ମାଟିରେ ହେଉ କି ସୁନାର ଦୀପ ତ ସେ କଥା ନୁହେଁ ଜରୁରୀ, କେତେ ସ୍ଥାନକୁ ସେ ଆଲୋକିତ କରେ ବୁଝିବା ତାହା ବିଚାରି । ଗରିବ ହେଉ କି ଧନୀ ହେଉ ଅବା ସେ କଥା ନୁହେଁ ଜରୁରୀ, ପରୋପକାରରେ ଜୀବନ କେ ‘ଦିଏ ବୁଝ ଆହେ ନର ନାରୀ ! ଅଭିମନ୍ୟୁ ଠାରୁ ଶିଖିବା ଆସରେ ସାହସ ସହ ହାରିବା, ମାତ୍ର ଜୀବନରେ ସାହସକୁ କେବେ ମନୁ ଦୂରେଇ ନ ଦେବା । ସେବା […]
Read Moreଓଡ଼ିଆ ପୁଅ ମୁଁ ଓଡିଶାରେ ଜନ୍ମ ଓଡିଶା ମୋର ଜନମ ଭୂଇଁ ଲଢ଼ିଛି ଲଢ଼ୁଛି ଲଢୁଥିବି ସଦା ଶେଷ ରକ୍ତ ବିନ୍ଦୁ ନିଗାଡ଼ି ଦେଇ ll ୧ ll ଓଡ଼ିଆ ମୋ ଭାଷା ଓଡିଆ ମୋ ଜାତି ଓଡିଶା ମୋ ପରିଚୟ ମା’ମାଟି ପାଇଁ ସଂଗ୍ରାମ କରିଛି ବଇରୀ ନ କରି ଭୟ ll ୨ ll ମୋ ପୂର୍ବ ପୁରୁଷ ଜୟ କରିଥିଲେ ଗଙ୍ଗା ଠାରୁ ଗୋଦାବରୀ ତାଙ୍କରି ଔରୁସେ ଜନମି ମୁଁ ଭାଇ ନୁହେଁ […]
Read Moreହୋଲି ଖେଳ ନୁହେଁ ଖାଲି ରଙ୍ଗ ବେରଙ୍ଗର ହୋଲି ଏକ ଖେଳ ସିନା ସ୍ନେହ ସୌହାର୍ଦ୍ଦ୍ୟର ହୋଲି ପୁଣି ସମାହାର ଅସୀମ ରଙ୍ଗର ହୋଲି ବିତ ହୋଇପାରେ ପ୍ରତୀକ ପ୍ରୀତିର ! ହୋଲି କେବେ ନୁହେଁ ଏକ ଜାତି ବା ଧର୍ମର ହୋଲି ଅଟେ ସନାତନ ସର୍ବେ ଏକାକାର ହୋଲି ତ ମିଳନସ୍ଥଳ ସମସ୍ତ ଧର୍ମର ହୋଲି ବି ତ ହୋଇପାରେ ମିଳନ ସ୍ୱାକ୍ଷର !! ହୋଲି ଅନ୍ତ କରିପାରେ ବିଭେଦ ଧର୍ମର ହୋଲି ଅନ୍ତ କରିପାରେ […]
Read Moreଜଗତର ନାଥ ପ୍ରଭୁ ଜଗନ୍ନାଥ ପୂର୍ଣବ୍ରହ୍ମ ଆଦିକନ୍ଦ ସତ୍ୟ ସନାତନ ସ୍ଵୟଂ ନାରାୟଣ ନିର୍ଗୁଣ ସଚ୍ଚିଦାନନ୍ଦ ।। ପରଂବ୍ରହ୍ମଙ୍କର ରୂପ ନିରାକାର ସାକାର ରୂପେ ପୂଜିତ ଅନନ୍ତ ତାଙ୍କର ମହିମା ଲୀଳାର କାଳ କାଳକୁ ବିଦିତ ।। ଯୁଗେ ଯୁଗେ ତାର ଦିବ୍ୟ ଅବତାର ଧର୍ମ କରିଛି ସ୍ଥାପନ ସ୍ଵୟଂ ଅନ୍ତର୍ଯ୍ୟାମୀ ସର୍ବ ଜୀବସ୍ବାମୀ ଦେଖୁଛି ଚକାନୟନ ।। ସେ ଭାଗ୍ୟ ବିଧାତା ଗତି ମୁକ୍ତି ଦାତା ରକ୍ଷା କରତା ଜୀବର ମୂକ କହେ ବାଣୀ ପଙ୍ଗୁ […]
Read Moreଏକଥା ନିଶ୍ଚିତ ଯେ ମଣିଷକୁ କର୍ମଫଳ ହିଁ ଭୋଗିବାକୁ ପଡେ । ମଣିଷର କର୍ମ ଫଳ ପାଇବା ପାଇଁ ଅନ୍ୟ କେହି ନୁହେଁ ବରଂ ସେ ନିଜେ ହିଁ ଦାୟୀ । ସତ କର୍ମ କଲେ ସତ ଫଳ ମିଳେ କୁକର୍ମ କଲେ କୁଫଳ ମିଳେ । ସେ ତାର ପ୍ରତ୍ୟେକ ଦିନର ପ୍ରତ୍ୟେକ ମୁହୂର୍ତ୍ତର ପ୍ରତ୍ୟେକ କ୍ଷଣର ପ୍ରତ୍ୟେକ ସେକେଣ୍ଡର କରୁଥିବା କର୍ମ କଥା ଭାଷା ଚାଲି ଚଳଣୀ ଆଚାର ବ୍ୟବହାର ଉଚ୍ଚାରଣ ଆଚରଣ, ମନରେ […]
Read Moreଦ୍ୱାପର ଯୁଗର ଅବସାନ ପରେ କଳି ଯୁଗର ଉତ୍ପତ୍ତି, କଳୁହା ମଣିଷ ଜନମିବେ ଯୁଗେ ପଡିବ ନିଶ୍ଚେ ବିପତ୍ତି । ଆଜକୁ ପାଞ୍ଚ ହଜାର ବର୍ଷ ପୂର୍ବେ କଳି ଯୁଗର ଆରମ୍ଭ, ଖ୍ରୀ:ପୂ ତିନି ହଜାର ବର୍ଷ ତଳେ ହୋଇଥିଲା ଯେ ଆରମ୍ଭ । ସୃଷ୍ଟି କର୍ତ୍ତା ବ୍ରହ୍ମା ସୃଷ୍ଟି କରିଥିଲେ ମଣିଷ ସଙ୍ଗରେ ବୃକ୍ଷ, ଜୀବ ଜଗତରେ ଶ୍ରେଷ୍ଠ ଜୀବ ବୋଲି କରେ ଅନ୍ୟକୁ କଟାକ୍ଷ । ପ୍ରକୃତିର ନୀତି ନିୟମ ନମାନି କରେ ସବୁ […]
Read Moreପ୍ରାଣୀ ଜଗତଟା ବଞ୍ଚିଛି କେବଳ ଗଛ, ଲତା ପାଇଁ ଏକା, ଫୁଲ, ଫଳ, ପତ୍ରେ ସଜେଇ ଧରାକୁ ମେଲାଇ ଶାଖା ପ୍ରଶାଖା || ୬ ଋତୁ ଆମ ବାର ମାସେ ମଧ୍ୟେ, ଜଣା ପଡୁନୀରେ ଭାଇ, ଆସିଗଲା ଏବେ ଅଜଣା ରୋଗରେ ସାଧୁଛି ଆମକୁ ରହି || ନିରୋଗ ରଖେ ତା ମୂଳ, ଚେର, ପତ୍ର, ମହିମା ଅନନ୍ତ ଅପାର ଦଧୀଚିଙ୍କ ପରି ଦାନ ଦେଇ ରଖେ ସୁସ୍ଥ ମାନବ ଶରୀର || ରାଗ ହିଂସା ଦ୍ୱେଷ, […]
Read Moreଶୁଣି ପାରୁ ନାହିଁ ସ୍ୱଜନର ଡାକ ମନ ଯାଇଛି ମରି କେହି ନାହିଁ ଆଜି ଅତିଥି ହୋଇ ସବୁମାନେ ଆଜି ଘରେ ରହି । କିଏ ବଜାଇବ ଜୟଡଙ୍କା ପିନ୍ଧବ ବିଜୟ ଟୀକା ? ସମସ୍ତେ ମତ୍ତ ନିଜ ଉଲ୍ଲାସରେ ଧରଣୀ ରକ୍ତେ ଲେଖା । କିଏ ପଡିଲା କିଏ ଉଠିଲା କାହାର ରହିଲା ମନବୋଧ କାହାର ସରକାର ଗଡୁଛି ଏଠାରେ ହେଉଛି ନ୍ୟାୟର ରୋଧ । ଭାଇ-ଭଉଣୀ କରୁଛି ଲଢ଼େଇ ଦେହରେ ଜାଗୁଛି କ୍ରୋଧ ପ୍ରେମ ଆଦରର […]
Read Moreଜୀବନ ମୋ ଅଧା ଛାଇ, ଅଧା ଆଲୁଅ ଖେଳକେବେ ସେ ସୁଖ, ତ କେବେ ସେ ଦୁଃଖର ବେଳ ।। ଫସିଛି ମୁଁ ବାଟ ମଝିରେ, ଚାହୁଁଛି ମୁଁ ସାହାରା ଏତିକି ଖାଲି ମନରେ ଭାବି କିଏ ଆସିବ ପରା ।। ଚାରା ଟିଏ ଥିଲି ମୁଁ ଯେବେ, ବାପା ମାଆ ବଡ଼ କଲେ,ପତ୍ର ଟିକେ ଛିଡି ଗଲା ବୋଲି ଦୁଃଖରେ ଭାଙ୍ଗିଗଲେ ।। ସାହାସ ମୁଁ ଯେତିକି ପାରେ, ଦିଏ ସେମାନଙ୍କୁ,ମୋ ସାହାସ କେତିକି ଅଛି, ଦେଖେଇବି […]
Read Moreକରୁଣା ସାଗର ହରିହେ କଲ କି କିମିଆ କରୋନାରେ ଭରିଦେଲ ଏ ସାରା ଦୁନିଆ । କହିବାକୁ ଲାଗେ ଲାଜ ତୁମରି ବଡିମା କାହିଁକି ଶୁଣିବ କିଏ ତୁମରି ମହିମା । କାଲି ସରିଗଲା ତୁମ ବରଷକ ଜାତ କେହିତ ଦେଖିଲେ ନାହିଁ ତୁମ୍ଭ ଲମ୍ବା ନେତ । କୃପଣ ହେଲକି ତୁମେ ଦେବାକୁ ଦର୍ଶନ କାନ୍ଦୁଛି ତୁମରି ପାଇଁ ଭକତଙ୍କ ମନ । କେଉଁ ଦେଶୁ ମାଡିଆସି ମହାମାରୀ ରୂପେ କରୋନା ନେଲା ଜୀବନ ବୁଲି […]
Read Moreକୁହ ହେ ବାପୁଜି ନେତାଜୀ ଚାଚାଜି କୁହ ଜାତି କାର୍ଣ୍ଣଧାରେ କିବା ସ୍ୱପ୍ନ ଦେଖି ଗାର ଦେଲ ଟାଣେ ମାଟିର ବକ୍ଷ ପରେ । ନୁହେଁ ସେତ ଗାର ବିଭାଜନ ଧାର ଯୁଗ ଯୁଗ ସମ୍ପର୍କର ବଂଶ ଜାତି ଗୋଷ୍ଠୀ ସମ୍ପ୍ରଦାୟ ମଧ୍ୟେ ଆଦ୍ୟ ବୀଜ କନ୍ଦଳର । କାହାରି ସ୍ଵାର୍ଥରେ ନିରବେ ଦେଖିଲ ଦେଶ ଜାତି ବିଭାଜନ କାହଲାଗି ପୁଣି ପ୍ରଚଳନ କଲ ଗଣତନ୍ତ୍ରର ଶାସନ ? ସ୍ୱପ୍ନର ସାମ୍ରାଜ୍ୟ ଗଣତନ୍ତ୍ର ରାଜ୍ୟ କିବା ତାର […]
Read Moreତୁମେ ସିନା ଦେଖ ଭଅଁର ସାଥିରେମଧୁମାଳତୀର ପ୍ରେମଅବା ପଢୁଅଛ ପ୍ରୀୟର ବିରହେଷୋଡ଼ଶୀ ମନର କାମ ।ବଖାଣୁଛ କେବେ ପ୍ରଣୟର କଥାସାହିତ୍ୟ ସଭାରେ ବସିବାହାବା ନେଉଛ ଗୁଣୀ ଜ୍ଞାନି ଜନେଶକୁନ୍ତଳା ପ୍ରେମ ଭାଷି । ୧।କେବେ ନବଯୁବା ବିପ୍ରଲମ୍ଵ ଅବାସମ୍ଭୋଗ ଶୃଙ୍ଗାର କଥାରଚନାରେ ତୁମେ ଚହଲେଇ ଦିଅକୋମଳ ତରୁଣ ମଥା ।ତୁମ କବିତାର ସପନ ସରିଲେଦେଖେ ଯେବେ ବାସ୍ତବତାଅଥୟ ହୁଏ ମୁ ଲୋତକ ନିଗାଡିଭାଳି ବନ୍ଧୁଜନ କଥା ।୨।ମନକୁ ପଚାରେ ଗାଁ ମାଟି ଛାଡିସୁଷମା ଯାଇଛି କାହିଁ ?ବର୍ଷ […]
Read Moreକେଉଁଠି ଆରମ୍ଭ କେଉଁଠାରେ ଶେଷ ଜୀବନମୁଁ ଜାଣେ ନାହିଁ।ଚାଲି ମୁଁ ସାରିଛି କେତେ ଗୁଡା ପଥ,ହେଲେ ଠିକଣା ମୋ ମିଳେ ନାହିଁ।। ଖରା, ବର୍ଷା, ଶୀତ, କାକରସହୁଥିବା ଜୀବନ୍ତ ପଥରଟେ ମୁହିଁ,ନିଜ ପରିଚୟ ନିଜେ ମୁଁ ଜଣେନା,ଜଗତ ଚିହ୍ନିବ କାହିଁ। କାହାର ଟିକେ ଦୟା କରୁଣାର ଛାୟାମନ ମୋର ଖୋଜୁଥାଏ।ଫିଙ୍ଗା ଫୋପଡା ଦରବରେ ଆଜିଜୀବନ ମୋ ଚାଲୁଥାଏ।ଚିହ୍ନା ମୁହଁ ଆଜି ଅଚିହ୍ନା ମୋ ପାଇଁଭୁଲିଛି ଘର ଠିକଣା,ଆହା!!ଆହା!!! ପଦେ ପାଇଁ କେହି ନାହିଁ ପାସେସତେକି ଏତେ ଅଜଣା। […]
Read More“ବଢ଼ି ଆସୁଛି ଆପଣ ମାନେ ଦୟାକରି ଯଥାଶୀଘ୍ର ନିକଟସ୍ଥ ଉଚ୍ଚ ସ୍ଥାନକୁ ଚାଲି ଯାଆନ୍ତୁ ” ବାରମ୍ବାର ହେଉଥିବା ସରକାରୀ ଘୋଷଣା ଶୁଣି ପୁରା ଗାଁର ଲୋକେ ସଜାଗ ହୋଇଗଲେ ! ଅବିଳମ୍ବେ ସମ୍ପୂର୍ଣ ଗାଁ ଖାଲି ହୋଇଗଲା ! ଯେ ଯାହା ପାରିଲା ସାଙ୍ଗରେ ନେଇ ଉଚ୍ଚ ସ୍ଥାନକୁ ଚାଲି ଗଲେ ! କିନ୍ତୁ ଗଲେ ନାହିଁ ଗାଁ ମନ୍ଦିର ପୂଜକ ହରି ନନା ! ସମସ୍ତେ ବୁଝାସୁଝା କଲେ ବି ସେ ମାନିଲେ ନାହିଁ […]
Read Moreକେଉଁ ଉପାଦାନେ ଗଢ଼ା ତୋ ହୃଦୟ ଯେତେ ଚେଷ୍ଟା କଲେ ପାରୁନି ବୁଝି ନେବୁ ଯଦି ଆମେ କୋଟିଏ ଜନମ କେବେ ପାରିବୁନି ତୋ ଋଣ ସୁଝି l ଦେହଟାକୁ ସିନା ରୋଗ କାବୁ କରେ ମନ ପାଖେ ଯାଏ ଲାଜରେ ନଇଁ ସଦା ଉତ୍ସର୍ଗୀତ ଜୀବନ ତ ତୋର ଦୁନିଆରେ ତୋର ତୁଳନା ନାହିଁ l ଖାଇବା ପିଇବା ଶୋଇବା ଚାହିଁବା କେମିତି ସାଧିଛୁ ତୁ ଏକା ଜାଣୁ ନିଜ ସୁଖ ସ୍ୱାର୍ଥ ସବୁ ବଳି […]
Read Moreଗୃହ ଦେଉଳର ଜୀବନ୍ତ ଦେବତା ଅଟ ତୁମେ ମୋର ମାଆ ମମତାମୟୀ ଗୋ ସ୍ନେହ ତରଙ୍ଗିଣୀ ସନ୍ତାନର ତୁମେ ସାହା ।। ପ୍ରାଣ ପୂଜାବେଦୀ ଆସ୍ଥାନରେ ମୋର ଲେଖା ଅଛି ତୁମ ନାମ ମାଆ ବୋଲି ଥରେ ଡାକିଦେଲେ ପରା ମନ ହୁଏ ଭୟ ଶୂନ୍ୟ ।। ମାଆ ଅଟ ତୁମ୍ଭେ ସୃଷ୍ଟି କାରିଣୀ ଗୋ ପାଳନ କର୍ତ୍ତ୍ରୀ ବି ତୁମେ ସହନଶୀଳାରେ ତୁମପରି କିଏ ଅଛି କୁହ ଧରାଧାମେ ।। ସନ୍ତାନ ମଙ୍ଗଳ ଇଚ୍ଛ ସବୁବେଳେ ସଦା […]
Read Moreଢେଙ୍କାନାଳ ଜିଲ୍ଲା ର ହିନ୍ଦୋଳ ବ୍ଲକ ଅଧିନସ୍ଥ ମହିଧରପୁର ଗାଁ ର ବିଜୟ ମୁଦୁଲି । ପରିବାର କହିବାକୁ ଗଲେ ଦୁଇଟି ପୁଅ ଆଉ ସ୍ତ୍ରୀ କୁ ନେଇ ତାର ପରିବାର । ବଡ଼ ପୁଅ ନବମ ଶ୍ରେଣୀ ରେ ପାଠ ପଢୁଥାଏ । ସାନ ପୁଅ ମାତ୍ର ଚାରି ବର୍ଷ ର । ଗୋଟେ ଦିନ ସକାଳୁ ସକାଳୁ ବିଜୟ କାମ କୁ ବାହାରୁ ଥାଏ । ତାର ସ୍ତ୍ରୀ ରଞ୍ଜୁ କହିଲା ଆରେ ଶୁଣୁଚ […]
Read Moreସେଦିନ ଥିଲା ଅକ୍ଷୟ ତୃତୀୟା ଆଉ ଆଜି ବି ଥିଲା ସେହି ଅକ୍ଷୟ ତୃତୀୟା । ୧୮୬୬ ନ’ଅଙ୍କ ଦୁର୍ଭିକ୍ଷ । #John_Beams ଙ୍କ History Of Odisha ପୁସ୍ତକ ର ବର୍ଣନା ଅନୁସାରେ ଓଡିଶା ଜନସଂଖ୍ୟା ର ୫୦ ପ୍ରତିଶତ ଜନତାଙ୍କୁ ଏକା ଖାଇଥିଲା ଏଇ ଗୋଟିଏ ମଡ଼କ। ଓଡିଶା ର ଗାଁ ଗଣ୍ଡାରେ ଭୋକିଲା କଙ୍କାଳ ମାନଙ୍କ ପଟୁଆର।ଚାରି ଆଡ଼େ” ଅନ୍ନ ଦେହୀ “ଅନ୍ନ ଦେହୀ” ର ଡାକରା। ନଈ ରେ ପାଣି ନାହିଁ।କ୍ଷେତ […]
Read Moreଉତ୍କଳର ଗୌରବ ତଥା ଆମ ସମସ୍ତଙ୍କର ପ୍ରିୟ ଜନନାୟକ କୁଳ ବୃଦ୍ଧ ମଧୁସୂଦନ ଦାସଙ୍କର ଆଜି ହେଉଛି ପବିତ୍ର ଜନ୍ମ ଜୟନ୍ତୀ । ୧୮୪୮ ମସିହା ଆଜିର ଦିନରେ କଟକ ଜିଲ୍ଲର ସତ୍ୟଭାମାପୁର ଠାରେ ଜନ୍ମ ନିଅନ୍ତି ମଧୁ ବାବୁ । ଓଡ଼ିଶାର ପ୍ରଥମ ବାରିଷ୍ଟର ପ୍ରଥମ ଓଡ଼ିଆ ଗ୍ରାଜୁଏଟ ଭାବେ ସେ ସାଧାରଣରେ ବେଶ ପରିଚିତ ସେ ହେଉଛନ୍ତି । ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି, ପ୍ରଥମ ବିହାର-ଓଡିଶା ବିଧାନସଭା ସଦସ୍ୟ […]
Read Moreଆଚାର, ଆଉ ଦାନ୍ତିକିଲୁ ଉଖୁର ଖଜା ଓ ସୁପୁଲୁ ଲିଆ ବଢି, ପିଡିଆ ବଢି ରାସ୍ତା କଡର ମାଂସ ଖାଡି ଆପଡାଲୁ ଓ କାପଡାଲୁ ଭାଜି ବା ଛାଣି ଖାଇଚାଲୁ ଗିରିଜା ଚିକେନ ପକୋଡା ଖାଇଲେ କହେ ଆଉ ଲୋଡା ଇଡଲି ସହିତ ସାମ୍ବାରୁ ମହକୁଥିବ ଘରେ ଚାରୁ । ପୁରୀ ଉପମା ତରକାରୀ ଜଳଖିଆରେ ଦରକାରୀ । ଧନୁ ମାସର ଘିଅମୁଆଁ ଖାଦ୍ୟ ଏ ଅତି ମନଛୁଆଁ ଆଣ୍ଟ ପାକୁଡି ସେଗଡାଲୁ ଖାଇ କହିବ ଚାଲୁ, […]
Read Moreତୁହିମା ଧରିତ୍ରୀ ଜନନୀ ମୋହର ବିଶାଳ ହୃଦୟେ ତୋର ସହିଛୁ କଷଣ ରଖିଛୁ ଜୀବନ ଆଶ୍ରୟଦାତ୍ରୀ ଜୀବର । ସୁଧାମୟ ସୃଷ୍ଟି ତୁମରି ବକ୍ଷରେ ଅପୂର୍ବ ସୁଷମା ତାର ପ୍ରତିଦିନ ନର ସୁଖ ପାଇଁ ତାର ପିଉଛି ପୀୟୂଷ ଧାର । ବିଳାସ ବ୍ୟସନେ ରହିବା ଲକ୍ଷରେ ପ୍ରଦୂଷିତ ତନୁ ତୋର ଭାବୁ ନାହିଁ ନର କରୁଛି ନିଜର ଭବିଷ୍ୟତ ଅନ୍ଧକାର । ସୁଶୋଭିତ ବନ ହୋଇଲେ ଛେଦନ ମାନବେ ହେବେ ବିନାଶ ବେଳ ଥାଉ ଥାଉ […]
Read Moreବ୍ୟାଗରୁ ପରିବା କାଢି ଫ୍ରିଜରେ ରଖୁ ରଖୁ ସୋନାଲି ବିରକ୍ତ ହୋଇ ମନେ ମନେ କହିଲେ, “କ’ଣ ଏ ଜହ୍ନି ଗୁଡାକ ୟା’ଙ୍କୁ ଭଲ ଲାଗୁଛି କେଜାଣି ? ଯେତେବେଳେ ଦେଖ ଜହ୍ନି ପୁଳେ ଧରି ଆସିଥିବେ। ଜହ୍ନି ଗୋଟେ କି ପରିବା କେଜାଣି ?” ସୋନାଲି ଛ’ ମାସର ବୋହୂ । ସ୍ୱାମୀ ଅରୁଣ ବାବୁ ଜଣେ ସରକାରୀ ବ୍ୟାଙ୍କରେ ମ୍ୟାନେଜର। ଘର ଗାଡି ଟଙ୍କା ପଇସା କେଉଁଥିରେ ଅଭାବ ନାହିଁ। ତା ସହିତ ଅରୁଣ […]
Read Moreଯା, ଜୀବନ ନୁହେଁ ସଂଘର୍ଷ ଜୀବନ ସେ କି ମଣିଷରେ ଗଢ଼ା, କହି ଦିଅ ଭାଇ ବିନା ସଂଘର୍ଷରେ କିଏ କାହିଁ ହେବ ଲୋଡ଼ା ।। ପରିଶ୍ରମ କରି ସ୍ୱାଦ ଚାଖି ରଖ ଅନ୍ୟକୁ ଶିଖାଅ ବାଟ, କର୍ମ କୁଢ଼ ହୋଇ ବସିଲେ ମଣିଷ ନିଜେ ହେବ ଛଟ ପଟ ।। ବସି ଖାଇଲେଟି ନଈ ବାଲି ସରେ ଶିକ୍ଷା ଦିଏ ଗୁପ୍ତ ଧନ, ବୁଦ୍ଧିକୁ ପ୍ରୟୋଗ କର ବିନିଯୋଗ ତେବେଟି ହେବ ମହାନ ।। ମାନବ […]
Read Moreବରଷା ରାତିରେ ଯେ ଯାହାର ଘରେ ଶୁଅନ୍ତି ସମସ୍ତେ ଯାଇଁ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ । ପହିଲି ଆଷାଢ଼େ ବରଷଇ ମେଘ ଆଣ୍ଠୁଆଣି ହୁଏ ପାଣି, ପାଣିରେ ଡିଅଁନ୍ତି ଫକର ଫକର ବେଙ୍ଗ ଆଉ ବେଙ୍ଗରାଣୀ । ଗହନେ ବାଜଇ ଯୋଡ଼ି ମହୁରୀ ଲୋ ଘନ ଘନ ରାବେ କାକ, ବୋହୂ ବାପଘରୁ ଭାର ଆସୁଛି ହୋ ଶୁଭଇ ଉଠିଆ ଡାକ । ଆକାଶରେ ଚାଲେ କଳା ବଉଦ ଲୋ ସୁଲୁ […]
Read Moreଉତ୍କଳର ଆମ ମଉଡ ମଣି ସେ ଚିର ବନ୍ଦନୀୟ ଯିଏ ଚିର ସ୍ମରଣୀୟ ଗୋପବନ୍ଧୁ ଦାସ ଗରିବଙ୍କ ବନ୍ଧୁ ସିଏ ।ତ୍ୟାଗ ବଳିଦାନେ ସରି ନୁହେଁ କେହି ମଣିଷ ଜନମ ପାଇ ପଞ୍ଚ ଇନ୍ଦ୍ରିୟକୁ ଦମନ କଲେ ସେ ଦୁଃଖୀ ଜନଙ୍କର ସାଇ । ଶୈଶବ କାଳରୁ ମାତାଙ୍କୁ ହରାଇ ମାତୃହରା ହୋଇଥିଲେ ମାଟି ମାଆ ପାଇଁ ନିଜକୁ ଉତ୍ସର୍ଗୀ ସେବାକୁ ଆଦରି ନେଲେ ।ପିତା ଦଇତାରୀ ମାତା ସ୍ଵର୍ଣ୍ଣମୟୀ ଜାତ ତାଙ୍କରି କୋଳରେ ଅକ୍ଟୋବର ମାସ […]
Read Moreମହାଶକ୍ତିମୟୀ ଜଗତ ଜନନୀ ତୋ କରୁଣା ତ ଅପାର, ତୋ ଆଶିଷ ବଳେପଙ୍ଗୁ ଲଙ୍ଘି ପାରେ ଉତ୍ତୁଙ୍ଗ ପର୍ବତ ଶୀର ।। ଯେ ବର୍ଣ୍ଣିଛି ଗୁଣ ତୋର ।। ତୋ ପାଦେ ଶରଣ ମୋର । ଏ, ଧରା ପୃଷ୍ଟକୁ କରିଅଛ ବିଜେ ବରଷକେ ତୁମେ ଥରେ, ସୁସଜ୍ଜିତ ବେଶେ ସିଂହର ପୃଷ୍ଟରେ ଶୋଭାପାଉ ମନୋହରେ ।। ପୁର ପଲ୍ଲୀ ଆଜି ଆନନ୍ଦେ ବିଭୋର ତୋ ଦରଶନ ନିମିତ୍ତ, ହୁଳ ହୁଳି ଘଣ୍ଟ ଶଙ୍ଖରେ କମ୍ପିତ ଧରାପୃଷ୍ଟରେ […]
Read Moreଉତ୍କଳ ମାତାର ଦାୟାଦ ଆମେ ରେ ରଖିବା ତାହାରି ନାଆଁ, ଜୟ ଗାନ ତାର ସଦା ମୁଖେ ଥିବ ସେ ପରା ଆମରି ମାଆ ।ମାତୃଭାଷା ମାତୃଭୂମିର ମମତା ସବୁରି ହୃଦରେ ଭରା, ତାହାରି ସେବାରେ ନିଜକୁ ସମର୍ପି ଗଢିବୁ ସୁନ୍ଦର ଧରା ।ସଦା ବନ୍ଦନୀୟା ସଦା ପୂଜନୀୟା ମାଆ ସହ ତୁଳନୀୟ, ପୂରୁବ ଗୌରବ ପୂରୁବ ଗାରିମା ମନକୁ କରେ ଅଥୟ ।ଇତିହାସ ପୁଷ୍ଠା ଯେତେ ଲେଉଟିବା ଅନ୍ତ ତାର ହେବ ନାହିଁ, ଭାଷା ସଂସ୍କୃତିର […]
Read Moreବିଭିନ୍ନ ସାହିତ୍ୟ ଆସର କଥା ଯେବେ ଭାବଇ ଛାଆଁକୁ ଛାଆଁକୁ ମନରେ ବହୁ ଛବି ଦିଶଇ ।।କବି କବୟିତ୍ରୀ କଣ୍ଠରେ ଯେଉଁ ଗୀତ ଶୁଭଇ କେଉଁ ଭାବ କେତେ ମଧୁର କିଛି କଳି ନୁହଁଇ ।।ଉତ୍ତମ ଚିନ୍ତନ ଚେତନା ଭରିଥାଏ ସବୁଠି କେତେ ସଙ୍ଗୀତରେ କାହାଣୀ ଲୁଚି ଥାଏ ଏକାଠି ।।ଜନନୀ ଜନମ ଭୂଇଁର ଗାଥା ଗାଏ କେ ଗର୍ବେ ମନପ୍ରାଣ ଯାଏ ଉଲ୍ଲାସୀ ତାଳି ମାରନ୍ତି ସର୍ବେ ।।କେଉଁ କବି ଗଳ୍ପ ମାଧ୍ୟମେ ଖୋଲି ସ୍ୱାଦ […]
Read Moreଆମ ସମ୍ପର୍କକୁ ତୁମେ ସିନା ସହଜରେ ଭୁଲିଗଲ, ଭୁଲିଗଲ ଆମର ସେହି ମଧୁର ମୁହୂର୍ତ୍ତ ସବୁକୁ ମୁଁ କିନ୍ତୁ କିଛି ବି ଭୁଲିପାରୁନି କି ଭୁଲି ପାରିବିନି, ନା ତୁମକୁ, ନା ସେହି ମୁହୂର୍ତ୍ତ ମାନକୁ କିଛିକୁ ବି ନୁହେଁ କେବେ ବି ନୁହେଁ । କାଲି ଯେମିତି ଭଲପାଉଥିଲି ଆଜି ବି ଠିକ୍ ସେମିତି ତଫାତ ଏତିକି କାଲି ତୁମେ ମୋ’ ସହ ଥିଲ କିନ୍ତୁ ଆଜି ଆଉ କାହା ସହ ଅଛ ।। ମୋ’ […]
Read Moreଆଖି ଅଛି ତ ନିଦ ଅଛି । ନିଦ ଅଛି ତ ଅଛି ତା’ ସାଥେ ପୁଣି ସ୍ଵପ୍ନ । ମେଞ୍ଚା ମେଞ୍ଚା ସ୍ଵପ୍ନ ସାଥେ ବଞ୍ଚିବାକୁ ଭଲ ପାଏ ଏ ମଣିଷ ……। କିଛି ସ୍ଵପ୍ନ ଜୀବନରେ , ନିଏ ବାସ୍ତବ ରୂପ, ପୁଣି କିଛି ରହିଯାଏ ଅଧା ।। ସ୍ଵପ୍ନ ସବୁ ସତ ହେବାରେ , ନିଷ୍ଠୁର ସମୟ କେବେ ସାଥ୍ ବି ଦିଏନି ତ ! କେବେ ପୁଣି ଏହି ବୟସ ହତାଦର […]
Read More