ଅନ୍ୟଦଳ ଛାଡି ବିଜେଡିରେ ମିଶିଲେ ୩୧ ପରିବାର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପୌରପାଳିକା ଓ ପଂଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ଦଳବଦଳ କାର୍ଯ୍ୟ ସେତିକି ଘନେଇବାରେ ଲାଗିଛି । ଗତ ଶନିବାରେ ସଂଧ୍ୟାରେ ବାଲେଶ୍ୱର ଜିଲାର ଜଳେଶ୍ୱର ପୌରପାଳିକାର ୧୭ନଂ ୱାର୍ଡରେ ୩୧ଟି ପରିବାରର ୧୦୦ଜଣ ବ୍ୟକ୍ତି ଅନ୍ୟ ଦଳରୁ ଆସି ବିଜେଡିରେ ମିଶିଛନ୍ତି । ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଉପସ୍ଥିତିରେ ଏହି ବ୍ୟକ୍ତିମାନେ ସ୍ୱତପ୍ରବୃତ୍ତଭାବେ ବିଜେଡିରେ ମିଶିଥିଲେ । ବିଜେଡି ରାଜ୍ୟ ପରିଷଦ ସଦସ୍ୟ ପ୍ରତୀପ କୁମାର ପ୍ରଧାନ. ପୌର ସଭାପତି ସୁରଜିତ ଘୋଷ, ମାନସ କୁମାର ଜେନା, ଆନନ୍ଦ କର, ହରିଶ ପ୍ରଧାନ, ଗୋବିନ୍ଦ ସାହୁ, ଅବଦୁଲ ରହିମ୍‌, ସଂଜୀବ ପାଳ, ସତ୍ୟ ଦାସମହାପାତ୍ର, ବିଶ୍ୱଭୂୂଷଣ ଦାସ. ଦୀପୁ ସାମନ୍ତ, ଗିିତାଞ୍ଜଳୀ ସାମନ୍ତ, ଦୁର୍ଗାଶଂକର ବ୍ରହ୍ମ, ଅଜୟ ପ୍ରଧାନ, ରବି ସାମଲ, ରାଜେଶ ଦେ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା