ମା’ ପାଇଁ ଗଛଟିଏ’ କୋଠଘର ପକ୍ଷରୁ “ବୃକ୍ଷ ରୋପଣ” ଓ କବିତା ଆସର

ଭୁବନେଶ୍ୱର(ସମୃଦ୍ଧଓଡିଶା)ଭୁବନେଶ୍ୱର କୋଠଘର ଆମ ସାହିତ୍ୟ ପରିବାର ପକ୍ଷରୁ ସ୍ୱତନ୍ତ୍ର ଭାବରେ ଆଜି ଖଣ୍ଡଗିରିସ୍ଥିତ ବୀଣା ପାଣି ଶିଶୁ ବିଦ୍ୟା ମନ୍ଦିର ଆଲୋଂଶା କ୍ଲାସସେ ପରିସରରେ କୋଠଘର ପ୍ରତିଷ୍ଠାତା ,ସମ୍ପାଦିକା ଅମ୍ବିକା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବୃକ୍ଷ ରୋପଣ ସହିତ ଆୟୋଜିତ ହୋଇଥିଲା କବିତା ପାଠୋତ୍ସବ । ଖୁସିର ବିଷୟ ଏଥିରେ ସ୍କୁଲର କୁନି କୁନି ପିଲାମାନେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଥିଲେ ଏବଂ ବୃକ୍ଷ ଉପରେ କବିତା ପାଠ କରିଥିଲେ । ସମସ୍ତ ପିଲାମାନଙ୍କୁ ଶିଶୁ କବିତା ପୁସ୍ତକ ବଣ୍ଟନ ସହିତ କୋଠଘର ତରଫରୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ସଭାପତି ପ୍ରଦୀପ୍ତ କୁମାର ସାହୁ,ମୁଖ୍ୟ ଅତିଥି, ସୁସାହିତିକା ଡଃ ସୁଷମା ମିଶ୍ର,ସମ୍ମାନିତ ଅତିଥି ପରିବେଶବିତ ଶ୍ରୀଯୁକ୍ତ ଭରତ ଚନ୍ଦ୍ର ଜେନା,ଯୋଗ ଦେଇ ବୃକ୍ଷର ସୁରକ୍ଷା ଏବଂ ଉପକାରିତା ସଂପର୍କରେ ଆଲୋଚନା ରଖିଥିଲେ । ଏଥି ସହିତ କବି ଡଃ ପ୍ରତାପ ରଞ୍ଜନ ମହାନ୍ତି,ଅରୁଣ କୁମାର ମହାନ୍ତି, ପ୍ରହରାଜ ଜୟ ନାରାୟଣ ନନ୍ଦ, ସ୍ଵାତୀ ମହାପାତ୍ର, କମଳ କୁମାରୀ ଦାଶ,ରାଜଲକ୍ଷ୍ମୀ ତ୍ରିପାଠୀ, ସୁଜାତା ସାହୁ,ଭାରତୀ ପରିଡ଼ା, ଆଶାଲତା ଦୀକ୍ଷିତ,ମୋନିକା ମହାପାତ୍ର ଇତ୍ୟାଦି କବିତା ପାଠ କରିଥିଲେ । ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ପରିଶେଷରେ ସ୍କୁଲର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁମନ୍ତ କୁମାର ଦାସ କାର୍ଯ୍ୟକ୍ରମର ଭୂରି ଭୂରି ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *