ଅସହାୟକୁ ସହାୟତାର ହାତ ବଢାଇଲା ପ୍ରଶାସନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ନାମ ଗୀତା ସେଠୀ ସ୍ଵାମୀ ସତ୍ୟ ସେଠୀ ଗ୍ରାମ ଜଗଦଳପୁର । ଗୀତା ସେଠୀ ପର ଘରେ କାମ କରି ପରିବାର ପ୍ରତିପୋଷଣ କରେ ସ୍ଵାମୀ ମଧ୍ୟ ଜଣେ ଦିନ ମଜୁରିଆ । ଗୋଟିଏ ଦିନ କାମକୁ ନ ଗଲେ ସେ ଦିନ ଚୁଲି ବନ୍ଦ । ଏହାପରେ ପୁଣି ଛୋଟ ସନ୍ତାନ ସେମାନଙ୍କୁ ଘୋଡ଼ିଏ ଗୋଣ୍ଡାଏ କି ମୁଠାଏ ଖାଇଵାକୁ ନ ଦେଲେ ନ ଚଳେ । ଏଭଳି ସ୍ଥିତିରେ କେନ୍ସର୍ ପରି ଦୁରା ରୋଗରେ ଆକ୍ରାନ୍ତ ହୋଇ ବହୁ ଚିକିତ୍ସା କରି ରୁଣ ବାକି କରି ସର୍ବଶନ୍ତ । ନା ଅଛି ରାସନ କାର୍ଡ୍ ନା ଅଛି କୌଣସି ବୀମା ଯୋଜନାରେ ପରିବାରର ନାମ ଫଳରେ ଉନ୍ନତ ମାନର ଚିକିତ୍ସାରୁ ବଞ୍ଚିତ ହୋଇ ଭାଗ୍ୟକୁ ଆଦରି ଯନ୍ତ୍ରଣାରେ ଛଟପଟ ହେଉଛି ଗୀତା । ଏହାକୁ ସାମ୍ବାଦିକ ତଥା ପସୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରି ଉତ୍ତମ ଚିକିତ୍ସା ଓ ଆର୍ଥିକ ସହାୟତାର ବ୍ୟବସ୍ଥା ପାଇଁ ନିବେଦନ କରିଥିଲେ । ଏହାକୁ ଜିଲ୍ଲା ପ୍ରଶାସନ ତରଫରୁ ଗୁରୁତ୍ବ ଦିଆଯାଇ ତୁରନ୍ତ ସ୍ଥାନୀୟ ବିଡିଓ ଓ ଯୋଗାଣ ବିଭାଗ ପକ୍ଷରୁ ତାଙ୍କରି ପରିବାର ନାମରେ ରେସନ କାର୍ଡ ବ୍ୟବସ୍ଥା କରିବା ସହିତ ଉପଜିଲ୍ଲାପାଳ ଓ ଜିଲ୍ଳାପାଳ ଚିକିତ୍ସା ଓ ଆର୍ଥିକ ସହାୟତା ପ୍ରତିଶୃତି ପ୍ରଦାନ କରିଛନ୍ତି । ଆସନ୍ତାକାଲି କୁକୁଡ଼ାଖଣ୍ଡୀ ବ୍ଳକ ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ପାତ୍ର, ବିଜେଡି ବ୍ଳକ ସଭାପତି ସନ୍ତୋଷ କୁମାର ଚୌଧୁରୀ, ଏବିଡିଓ ବିଜୟ କୁମାର ପ୍ରଧାନ ଓ ଯୋଗାଣ ନିରକ୍ଷକ ପ୍ରଶାନ୍ତ କୁମାର ରାଓ ଉକ୍ତ ମହିଳାଙ୍କୁ ରେଶନ୍ କାର୍ଡ ପ୍ରଦାନ ସହ ଉନ୍ନତମାନର ଚିକିତ୍ସା ପାଇଁ କଟକ ଆଚାର୍ଯ୍ୟ ହରିହର କେନ୍ସର୍ ହସ୍ପିଟାଲ ନେବାର ବ୍ୟବସ୍ଥା କରିବେ । ପ୍ରଶାସନ ଓ ସାମ୍ଭାଦିକଙ୍କ ସାହାଯ୍ୟ ଫଳରେ ଗୋଟିଏ ଗରିବ ପାରିବାର ନୁତନ ଜୀବନ ପାଇବ ବୋଲି ଆଶା ପ୍ରକାଶ କରାଯାଉଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା