Breaking News

୨ୟ ଜାତୀୟ ଅନଲାଇନ ଟାଏକୋଣ୍ଡୋ ପୁମ୍ସି ପ୍ରତିଯୋଗିତାରେ ଗଞ୍ଜାମକୁ ୬ ପଦକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ବର୍ଷ ଜୁଲାଇ ମାସ ୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ଟାଏକୋଣ୍ଡୋ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଦ୍ଵିତୀୟ ଜାତୀୟ ଆଭାଷୀ ଓପେନ ଟାଏକୋଣ୍ଡୋ ପୁମ୍ସି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୨୦ ଜଣ ଖେଳାଳି ବିଭିନ୍ନ ବର୍ଗରେ ଅଂଶ ଗ୍ରହଣ କରି ୬ଟି ପଦକ ହାସଲ କରିଛନ୍ତି । ଏହି ଖେଳାଳୀମାନେ ସଂଘର ସମ୍ପାଦକ କେ. ମନୋଜ ପ୍ରଧାନଙ୍କର ନେତୃତ୍ବରେ ଅଂଶ ଗ୍ରହଣ କରିଥିଲେ । ମୋଟ ୬ଟି ପଦକ ମଧ୍ୟରୁ ଗୋଟିଏ ସ୍ୱର୍ଣ୍ଣ ହୋଇଥିବା ବେଳେ ୩ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ରହିଛି । ଏଥିରେ ସିନିୟର ମହିଳା ବର୍ଗରେ କେଏମପି ସ୍ପୋର୍ଟସ ଏକାଡେମୀର ଶୁଭଶ୍ରୀ ପାଢୀ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଜୁନିୟର ମହିଳା ବର୍ଗରେ ତେଜସ୍ୱିନୀ ପାଢୀ, ସଵ ଜୁନିୟର ମହିଳା ବର୍ଗରେ ରୁନ୍ସି ବେହେରା, ସୁଦୀପ୍ତ କୁମାର ସାହୁ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ବ୍ରହ୍ମପୁରର ଜାଗୁଆର ଏକାଡେମୀର କୋଚ ଅମ୍ବିକା ପ୍ରସାଦ ଦାଶଙ୍କ ନେତୃତ୍ୱରେ ସବ ଜୁନିୟର ବର୍ଗରେ ଅରମାନ ପାଢୀ, ସୌମ୍ୟ ପ୍ରତାପ ନାୟକ ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଓଡିଶାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବା ହେତୁ ଓଡ଼ିଶା ଟାଏକୋଣ୍ଡୋ ସଂଘର ସମ୍ପାଦକ ମନମୋହନ ଭଞ୍ଜ ପ୍ରତିଯୋଗୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି । ଇଣ୍ଡିଆ ଟାଏକୋଣ୍ଡୋ ସୂଚନା ଅନୁସାରେ ଏହି ପ୍ରତିଯୋଗିତା ସମ୍ପୂର୍ଣ୍ଣ ଭାବରେ ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହୋଇଥିଲା । ଏହି ସଫଳ ପ୍ରତିଯୋଗୀମାନଙ୍କୁ ଜିଲ୍ଲାର ସଭାପତି ଶ୍ରୀକାନ୍ତ ମହାନ୍ତିଙ୍କ ସହ ଅନିତା ମିଶ୍ର, ସି.ଏଚ. ପ୍ରସାଦ ନାୟକ, ଜନୋଜ ମହାରଣା, ବସୁ ନାୟକ, ଏସ ଯୁଧିଷ୍ଠିର ରେଡୀ, ଅରୁଣ ରାଉଳ, ଚନ୍ଦନ ପାଢି, ଆଲୋକ ବିଷୋୟୀ ଶୁଭେଚ୍ଛା ଦେବା ସହ ଜିଲ୍ଲାରୁ ବିଭିନ୍ନ ସ୍ତରରୁ ଶୁଭେଛା ମିଳୁଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା 

Leave a Reply

Your email address will not be published. Required fields are marked *

Please Visit to http://www.specialopinion.in

Got it!
X
%d bloggers like this: