ଅବକାରୀ ବିଭାଗର ମିଳିତ ଚଢ଼ାଉ : ୩୧୫ କିଲୋ ଗଞ୍ଜେଇ ସହ ୨ ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଓ ଖଲ୍ଲିକୋଟ ଅବକାରୀ ପୋଲିସର ମିଳିତ ଚଢ଼ାଉ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ କମିଶନର ଆଶିଷ କୁମାର ସିଂଙ୍କ ନିର୍ଦ୍ଦେଶ କ୍ରମେ ଆଜି ଅର୍ଥାତ ଚଳିତ ମାସ ୯ତାରିଖ ଦିନ ଭୋର ସକାଳ ୫ଟା ସମୟରେ ବ୍ରହ୍ମପୁର ଅବକାରୀ ବିଭାଗ ଓ ଖଲ୍ଲିକୋଟ ଅବକାରୀ ପୋଲିସ ଦ୍ୱାରା କୋଦଳା ଥାନା ଅନ୍ତର୍ଗତ ଧନୁର୍ଜୟପୁର ଗ୍ରାମରେ ଚଢ଼ାଉ କରାଯାଇଛି । ବ୍ରହ୍ମପୁର ଅବକାରୀ ବିଭାଗ ଡେପୁଟି କମିଶନର ରାଜେନ୍ଦ୍ର କୁମାର ବତ୍ରାଙ୍କ ସୁଚନା ପ୍ରକାରେ କୌଣସି ବିଶେଷ ସୁତ୍ରରୁ ଖବର ପାଇ କନ୍ଧମାଳ ଜିଲ୍ଲାରୁ ଗଂଜାମ ଜିଲ୍ଲା ସହ ଓଡ଼ିଶାର ବିଭିନ୍ନ ଅଞ୍ଚଳକୁ ଗଞ୍ଜେଇ ଚାଲାଣ କରାଯାଉଥିବା ବେଳେ ଅତର୍କିତ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ୩୧୫ କିଲୋ ଗଞ୍ଜେଇ ଜବତ କରଯାଇଥିବା ଜଣାପଡିଛି, ଯାହାର ଆନୁମାନିକ ମୂଲ୍ୟ ୧୫ଲକ୍ଷ ୭୫ହଜାର ହେବ ବୋଲି ଡେପୁଟି କମିଶନର ଶ୍ରୀ ବତ୍ରା ସୂଚନା ପ୍ରଦାନ କରିଛନ୍ତି । ଏହି ମାମଲାରେ ସମ୍ପୃକ୍ତ ଥିବା ୨ଜଣ ଅଭିଯୁକ୍ତ ରବିନ୍ଦ୍ର ନାହକ ଏବଂ ପ୍ରଶାନ୍ତ ପ୍ରଧାନଙ୍କୁ ଗିରଫ କରାଯାଇଛି । ସେଥି ମଧ୍ୟରେ ଅଭିଯୁକ୍ତ ରବିନ୍ଦ୍ର ପ୍ରଧାନଙ୍କ ନାମରେ ପୂର୍ବରୁ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା