MGNRGS ଅନୁଧ୍ୟାନକାରୀଙ୍କ ଜୀଉରା ପଞ୍ଚାୟତ ଗ୍ରସ୍ତ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଲକ୍ ଜୀଉରା ପଞ୍ଚାୟତ ଅନ୍ତର୍ଗତରେ କାର୍ଯ୍ୟକାରୀ ହେଉଥିବା ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟ ବିଶେଷକୁ ଅନୁଧ୍ୟାନ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁଧ୍ୟାନକାରୀ ଦଳ ପରିଦର୍ଶନ କରିଥିବା ଜଣାପଡିଛି । ରାଜ୍ୟ ଏମ୍ ଜିଏନ୍ ଆର୍ ଜିଏସ କମ୍ପୁଟର ପ୍ରୋଗ୍ରାମର ରଶ୍ମୀରଞ୍ଜନ ମିଶ୍ର, ଇଏଫ୍ ଏମ୍ ଏସ ନୋଡାଲ ଅଧିକାରୀ ଅଜୟ କୁମାର ବାଇ, ଜିଲ୍ଲା ସଂଯୋଜକ ରୀନା ପାଢ଼ୀ ପ୍ରମୁଖ ଗତକାଲି ଜୀଉରା ପଞ୍ଚାୟତ ଗସ୍ତ କରି କାର୍ଯ୍ୟକ୍ରମ ଅନୁଧ୍ୟାନ କରିଛନ୍ତି । ସାନଖେମୁଣ୍ଡି ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ଭିକାରୀ ଖଣ୍ଡୁଆଳ, କନିଷ୍ଠ ଯନ୍ତ୍ରୀ ବିଦ୍ୟୁତ୍ ପ୍ରଭା ରଥ, ଏପିଓ ଅରୁଣ କୁମାର ସ୍ବାଇଁ, ନିର୍ବାହୀ ଅଧିକାରୀ ନିଗମାନନ୍ଦ ପାଣିଗ୍ରାହୀଙ୍କ ସହ ପଞ୍ଚାୟତ ଅନ୍ତର୍ଗତରେ ଚାଲିଥିବା ଗ୍ରାମ୍ୟ ପାର୍କ ଏବଂ ସଂଲଗ୍ନ ଆଦର୍ଶ ପୋଖରୀ ସୌନ୍ଦର୍ଯ୍ୟକରଣ, ବୃକ୍ଷ ରୋପଣ, ପାର୍କ ଆଲୋକିକରଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ସରପଞ୍ଚ ଶ୍ରୀମତୀ ଲିସାରାଣି ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପାତ୍ର ଏବଂ ଗ୍ରାମ ବୁଦ୍ଧିଜୀବୀଙ୍କ ସହ ଗ୍ରାମ ପାର୍ଶ୍ଵରେ ଥିବା ଗାଧୁଆ ଉପଯୋଗୀ ବନ୍ଧକୁ ଆଦର୍ଶ ପୋଖରୀ ଯୋଜନାଭୂକ୍ତ କରି ପ୍ରକଳ୍ପ ଭିତ୍ତିରେ କାର୍ଯ୍ୟକରାଇବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ କରିଛନ୍ତି । ଅନୁଧ୍ୟାନକାରୀ ଦଳ ପଞ୍ଚାୟତ ଭିତ୍ତିଭୂମି ପରିଚାଳନା ନେଇ ଜୀଉରା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ଉକ୍ତ ଅଞ୍ଚଳର ମହିଳା ସରପଞ୍ଚ ଶ୍ରୀମତୀ ଲିସାରାଣୀ ପାତ୍ରଙ୍କୁ ଭେଟି ଉନ୍ନୟନ ମୂଳକ କାର୍ଯ୍ୟଧାରାକୁ ନେଇ ଆଲୋଚନା କରିଥିଲେ ।