭାରତ ବର୍ଷର କଲିକତା ଏୟାରପୋର୍ଟରେ ଭାରତ ମାଟିକୁ ସ୍ପର୍ଶ କରିଥିଲା । ସେଠାରୁ ମହାନ୍ତି ଓ ଦାସ ପରିବାର ତରଫରୁ  ସମ୍ଭାଷଣ କରାଯାଇଥିଲା । ଏହି ଉପଲକ୍ଷେ ଗତକାଲି ଏକ ଅଭିନନ୍ଦନ ଉତ୍ସବରେ ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର  ଗୌତମବୁଦ୍ଧ ଦାସ ବିଶିଷ୍ଟ ସାହିତ୍ୟିକ ତଥା ଦୀନକୃଷ୍ଣ ସ୍ମୃତି ପରିଷଦର ସମ୍ପାଦକ ବିପିନ୍ ବିହାରୀ ବିଶ୍ବାଳ ଆଶିର୍ବାଦ ସ୍ବରୂପ ଏକ ହୃଦୟସ୍ପର୍ଶୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଡ ଶ୍ରୀ କୁମାର ଘୋଷ ଗୀତି କବିତା ଗୁଚ୍ଛ ଡ.ଅଜିତ କୁମାର ମହାନ୍ତିଙ୍କ ଦ୍ଵାରା ପ୍ରକାଶିତ, “ଅଭିନନ୍ଦନ ଈଶାନକ୍ରୀଷ୍ଣ” ପୁସ୍ତକ ଉନ୍ମୋଚନରେ ସହଯୋଗ କରିଥିଲେ । ବରେଣ୍ୟ ଅତିଥି ଭାବେ ରାଜ୍ୟ ଓଷ୍ଟାର ପ୍ରାକ୍ତନ ସଭାପତି ଇନ୍ଦୁମାଧବ ମହାନ୍ତି, ରାଜ୍ୟ ଓଷ୍ଟାର ପ୍ରାକ୍ତନ ଯୁଗ୍ମ ସାଧାରଣ ସଂପାଦକ ଅକ୍ଷୟ କୁମାର ମିଶ୍ର, ରମେଶ ଚନ୍ଦ୍ର ନାୟକ, ଓଷ୍ଟା ଜିଲ୍ଲା ସମ୍ପାଦକ ମନୋରଞ୍ଜନ ଦାସ, ବରିଷ୍ଠ ଆଇନଜୀବି ଚିନ୍ମୟ ଦାସ, ସତ୍ୟ ସୁନ୍ଦର ଦାସ, ଡ. ରମାକାନ୍ତ ଭଞ୍ଜ, ଜିତାରାମ ଦେ, ଏଡିସନାଲ ଏସ.ପି ମାନସ କୁମାର ଦେଓ, ଆଶିଷ ଦାସ, ତାପସ ସାମଲ, ଅଧ୍ୟାପକ ନୀଳକଣ୍ଠ ଖଣ୍ଡା, ରୋଟାରୀ କ୍ଲବ ସୁବର୍ଣ୍ଣ ରେଖା ରାଇବଣିଆର ସଭାପତି ଶ୍ୟାମା ଚରଣ ଦାସ, ପ୍ରମେୟ ପ୍ରତିନିଧି ସୁକୁମାର ରଣା, ସୁଧୀର କୁମାର କର ଓ ଆରତୀ ଦାସ, ଅନ୍ୟାନ୍ୟ ସମସ୍ତ ସଦସ୍ୟ ବୃନ୍ଦ, ଇନରହୁଇଲର ସମସ୍ତ ସଦସ୍ୟା ପ୍ରଭୃତି ଯୋଗ ଦାନ କରିଥିଲେ । ଜିଲ୍ଲା ସଂଯୋଯକ ମୋ ସ୍କୁଲ ଅଭିଯାନ ସନ୍ଦୀପ କୁମାର ଖଟୁଆ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ, ଅଶୋକ କୁମାର ମହାନ୍ତି, ପୂର୍ଣଚନ୍ଦ୍ର ପାତ୍ର, ମନୋଜ କୁମାର ମହାନ୍ତି, ସମାଜ ଜଳେଶ୍ଵର ପ୍ରତିନିଧି ଅବନୀ କୁମାର ଚନ୍ଦ, ଜଳେଶ୍ୱର ସକାଳ ପ୍ରତିନିଧି ମନୋଜ ଭୂୟାଁ, ଜଳେଶ୍ୱର ଧରିତ୍ରୀ ରବିନାରାୟଣ ପାତ୍ର, ରାଇବଣିଆର ସମ୍ପାଦକ ବଂଶୀଧର ବାରିକ, ରାମକୃଷ୍ଣ ଦତ୍ତ, ମୂରଲୀ ମୋହନ ପ୍ରଧାନ, ହରମୋହନ ମହାନ୍ତ, ହରେନ୍ଦ୍ର ମହାନ୍ତ, ପ୍ରକାଶ ଦିନ୍ଦା, ମାନସ ମାଇତି, ଅଧ୍ୟାପକ ଅନନ୍ତ ଦାସ, ସୁଜୟ କୁମାର ବ୍ରହ୍ମ, ଅନିନ୍ଦିତା ଦାସ, ମଧୁଚ୍ଛନ୍ଦା ମହାନ୍ତି, ଅଭିଶ୍ବେତା ଦାସ, ଇଂ ରାମକ୍ରୀଷ୍ଣ ଦାସ, ଅଂଶୁମାନ ମହାନ୍ତି ପ୍ରଭୃତି ପରିଚାଳନା କରିଥିଲେ । ସରୋଜ ପାଣିଗ୍ରାହୀ ମଞ୍ଚ ଆହ୍ବାନ କରିଥିଲେ । ଅଞ୍ଜନ କୁମାର ମହାନ୍ତି, ପ୍ରଣବ ଗିରି, ଇଂ ଅମୀୟ କୁମାର ମହାନ୍ତି, ଇପ୍ସିତା ମହାନ୍ତି ସୁଦୂର ଆମେରିକାରୁ ଆଭାସୀ ମାଧ୍ୟମରେ ଈଶାନକ୍ରୀଷ୍ଣଙ୍କୁ ଆଶୀର୍ବାଦ କରିଥିଲେ, ଅଭିନନ୍ଦନ ଈଶାନକ୍ରୀଷ୍ଣ କବିତା ଗୁଚ୍ଛରେ ସ୍ଥାନିତ ହୋଇଥିବା ସ୍ୱ ରଚିତ କବିତା ଗୁଡ଼ିକ କବୟିତ୍ରୀ ମାନେ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପିକା ଇନ୍ଦୁମତୀ ଗିରି, ଡ. ଶ୍ରୀକୁମାର ଘୋଷ । ଶେଷରେ ସମସ୍ତେ ଏକ ବିଶାଳ ଭୋଜନରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଇଂ ରାମକୃଷ୍ଣ ଦାସ ସମସ୍ତକୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା