କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲାର ନୂଆଗଡ ବ୍ଲକରେ କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ସମେତ କଂଗ୍ରେସ କୃଷି ସେଲ ରାଜ୍ୟ ଅଧକ୍ଷ ରଶ୍ମି ରଞ୍ଜନ ପଟ୍ଟନାୟକ, କଂଗ୍ରେସ ଜିଲ୍ଲା ସମ୍ପାଦକ ପୁରୁଷୋତ୍ତମ ପାଣିଗ୍ରାହୀ, କଂଗ୍ରେସ ବ୍ଲକ ସଭାପତି ଯାକୁବ ରାଇକା, ବ୍ଲକ ସଭାଧକ୍ଷା ଗୁଡୁବାଇ ମଣ୍ଡଳଙ୍କ ମିଳିତ ଆନୁକୂଲ୍ୟରେ ନୂଆଗଡ ବ୍ଲକର ପ୍ରାୟ ବହୁ ପଞ୍ଚାୟତ ବୁଲିଥିଲେ । ଆଗକୁ ଥିବା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଏବଂ ଦଳକୁ ସୁଦୃଢ କରିବା ନିମନ୍ତେ କଂଗ୍ରେସ ଦଳ ପଞ୍ଚାୟତ ସ୍ତରରେ ଅଣ୍ଟା ଭିଡୁଛି । ରାଜ୍ୟରେ ହେଉ କିମ୍ବା କେନ୍ଦ୍ରରେ କଂଗ୍ରେସର ସ୍ଥିତି ଠିକ ନଥିବାବେଳେ ମନବଳକୁ ଦୃଢ କରି ପଞ୍ଚାୟତ ସ୍ଥରରେ ବାଜିମାତ କରିବାର ଆଶା ରଖିଛି । ପଞ୍ଚାୟତ ନିର୍ବାଚନରେ ବିଜେପି ଏବଂ ବିଜେଡି ଯେମିତି ନ ଆସେ ତାହାକୁ ନେଇ ବିଧାୟକ ଏବଂ ରଶ୍ମିରଂଜନ ପଟ୍ଟନାୟକ ଲୋକ ମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାରିଷ୍ଟ କଂଗ୍ରେସ ନେତା ତଥା ପୂର୍ବତନ ପାରଳା ପୌର ପାରିଷଦ ଉପାଧ୍ୟକ୍ଷ ସଞ୍ଜୟ କୁମାର ଅଧିକାରୀ, ଗୁମା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ବେର୍ନିକ ଗମାଙ୍ଗ, ତ୍ରିନାଥ ପାତ୍ର, କୁନା ମାଝୀ, ଜିଲ୍ଲା ସେବାଦଳ ସଭାପତି କୃଷ୍ଣ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା