ଓଡ଼ିଶାରେ ପ୍ରଥମ ଥର ପାଇଁ ଛୋଟ ପରଦାରେ ଘଟୁଛି ବଡ଼ ଧମାକା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମେଗା ଷ୍ଟାର ଅନୁଭବଙ୍କ ମେଗା ଶୋରେ ଝୁମୁଛି ଓଡ଼ିଶା । ଝୁମୁଛନ୍ତି କଳାକାର ଓ ପ୍ରତିଯୋଗୀ, ଦେଉଛନ୍ତି ଅନୁଭବଙ୍କ ପ୍ରଶ୍ନର ଉତ୍ତର । ଟେଲିଭିଜନ ଇତିହାସରେ ପ୍ରସାରିତ ହେଉଛି ଏମିତି ଏକ ଶୋ, ଯାହା ରାଜ୍ୟର ୩୦ଟି ଜିଲ୍ଲାର କରୁଛି ପ୍ରତିନିଧିତ୍ବ । ଏବଂ କର୍ଣ୍ଣଧାର ସାଜିଛନ୍ତି ସୁପରଷ୍ଟାର୍ ଅନୁଭବ ମହାନ୍ତି । ସଫଳତାର ସହ ଜୀ ସାର୍ଥକରେ ପ୍ରସାରିତ ହେଉଛି ମେଗା ରିଆଲିଟି ସୋ ଦାଦାଗିରି ହୃଦୟରୁ । କେବଳ ସାରା ରାଜ୍ୟର ପ୍ରତିଯୋଗି ନୁହଁନ୍ତି, ଜୀ ସାର୍ଥକର ବଭିନ୍ନ ଧାରାବାହିକର କଳାକାର ଅନୁଭବଙ୍କ ସହ ଖେଳୁଛନ୍ତି ଦାଦାଗିରି ହଦୟରୁ । “ଦାଦାଗିରି”ରେ ସାମିଲ ମଧ୍ୟ ହୋଇଛନ୍ତି ଅଭିନେତ୍ରୀ ଦିପୀକା । ସାର୍ଥକ ର ଲୋକପ୍ରିୟ ଧାରାବାହିକ “ବିଜୟୀନି”ର ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ଦାଦାଗିରିର ବିଶେଷ ଅଧ୍ୟାୟ ଢେର ଆକର୍ଷଣୀୟ ହୋଇଛି । ଅଭିନେତ୍ରୀ ଦିପୀକାଙ୍କ ଦମଦାର ନୃତ୍ୟ ସହ ଅଭିନେତା ବିଶ୍ବଭୂଷଣ, ସାଗର, ବାଦଲଙ୍କ ମଜ୍ଜା ମସ୍ତିକୁ ଉପଭୋଗ କରିବେ ଦର୍ଶକ । ଆସନ୍ତା ଶନିବାର ଓ ରବିବାର ରାତି ୯ଟାରେ ଦର୍ଶକମାନେ ଦେଖିପାରିବେ ଏହି ଧମାକାଦାର ଏପିସୋଡ୍ । ଏହି ସ୍ୱତନ୍ତ୍ର ଅଧ୍ୟାୟରେ ଅଭିନେତ୍ରୀ ଦିପୀକା‌ ତ୍ରିପାଠୀ ବିଶେଷ ଆକର୍ଷଣ ଭାବେ ଯୋଗଦେଇ ଦର୍ଶକଙ୍କ ମନମୋହିଵେ ବୋଲି ଆଶା କରାଯାଉଛି । ପୂର୍ବରୁ ଅନୁଭବଙ୍କ ରିଅଲିଟି ସୋ ସଂଚାଳନା ନେଇ ଚର୍ଚ୍ଚା ଜୋର ଧରିଛି । ଅନେକ ସୁପରହିଟ ଚଳଚ୍ଚିତ୍ର ଦେଇ ଓଡ଼ିଆ ଦର୍ଶକମାନଙ୍କ ହୃଦୟ ଜିଣିବା ପରେ ଅନୁଭବ ଦାଦାଗିରି ମେଗା ରାଅଲିଟି ସୋ ମାଧ୍ୟମରେ ଘରେ ଘରେ ସବୁ ବର୍ଗର ଲୋକଙ୍କୁ ମନୋରଞ୍ଜନ ଦେଇ ଚାଲିଛନ୍ତି । ୩୦ଟି ଜିଲ୍ଲାରୁ ୩୦ଜଣ ପ୍ରତିଯୋଗୀଙ୍କୁ ନେଇ ଦାଦାଗିରିର ଏପିସୋଡ୍ ପ୍ରସ୍ତୁତ ହୋଇଥିବା ବେଳେ ଆଗାମୀ ଅଧ୍ୟାୟ ପାଇଁ ବିଭିନ୍ନ ସ୍ଥାନରେ ପ୍ରତିଯୋଗୀ ଚୟନ ଚାଲିଛି ।