ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ଜଳ ମିତ୍ରମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର(ସମୃଦ୍ଧଓଡିଶା)କଟକ ଜିଲ୍ଲା ପ୍ରତାପ ନଗରୀ ସ୍ଥିତ ୱାଲମୀର ନିର୍ଦ୍ଦେଶକ ଇଂରାଜ କିଶୋର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଜଳ ମିତ୍ରମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାରେ ଆୟୋଜନ କରାଯାଉଛି। ଆଜି କଳାହାଣ୍ଡି ଜିଲ୍ଲାର ୫ଟି ବ୍ଲକ ଯଥା ନର୍ଲା, ଗୋଲାମୁଣ୍ଡା, ଲାଞ୍ଜିଗଡ଼, ଭବାନୀପାଟଣା ଓ କେସିଙ୍ଗାଠାରେ ବଲାଙ୍ଗିର ଜିଲ୍ଲା ୫ଟି ବ୍ଲକ ଯଥା ବେଲପଡା, ବଙ୍ଗୋମୁଣ୍ଡା, ପାଟଣାଗଡ, ଗୁଡଭେଲା, ସଇଁତଳା ଠାରେ ନୂଆପଡା ଜିଲ୍ଲାର ୪ଟି ବ୍ଲକ ଯଥା ବୋଡେନ, ନୂଆପଡା, ସିନାପଲ୍ଲୀ, କୋମନାଠାରେ, କେନ୍ଦୁଝର ଜିଲ୍ଲାର ୪ଟି ବ୍ଲକ ଯଥା ପାଟଣା, ଯୋଡା, ହାଟଡିହି, ଘଷିପୁରା ଠାରେ ଓ ସମ୍ବଲପୁର ଜିଲ୍ଲାର ବାମରାଠାରେ ଜଳ ମିତ୍ରମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏହି ପ୍ରଶିକ୍ଷଣ କାର୍ଯ୍ୟ କ୍ରମରେ ଭୂତଳ ଜଳର ଗୁରୁତ୍ୱ ଏବଂ ଏହାର ପୁନର୍ଭରଣ, ଜଳ ସେଚନ ପରିଚାଳନା, ଜଳ ମିତ୍ର ମାନଙ୍କର ଗ୍ରାମ ସ୍ତରରେ ଭୂମିକା, ଭୂତଳ ଜଳ ନିରୀକ୍ଷଣ ଏବଂ ଜଳବାୟୁ ପରିବର୍ତ୍ତନ ଆଦି ବିଷୟରେ ତାଲିମ ଦିଆଯାଉଅଛି। ୱାଲମୀ ଦ୍ୱାରା ପ୍ରଶିକ୍ଷଣ ପ୍ରାପ୍ତ ୨୫ରୁ ଊର୍ଦ୍ଧ୍ୱ ତାଲିମ ଦାତା ମାନେ ପଞ୍ଚାୟତ ସମିତି ସଭା ଗୃହ ମାନଙ୍କରେ ବିଡିଓ ଏବଂ ଏପିଓ ମାନଙ୍କ ସହଯୋଗରେ ଏହି ପ୍ରଶିକ୍ଷଣ କାର୍ଯ୍ୟ ଗୁଡିକ ଆୟୋଜନ କରୁଛନ୍ତି। ଶ୍ରୀ ଅରବିନ୍ଦ ଖଟୁଆ, ଶ୍ରୀମତୀ ରୋଜି ତ୍ରିପାଠୀ, ଶ୍ରୀ ପ୍ରଭାତ ଦାସ, ଶ୍ରୀ ଯଦୁମଣି ସେଠୀ, ଶ୍ରୀ ଘନ ଶ୍ୟାମ ମାଝୀ ଓ ଶ୍ରୀ ରବିନ୍ଦ୍ର ପାଣି ପ୍ରମୁଖ ଜିଲ୍ଲା ସଂଯୋଜକ ଭାବରେ ଦାୟିତ୍ୱ ନେଇ ପ୍ରଶିକ୍ଷଣ ଗୁଡିକୁ ସଫଳ କରାଉଛନ୍ତି।ରାଜ୍ୟ ସ୍ତରରେ ପ୍ରଶିକ୍ଷଣ ଗୁଡିକୁ ସଫଳ କରାଇବା ପାଇଁ ୱାଲମୀର ଇଂମନିଷା ମନସ୍ୱିନୀ ରାଉତ, ପ୍ରଫେସର (ଯାନ୍ତ୍ରିକ), ଇଂ ଚନ୍ଦ୍ର ଶେଖର ସେଠୀ (ଯୁଗ୍ମ ନିର୍ଦ୍ଦେଶକ ) ଇଂ ଇତିଶ୍ରୀ ମିଶ୍ର, ଆସୋସିଏଟ୍ ପ୍ରଫେସର  (ଯାନ୍ତ୍ରିକ), ପ୍ରଧାନ ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ସୁଧନ୍ୱା ପାତ୍ର ଉପ ନିର୍ଦ୍ଦେଶକ ଇଂ ସୁପ୍ରିୟା ସାହୁ ପ୍ରମୁଖ ପରାମର୍ଶ ପ୍ରଦାନ କରୁଛନ୍ତି।

ରିପୋର୍ଟ : ରଜତ ମହାପାତ୍ର ଓ  ସଚ୍ଚିଦାନନ୍ଦ ବେହେରା , ସୂଚନା ଅଧିକାରୀ

                                      

Leave a Reply

Your email address will not be published. Required fields are marked *