ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଗଡସାହି ଗ୍ରାମକୁ ସାନିଟାଇଜ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱରରେ କରୋନା ଦିନକୁ ଦିନ କାୟା ମେଲାଇ ଚାଲୁଥିବାରୁ ଏହାକୁ ରୋକିବା ଲାଗି ବିଭିନ୍ନ ସଂଗଠନ ପକ୍ଷରୁ ଲୋକମାନଙ୍କୁ ସଚେତନତା କରାଯିବା ସହିତ ବିଭିନ୍ନ ଜନଗହଳି ସ୍ଥାନକୁ ସାନିଟାଇଜ୍ କରାଯାଉଛି । କେ. ଏମ୍ ସାହି ପଂଚାୟତର ଗଡସାହି ଗାଁରେ ଥିବା ବିଭିନ୍ନ ସ୍ଥାନକୁ ଏପରିକି ଘରକୁଘର ବୁଲି ସାନିଟାଇଜ୍ କରାଯାଉଛି । ଅଙ୍ଗନୱାଡି କର୍ମୀ ମମତା ଦାସ ମହାପାତ୍ର ଓ ଆଶା ଦିଦି ମୀନତି ମହାନ୍ତି ନିଜେ ଏହି ସାନିଟାଇଜ୍ କାର୍ଯ୍ୟରେ ଯୋଗ ଦେବା ସହିତ ଲୋକମାନଙ୍କୁ ସଚେତନ କରାଉଥିବା ଦେଖିବାକୁ ମିଳିଛି । ସେମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।