ଜଳେଶ୍ୱରର ବିଭିନ୍ନ ସମସ୍ୟା ନେଇ ଆଇଆଇସିଙ୍କ ସହ ଆଲୋଚନା : ପେଟୋଲିଂ ପ୍ରତି ଗୁରୁତ୍ୱ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିନକୁ ଦିନ ଉପାନ୍ତ ଜଳେଶ୍ୱରର ଆଇନ୍ ପରିସ୍ଥିତିର ଅଧୋଗତି ହେଉଥିବାରୁ ଜଳେଶ୍ୱର ଅଞ୍ଚଳର କେତେକ ବୁଦ୍ଧିଜିବୀ ଗତ ମଙ୍ଗଳବାର ସନ୍ଧ୍ୟାରେ ଜଳେଶ୍ୱର ପୋଲିସ୍ ଆଇଆଇସିଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି । ଅପରାଧିକରଣ ରୋକିବାଲାଗି ପେଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେବାକୁ ଆଲୋଚନାରେ ଆଇଆଇସିଙ୍କୁ ଅନୁରୋଧ କରାଯାଇଥିଲା । ପଶ୍ଚିମବଙ୍ଗର ଅପରାଧିମାନେ ୬୦ନଂ ଜାତୀୟ ରାଜପଥ ଓ ଓଟିରୋର୍ଡରେ ବ୍ୟାପକ ଅପରାଧ କରୁଥିବା ଏବଂ ଧଳା ଜହର ବ୍ୟବସାୟୀମାନେ ଅଧିକ ସକ୍ରିୟ ହେଉଥିବାରୁ ତାର ନିରାକରଣ, ଛିନ୍‌ତାଇ, ଲୁଟ୍‌, ବ୍ୟାଙ୍କ ଲୁଟ ଇତ୍ୟାଦି ଲାଗି ପୋଲିସ୍ ଅଧିକ ଚଳଚଞ୍ଚଳ ହେବା ସହିତ ଏକ ପିସିଆର୍ ଭେନ୍ ପ୍ରଳଚନ ପାଇଁ ଦାବି କରିଥିଲେ । ପ୍ରକାଶଯୋଗ୍ୟ ଅତୀତରେ ଜଳେଶ୍ୱରରେ ବହୁ ବ୍ୟକ୍ତି ପିସିଆର୍ ଭେନ୍ ପ୍ରଚଳନ ଲାଗି ଜିଲା ପ୍ରଶାସନ ଓ ରାଜ୍ୟ ପ୍ରଶାସନକୁ ଲିଖିତଭାବେ ଜଣାଇଥିଲେ । ଜଳେଶ୍ୱର ବଡବଜାର ପୋଲ ଉପରେ ବ୍ୟବସାୟୀଙ୍କର ୪ଚକିଆ ଯାନ ଗୁଡିକ ପାର୍କି ନ କରିବା, ନାବାଳକମାନେ ଦୃତଗତିରେ ଗାଡି ଚାଳନା କରୁଥିବାରୁ ଏଥିପ୍ରତି ପୋଲିସ୍‌ର ଧରପଗଡ ଆରମ୍ଭ ହେବା, ଟେମ୍ପୋ ଡ୍ରାଇଭର ସିଟ୍ ନିକଟରେ ମହିଳାଙ୍କୁ ନ ବସାଇବା, ବ୍ୟାପକ ମଦ କାରବାର ରୋକିବା ସଂପର୍କରେ ଆଲୋଚନା ହୋଇଥିଲା । ଆଜି ଜଳେଶ୍ୱର ବଡବଜାର ପୋଲ ଉପରେ ପୋଲିସ୍ ଉପସ୍ଥିତ ରହି ବେଆଇନ୍ ପର୍କିଙ୍ଗକୁ ବନ୍ଦ କରିଥିଲେ । ଶେଷରେ ଆଇଆଇସି ଏସଂପର୍କରେ ଧ୍ୟାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଆଲୋଚନାରେ ବଣିକ ସଂଘ ସଭାପତି ସୁଧିର କୁମାର ମହାନ୍ତି, ବରିଷ୍ଠ ଆଇନ୍‌ଜିବୀ ରାମଚନ୍ଦ୍ର ଜେନ. ଶରତ କୁମାର ପରିଡା, ଡ. ରମାକାନ୍ତ ଭଂଜ, ସତ୍ୟନାରାୟଣ ଦାସ, ଅବନୀ ଚାନ୍ଦ ଆଲୋଚନାରେ ଭାଗ ନେଇଥିଲେ । କୋଭିଦ୍‌-୧୯ ଆଇନ୍‌କୁ ଲକ୍ଷ୍ୟରଖି ଏଥିରେ କେବଳ ସଂଗଠନର ପ୍ରତିନିଧିମାନେ ଭାଗ ନେଇଥିଲେ ।