![ବିଧାନସଭା ଅଧିବେଶନ ଜାରି ରହିଥିବାରୁ ଆସନ୍ତା ମାସ ସୋମବାର ଗୁଡ଼ିକରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ](https://i0.wp.com/www.samrudhaodisha.com/wp-content/uploads/2024/11/Odisha-CM-grievance-cell.jpg?fit=1024%2C536&ssl=1)
![](https://i0.wp.com/www.samrudhaodisha.com/wp-content/uploads/2024/11/Odisha-CM-grievance-cell.jpg?resize=640%2C335&ssl=1)
ଭୁବନେଶ୍ୱର(ସମୃଦ୍ଧଓଡିଶା)ସପ୍ତ ଦଶ ବିଧାନ ସଭାର ଦ୍ଵିତୀୟ ଅଧିବେଶନ ନଭେମ୍ବର୨୬ତାରିଖ ଠାରୁ ଆରମ୍ଭ ହୋଇଛି ଏବଂ ଏହା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାରୁ ଆସନ୍ତା ମାସର ସୋମବାର ଗୁଡ଼ିକରେ ଭୁବନେଶ୍ଵର ୟୁନିଟ–୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସାମୟିକ ଭାବେ ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏ ସମ୍ପର୍କରେ ରାଜ୍ୟର ସମସ୍ତ ଜନସାଧାରଣଙ୍କ ଅବଗତି ନିମନ୍ତେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦ ପତ୍ର ମାଧ୍ୟମରେ ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହା ଯାଇଛି।