ଆମ୍ବଳିଅଠା ସେବା ସମବାୟ ସମିତିରେ ଧାନ ମଣ୍ଡି ଉଦ୍ଦଘାଟିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନଛିମପୁର ଗ୍ରାମ ପଞ୍ଚାୟତ ଅଧୀନ ଆମ୍ବଳିଆଠା ସେବା ସମବାୟ ସମିତିରେ ଗତକାଲି ଧାନମଣ୍ଡି ଖୋଲିବା ପାଇଁ ଉଦ୍ଦଘାଟିତ ହୋଇଯାଇଛି । ଏହି ଉଦ୍ଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଛିମପୁର ପଞ୍ଚାୟତ ସମିତି ସଭ୍ୟ ତଥା ଜଳେଶ୍ଵର ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ ଓ ନଛିମପୁର ପଞ୍ଚାୟତ ସରପଞ୍ଚ ରାଜେଶ କୁମାର ଜେନା ଉପସ୍ଥିତ ହୋଇ ଆନୁଷ୍ଠାନିକ ଭାବେ ଉଦ୍ଦଘାଟନ କରିଥିଲେ । ଅନ୍ୟ ଅତିଥି ଭାବେ ସମବାୟ ସମିତିର ସଭାପତି ସ୍ୱରୂପ ନନ୍ଦୀ, ଉପ ସଭାପତି କନକଲତା ସେନାପତି, ସଭ୍ୟ ଅମର କୁମାର ପାତ୍ର, ଅସିତ୍ କୁମାର ନନ୍ଦୀ, ରାମେଶ୍ବର ରାଜ, ସୂର୍ଯ୍ୟ କୁମାର ଜେନା, ରଘୁନାଥ ଜେନା, ସନ୍ତୋଷ କୁମାର କର, ପ୍ରତାପ କୁମାର ଜେନା, ଗୀତାଞ୍ଜଳି ଦେ, ଜ୍ୟୋତିର୍ମୟ ଜେନା, ଜଗଦୀଶ ମହାନ୍ତି, ସୁଶିଲ ସେନାପତି, ଗୋପାଳ ଚନ୍ଦ୍ର ଜେନା ଓ ରାଧାଶ୍ୟାମ ଗିରି ଏବଂ ଚାଷୀ କମିଟିରୁ ହରି ନାରାୟଣ ସେନାପତି, ଦେବେନ୍ଦ୍ର ଜେନା, ଅଞ୍ଜନ କୁମାର ଗିରି, ନବିନ କୁମାର ସିଂ ଓ ଯୋଗେନ୍ଦ୍ର ନାଥ ପାତ୍ର ପ୍ରମୁଖ ଉକ୍ତ ଉତ୍ସବରେ ଉପସ୍ଥିତ ଥିଲେ । ବାବା ଅଗ୍ରିଟେକ୍ ପ୍ରାଇଭେଟ୍ ଲିମିଟେଡର ମିଲର ଓ ସମବାୟ ସମିତିର ସମ୍ପାଦକ ଦେବାଶିଷ ପାତ୍ର, ସହ ସମ୍ପାଦକ ବାସୁଦେବ କର ଓ କର୍ମଚାରୀ ସନ୍ୟାସୀ ଚରଣ ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସମ୍ପାଦନ କରିଥିଲେ । ୫୦ରୁ ଉର୍ଦ୍ଧ୍ବ ଚାଷୀମାନେ ମଧ୍ୟ ଉତ୍ସବରେ ଉପସ୍ଥିତ ହୋଇ ଏହି କାର୍ଯ୍ୟକୁ ସ୍ଵାଗତ ଜଣାଇଥିଲେ ।