ନୂଆବଜାର-ଅଲାଲପୁର ପ୍ରସସ୍ତିକରଣ ରାସ୍ତାର ଉଦ୍‌ଘାଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ପୌରପାଳିକା ଅଧିନରେ ନୂଆବଜାରଠାରୁ ଅଲାଲପୁର ଯାଏ କଂକ୍ରିଟ ରାସ୍ତାର ପ୍ରସସ୍ତିକରଣ କାର୍ଯ୍ୟ ଆଜି ଉଦ୍‌ଘାଟିତ ହୋଇଛି । ନବବର୍ଷର ସୁଭେଚ୍ଛା ଓ ଏହି ଉଦ୍‌ଘାଟନୀ ସଭାରେ ନଗର ସଭାପତି ସୁରଜିତ ଘୋଷ ସଭାପତିତ୍ୱ କରିଥିଲେ । ମୋଟ ୩ କୋଟି ୫୮ଲକ୍ଷ ଟଙ୍କାର ଏହି ପ୍ରକଳ୍ପକୁ ବିଧାୟକ ଅଶ୍ୱିନୀ ପାତ୍ର ଲୋକାର୍ପିତ କରି ପୌରପାଳିକାର ଜୀବନରେଖା କୁହାଯାଉଥିବା ଏହି ରାସ୍ତା ଏ ଅଂଚଳବାସୀଙ୍କ ମୌଳିକ ସମସ୍ୟା ଦୂର କରିବାରେ ସହାୟକ ହେବ ବୋଲି କହିଥିଲେ । ବିଜେଡିର ରାଜ୍ୟପରିଷଦ ସଦସ୍ୟ ପ୍ରତୀପ ପ୍ରଧାନ ଏହି ରାସ୍ତାଲାଗି ଦୀର୍ଘଦିନରୁ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇ ଆସୁଥିବା ଏବଂ ଏହି ରାସ୍ତାକଡରେ ସ୍କୁଲ, ତହସିଲ, ଆର୍‌ଆଇ ଅଫିସ୍‌, ପୌରପାଳିକା, ବିଭିନ୍ନ ମନ୍ଦିର ଥିବାରୁ ଲୋକଙ୍କ ଉପକାର ହେବ ବୋଲି କହିଥିଲେ । ରାସ୍ତାକଡରେ ୧୧ ମିଟର ଲମ୍ବର ପାଣି ନାଳ ନିର୍ମାଣ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ପୁର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ ପଣ୍ଡା, କନିଷ୍ଠ ଯନ୍ତ୍ରୀ ନିହାରକାନ୍ତି ବେହେରା, ବିଜୟ କାମିଳା, ସେକ୍ ହାସିରୁଦ୍ଦିନ ବକ୍ତ, ମିର ଆବାସ ଅଲି, ଆନନ୍ଦ କର, ସୁରଜ ଚୌରାସିଆ, ସଂଜିବ ପାଳ, ଅବଦୁଲ ରହିମ୍‌, ବିଶ୍ୱଭୂଷଣ ଦାସ, ସତ୍ୟରଂଜନ ଦାସ ମହାପାତ୍ର, ସତ୍ୟବତୀ ଗିରି, ହରିଶ ପ୍ରଧାନ, ଲକ୍ଷ୍ମିନାରାଣ ଜେନା, ଉତ୍ତମ ଦାସ, ପ୍ରଶାନ୍ତ ଘୋଷ, ଅମୂଲ୍ୟ ଦତ୍ତ, ଦୁର୍ଗାଶଂକର ବ୍ରହ୍ମ, ଗୋବିନ୍ଦ ସାହୁ, ଦିପୁ ସାମନ୍ତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା