ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହର ଦାବିରେ ସିପିଆଇଏମ୍ ପ୍ରତିବାଦ ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଆଜି ଅପରାହ୍ନରେ ଜଳେଶ୍ୱର ଷ୍ଟେସନ ଛକ ନିକଟରେ ସିପିଆଇଏମ୍ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି । ସୌନ୍ୟବାହିନୀରେ ଠିକା ନିଯୁକ୍ତିକୁ କଳା କୃଷି ଆଇନ୍ ଭଳି ବାତିଲ କରିବାକୁ ଦାବି କରିଥିବା ବେଳେ ଆନ୍ଦୋଳନକୁ ହିଂତ୍ସାତ୍ମକ ନ କରିବାକୁ ଦଳ ପକ୍ଷରୁ ନିବେଦନ କରାଯାଇଛି । ଏଣୁ ତୁରନ୍ତ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରି ପୂର୍ବଭଳି ସ୍ଥାୟୀ ନିଯୁକ୍ତି ଦେବାପାଇଁ ଜଳେଶ୍ୱର ସିପିଆଇଏମ୍‌ର ସଭାପତି ଦିଲ୍ଲିପ କୁମାର ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଥପ୍ରାନ୍ତ ସଭାରେ ବକ୍ତାମାନେ ଦାବି କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ସିତାଂଶୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଜିତାଂଶୁ ନନ୍ଦି, ପଲ୍ଟୁ ଦାସ, ସବିତା ଭୂୟାଁ, ପୂର୍ଣ୍ଣଚନ୍ଦ୍ର ସିଂ, ରବିନ୍ଦ୍ର ବାରିକ, ଜୀବନ ପରିଡା, ଗଣେଶ ପାତ୍ର, ପ୍ରକାଶ ଦେ, ବିଦ୍ୟାଧର ପାତ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି ପରିଡା