ବିଶାଖାପାଟନମ୍ (ସମୃଦ୍ଧ ଓଡିଶା) ରବିବାର ସକାଳ ପ୍ରାୟ ୭.୧୩ ସମୟରେ ବିଶାଖାପାଟନମର ଅନେକ ସ୍ଥାନରେ ଅତି କମରେ ଦୁଇରୁ ତିନି ମିନିଟ୍ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିଲା । ଲୋକମାନେ ଭୟଭୀତ ହୋଇ ସେମାନଙ୍କ ଘରୁ ବାହାରି ଆସିଥିଲେ । ବିଶାଖାପାଟନମ୍ ଇଷ୍ଟ ଆସେମ୍ବଲି ସେଗମେଣ୍ଟ ଅନ୍ତର୍ଗତ ସିଭାଜ ପାର୍କରେ ଥିବା ଆନ୍ଧ୍ର ୟୁନିଭର୍ସିଟି ପ୍ରଫେସର ମଲ୍ଲିକାର୍ଜୁନା ରାଓ କହିଛନ୍ତି, “ରବିବାର ସକାଳେ ହଠାତ୍ ଆମକୁ ବୋମା ବିସ୍ଫୋରଣ ଭଳି ଲାଗିଲା । ମୁଁ ଭୂକମ୍ପ ଓ […]
Read Moreବିଶାଖାପାଟଣା (ସମୃଦ୍ଧ ଓଡିଶା) ଓଡିଆ ବ୍ରାହ୍ମଣ କଲ୍ୟାଣ ସଙ୍ଘର ବନୋ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହାଇଟେକ ମେଡିକାଲ କଲେଜ ଓ ରିସର୍ଚ୍ଚ ଅନୁଷ୍ଠାନର ସଭାପତି ତଥା ଶିକ୍ଷାବିତ ଡ଼ା.ତିରୁପତି ପାଣିଗ୍ରାହୀ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ମୋହନ ରେଡ୍ଡୀଙ୍କ ବ୍ରାହ୍ମଣ କଲ୍ୟାଣ ବିକାଶ ନିମନ୍ତେ ତାଙ୍କ ଅବଦାନକୁ ଭୁୟସି ପ୍ରଶସା କରିଛନ୍ତି । ବ୍ରାହ୍ମଣ କଲ୍ୟାଣ ନିଗମର ଅଧ୍ୟକ୍ଷ ସୀତାମାରଜୁ ସୁଧାକର ତାଙ୍କ ବକ୍ତବ୍ୟରେ ନିଗମର ବିଭିନ୍ନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ବୁଝାଇଥିଲେ । […]
Read Moreବିଶାଖାପାଟଣା/ଚେନ୍ନାଇ (ସମୃଦ୍ଧ ଓଡିଶା) ମହାମାରୀ କରୋନା ସଂକ୍ରମଣଙ୍କ ସଂଖ୍ୟା କମୁ ନ ଥିବା ଯୋଗୁଁ ଆଜି ତାମିଲନାଡୁ ସରକାର ଜୁନ୍ ୭ ଯାଏ ଲକଡାଉନ ଅବଧିକୁ ବୃଦ୍ଧି କରିଥିବା ଜଣାପଡିଛି । ପୂର୍ବରୁ ଲାଗୁ ହୋଇଥିବା ଲକଡାଉନ ଅବଧି ମେ ୩୧ ତାରିଖରେ ଶେଷ ହେବାର ଥିଲା । କିନ୍ତୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଜୁନ୍ ୭ ଯାଏ ଲକଡାଉନ ବୃଦ୍ଧି କରିଛନ୍ତି । ଏହାସହ ଲୋକଙ୍କୁ ଅଯଥାରେ ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି ଏବଂ […]
Read Moreହାଇଦ୍ରାବାଦ (ସମୃଦ୍ଧ ଓଡିଶା) ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟଗୁଡ଼ିକ ଭଳି ତେଲେଙ୍ଗାନା ମଧ୍ୟ ଶେଷରେ ଜାରି କରିଲା ୧୦ ଦିନିଆ ଲକଡାଉନ । କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ କେସିଆର ଲକଡାଉନ ବିରୋଧରେ ମତ ଦେଇଥିଲେ । କିନ୍ତୁ ସଂକ୍ରମଣ ବଢ଼ୁଥିବାରୁ କାଲିଠାରୁ ୧୦ ଦିନ ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରିଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, କାଲିଠାରୁ ଲକଡାଉନ ଲାଗୁ ହେଉଥିଲେ ହେଁ ସକାଳ […]
Read Moreବିଶାଖାପାଟନମ୍ (ସମୃଦ୍ଧ ଓଡିଶା) ବିଶାଖାପାଟନମ୍ ଷ୍ଟିଲ୍ ପ୍ଲାଣ୍ଟରେ ଆର୍ବିଟ୍ରେସନ୍ ଅଧୀନରେ ଥିବା ନୂତନ ୨x୮୫୦ ଟିପିଡି (ତାପମାତ୍ରା ପ୍ରୋଗ୍ରାମ ହୋଇଥିବା ଡିସର୍ପସନ୍) ଅମ୍ଳଜାନ କାରଖାନାକୁ କାମ କରିବା କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ଏହି ନୂତନ କାରଖାନା ୧୦୦ ମେଟ୍ରିକ୍ ଟନ୍ ତରଳ ମେଡିକାଲ୍ ଅମ୍ଳଜାନ (LMO) ଉତ୍ପାଦନ କରିବ । ସଂସ୍ଥାପିତ ପ୍ଲାଣ୍ଟ ଏବଂ ଯନ୍ତ୍ରପାତିର ସ୍ୱାସ୍ଥ୍ୟ ମୂଲ୍ୟାଙ୍କନ ପାଇଁ ସଂପୃକ୍ତ ଏଜେନ୍ସିର ବିଶେଷଜ୍ଞମାନେ M/s ALIH ସାଇଟରେ ପହଞ୍ଚି ସାରିଛନ୍ତି, ଯାହା ଦ୍ୱାରା […]
Read Moreବିଶାଖାପାଟଣା (ସମୃଦ୍ଧ ଓଡିଶା) ତାମିଲନାଡୁ ସରକାର ମାର୍ଚ୍ଚ ୩୧ ଯାଏ ଲକଡାଉନ୍ ବଢ଼ାଇଥିବା ସହ କୋଭିଡକୁ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିବା ଜଣାପଡିଛି । ତାମିଲନାଡୁରେ ଆସନ୍ତା ଏପ୍ରିଲ ୬ରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ହଠାତ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବା ଖବର ଆସିବା ପରେ ସରକାର ଲକଡାଉନ୍ ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଲକଡାଉନ୍ ସମୟରେ ବିଭିନ୍ନ କାର୍ଯ୍ୟାଳୟ, ଦୋକାନ ଓ ବ୍ୟାବସାୟିକ […]
Read Moreବିଶାଖାପାଟଣା (ସମୃଦ୍ଧ ଓଡିଶା) ବିଶାଖାପାଟଣାରେ ୨୦୧୬ ସେପ୍ଟେମ୍ବର ୫ ତାରିଖରୁ ସଂଗଠିତ ହୋଇଥିବା ଓଡ଼ିଆ ବ୍ରାହ୍ମଣ ୱେଲଫର ଆସୋସିଏସନର ଗତକାଲି ସାଧାରଣ ଅଧିବେଶନରେ ଚଳିତ ବର୍ଷର କ୍ୟାଲେଣ୍ଡର ଉନ୍ମୋଚନ ହୋଇଯାଇଛି । ଏହି ଅଧିବେଶନ ଚିନାୱାଲଟର ଯାଦବ କୁଳ କଲ୍ୟାଣୀ ମଣ୍ଡପରେ ବଲ୍ଲବ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପୁରୁଣା କମିଟି ନୂଆ କମିଟିକୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଆଗାମୀ ବର୍ଷ ପାଇଁ ନୂଆ କମିଟିର ସଂଘର ସଭାପତି ରୂପେ ବିଜୟ କୁମାର ଅଧିକାରୀ […]
Read Moreବିଜୟୱାଡା (ସମୃଦ୍ଧ ଓଡିଶା) ଜନ୍ମ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ଆନ୍ଧ୍ର ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ବି.ସି ବେହେରା । ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡୀଙ୍କ ଜନ୍ମ ଦିନ ସାରା ରାଜ୍ୟରେ ଆନନ୍ଦ ଉତ୍ସହରେ ଜକଜମକରେ ପାଳନ ହେଉଥିବା ବେଳେ ବିଭିନ୍ନ ପଦାଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଫୁଲତୋଳା ଓ ମିଷ୍ଟାନ ଦେଇ ଅଭିନନ୍ଦନ ଜଣାଉଛନ୍ତି । ରାଜ୍ୟର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇଛନ୍ତି । […]
Read Moreବିଜୟୱାଡା/ଚେନ୍ନାଇ (ସମୃଦ୍ଧ ଓଡିଶା) ଶନିବାର ଦିନ ତଥା ଗତକାଲି ତାମିଲନାଡୁର କୃଷିମନ୍ତ୍ରୀ ଆର ଦୋରାଇକାନନୁଙ୍କ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଜଣାପଡିଛି । ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଗତ ୧୩ ତାରିଖରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ତାଙ୍କୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ରବିବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । କରୋନା ସହ ନିମୋନିଆରେ ମଧ୍ୟ ସେ ଆକ୍ରାନ୍ତ ଥିଲେ ବୋଲି […]
Read Moreବିଜୟୱାଡା/ଅମରାବତୀ (ସମୃଦ୍ଧ ଓଡିଶା) ଆନ୍ଧ୍ରପ୍ରଦେଶ ସରକାର ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସରକାରୀ ହସ୍ପିଟାଲର ଉନ୍ନତୀ କରଣ କରି ସମସ୍ତଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ୧୬ଟି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, କୋଭିଡ ଯୋଗୁଁ ଲୋକମାନେ ଚିକିତ୍ସା ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆନ୍ଧ୍ର ପ୍ରଦେଶ ସରକାର ତୃଣମୂଳ ସ୍ତରରେ […]
Read Moreବିଜୟୱାଡା (ସମୃଦ୍ଧ ଓଡିଶା) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମ ଦିବସ । ଏହି ଅବସରରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
Read Moreବିଜୟୱାଡା (ସମୃଦ୍ଧ ଓଡିଶା) ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡୀଙ୍କ ନୂଆ ନିଷ୍ପତ୍ତି । ଏଣିକି ରାଜ୍ୟରେ ସମସ୍ତ ଶିଳ୍ପ ସଂସ୍ଥାକୁ ଆଧାର ନମ୍ବର ପରି ଏକ ଏକକ ନମ୍ବର ଦିଆଯିବ ବୋଲି ନିଷ୍ପତ୍ତି ନେଇଛନ୍ତି । ‘ଇଣ୍ଡଷ୍ଟ୍ରି ଆଧାର’ ନାମରେ ଏକ ସ୍ୱତନ୍ତ୍ର ନମ୍ବର ବଣ୍ଟନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ଶିଳ୍ପଗୁଡିକର ରାଜ୍ୟବ୍ୟାପୀ ସର୍ଭେ ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଏବଂ ରାଜ୍ୟ ସ୍ତରରେ ଶିଳ୍ପ […]
Read Moreବିଜୟୱାଡା (ସମୃଦ୍ଧ ଓଡିଶା) ଆସନ୍ତାକାଲି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟବାସୀ ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ୟପୂର୍ଣ୍ଣ ବାର୍ତ୍ତାବରଣରେ ଆଗାମୀ ଦିନ ମାନଙ୍କରେ କାଳାତିପାତ କରିବାକୁ ସେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଶ୍ରୀକୃଷ୍ଣଙ୍କ ଜନ୍ମ ଦିନରେ ଆନ୍ଧ୍ରବାସୀ ସୁଖ ସୌହାର୍ଦ୍ୟ ଓ ସମସ୍ତ କ୍ଷେତ୍ରରେ ପ୍ରଗତି ଆଣିବାକୁ ସେ ଶ୍ରୀକୃଷ୍ଣଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଜନ୍ମାଷ୍ଟମୀ ଦିନଟି ଆନ୍ଧ୍ରବାସୀଙ୍କ ମଙ୍ଗଳମୟ […]
Read Moreବିଜୟୱାଡା (ସମୃଦ୍ଧ ଓଡିଶା) ଜୁନ୍ ୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଅବସରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ଯୁବପିଢ଼ିଙ୍କୁ ଯୋଗ କରିବା ନିମନ୍ତେ ଏକ ବାର୍ତ୍ତା ପ୍ରେରଣ କରିଛନ୍ତି । ସେ ସୂଚନା ଦେଇଛନ୍ତି ଯେ, ”ଯୋଗ ହେଉଛି ଏକ ୫୦୦୦ ବର୍ଷ ପୁରୁଣା ପରମ୍ପରା ଯାହା ଆମ ଦେଶରେ ଉତ୍ପନ୍ନ ହୋଇଥିଲା ଏବଂ ଏହା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସକୁ ଏକତ୍ର କରି ଶରୀର ଏବଂ ମନ ମଧ୍ୟରେ ସମନ୍ୱୟ ହାସଲ […]
Read Moreବିଜୟୱାଡା (ସମୃଦ୍ଧ ଓଡିଶା) ଆଜି ୪ଟି ରାଜ୍ୟସଭା ପାଇଁ ଆନ୍ଧ୍ର ପ୍ରଦେଶରେ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇଯାଇଛି । ମୋଟ ୧୭୩ ବିଧାୟକ ଭୋଟ ପ୍ରଦାନ କରିଥିଲେ । ସେଥିରୁ ତେଲୁଗୁଦେଶାଂ ପାର୍ଟିର ୨୩ ଜଣ ଥିଲେ । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ମଧ୍ୟ ତାଙ୍କ ଭୋଟ ପ୍ରଦାନ କରିଛନ୍ତି ।
Read Moreଭୁବନେଶ୍ୱର/ବିଜୟୱାଡା (ସମୃଦ୍ଧ ଓଡିଶା) ଆଜି ହାଇଦ୍ରାବାଦରୁ ଫେରୁଛନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି । ବର୍ତମାନ ବିଜୟ ମହାନ୍ତି ବିଜୟୱାଡା ପାସ କରିଥିବା ଜଣାପଡିଛି । ସେ ଆସନ୍ତାକାଲି ସକାଳେ ଭୁବନେଶ୍ୱରରେ ପହଞ୍ଚିବେ । ଶ୍ରୀ ମହାନ୍ତି ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଭୁବନେଶ୍ୱରକୁ ଅଣାଯାଉଛି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବିଜୟ ଭୁବନେଶ୍ୱର ଆସିବା ପରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବେ । ସୂଚନା ଯେ, ସେ ମଇ ୨୭ ତାରିଖରେ […]
Read Moreବିଜୟୱାଡା (ସମୃଦ୍ଧ ଓଡିଶା) ରାଜ୍ୟରେ କୋଭିଡ-୧୯ର ସ୍ଥିତି କିଭଳି ଅଛି ସେ ସମ୍ପର୍କରେ ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନସିଂ ମାଧ୍ୟମରେ ସମୀକ୍ଷା କଲେ ଆନ୍ଧ୍ର ରାଜ୍ୟପାଳ ଡ଼. ବିଶ୍ୱଭୂଷଣ ହରି ଚନ୍ଦନ । ରାଜ ଭବନରୁ ଭିଡିଓ କନଫରେନସିଂ ମାଧ୍ୟମରେ ରାଜ୍ୟପାଳ ଡ଼. ହରିଚନ୍ଦନ ରାଜ୍ୟରେ ଥିବା ୧୩ଟି ଯାକ ଜିଲ୍ଲାର ଜିଲ୍ଲାପାଳ ଓ ରେଡ଼କ୍ରସର ଜିଲ୍ଲା ଅଧିକାରୀ ମାନଙ୍କ ସହ କରୋନା ସ୍ଥିତି ସମ୍ପର୍କରେ ପୂଙ୍ଖାନୁପୁଙ୍ଖ ଆଜି ଆଲୋଚନା କରିଛନ୍ତି । କୋଭିଡ-୧୯ ସମ୍ପର୍କରେ ଜିଲ୍ଲାରେ […]
Read Moreବିଶାଖାପାଟଣା (ସମୃଦ୍ଧ ଓଡିଶା) ବିଶାଖାପାଟଣା ଷ୍ଟିଲସିଟି ନିକଟରେ ଥିବା ଅଙ୍ଗନମପୁଡିରେ ଆଜି ୩୦ ଜଣ ଓଡ଼ିଆ ପରିବାରକୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଡାଲି, ଚାଉଳ, ବାଟୁଳା, ଖାଇବା ତେଲ ଆଦି ୩୦ଟି ପରିବାରକୁ ଜିତେନ୍ଦ୍ର କୁମାର ନାଏକ ଉପସ୍ଥିତ ରହି ଜଗନ୍ନାଥ ମନ୍ଦିରରେ ବଣ୍ଟନ କରିଛନ୍ତି । କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକଡାଉନ ଚାଲିଥିବା ବେଳେ ଜିତେନ୍ଦ୍ର କୁମାର ନାଏକ ଓ ତାଙ୍କ ଦଳ ବିଶାଖାପାଟଣାରେ ବିଭିନ୍ନ ଅଞ୍ଚଳରେ ଥିବା […]
Read Moreବିଶାଖାପାଟଣା (ସମୃଦ୍ଧ ଓଡିଶା) ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସଆର ଜଗନମୋହନ ରେଡ୍ଡୀ ଆଜି ଅଚାନକ ଗସ୍ତରେ ବିଶାଖାପାଟଣା ଆସୁଛନ୍ତି । ବିଶାଖାପାଟଣାରେ ବିଷାକ୍ତ କେମିକାଲ୍ ଗ୍ୟାସ ସକାଳେ ସକାଳେ ଲିକ ଯୋଗୁଁ ୮ଜଣ ମୃତ ଓ ୫ହଜାରରୁ ଉର୍ଦ୍ଧ୍ଵ ଗୁରୁତର ଅସୁସ୍ଥ ହୋଇ କେଜିଏଚ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବିଶାଖାପାଟଣା ସିମାଞ୍ଚଳ ନିକଟସ୍ଥ ଗୋପାଲପାଟମ ନିକଟରେ ଥିବା ଏକ ଏଲଜି ପଲିମର୍ସ କେମିକାଲ ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ରାତି ୩ଟାରେ ଭୟଙ୍କର ଢଙ୍ଗରେ ଲିକ୍ ହୋଇଥିବା […]
Read Moreବିଶାଖାପାଟଣା (ସମୃଦ୍ଧ ଓଡିଶା) ମଇ ୩ ତାରିଖରେ ଲକଡାଉନ ସାରିବା ଅବଧି ରହିଥିଲା । କିନ୍ତୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଆଉ ୨ସପ୍ତାହ ବଢ଼ାଇ ମଇ ୧୭ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକଡାଉନ ରହିବ ବୋଲି ଘୋଷଣା କଲେ । ଗତକାଲି ରାଜ୍ୟରେ ଜିଲ୍ଲାପାଳମାନେ ଲକଡାଉନ ଆଗାମୀ ୨ ସପ୍ତାହ କଡାକଡି ଭାବେ ପାଳନ ହେବ ବୋଲି ବିଜ୍ଞପ୍ତି ପ୍ରକାଶ କଲେ । କିନ୍ତୁ ଆଜି ଦେଖିବାକୁ ମିଳୁଛି ଲକଡାଉନ ଆଜିଠୁ ଉଠିଗଲା ଭଳି । ଦୋକାନ ବଜାର […]
Read Moreବିଶାଖାପାଟଣା (ସମୃଦ୍ଧ ଓଡିଶା) ବିଶାଖାପାଟଣାରେ ଥିବା ଗୀତମ(GIMSR) ହସ୍ପିଟାଲ କରୋନା ସଂକ୍ରମିତ ରୋଗୀ ମାନଙ୍କୁ ଉତ୍ତମ ଚିକିତ୍ସା କରି ଆସୁଥିବାରୁ କରୋନା ଯୋଦ୍ଧା ହିସାବରେ ସମ୍ମାନିତ କରାଯାଇଛି l ଭାରତୀୟ ନୌସେନା ବାହିନୀ ଗୀତମ ହସ୍ପିଟାଲ ଓ କର୍ମଚାରୀ ମାନଙ୍କ ଉପରେ ଆକାଶ ମାର୍ଗରୁ ପୁଷ୍ପ ବର୍ଷା କରି କରୋନା ଯୋଦ୍ଧା ହିସାବରେ ସମ୍ବର୍ଦ୍ଧିତ କରିଛି l ଏଥିସହ ଆନ୍ଧ୍ର ମେଡିକାଲକୁ ସମ୍ବର୍ଦ୍ଧିତ କରାଯାଇଛି l ଏହି ହସ୍ପିଟାଲ ଗୁଡିକରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟ […]
Read Moreନୂଆଦିଲ୍ଲୀ/ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମଇ ମାସ ୩ ତାରିଖରେ ଶେଷ ହେବାକୁ ଥିବା ଲକଡାଉନ ପୁଣି କେନ୍ଦ୍ର ସରକାର ୨ ସପ୍ତାହ ବଢ଼ାଇ ଦେଇଛନ୍ତି । କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନକୁ ମଇ ୧୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି । ମେ’ ୪ରୁ ୧୭ ତାରିଖ ଯାଏଁ ଲକଡାଉନ କାର୍ଯ୍ୟକାରୀ ହେବ । କରୋନା ପାଇଁ ପ୍ରଥମେ ମାର୍ଚ୍ଚ ୨୫ରୁ ୨୧ ଦିନ ହୋଇଥିଲା […]
Read Moreଆଜି ମଇ ୧ ଯାହାକୁ ସାରା ବିଶ୍ଵରେ ଶ୍ରମିକ ଦିବସ ରୁପେ ପାଳନ କରାଯାଏ । ଆଜିକାଲି ଶ୍ରମିକ କହିଲେ ସେହି ମାନଙ୍କୁ ବୁଝାଏ ଯେଉଁ ମାନେ ଗରିବ ଶ୍ରେଣୀ ଯେଉଁମାନେ ଖରା ତରାରେ ନିଜର ରକ୍ତ ନିଗିଡା ଝାଳ ବୁହାଇ କାମ କରିଥାଆନ୍ତି । ନାଁ ସେଇ ମାନେ କେବଳ ଶ୍ରମିକ ନୁହଁନ୍ତି । ଏଠି ପ୍ରତ୍ୟକ ମଣିଷ ଶ୍ରମିକ ଯେଉଁ ମାନେ ନିଜ ନିଜର ପରିଶ୍ରମ କରନ୍ତି ଏବଂ ପାରିଶ୍ରମିକ ନେଇଥାନ୍ତି ତ ଏ […]
Read Moreବିଜୟୱାଡା (ସମୃଦ୍ଧ ଓଡିଶା) ଆନ୍ଧ୍ର ପ୍ରଦେଶ ବିଜୟୱାଡାରେ ଥିବା ରାଜ ଭବନକୁ ଡ୍ରୋନ ମାଧ୍ୟମରେ କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ରୂପେ ସୋଡିୟମ ହାଇପୋକ୍ଲୋରାଇଡ଼ ଔଷଧ ଆଜି ସିଞ୍ଚନ କରାଯାଉଛି । ସାରା ରାଜ ଭବନକୁ ସଂକ୍ରମଣ ମୁକ୍ତ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶାର ବରିଷ୍ଠ ବିଜେପି ନେତା ବିଶ୍ୱ ଭୂଷଣ ହରି ଚନ୍ଦନ ଗତ ବର୍ଷ ଠାରୁ ଏଠାରେ ରାଜ୍ୟପାଳ ରୂପେ କାର୍ଯ୍ୟ […]
Read Moreବିଜୟୱାଡା (ସମୃଦ୍ଧ ଓଡିଶା) ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କ ୮୯ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି । ବିଜେପି ନେତାମାନେ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କ ଦେହାନ୍ତ ହୋଇଥିବା ଖବର ପାଇ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି କାମନା […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧିକୁ ମେ’ ୩ ଯାଏଁ ବଢ଼ାଇ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୦ ଘଣ୍ଟା ବେଳେ ପ୍ରେସମିଟରେ ସେ ଏହା ଘୋଷଣା କରିଛନ୍ତି । କିନ୍ତୁ ଏପ୍ରିଲ ୨୦ ପରେ ବିଭିନ୍ନ ସ୍ଥାନରେ ପରିସ୍ଥିତିକୁ ସମୀକ୍ଷା କରି ଲକଡାଉନ କୋହଳ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । କଟକଣା କୋହଳ ହେଲେ ମଧ୍ୟ ଲୋକଙ୍କୁ ରେଳ ସେବା ଓ ଦୂରସ୍ଥାନକୁ […]
Read Moreବିଜୟୱାଡା (ସମୃଦ୍ଧ ଓଡିଶା) ଗତକାଲି ଆନ୍ଧ୍ର ପ୍ରଦେଶ ରାଜ୍ୟରେ ମାଡ୍ରାସ ହାଇକୋର୍ଟର ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ ଭି. କନଗରାଜ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ରୂପେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ବିଚାରପତିଙ୍କ ବୟସ ୭୫ ବର୍ଷ ହୋଇଥିବା ବେଳେ ସେ ଗତକାଲି ରାଜ୍ୟପାଳଙ୍କ ନିକଟରେ ତାଙ୍କ ଜଏନିଙ୍ଗ ରିପୋର୍ଟ ଦାଖଲ କରିଛନ୍ତି । ଏଥିପୂର୍ବରୁ କିଛି ମାସ ତଳେ ଜଣେ ଅବସର ପ୍ରାପ୍ତ ଆଇଏଏସ ଅଫିସର ଏନ. ରମେଶ କୁମାରଙ୍କୁ ନିଯୁକ୍ତି ଦିଆଯାଇଥିଲା […]
Read Moreବିଶାଖାପାଟଣା (ସମୃଦ୍ଧ ଓଡିଶା) ସାରା ଦେଶରେ କରୋନା ଭୁତାଣୁ ସଂକ୍ରମଣକୁ ନେଇ ଲକଡାଉନ କରାଯାଇଥିବା ବେଳେ ସମସ୍ତ ଜନସାଧାରଣଙ୍କୁ ଘରୁ ନ ବାହାରିବା ପାଇଁ ସରକାର ନିଷେଧାଜ୍ଞା ତଥା ପ୍ରତିଷେଧକ ମୂଳକ ବ୍ୟବସ୍ଥା କରିଥିବାରୁ କାମ ଧନ୍ଦା ନ ପାଇଁ ଗରିବ ଦିନ ମଜୁରିଆ ମାନେ ଉପାର୍ଜନ କ୍ଷମ ହୋଇ ପାରି ନାହାନ୍ତି । ଫଳରେ ପରିବାର ପରିପୋଷଣ କରିବା ସେମାନଙ୍କ ପକ୍ଷରେ କଷ୍ଟ ସାଧ୍ୟ ହୋଇଯାଇଛି । ସେଇଥିପାଇଁ ଲୋକଙ୍କ ସମସ୍ୟାକୁ ବିଚାର କରି ଆନ୍ଧ୍ର […]
Read Moreଭୁବନେଶ୍ୱର/ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣର ସଙ୍କଟ ସମୟରେ ରେଳମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ପୂର୍ବତଟ ରେଳପଥ ଆଇ.ଆର.ସି.ଟି.ସି ସହ ମିଳିତ ଭାବେ ଏହାର ମୂଳ ରନ୍ଧନଶାଳା ଖୋର୍ଦ୍ଧା ରୋଡ଼ ଓ ବିଶାଖାପାଟଣା ଫୁଡକୋର୍ଟରୁ ଖାଦ୍ୟ ପ୍ରସ୍ତୁତ କରି ଏହାର ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନମାନଙ୍କରେ ଗରିବଲୋକଙ୍କୁ ବୃହତ ଆକାରରେ ଖାଦ୍ୟ ସହ ପେପରପ୍ଲେଟ ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରିଛି । ପୂର୍ବତଟ ରେଳପଥ ଏହାର ସମସ୍ତ ଏଜେନସି ସହ ରେଳ ସୁରକ୍ଷାବଳକୁ ଅନ୍ତର୍ଭୁକ୍ତ କରି ଏହାର ପରିସୀମା […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତରେ ଗତ ୨୨ତାରିଖରୁ ଲକ ଡାଉନ ଜାରି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିବା ଦୀପ ଦାନକୁ ସାରା ଦେଶ ପାଳନ କରିଛି । କରୋନା ଭୂତରୁ ଉଦ୍ଦେଶ୍ୟରେ ଆଜି ରାତ୍ର ୯ରେ ୯ ମିନିଟ ଯାଏଁ ସମସ୍ତ ଲୋକ ଲାଇଟ ବନ୍ଦ କରି ଦୁଆର ମୁହଁରେ ମହମବତୀ କିମ୍ବା ଦୀପ ଜଳାଇ ପ୍ରାର୍ଥନା […]
Read More