ବିଧାୟକଙ୍କ ନେତୃତ୍ଵରେ ଛତ୍ରପୁର ବ୍ଲକର ସମସ୍ତ ଜିଲ୍ଲା ପରିଷଦ ପାର୍ଥିଙ୍କ ନାମାଙ୍କନ ପତ୍ର ଦାଖଲ…

ଛତ୍ରପୁର (ସମୃଦ୍ଧ ଓଡିଶା)ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଦୁଇଗୋଟି ବ୍ଲକର ପାଞ୍ଚଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ ହୋଇଛି l ଛତ୍ରପୁର ନିର୍ବାଚନ ମଣ୍ଡଳୀର ଆଜି ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ଵରେ ଛତ୍ରପୁର ବ୍ଲକର ସମସ୍ତ ଜିଲ୍ଲା ପରିଷଦ ପାର୍ଥି ନାମଙ୍କନ ପତ୍ର ଦାଖଲ କରିଛନ୍ତି l ସେମାନେ ହେଲେ ଜୋନ ୧୪ର ଶ୍ରୀମତି ସସ୍ମିତା ସ୍ୱାଇଁ, ଜୋନ ୧୫ର ସନାତନ ବେହେରା, ଜୋନ ୧୯ର ଶ୍ରୀମତୀ ରଶ୍ମିତା ନାହାକ, ଜୋନ ୨୦ର ଏମ. ଧନଞ୍ଜୟ ରେଡି, ଜୋନ ୨୧ର ଶ୍ରୀମତୀ ଛବିତା ବେହେରା l ଏହି ପରିପ୍ରେକ୍ଷୀରେ ଆଇନଜୀବୀ ବିଜୟ କୁମାର ପଟ୍ଟନାୟକ, ସୁରେଶ କୁମାର ପଣ୍ଡା, ଏଲ. ଗୋପାଳ ରାଓ, ଭୈରବୀ ପଟ୍ଟନାୟକ, ଡୋମିନାଥ ସାହୁ, କାଳୀ ପ୍ରସାଦ ଦାସଙ୍କ ସମେତ ଛତ୍ରପୁର ବୁଦ୍ଧିଜୀବି ଓ ବିଜେଡି କର୍ମୀ ଉପସ୍ଥିତ ଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା