ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ “ସେବା ଓ ମହାନ ସେବକ ଉତ୍କଳ ମଣି ଗୋପବନ୍ଧୁ” ଶୀର୍ଷକ ଚର୍ଚ୍ଚାରେ ସାଂସଦ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଭର୍ଚୁଆଲ ମୋଡ ମାଧ୍ୟମରେ ଉତ୍କଳ ମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନ ବସରରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସଭାପତିତ୍ୱରେ “ସେବା ଓ ମହାନ ସେବକ ଉତ୍କଳ ମଣି ଗୋପବନ୍ଧୁ” ଶୀର୍ଷକ ଚର୍ଚ୍ଚାରେ ଭାରତର ସର୍ବଶ୍ରେଷ୍ଠ ସାଂସଦ ଅପରାଜିତା ଷଡଙ୍ଗୀ, ମୁଖ୍ୟବକ୍ତା ଭାବରେ ନିକୁଞ୍ଜ ପଟ୍ଟନାୟକ, ପ୍ରାକ୍ତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପ୍ରଶାନ୍ତ ଦୈନିକ ସମ୍ବାଦପତ୍ରର ସମ୍ପାଦକ ପ୍ରଦୀପ ଦାଶ, ଫୋରମର ଜିଲ୍ଲା ସଭାପତି ଅବସରପ୍ରାପ୍ତ ଇଂରାଜୀ ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ମିଶ୍ର, ଫୋରମର କାର୍ଯ୍ୟକାରି ସଭାପତି ତଥା ପୂର୍ବତନ ନଗରପାଳ ସୁରେନ୍ଦ୍ର କୁମାର ମିଶ୍ର, ବରିଷ୍ଠ ଆଇନଜୀବୀ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ଫୋରମର ଉପସଭାପତି ବିଶିଷ୍ଟ ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ, ଫୋରମର ସମ୍ପାଦକ ଭରତ କୁମାର ଦାଶ, ପ୍ରଭାତୀ ମହାପାତ୍ର, ସୁଚିତ୍ରା ସାହୁ, ମନୋରଞ୍ଜନ ପାଲ, ବିରଞ୍ଚି ନାରାୟଣ ପାଣି, ରାଜ କିଶୋର ବେହେରା, ବିଶ୍ୱନାଥ ବେହେରା, ସ୍ଵ ସ୍ଵ ବକ୍ତବ୍ୟରେ ଉତ୍କଳମଣିଙ୍କ ଜୀବନର ସାମଗ୍ରିକ ସଫଳତା ହିଁ ତାଙ୍କୁ ବିଶ୍ୱ ଦରବାରରେ ଜଣେ ଅନନ୍ୟ, ଅଦ୍ଵିତୀୟ ସଫଳ ପ୍ରତିଭା ଭାବରେ ପ୍ରତିଷ୍ଠିତ କରିପାରିଛି ବୋଲି ଦୃଢ ମତ ପୋଷଣ କରିଥିଲେ । ପ୍ରାରମ୍ଭରେ ଉତ୍କଳମଣି ଗୋପବନ୍ଧୁଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଫୋରମର ସମ୍ପାଦକ ଭରତ କୁମାର ଦାସ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ସ୍ଵୀୟ ଅଭିଭାଷଣରେ ଉତ୍କଳ ମଣିଙ୍କ ଜୀବନାଦର୍ଶ ଆଜିର ଜନ ସମାଜର ପାଥେୟ ହେଉ ବୋଲି ଦୃଢ଼ ଅଶାପ୍ରକାଶ କରିଥିଲେ । ଫୋରମର ଯୁଗ୍ମ ସମ୍ପାଦକ ଗୁପ୍ତେଶ୍ୱର ମିଶ୍ର ଫୋରମର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ସମସ୍ତ ବକ୍ତା ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମ, ବାଲ୍ୟକାଳ, ଯୌବନ ସମୟର ବୈପ୍ଳବିକ କାର୍ଯ୍ୟ, ରାଜନୈତିକ ଜୀବନର ଅଭୁଲା ସଫଳତା, ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମରେ ଯୋଗଦାନ, ସ୍ୱାଧୀନତା ସଂଗ୍ରାମରେ କରାବରଣ, ସମାଜ ଖବର କାଗଜର ପ୍ରତିଷ୍ଠାତା ହେବାର ଗୌରବ, ଅନେକ ଲୋକହିତକର କାର୍ଯ୍ୟସୂଚୀର ସଠିକ ଓ ସଫଳ ରୂପାୟନ, ସାହିତ୍ୟିକ ଜୀବନର ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ଡା.ଦେବୀ ପ୍ରସାଦ ମିଶ୍ର ସଚେତନ ନାଗରିକ ଫୋରମର ଶିକ୍ଷା ବିଭାଗ, ସଭାପତି ଉତ୍କଳମଣିଙ୍କର ଅନେକ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିବା ସଙ୍ଗେ ସଙ୍ଗେ ଉତ୍କଳମଣିଙ୍କ ସ୍ମୃତିରେ ଗୋଟିଏ ସନେଟ ଆବୃତ୍ତି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଅମ୍ବିକା ମିଶ୍ର, ଦୟାନିଧି ବେହେରା, ପ୍ରଶାନ୍ତ ମିଶ୍ର, ପ୍ରଭାତ ମହାପାତ୍ର ମନୋରଞ୍ଜନ ପାଳ, ଜିତେନ୍ଦ୍ର ବେହେରା, ମିଟୁନା ବେହେରା ପ୍ରମୁଖ ବିଭିନ୍ନ ବ୍ଲକରୁ ପର୍ଯ୍ୟାୟକ୍ରମେ ପ୍ରାୟ ଶତାଧିକ କାର୍ଯ୍ୟକର୍ତ୍ତା ସକ୍ରିୟ ଭାବରେ ଭାଗ ନେଇ ସ୍ଵ ସ୍ଵ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପ୍ରଶାନ୍ତ ଦୈନିକ ଖବରକାଗଜର ସମ୍ପାଦକ ଢେଙ୍କାନାଳର ଆଇ.ଆଇ.ଏମ.ସିକୁ ବୀର ବୈଷ୍ଣବ ପଟ୍ଟନାୟକଙ୍କ ନାମରେ ନାମିତ କରିବାକୁ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ । ସମସ୍ତେ ଉତ୍କଳମଣି ଗୋପବନ୍ଧୁଙ୍କ ସ୍ମୃତିଚାରଣ କରି ତାଂକପ୍ରତି ନିଜ ନିଜର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମସ୍ତେ ଏକ ସ୍ୱରରେ ଆଇ.ଆଇ. ଏମ.ସି,ଢେଙ୍କାନାଳକୁ ବୀର ବୈଷ୍ଣବ ପଟ୍ଟନାୟକଙ୍କ ନାମରେ, ପୂର୍ବ ସଭାରେ ସ୍ଥିରୀକୃତ ହୋଇଥିବା ଢେଙ୍କାନାଳ ମହିଳା ମହାବିଦ୍ୟାଳୟକୁ ଓ ଢେଙ୍କାନାଳ ମୁଖ୍ୟ ଷ୍ଟାଡିୟମକୁ ନନ୍ଦିନୀ ଦେବୀଙ୍କ ନାମରେ ନାମିତ କରାଯିବାକୁ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହେଲା ବୋଲି ଘୋଷଣା କରିବା ସଙ୍ଗେ ସଙ୍ଗେ ଏଥିପାଇଁ ଆଗାମୀ ଦିନରେ ବିହିତ ପଦକ୍ଷେପ ଗ୍ରହଣ କରି ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବୀ ଉପସ୍ଥାପନର ସାମୂହିକ ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ପରିଶେଷରେ ଫୋରମର ଉନପସଭାପତି ଆଇନଜୀବୀ ଦୀପକ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିବା ପରେ ସଭାପତି ସଭାର ପରିସମାପ୍ତି ଘୋଷଣା କରିଥିଲେ ବୋଲି ଢେଙ୍କାନାଳ ସଚେତନ ନାଗରିକ ଫୋରମ ସମ୍ପାଦକ ଭରତ କୁମାର ଦାସ ଜଣାଇଛନ୍ତି ।