ରାଜ୍ୟ କ୍ୟାବିନେଟରେ ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗଞ୍ଜାମ, ଖଲିକୋଟ ଓ ରଙ୍ଗେଈଲୁଣ୍ଡା ବ୍ଲକର ୮୬ଟି ପଞ୍ଚାୟତର ୩୦୪ଗ୍ରାମର ବସବାସ କରୁଥିବା ପ୍ରାୟ ୭ଲକ୍ଷଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ହୋଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୩୨୫ କୋଟି ୭୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ହୋଇଥିବା ଜଣାଯାଇଛି । ଏହି ସମସ୍ତ ପ୍ରକଳ୍ପ ୨୪ ମାସ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ୭ଲକ୍ଷ ଲୋକଙ୍କୁ ବିଶୁଦ୍ଧ ନିରାପଦ ପାନୀୟ ଜଳ ଯୋଗାଇ ଦେଇଥିବାରୁ ଏହି ବ୍ଲକର ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ଉପଲକ୍ଷେ ସ୍ଥାନୀୟ ଶିବ କୁମାର ରିଡିଙ୍ଗ ରୁମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ଡଃ. ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବିଧାୟିକା ସୂର୍ଯ୍ୟ ମଣି ବୈଦ୍ୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୋନମ ପଲେଇ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ ଧନଞ୍ଜୟ ରେଡି, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳେଇ, ଛାତ୍ର ନେତା ପ୍ରଶାନ୍ତ ପଣ୍ଡା ଯୁବନେତା ଭବାନୀ ସାହୁ, ଖଲିକୋଟ ବ୍ଲକ ଅଧକ୍ଷା ମିନାକ୍ଷୀ ସାହୁ, ରଙ୍ଗେଈଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରଣୀ, ଉପାଧ୍ୟାକ୍ଷ ଅଜିତ କୁମାର ଦାସ, ଉପାଧ୍ୟାକ୍ଷା ଅମିତା ସାହୁ, ସମେତ ସରପଞ୍ଚ ଓ ସମିତିସଭ୍ୟ ଓ ଜଣ ସାଧାରଣ ଉପସ୍ଥିତ ରହିଥିଲେ । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା