ଆଭାସି ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ

ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଲକ୍ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଭିଡିଓ କନ୍ଫରେନ୍ସ ମାଧ୍ୟମରେ ଆମ ଓଡ଼ିଶା ନବୀନ ଓଡ଼ିଶା ତଥା ଫାଇବ -ଟି ଅଧ୍ୟକ୍ଷ ଭି. କେ ପାଣ୍ଡିୟାନ ଙ୍କ ଉପସ୍ଥିତି ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଶୁଭାରମ୍ଭ ହୋଇଯାଇଛି l ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ୍ ରେ ଏହି କାର୍ଯ୍ୟକ୍ରମ ହୋଇଥିବାବେଳେ ହିଞ୍ଜିଳିକାଟୁ ବ୍ଲକ୍ ର ୨୧ଗୋଟି ପଞ୍ଚାୟତ ରେ ୨୩୦ଟି ପ୍ରକଳ୍ପ ପାଇଁ ୧୦କୋଟି ୫୦ଲକ୍ଷ୍ୟ ଟଙ୍କା ମଞ୍ଜୁର କରାଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧକ୍ଷା ଶ୍ରୀମତୀ ସରସ୍ଵତୀ ସେଠୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଉପରେ ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଙ୍କ ତତ୍ତ୍ଵାବଧାନରେ ସ୍ଥାନୀୟ ପୌରାଞ୍ଚଳ ମିନି ଷ୍ଟାଡିୟମରେ ଆୟୋଜିତ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଏଥିରେ ତହସିଲଦାର ଦିବ୍ୟଜ୍ୟୋତି ସୃତି ରଞ୍ଜନ ଦେବ, ପୌର ପରିଷଦର କାର୍ଯ୍ଯ ନିର୍ବାହୀ ଅଧିକାରୀ ଯୁବୁଲୀ ଚରଣ ବେହେରା, ରଜ୍ୟ କୃଷୀ ବିପନ୍ନ ଅଧକ୍ଷ ସୁରେନ୍ଦ୍ର ପ୍ରଧାନ, ଗଞ୍ଜାମ ଜିଲ୍ଲା ଗ୍ରୀଟ୍ ଅଧକ୍ଷ ପବିତ୍ର ପାଣିଗ୍ରାହୀ, ପୌର ଅଧ୍ୟକ୍ଷ ସୁବାସ ପଲେଇ, ପୌର ଉପାଧକ୍ଷା ଶ୍ରୀମତୀ ସୁଚିତ୍ରା ପଣ୍ଡା, ଆସିକା ସାଂସଦ ଙ୍କ ବ୍ୟକ୍ତିଗତ ସଚିବ ନୀଳମଣି ପଟ୍ଟନାୟକ, ରାଜ୍ୟ ବିଜେଡ଼ି ସମ୍ପାଦକ ଦେବାନନ୍ଦ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ କୁମାର ମହାରଣା, ବ୍ଲକ୍ ଯୁବ ବିଜେଡ଼ି ସଭାପତି ମନୋଜ ସାବତ, ପୌର ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟା ବାଇ ଗୀତାଞ୍ଜଳି ହିଞ୍ଜିଳିକାଟୁ ବ୍ଲକ୍ ଓ ପୌରପରିଷଦ ର ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ଏବଂ ଶତାଧିକ ସ୍ଵଂୟ ସହାୟିକା ଗୋଷ୍ଠୀ ର ସଦସ୍ୟା ଉପସ୍ଥିତ ଥିଲେ l

ରିପୋର୍ଟ୍ : ରଜତ ପଟ୍ଟନାୟକ

%d bloggers like this: