ଗଠିତ ହେଲା ଲୱେର ଫୋର୍ମ ଅଫ ଗୋପାଳପୁର କଂଷ୍ଟିଚୁଏନ୍ସି ସଂଘ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗୋପାଳପୁର-ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ତତଡାପୋଲି ସ୍ଥିତ ହୋଟେଲ ଏଇଟଇନ ପରିସରରେ ଆଜି ଯୁବ ଆଇନଜୀବୀ ଅଜିତ ଦାସଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲୱେର ଫୋର୍ମ ଅଫ ଗୋପାଳପୁର କଂଷ୍ଟିଚୁଏନ୍ସି ନାମରେ ଏକ ସଂଘ ଗଠିତ କରାଯାଇଛି । ଏହି ସଂଘରେ ଓକିଲ ସମାଜର ସୁରକ୍ଷା, ଏକତା ଏବଂ ସମ୍ମନ୍ନୟ ରକ୍ଷା କରିବା ସହିତ ସମାଜର ସୁରକ୍ଷା ଶାନ୍ତି ପ୍ରତିଷ୍ଠା ଓ ନିଶୁଳ୍କ ଆଇନ ସେବା ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହି ବୈଠକରେ ସଭାପତି ଭାବେ ଯୁବ ଆଇନ ଯିବି ଅଜିତ କୁମାର ଦାସ ଏବଂ ଉପଦେଷ୍ଟା ଭାବେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଶତପଥୀଙ୍କୁ ମନୋନୀତ କରାଯାଇଛି । ଏହି ବୈଠକରେ ଧର୍ମେନ୍ଦ୍ର ରାଉଳ, ରଘୁନାଥ ହୋତା, ଜୀବନାନନ୍ଦ ପଟନାୟକ, ଯୋଗୀ ନାହାକ, ଏମ.ସନ୍ତୋଷ, ପ୍ରକାଶ ସେଠି, ମୃତ୍ୟୁଞ୍ଜୟ ମହାରଣା, ଶିବପ୍ରସାଦ ପାଢ଼ୀଙ୍କ ସହିତ ପ୍ରାୟ ୪୦ରୁ ଉର୍ଦ୍ଧ ଆଇନଜୀବି ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା