ଅସହାୟ ଲୋକ କଳାକାର ମାନଙ୍କୁ ସହାୟତା ପ୍ରଦାନ…

ପଦ୍ମପୁର (ସମୃଦ୍ଧ ଓଡିଶା) ତାଲାବନ୍ଦ ଯୋଗୁଁ ଲୋକ କଳାକାର ମାନେ ଅନେକ ଅସୁବିଧା ଭିତରେ କାଳାତିପାତ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମ ଓଡିଶା କଳାକାର ସଂଘ ତରଫରୁ ଅସହାୟ ଲୋକ କଳାକାର ମାନଙ୍କୁ ପର୍ଯ୍ୟାୟ କ୍ରମେ ସହାୟତାର ହାତ ବଢାଯାଇଛି । ଏଇ ପରି ପ୍ରେକ୍ଷରେ ପଦ୍ମପୁର ରିକ୍ରିଏସନ୍ ସେଣ୍ଟର ଠାରେ ସଂଘର ସଭାପତି ପ୍ରଦୀପ କୁମାର ଦେବତାଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆସି ବୋଡାସମ୍ବର ଅଞ୍ଚଳର ଲୋକ କଳାକାର ମଲ୍ଲି ଫୁଲ ଲୁହାର, ଗୁରୁବାରୁ ସୁନା, ସୁରୁ ବିଭାର, ଭିକାରୀ କୁମ୍ଭାର, ବ୍ରହ୍ମା ବାଗ, ପ୍ରମୋଦ ନାୟକ, ପୁଷ୍ପା ତାଣ୍ଡି, କୁର୍ମୁ ସିନ୍ଦୁର, ପଦ୍ମିନୀ ଷାଣ୍ତ, ଗୋପାଳ ସୁନା, ନାରାୟଣ ଏଣଜା ପ୍ରଭୃତିଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ  ଜିନିଷର ପୁଡିଆ ଗୁଡିକ ବଣ୍ଟନ କରିଥିଲେ । ଆବଶ୍ୟକତା ଅନୁସାରେ ଆଗକୁ ଆହୁରି କଳାକାର ମାନଙ୍କୁ ପୁଡିଆ ପ୍ରଦାନ କରାଯିବ ବୋଲି ଦେବତା ପ୍ରକାଶ କରିଛନ୍ତି । ଏହି ପ୍ରତିନିଧି ଦଳରେ ଶଙ୍କର ପଟ୍ଟନାୟକ, ଅଶ୍ବିନୀ କୁମାର ପଣ୍ଡା, ଜନକ ସେଠ, ଚିନ୍ମୟ ଭୋଇ, ବିକାଶ ମଲ୍ଲିକ, ରମେଶ ଗୁର୍ଲା, ଗୋପବନ୍ଧୁ ଶିକା, ବିଶ୍ରାମ ମେହେର, ଅଶ୍ବିନୀ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ – ନିରୋଜ କୁମାର ପାଣୀ