ଆଇଆରଇ ଜଗନ୍ନାଥମନ୍ଦିରରେ ଶ୍ରୀଜୀଉଙ୍କ ଦେବସ୍ନାନ

ଛତ୍ରପୁର(ସମୃଦ୍ଧ ଓଡିଶା)ଛତ୍ରପୁର ନିକଟସ୍ତ ଆଇଆରଇ ଜଗନ୍ନାଥମନ୍ଦିରରେ ଆଜି ପୂର୍ବାହ୍ଣ ରୁ ଶ୍ରୀଜୀଉଙ୍କୁ ସ୍ନାନମଣ୍ଡପକୁ ଗୋଟି ପହଣ୍ଡିରେ ଆଣି ବିଜେ କରିଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନମଣ୍ଡପକୁ ଆଣି ୧୦୮କଳସରେ ସେବାୟତମାନେ ଦିଅଁଙ୍କ ମହାସ୍ନାନ କରାଇଛନ୍ତି । ସ୍ନାନପରେ ଶ୍ରୀ ଜୀଉଙ୍କୁ ଶ୍ରୀ ଅଙ୍ଗରେ ଶ୍ରୀକର୍ପୂରମିଶ୍ରିତ ଚନ୍ଦନ, କୁକୁମ, ଅଗୁର ଲାଗି ହୋଇଛି । ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଭୋଗରାଗ ହୋଇସାରି ଦେବତାମାନଙ୍କୁ ବିଶ୍ରାମ ଦିଆଯାଇଛି । ଆଖପାଖ ଅଞ୍ଚଳର ବହୁଭକ୍ତଜନ ଶ୍ରୀଜୀଉଙ୍କ ଏହି ପାରମ୍ପରୀକ ଲୀଳା ଦର୍ଶନ କରିବାକୁ ଆସି ନିଜକୁ ଧନ୍ୟ ମଣିଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା