ଆକାଶଛୁଆଁ ଦରଦାମ ଓ ବେକାରୀବୃଦ୍ଧି ବିରୋଧରେ ଜଳେଶ୍ୱର କଂଗ୍ରେସର ହୋଲ୍ଲାବୋଲ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଖାଇବାତେଲର ଦରବୃଦ୍ଧ ଲୋକଙ୍କୁ ଅତିଷ୍ଠ କଲାଣି । ଏପରିକି ଚୁଡାମୁଢି, ଗୁଡ, ଗହମ, ଚାଉଳ ଓ କ୍ଷୀର ଉପରେ ଜିଏସ୍‌ଟି ଦ୍ୱାରା ଶୋଷଣ କରାଯାଉଛି । ଦିଲ୍ଲିରେ ଏହା ବିରୋଧରେ ବିରାଟ ସମାବେଶ ହୋଇଥିବା ବେଳେ ଜଳେଶ୍ୱରରେ ଏପରି ହୋଲାବଲ ଅନୁଷ୍ଠିତ ହୋଇ ଯାଇଛି । ଜଳେଶ୍ୱର ବସ୍‌ଷ୍ଟାଣ୍ଡ ଠାରେ ଅନୁଷ୍ଠିତ ସଭାରେ ଗିରିଜା ଶଂକର ଦାସ ସଭାପତିତ୍ୱ କରିଥିଲେ । କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ ବଡବଜାରରୁ ଯାଇଥିବା ଶୋଭାଯାତ୍ରା ବସ୍‌ଷ୍ଟାଣ୍ଡ ଠାରେ ପହଞ୍ଚିଥିଲା । ବିଜେପି ଓ ବିଜେଡି ସରକାରଙ୍କ ଜନବିରୋଧି ନିତୀ ବିରୋଧରେ ସମସ୍ତେ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟସୁନ୍ଦର ଦାସ, ରିଆଜ ଖାଁ, ସୁଦାମ ପାତ୍ର, ହେମନ୍ତ ଗିରି, ପଦ୍ମଲୋଚନ ବେହେରା, ରାଧାରାଣୀ ପାତ୍ର, ଜଗନ୍ନାଥ ମହାପାତ୍ର, ସବ୍ୟାସାଚୀ ଦାସ, ଗୋପାଳକୃଷ୍ଣ ଜେନା, ବିରେନ୍ ଦେ, ଜଗଦିଶ ନନ୍ଦି, ସଂଜୟ ଦାସ, ମନୋଜ ଭୂୟାଁ ପ୍ରମୁଖ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା