Breaking News

Sports

ଛତ୍ରପୁରରେ ତୃତୀୟ ଓଡିଶା ନାଭାଲ ଟାଟା ହକି ଖେଳାଳୀଙ୍କ ଚୟନ ପ୍ରକ୍ରିୟା ଆରମ୍ଭ

June 8, 2023

ବ୍ରହ୍ମପୁର(ସମୃଦ୍ଧ ଓଡିଶା)ତୃଣମୂଳ ସ୍ତରରେ ରହିଥିବା ହକି ପ୍ରତିଭା ମାନଙ୍କୁ ସୁଯୋଗ ଦେବା ନିମନ୍ତେ ୧୬ ବର୍ଷ ବୟସ ବାଳକ ବାଳିକା କ୍ରୀଡାବିତ୍ ମାନଙ୍କ ଚୟନ ପ୍ରକ୍ରିୟା ଛତ୍ରପୁର ହକି ଖେଳପଡିଆ ଠାରେ ସୋମବାର ଆରମ୍ଭ ହୋଇଯାଇଛି । ଭାରତୀୟ ହକି ର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଏହି ଚୟନ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ତୃତୀୟ ଓଡିଶା ନାଭାଲ ଟାଟା […]

Read More

ବିଶାଖାପାଟଣାରେ ମାସିକିଆ କ୍ରୀଡା କୋଚିଂ ଶିବିର ଉଦଯାପିତ

May 30, 2023

ବିଶାଖାପାଟନମ୍(ସମୃଦ୍ଧଓଡିଶା) ଜିଲ୍ଲା କ୍ରୀଡ଼ା ପ୍ରାଧିକରଣ ଅଧୀନରେ ଆରିଲୋଭା ଟୋଟାଗାରୁଭୁ ଜେପି ହାଇସ୍କୁଲରେ ଆୟୋଜିତ ଗ୍ରୀଷ୍ମ କୋଚିଂ ଶିବିରର ଉଦଯାପନ ଉତ୍ସବ କାର୍ଯ୍ୟକ୍ରମରେ ମେୟର ଗୋଲାଗାନି ହରି ଭେଙ୍କଟା କୁମାରୀ ମୁଖ୍ୟ ଅତିଥି ଭାବରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ମେୟର କହିଛନ୍ତି ଯେ ରାଜ୍ୟ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ମୋହନ ରେଡ୍ଡୀ କ୍ରୀଡା ପ୍ରତି ଗୁରୁତ୍ୱ ଦେଉଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ଗ୍ରୀଷ୍ମ କୋଚିଂ ଶିବିରର ଆୟୋଜନ କରାଯାଉଛି। ବିଶାଖା ଜିଲ୍ଲା କ୍ରୀଡା ପ୍ରାଧିକରଣ ଅଧୀନରେ […]

Read More

ମହିଳା ଷ୍ଟାରରେସଲରଙ୍କୁ ଦିଲ୍ଲୀ ପୋଲିସର ଅତ୍ୟାଚାର ନେଇ ଅସନ୍ତୋଷ ..

May 29, 2023

ନୂଆ ଦିଲ୍ଲୀ(ସମୃଦ୍ଧ ଓଡିଶା) ଗତକାଲି ଭାରତ ପାଇଁ ପଦକ ଜିତିଥିବା ଷ୍ଟାର ରେସଲରମାନଙ୍କୁ ପୋଲିସର ଦୌରାତ୍ମା ସମସ୍ତଙ୍କୁ ଆଶର୍ଯ୍ୟ କରିଛି । ଦେଶର ରାଜଧାନୀ ନୂଆ ଦିଲ୍ଲୀର ଗୋଟିଏ ପଟେ ଗତକାଲି ବେଶ ଧୂମଧାମରେ ନୂଆ ସଂସଦ ଭବନର ଉଦଘାଟନ ଚାଲିଛି । ଅନ୍ୟପଟେ ଭାରତ ପାଇଁ ପଦକ ଜିତିଥିବା ଷ୍ଟାର ରେସଲରମାନଙ୍କୁ ପୋଲିସ ଉଠାଇ ନେଉଛି । ଦେଶ ପାଇଁ ପଦକ ଜିତିଥିବା ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କୁ ଦିନେ ଦେଶର ଗର୍ବ, ଗୌରବ […]

Read More

ଏସିଆ କପ୍‌ ଭେନ୍ୟୁ ସ୍ଥିର କେବେ ହେବ ?

May 26, 2023

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଚଳିତ ବର୍ଷ ଏସିଆ କପ କେଉଁ ଦେଶ ଆୟୋଜନ କରିବ, ସେ ସମ୍ପର୍କରେ ଆଇପିଏଲ ଫାଇନାଲ ମ୍ୟାଚ୍‌ ପରେ ଘୋଷଣା ହେବ ବୋଲି ଜଣାପଡିଛି। ଆଇପିଏଲ ଫାଇନାଲ ମ୍ୟାଚ୍‌ ଦେଖିବାକୁ ଏସିଆନ କ୍ରିକେଟ କାଉନସିଲର ପ୍ରତିନିଧି ଦଳ ଆସିବେ। ତେଣୁ ଏହି ମ୍ୟାଚ୍‌ ପରେ ଏସିଆ କପ୍‌ ଭେନ୍ୟୁ ସମ୍ପର୍କରେ ଘୋଷଣା କରାଯିବ ବୋଲି ଆଜି ବିସିସିଆଇ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି। “ବର୍ତ୍ତମାନ ସୁଦ୍ଧା ଏସିଆ କପ କେଉଁଠି ଓ କିଏ ଆୟୋଜନ […]

Read More

ସମ୍ଭାଗ ବାର୍ଷିକ କ୍ରୀଡା ଉଦଯାପିତ…

January 17, 2023

ବ୍ରହ୍ମପୁର  (ସମୃଦ୍ଧ ଓଡିଶା) ଛତ୍ରପୁର ଷ୍ଟାଡିୟମରେ ଛତ୍ରପୁର ସଂକୁଳସ୍ତରୀୟ ସଂଯୋଜକ ରବୀନ୍ଦ୍ର ନାଥ ଦାଶ, ସଂକୁଳ ପ୍ରମୁଖ ଡ଼ଃ., ଜେ. କୁର୍ମା ରାଓଙ୍କ ତତ୍ୱାବଧାନରେ ଓ ସମ୍ଭାଗ ସଂଯୋଜକ ପ୍ରକାଶ ଚନ୍ଦ୍ର ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଦକ୍ଷିଣ-ପୂର୍ବ ସମ୍ଭାଗ କ୍ରୀଡ଼ା ଉଦଯାପନ ହୋଇଯାଇଅଛି । ଏହାକୁ ମୁଖ୍ୟଅତିଥି ରୂପେ ଭାରପ୍ରାପ୍ତଜିଲ୍ଲା କ୍ରୀଡା ଅଧିକାରୀ ତଥା ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ସୁକାନ୍ତ ଚନ୍ଦ୍ର ମିଶ୍ର ଯୋଗଦେଇ କୃତୀ ଖେଳାଳୀଙ୍କୁ ପୁରସ୍କୃତ କରିବା ସାଂଗକୁ ଉତ୍ସାହିତ କରିଥିଲେ […]

Read More

ୟୁଥମାସ ସେବା ସଂଘ ପକ୍ଷରୁ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

January 11, 2023

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆସନ୍ତା ୧୩ ତାରିଖରେ ହେବାକୁ ଥିବା ବିଶ୍ୱ ହକି କପ୍ ର ପ୍ରଚାର ଓ ପ୍ରସାର ପାଇଁ ଛତ୍ରପୁର ଷ୍ଟାଡିୟମ ପରିସରରେ ଛତ୍ରପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ୟୁଥମାସ ସେବା ସଂଘ ପକ୍ଷରୁ ଦିନିକିଆ ହକି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହା ସାଂଗକୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧ୍ୟ ଅନୁଷ୍ଠିତ ହୋଇ କ୍ରୀଡାପ୍ରେମୀଙ୍କୁ ଉତ୍ସାହିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବେ […]

Read More

ମା ଆଦିଶକ୍ତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ…

January 9, 2023

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଲୋଚାପଡା ନିକଟସ୍ଥ ଶକ୍ତିନଗରରେ ମା ଆଦି ଶକ୍ତି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ଷୋହଳଟି ଦଳ ଭାଗ ନେଇଥିଲେ । ପ୍ରତେକ ଦଳ ପାଇଁ ଆଠ ଓଭର ରଖାଯାଇଥିଲା । ପ୍ରତେକ ଦିନ ଚାରିଗୋଟି ମ୍ୟାଚ ଖେଳା ଯାଉଥିଲା । ଫାଇନାଲରେ ଅର୍ଗନାଇଜର ଟିମ ରୋୟାଲ ଇଲେଭେନ ଓ ଲାୟନ ଇଲେଭେନ ଟିମ ପ୍ରବେଶ କରଥିଲେ । ଟସ ଲାୟନ […]

Read More

ବ୍ରହ୍ମପୁର କରାଟେ ଏକାଡେମୀ ତରଫରୁ ଚାମ୍ପିଅନସିପ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ…

January 5, 2023

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର କରାଟେ ଏକାଡେମୀର ଚାରିଜଣ ଛାତ୍ରଛାତ୍ରୀ ବିଗତ ୧୦.୧୨.୨୦୨୨ରେ ବିଶାଖାପାଟଣା ଠାରେ ଅନୁଷ୍ଠିତ ହୋଇଥିବା “ଭାଇଜାଗ ଓପନ ନ୍ୟାସନାଲ କରାଟେ ଚାମ୍ପିଅନସିପ” ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତକାର୍ଯ୍ୟ ହୋଇଥିଲେ ଏବଂ ଗୋଟିଏ ସ୍ଵର୍ଣ୍ଣପଦକ, ଗୋଟିଏ ରୌପ୍ୟ ପଦକ ତଥା ତିନୋଟି ବ୍ରୋଞ୍ ପଦକ ଅର୍ଜନ କରିଥିଲେ । ସେହିପରି ପୁଣି ଉକ୍ତ ଅନୁଷ୍ଠାନର ଛଅଜଣ ଛାତ୍ରଛାତ୍ରୀ ୨୪.୧୨.୨୦୨୨ ଏବଂ ୨୫.୧୨.୨୦୨୨ରେ ଉତ୍ତରାଖଣ୍ଡ ରାଜ୍ୟର ନୈନିତାଲ ଜିଲ୍ଲା ଅନ୍ତର୍ଗତ ହଲଦ୍ୱାନି ଠାରେ ଅନୁଷ୍ଠିତ ହୋଇଥିବା […]

Read More

ଜାତୀୟ ସ୍ତରୀୟ ସ୍କେଟିଂରେ ଐତିହାସିକ ସଫଳତା ପାଇଲେ ସୁରଭି…

January 4, 2023

ଛତ୍ରପୁର (ସମୃଦ୍ଧ ଓଡିଶା) ପଞ୍ଜାବର ଡ଼ିଏଭି ୟୁନିଭରସିଟିରେ ଗତ ୨୯, ୩୦ ଓ ୩୧ ତାରିଖରେ ଚାଲିଥିବା ଡ଼ିଏଭି ଜାତୀୟ ଖେଳରେ ଓଡ଼ିଶା ପାଇଁ ସ୍କେଟିଂରେ ରୌପ୍ୟ ପଦକ ହାତେଇ ଇତିହାସ ରଚିଛନ୍ତି ଟି. ସୁରଭି ପାତ୍ର । ସୁରଭି, ଡିଏଭି ସ୍କୁଲ୍ ବ୍ରହ୍ମପୁରର ଅଷ୍ଠମ୍ ଶ୍ରେଣୀରେ ପଢ଼ୁଛନ୍ତି । The sports arena ଏବଂ ସଂକଳ୍ପ କୋମାପଲି ଠାରେ ବ୍ରହ୍ମପୁର ସ୍କେତିଂ ଏକାଡେମୀର କୋଚ୍ ବିଭୂତି ଜେନାଙ୍କ ଠାରୁ ଗତ ଏକ ବର୍ଷ ଧରି ନିରନ୍ତର […]

Read More

ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ପାଇଁ ଗଞ୍ଜାମ ନାଟ୍ୟ କଳାକାରଙ୍କ ଉତ୍ତରପ୍ରଦେଶ ଗସ୍ତ…

December 29, 2022

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଉତ୍ତରପ୍ରଦେଶର ଆଜମଗଡ଼ ଠାରେ ଅନୁଷ୍ଠିତ ହେଉଥିବା ସର୍ବଭାରତୀୟ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତାରେ ଭାଗନେବା ପାଇଁ ଗଂଜାମ ଜିଲ୍ଲାର ୧୦ ଜଣ କଳାକାର ବୁଧବାର ଉତ୍ତରପ୍ରଦେଶର ଆଜମଗଡ଼ ଗସ୍ତ କରିଛନ୍ତି । ଅଗ୍ରଣୀ ନାଟ୍ୟସଂସ୍ଥା ଆଶିଷ ଅଂଶୁମାନ ସୌଖିନ କଳାକାର ସଂଘ ତରଫରୁ ରାଜଗୋପାଳ ପାଢ଼ୀଙ୍କ ନେତୃତ୍ୱରେ ଯାଇଥିବା ଏହି ନାଟ୍ୟଦଳ ଆଜମଗଡ଼ରେ ଓଡ଼ିଆ ନାଟକ “ଶାପିତ ପୁତ୍ର” ମଞ୍ଚସ୍ଥ କରିବ । ନାଟକର ରଚନା ଓ ନିର୍ଦ୍ଦେଶନା ରାଜଗୋପାଳ ପାଢ଼ୀ ଦେଉଥିବା […]

Read More

ସୁପର ସ୍ଵିଇମିଂ ଚାମ୍ପିୟନ ସିପ ଭୁବନେଶ୍ୱର ଉଦଯାପିତ…

December 4, 2022

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ଭୁବନେଶ୍ୱରରେ ଏକ ରାଜ୍ୟସ୍ଥରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ୩୫୦ ଖେଳାଳି ଭାଗ ନେଇଥିଲେ l ପ୍ରତ୍ୟେକ ଜିଲ୍ଲାରୁ ବଛା ବଛା ପ୍ରତିଯୋଗୀଙ୍କୁ ଚୟନ ହୋଇ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ସହରର ୧୫ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ l JSW ଗଞ୍ଜାମ ଛତ୍ରପୁର କ୍ଳବ ତରଫରୁ ମଧ୍ୟ ୧୫ ଜଣ […]

Read More

ହ୍ୟାଣ୍ଡବଲ୍ ସମର କପ୍ ଉଦଯାପିତ:ବ୍ରହ୍ମପୁର ଚମ୍ପିୟାନ

June 13, 2022

ବ୍ରହ୍ମପୁର,୧୩/୬: ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ଦ୍ୱାରା ଆୟୋଜିତ ହ୍ୟାଣ୍ଡବଲ ସମର କପ୍ ଗତ ୩ସପ୍ତାହ ଧରି ଚାଲିଥିବା ବେଳେ ଆଜି ତାହା ଉଦଯାପିତ ହୋଇଯାଇଛି।ଏଥିରେ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଚାମ୍ପିୟନ୍ ବ୍ରହ୍ମପୁର ଟିମ୍ ଓ ରନର୍ସପ୍ ଗଞ୍ଜାମ ଟିମ୍ କୁ ପୁରସ୍କୃତ କରି ସମସ୍ତ ପ୍ରତିଯୋଗିଙ୍କୁ ଉତ୍ଚାହିତ କରିଥିଲେ ।ଏବଂ ଆଗାମୀ ଦିନରେ ହେବାକୁ ଥିବା […]

Read More

ଗଞ୍ଜାମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦଘାଟିତ

May 28, 2022

ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ଛତ୍ରପୁର ଷ୍ଟାଡିୟମ ସ୍ଥିତ ଇନଡୋର ହଲରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ଏହା ୮ମ କ୍ୟୁରୋଗୀ ଓ ୭ମ ପୁମସେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅଟେ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୂଖ୍ଯ ଅତିଥି ଭାବେ ଯୋଗଦେଇ ପୂର୍ବାହ୍ନ ସାଢେ ଦଶଟା ସମୟରେ ଏହାକୁ ଆନୁଷ୍ଠାନିକ ଉଦଘାଟନ କରିଥିଲେ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ୧୪ଟି ଏକାଡେମୀର ୩୦୪ ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ […]

Read More

ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

May 15, 2022

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ଏମସିସିଓ ପ୍ରେସକ୍ଳବ ହିଞ୍ଜିଳିକାଟୁ ମିଳିତ ଆନୁକୂଲ୍ୟରେ ସ୍ୱର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ହେଚପିଏଲ ୨୦୨୨ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁଵାସ ପଲେଈ, ସମ୍ନାନୀୟ ଅତିଥି ଭାବେ ଶେରଗଡ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ଥାନା ଅଧିକାରୀ […]

Read More

କେଏମପି ସ୍ପୋର୍ଟସ ଏକାଡେମୀର ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା…

February 8, 2022

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡେମୀ ପକ୍ଷରୁ ୨୫ ତମ କଲର ବେଲ୍ଟ ପ୍ରତିଯୋଗିତା ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଥିବା ଏକାଡେମୀର ତାଲିମ କେନ୍ଦ୍ରରେ ଆୟୋଜିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟାଏକୋଣ୍ଡୋ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଶିକ୍ଷଣ ନେଉଥିବା ୧୬୮ ଜଣ ପ୍ରଶିକ୍ଷାର୍ଥୀ ଏହି ଆନ୍ତଃ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରେ ୧୬ ଜଣ ବ୍ଲାକ ବେଲ୍ଟ ପ୍ରତିଯୋଗୀ ଥିବା କେଏମପି ସ୍ପୋର୍ଟସ […]

Read More

ଆନ୍ତରାଜ୍ୟ ରାଧାଗୋବିନ୍ଦ ଜିୟୁ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ…

January 31, 2022

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ବାଳେଶ୍ୱର ଜିଲାର ଜଳେଶ୍ୱର ବ୍ଳକ ଅଧିନ କୁଅଁରପୁର ପମ୍ପହାଉସ୍ ପଡିଆଠାରେ ପ୍ରତିବର୍ଷପରି ଚଳିତବର୍ଷ ରାଧାଗୋବିନ୍ଦ ଜିୟୁ ଭଲିବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଏଥିରେ ବାଲେଶ୍ୱର ଜିଲାର ସରସିଦା, ଚନ୍ଦନେଶ୍ୱର, ବାରିପଦା, ବାଲେଶ୍ୱର ଓ ପଶ୍ଚିମମେଦିନୀପୁର ଜିଲାର ବେଲଟି ଓ ୬ଷ୍ଟାର ଦଳ ଖେଳରେ ଭାଗ ନେଇଛନ୍ତି । ଉଦ୍‌ଘାଟନୀ ମ୍ୟାଚ୍‌ରେ ସରସିଦା ଭଲିବଲ ଟିମ୍‌କୁ ହରାଇ ପଶ୍ଚିମବଂଗର ୬ଷ୍ଟାର କ୍ଲବ ବିଜୟ ହୋଇଛି । ଏହି ଖେଳକୁ ବିଶିଷ୍ଟ […]

Read More

ଛତ୍ରପୁରରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ହୁମ୍ମା ଏକାଦଶ ଚମ୍ପିୟାନ…

January 12, 2022

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଷ୍ଟାଡିୟମ ପରିସରରେ ଛତ୍ରପୁରର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ୟୁଥ ମାସ ସେବା ସଂଘ ପକ୍ଷରୁ ଗତ ୫ ତାରିଖ ଠାରୁ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଜାତୀୟ ଯୁବ ଦିବସ ଅବସରରେ ଉଦଯାପିତ ହୋଇଯାଇଛି l ଏହି ଅବସରରେ ଫାଇନାଲ ମ୍ୟାଚ ଛତ୍ରପୁର ଏକାଦଶ ସହ ହୁମ୍ମା ଏକାଦଶ ମଧ୍ୟରେ ମୁକାବିଲା ହୋଇଥିବା ବେଳେ ଛତ୍ରପୁର ଏକାଦଶକୁ ୯୨ ରନରେ ହରାଇ ହୁମ୍ମା ଏକାଦଶ ଚମ୍ପିୟାନ ହୋଇଛନ୍ତି l ହୁମ୍ମା ଏକାଦଶ […]

Read More

୭ ଦିନିଆ କ୍ରିକେଟ ଖେଳ ଉଦ୍‌ଯାପିତ…

January 2, 2022

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକର କୋଟସାହି ପଂଚାୟତର ଡିଙ୍ଗାଶୋଳ ଠାରେ ମଂଗଳମାତା କ୍ଲବ ପକ୍ଷରୁ କ୍ରିକେଟ ଟୁଣ୍ଟାମେଣ୍ଟ ଉଦ୍‌ଯାପିତ ହୋଇଛି । ଏଥିରେ ବାରିପଦା, ଗୋବର୍ଦ୍ଧନପୁର-୧, କାଶିଡିହା, ଗୋବର୍ଦ୍ଧନପୁର-୨, ବିଷ୍ଣୁପୁର, ଚୋରମରା, ବାଲିକୁଟି ଓ ଡିଙ୍ଗାଶୋଳ ଦଳ ଯୋଗ ଦେଇଥିବା ବେଳେ ଆଜି ଫାଇନାଲ ଖେଳରେ ଡିଙ୍ଗାଶୋଳ ବିଜେତା ହୋଇ ୨୦୦୦୦ ଟଙ୍କା ନଗଦ ଓ ଟ୍ରଫି ଏବଂ ରନର୍ସଅଫ ଦଳ ବାରିପଦା ଦଳ ୧୨୦୦୦ ଟଙ୍କା ନଗଦ ଓ ଟ୍ରପିଂ ପ୍ରଦାନ କରାଯାଇଥିଲା । […]

Read More

ମଙ୍ଗଳାମାତା ଯୁବକ ସଂଘ ଡିଙ୍ଗାଶୋଳ ତରଫରୁ ୭ଦିନିଆ ବାର୍ଷିକ କ୍ରିକେଟ ଖେଳର ଉଦଯାପନୀ ଦିବସ ଅନୁଷ୍ଠିତ…

January 2, 2022

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ କୋଟସାହି ଗ୍ରାମ ପଞ୍ଚାୟତର ଡିଙ୍ଗାଶୋଳ ଖେଳପଡ଼ିଆରେ ମଙ୍ଗଳାମାତା କ୍ଲବ ଦ୍ଵାରା ଆୟୋଜିତ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନ ଦିବସ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଜଳେଶ୍ଵର ପଞ୍ଚାୟତ ସମିତି ଅଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ମୂଖ୍ୟ ବକ୍ତା ପ୍ରାକ୍ତନ ପ୍ରଧ୍ୟାପକ ବିପିନ ବିହାରୀ ବିଶ୍ବାଳ, ସମ୍ମାନୀତ ଅତିଥି ପ୍ରାକ୍ତନ ଶିକ୍ଷକ କାଳିକିଙ୍କର ଦାସ ମହାପାତ୍ର, ପ୍ରାକ୍ତନ ଶିକ୍ଷକ ଜଗନ୍ନାଥ ପଣ୍ଡା, […]

Read More

ଶୁଭାରମ୍ଭ ହେଲା ପୁରୁଷୋତ୍ତମପୁର ଟାଏକୋଣ୍ଡୋ ଏକାଡେମୀ…

January 2, 2022

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଟାଏକୋଣ୍ଡୋ ଭଳି ଏକ ଆନ୍ତର୍ଜାତିକ ଶାରିରୀକ କୌଶଳ ଉପରେ ପର୍ଯ୍ୟବେସିତ କ୍ରୀଡ଼ାର ପ୍ରଚାର ଓ ପ୍ରସାର ପାଇଁ ପୁରୁଷୋତ୍ତମପୁର ଠାରେ ଏକ ପ୍ରଶିକ୍ଷଣ କେନ୍ଦ୍ର ଆରମ୍ଭ ହୋଇଯାଇଛି । ପ୍ରଶିକ୍ଷକ ଇ. ଲଳିତ କୁମାରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି, ମୂଖ୍ୟ ବକ୍ତା ଭାବେ ଓଡିଶା ଟାଏକୋଣ୍ଡୋ ସଂଘ ସହ ସମ୍ପାଦକ ତଥା ଆନ୍ତର୍ଜାତୀୟ ରେଫରୀ […]

Read More

ଜାୟାରଜାର୍ପା ଆଦିବାସୀ କ୍ଲବର ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ…

December 26, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଜମାଳପୁରଠାରେ ଦୀର୍ଘ ୨୧ବର୍ଷ ଧରି ଜାୟାରଜାର୍ପା ଆଦିବାସୀ କ୍ଳବର ଆନ୍ତରାଜ୍ୟ ଫୁଟବଲ ଖେଳ ଅନୁଷ୍ଠିତ ହୋଇ ଆସୁଛି । ଏଥିରେ ଓଡିଶା ଓ ପଶ୍ଚିମବଂଗର ୨୪ଟି ଦଳ ଭାଗ ନେଇଥିଲେ । ଗତ ୨୩ ତାରିଖରେ ଏହା ଉଦ୍‌ଘାଟନ ହୋଇଥିବା ବେଳେ ୨୬ ତାରିଖ ସଂଧ୍ୟାରେ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । କ୍ଳବର ସଭାପତି ରଘୁନାଥ ହାଁସଦା ଏଥିରେ ସଭାପତିତ୍ୱ କରିଥିବା ବେଳେ ସଂପାଦକ ବିଶ୍ୱନାଥ […]

Read More

ଜାୟରା ଜାର୍ପା ଆଦିବାସୀ କ୍ଲବ, ଜମାଳପୁର ତରଫରୁ ୨୧ତମ ୩ ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନି ଦିବସ…

December 26, 2021

ଜଳେଶ୍ଵର (ସମୃଦ୍ଧ ଓଡିଶା) ଉତ୍ତର ବାଲେଶ୍ୱରର ସର୍ବ ପୂରାତନ ଖେଳ ପଡିଆ ଜଳେଶ୍ଵର ବ୍ଲକ ଅନ୍ତର୍ଗତ ରାୟାଁ ରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅଧୀନ ଜମାଳପୁର ପଡ଼ିଆରେ ଜାୟରା ଜାର୍ପା ଆଦିବାସୀ କ୍ଲବ ଦ୍ଵାରା ୨୧ ତମ ୩ ଦିନିଆ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଗତକାଲି ଉଦ୍ଦଯାପନି ଦିବସ ହୋଇଯାଇଛି । ଗତ ୨୩ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଖେଳରେ ମୋଟ ୨୪ଟି ଦଳର ଖେଳାଳିଙ୍କ ମଧ୍ୟରେ ଖେଳ ହୋଇଥିଲା ଏବଂ ଗତକାଲି ଅପରାହ୍ନରେ ଫାଇନାଲ […]

Read More

ଆନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ବେଲଦା ୯ଷ୍ଟାର ବିଜୟୀ…

December 20, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ଜଳେଶ୍ୱର ଓ ପଶ୍ଚିମବଙ୍ଗର ଦାନ୍ତୁନ ଥାନା ଅଙ୍ଗାଙ୍ଗି ଭାବେ ଯୋଡି ହୋଇଥିବାରୁ ଏହାର ଭାଇଚାରା, ବନ୍ଧୁତ୍ୱ ଏପରିକି ବୈବାହିକ ସମ୍ପର୍କ ଲାଗି ରହିଥାଏ । ପ୍ରତିବର୍ଷ ଉପାନ୍ତ ଅଂଚଳଗୁଡିକରେ ଆନ୍ତରାଜ୍ୟ ଖେଳ ଅନୁଷ୍ଠିତ ହୁଏ । ଏବେ ଜଳେଶ୍ୱର ପୌରପରିଷଦର ଶାନ୍ତିଆଠାରେ ଚଣ୍ଡିମାତା କ୍ଲବ ପକ୍ଷରୁ ଦିବାରାତ୍ର ସର୍ଟବାଉଣ୍ଡାରୀ ସୀମିତ ଓଭର ଖେଳ ଅନୁଷ୍ଠିତ ହୋଇ ଯାଇଛି । ଦିନିକିଆ ଏହି ଖେଳକୁ ସମାଜସେବୀ ପ୍ରବୀର ପ୍ରଧାନ ଉଦ୍‌ଘାଟନ କରିଥିବା ବେଳେ […]

Read More

ରାଜ୍ୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିବା ଗଞ୍ଜାମର ୫୧ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା…

December 15, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ବୀର ହନୁମାନ କ୍ଳବ ଠାରେ ଗତ ୧୦-୧୧ ତାରିଖ ଦୁଇଦିନ ଧରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଚାମ୍ପିୟନ ହୋଇଥିବା ଗଞ୍ଜାମର ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲାରୁ ୨୫୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ଗଞ୍ଜାମରୁ ଜ୍ୟେଷ୍ଠ ଓ କନିଷ୍ଠ ୭୧ ଜଣ ମହିଳା, ପୁରୁଷ ଭାଗ ନେଇଥିଲେ । ଏଥିରେ […]

Read More

ଦିଗପହଣ୍ଡିରେ ଟାଏକୋଣ୍ଡୋ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ…

December 13, 2021

ବ୍ରହ୍ମପୁର/ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସ୍ଥିତ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ପରିସରରେ ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୨ୟ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଲୋକ ବିଷୋୟୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ସଂଘ ସଭାପତି ଶ୍ରୀକାନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଆନ୍ତର୍ଜାତିକ ରେଫରୀ ତଥା ଓଡିଶା ଟାଏକୋଣ୍ଡୋ ଏସୋସିଏସନ ଦ୍ୱାରା ମନୋନୀତ କୋଚ କେ. ମନୋଜ ପ୍ରଧାନ ପରୀକ୍ଷକ ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କ […]

Read More

ଜିଲ୍ଲାସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତା ଅନୁଷ୍ଠିତ…

November 28, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଭାରୋତ୍ତଳନ ସଂଘ ପକ୍ଷରୁ ରବିବାର ଗୋଷାଣୀନୂଆଗାଁ ଉତ୍ତରେଶ୍ଵର ମନ୍ଦିର ନିକଟସ୍ଥ ଶଙ୍କର ଭବନଠାରେ ଜିଲ୍ଲାସ୍ତରୀୟ ଭାରୋତ୍ତଳନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ ଏବଂ ସଂଘ ସଭାପତି କୁମୁଦ ଚନ୍ଦ୍ର ସାହୁ ଅଧ୍ୟକ୍ଷତା କରିଥିଲେ । ପ୍ରତିଯୋଗୀତାରେ ୪୯କେଜିରୁ ୧୦୨କେଜିରୁ ଉର୍ଦ୍ଧ୍ବ ବିଭିନ୍ନ ବର୍ଗର ୪୮ପୁରୁଷ ଓ ୨୭ ମହିଳା ପ୍ରତିଯୋଗୀ ଜିଲ୍ଲାରୁ […]

Read More

୧୧ତମ ସର୍ବଭାରତୀୟ ଓପେନ୍ କରାଟେ ପ୍ରତିଯୋଗିତା ପାଇଁ ଗଞ୍ଜାମ ଜିଲ୍ଲାରୁ ୧୩ଜଣ ପ୍ରତିଯୋଗୀଙ୍କ ଭୂବନେଶ୍ୱର ଯାତ୍ରା…

November 26, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୧ତମ ସର୍ବଭାରତୀୟ ଓପେନ୍ କରାଟେ ପ୍ରତିଯୋଗିତା ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଭୂବନେଶ୍ୱରର ଉତ୍କଳ କରାଟେ ସ୍କୁଲ ଠାରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଗଞ୍ଜାମ ଜିଲ୍ଲାରୁ ୧୩ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି । ଗତକାଲି ସେମାନେ ଭୁବନେଶ୍ୱର ଯାତ୍ରା କରିଛନ୍ତି । ସେମାନଙ୍କ ନାମ ହେଲେ – ସୋନମ ପ୍ରଧାନ (୧୦ବର୍ଷ ବାଳିକା), ଅନନ୍ୟା ପାଲୋ (୯ବର୍ଷ ବୟସ ବାଳିକା), […]

Read More

ଆନ୍ତରାଜ୍ୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ…

November 14, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଖେଳ ଏକ ମନୋରଞ୍ଜନ କାର୍ଯ୍ୟକ୍ରମ ନୁହେଁ ବରଂ ସୁସ୍ଥ ସ୍ୱାସ୍ଥ୍ୟ ଗଠନ, ଅର୍ଥ ଉପାର୍ଜନର ଅନ୍ୟଏକ ମାଧ୍ୟମ ବୋଲି ରାଇବଣିଆ ଥାନା ଅନ୍ତର୍ଗତ ଖୁଆଡ ଦୀନକୃଷ୍ଣ ଯୁବ କ୍ରୀଡାଙ୍ଗନ ପଡିଆରେ ଅନୁଷ୍ଠିତ ଆନ୍ତରାଜ୍ୟ ଫୁଟବଲ ଟୁର୍ଣ୍ଣମେଣ୍ଟର ଉଦ୍‌ଯାପନୀ ଉତ୍ସବରେ ମତପ୍ରକାଶ ପାଇଛି । ଏତ ତ୍ରୀକୋଣିୟ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣମେଣ୍ଟ ଗତ ୩୮ବର୍ଷ ଧରି ଖୁଆଡ ସ୍ଥିତ ଶଚିନ୍ଦ୍ରନାଥ କ୍ରିଡା ପରିଷଦ ପକ୍ଷରୁ ହୋଇ ଆସୁଛି । ଏଥିରେ ଓଡିଶାର ବାଲେଶ୍ୱର, ମୟୂରଭଂଜ, […]

Read More

ଆଥେଲେଟିକ ଆସୋସିଏସନ୍ ପକ୍ଷରୁ ଅଜୟ ମେମୋରିଆଲ ଅଲ୍ ଓଡ଼ିଶା ଇନଭାଇଟେସନ ବାସ୍କେଟ ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ…

November 6, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଆଥେଲେଟିକ ଆସୋସିଏସନ୍ ପକ୍ଷରୁ ଅଜୟ ମେମୋରିଆଲ ଅଲ୍ ଓଡ଼ିଶା ଇନଭାଇଟେସନ ବାସ୍କେଟ ବଲ୍ ଟୁର୍ଣ୍ଣାମେଣ୍ଟ ଗତକାଲି ବ୍ରହ୍ମପୁର ଏସ୍‌ପି ଅଫିସ୍ ସ୍ଥିତ ସ୍ପୋର୍ଟସ ଏରେନାର ଠାରେ ଉଦ୍‌ଘାଟିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିଥିବା ବେଳେ ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ […]

Read More

ନୂଆଦିଲ୍ଲୀରେ ଓଡିଶା ମହିଳା ବକ୍ସିଂ ଦଳକୁ ସମ୍ବର୍ଦ୍ଧନା ଜଣାଇଲେ କଂଗ୍ରେସ ନେତା…

October 20, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପଞ୍ଚମ ଏଲିଟ ସିନିଅର ଓମେନ ବକ୍ସି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବାକୁ ହରିୟାଣାର ହିସାର ଯାତ୍ରା କରୁଥିବା ଓଡିଶା ମହିଳା ବକ୍ସିଂ ଟିମକୁ ନୂଆଦିଲ୍ଲୀରେ ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥି ଭି. ଚନ୍ଦ୍ରଶେଖର ନାଇଡୁ ବୁଧବାର ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ପ୍ରତିଯୋଗୀତାରେ ସମସ୍ତ ପ୍ରତିଯୋଗୀ ଭଲ ପ୍ରଦର୍ଶନ କରି ରାଜ୍ୟକୁ ମେଡାଲ ଆଣିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ […]

Read More