ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ୧ ଫେବୃଆରୀରେ ବଜେଟ, ୨୯ରୁ ପାର୍ଲିୟାମେଣ୍ଟ ଅଧିବେଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସୂଚନା ଯେ, ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବୃଆରୀ ୧୫ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଏପ୍ରିଲ୍ ୮ ପର୍ଯ୍ୟନ୍ତ ଚାଲିବ । କୋଭିଡ୍ ମହାମାରୀ ବେଳେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ମଧ୍ୟରେ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ସୁଗମ କରିବାକୁ ଯାଇ ସରକାର ଏପରି […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଚଳିତ ବର୍ଷ ଏପ୍ରିଲ ପୂର୍ବରୁ କିଣାଯାଇଥିବା ଡିଜେଲ ଇଞ୍ଜିନ ଗାଡ଼ିଗୁଡିକର ପଞ୍ଜିକରଣ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଏହି ଗାଡିଗୁଡ଼ିକୁ ଦିଲ୍ଲୀ ପୋଲିସ କିମ୍ବା ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ (ଏମସିଡି) କିଣିଥିଲେ ହିଁ ରେଜିଷ୍ଟ୍ରେସନ ହୋଇପାରିବ ବୋଲି କୋର୍ଟ କହିଛନ୍ତି । ଅର୍ଥାତ୍ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ସାଧାରଣ ଲୋକଙ୍କ ପାଇଁ ଲାଭଦାୟକ ହେବ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ ପଞ୍ଜିକରଣ ଆରମ୍ଭ ନ ହେବା ପର୍ଯ୍ୟନ୍ତ ଦିଲ୍ଲୀ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମ ଦିନ । ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭକାମନା ଜଣାଇବା ସହିତ ତାଙ୍କ ପାଇଁ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିବାକୁ ବିଜେପି ପକ୍ଷରୁ ସାରାଦେଶରେ ବିଭିନ୍ନ ପ୍ରକାର […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଆଜିଠୁ ଆରମ୍ଭ ହୋଇଛି ମୌସୁମୀ ଅଧିବେଶନ । ଅକ୍ଟୋବର ୧ ଯାଏ ଚାଲିବ । ପ୍ରଥମ ଥର ପାଇଁ କୋଭିଡ କଟକଣା ଭିତରେ ଚାଲିବ ଗୃହକାର୍ଯ୍ୟ । ଏଥର ମୌସୁମୀ ଅଧିବେଶନରେ ୧୮ଟି କାର୍ଯ୍ୟ ଦିବସ ରହିଛି । ଲୋକସଭା ଓ ରାଜ୍ୟସଭା ଅଲଗା ଅଲଗା ସମୟରେ ବସିବ । ପ୍ରଶ୍ନକାଳ, ଶୂନ୍ୟକାଳ, ପ୍ରାଇଭେଟ ମେମ୍ବର ବିଲ ନାହିଁ । ତେବେ ଆଜି ଲୋକସଭା ସକାଳ ୯ଟାରୁ ଦିନ ୧ଟା ଯାଏ ଚାଲିବ । […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାର ଜାରି କରିଥିବା ଅନଲକ୍-୪ ଗାଇଡ୍ଲାଇନ୍ରେ ଅନେକ କିଛି କୋହଳ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଲକ୍ଡାଉନ୍ କରିବାର ଅଧିକାର ଉଠାଇ ନିଆଯାଇଛି । ବର୍ତ୍ତମାନ କେନ୍ଦ୍ରର ବିନା ଅନୁମତିରେ ଲକ୍ଡାଉନ୍ କରିପାରିବେ ନାହିଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ରେ କୁହାଯାଇଛି ଯେ କେନ୍ଦ୍ର ସରକାରଙ୍କ ସହିତ ବିନା ପରାମର୍ଶରେ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ରାଜ୍ୟ ସରକାର କିମ୍ବା […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ୟୁଜି ଓ ପିଜି ପରୀକ୍ଷା ନେଇ ଆସିଲା ସୂଚନା । ସେପ୍ଟେମ୍ବର ଶେଷ ସୁଦ୍ଧା ୟୁଜି ଓ ପିଜି ପରୀକ୍ଷା ହେବ । ଆଜି ସୁପ୍ରିମକୋର୍ଟ ପରୀକ୍ଷା ବାତିଲ ନେଇ କରାଯାଇଥିବା ଆବେଦନକୁ ଖାରଜ କରିଛନ୍ତି । ୟୁଜିସିରେ ଜୁଲାଇ ୬ ନିର୍ଦ୍ଦେଶକୁ କାଏମ ରଖିଚନ୍ତି କୋର୍ଟ । ସେପ୍ଟେମ୍ବର ସୁଦ୍ଧା ଶେଷ ବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଥିଲା । ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଏହି ରାୟ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ପିତାଙ୍କ ସମ୍ପତିରେ ଝିଅକୁ ସମାନ ଭାଗ ମିଳିବ ବୋଲି ଆଜି ସ୍ପଷ୍ଟ କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏପରିକି ୨୦୦୫ର ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଆଇନ ଲାଗୁ ହେବା ପୂର୍ବରୁ ଯଦି ଦାବିଦାରଙ୍କ ମୃତ୍ୟୁ ହୋଇଛି, ସେ ମଧ୍ୟ ସମାନ ଅଧିକାର ପାଇବାକୁ ହକଦାର । ଆଜି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଥିବା ସୁପ୍ରିମକୋର୍ଟର ଏକ ତିନିଜଣିଆ ବେଞ୍ଚ ଏହି ରାୟ ଶୁଣାଇଛନ୍ତି । ୨୦୦୫ର ହିନ୍ଦୁ ଉତ୍ତରାଧିକାର (ସଂଶୋଧନ) ଆଇନରେ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କେନ୍ଦ୍ର କ୍ୟାବିନେଟ ନୂଆ ଶିକ୍ଷା ନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନାଁ ବଦଳି ଶିକ୍ଷା ମନ୍ତ୍ରଣାଳୟ କରାଯାଇଛି । ପ୍ରାକ ପ୍ରାଥମିକ ଶିକ୍ଷା ୨୦୨୫ ସୁଦ୍ଧା ୩ ବର୍ଷରୁ ୬ ବର୍ଷର ସବୁ ପିଲାଙ୍କୁ ପ୍ରାକ ପ୍ରାଥମିକ ଶିକ୍ଷା ମିଳିବ । ୨୦୩୦ ସୁଦ୍ଧା ୩ ବର୍ଷରୁ ୧୮ ବର୍ଷ ବୟସର ସମସ୍ତଙ୍କୁ ମିଳିବ ଶିକ୍ଷା । ନୂତନ ପାଠ୍ୟକ୍ରମରେ ୩ରୁ ୧୮ ବର୍ଷର ପିଲାଙ୍କ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବଢି ଚାଲିଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଅବଦ୍ଧିକୁ ଜୁନ ୩୦ ଯାଏଁ ବଢାଯାଇଛି । ସୂଚନା ଅନୁଯାୟୀ ଲକଡାଉନ ୫ମ ପର୍ଯ୍ୟାୟରେ କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ବଳବତ୍ତର ରହିବ ଲକଡାଉନ୍ ଓ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନରେ ପର୍ଯ୍ୟାୟକ୍ରମେ ନିୟମ କୋହଳ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଜଣାପଡିଛି । ଗୃହ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ପୁଣି ଜୁନ ୩୦ ପର୍ଯ୍ୟନ୍ତ ସରକାର ଲକଡାଉନ ଅବଧି ବଢ଼ାଇଛନ୍ତି । ତେବେ କଣ୍ଟେନମେଣ୍ଟ ଜୋନ୍ ବାହାରେ ପର୍ଯ୍ୟାୟ କ୍ରମେ କଟକଣା ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏ ନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସାନି ନିର୍ଦ୍ଦେଶନାମା ଜାରି ହୋଇଛି । ଜୁନ୍ ୮ ତାରିଖରୁ ପ୍ରଥମ ପର୍ଯ୍ୟାୟରେ ଧାର୍ମିକ ସ୍ଥଳ, ପୂଜା ସ୍ଥଳୀ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କୋଭିଭ୍ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ଆତ୍ମନିର୍ଭର ଭାରତ ରିଲିଫ୍ ପ୍ୟାକେଜ୍ ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମଧରଣର ଶିଳ୍ପସଂସ୍ଥା ପାଇଁ ବେଶ୍ ସହାୟକ ହେବ ବୋଲି ଅର୍ଥନୀତି ବିଶାରଦମାନେ ମତବ୍ୟକ୍ତ କରିଛନ୍ତି । ତେବେ ସରକାର ଏଥିପାଇଁ ଅର୍ଥ କୁଆଡୁ ଆଣିବେ ବୋଲି ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି । ରାଜ୍ୟର ଜଣାଶୁଣା ଚାଟାର୍ଡ ଆକାଉଟାଣ୍ଟ ତଥା ଅର୍ଥନୀତି ସମୀକ୍ଷକ ରମେଶ କୁମାର କେଜରିୱାଲ୍ କହିଛନ୍ତି । ମୋଟ୍ ଘରୋଇ ଉତ୍ପାଦ(ଜିଡିପି)ର […]
Read Moreନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଦୀର୍ଘଦିନ ଧରି କରୋନା ସଂକ୍ରମଣ ପାଇଁ ଦେଶରେ ଲକଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକ ଦିନମଜୁରିଆ ଗରିବ ଖଟିଖିଆମାନେ କାମଧନ୍ଧା ନ ପାଇ ସଞ୍ଚୟ ଅର୍ଥ ଖର୍ଚ୍ଚ କରି ସର୍ବସ୍ୱାନ୍ତ ହୋଇ ନିଜ ନିଜ ରାଜ୍ୟର ମୂଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇବାପରେ ସେମାନେ ନିଜ ରାଜ୍ୟକୁ ଫେରିପାରିବେ ବୋଲି ଅନୁମତି ମିଳିଲା ଫଳରେ ପ୍ରଥମେ ସୁରତରୁ ୪ ଟି ବସରେ କିଛି ପ୍ରବାସୀ ଓଡ଼ିଆ ଓଡିଶା ଫେରି କ୍ଵାରେଣ୍ଟାଇନରେ ରହିଛନ୍ତି । ଲକ୍ଷ ଲକ୍ଷ […]
Read Moreନୂଆଦିଲ୍ଲୀ/ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମଇ ମାସ ୩ ତାରିଖରେ ଶେଷ ହେବାକୁ ଥିବା ଲକଡାଉନ ପୁଣି କେନ୍ଦ୍ର ସରକାର ୨ ସପ୍ତାହ ବଢ଼ାଇ ଦେଇଛନ୍ତି । କରୋନା ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନକୁ ମଇ ୧୭ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆଜି ଘୋଷଣା କରାଯାଇଛି । ମେ’ ୪ରୁ ୧୭ ତାରିଖ ଯାଏଁ ଲକଡାଉନ କାର୍ଯ୍ୟକାରୀ ହେବ । କରୋନା ପାଇଁ ପ୍ରଥମେ ମାର୍ଚ୍ଚ ୨୫ରୁ ୨୧ ଦିନ ହୋଇଥିଲା […]
Read Moreଭୁବନେଶ୍ୱର (ସମୃଦ୍ଧ ଓଡିଶା) ଗୁଜୁରାଟରେ କାମ କରୁଥିବା ଓଡ଼ିଆ ଶ୍ରମିକମାନଙ୍କୁ ନିରାପଦରେ ଓଡିଶା ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମଧ୍ୟରେ ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା ପରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ । ଆଲୋଚନାରେ ଗୃହୀତ ନିଷ୍ପତ୍ତି ଅନୁଯାୟୀ ଗୁଜୁରାଟରୁ ଓଡ଼ିଆ ଶ୍ରମିକ ମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଦେଶରେ ଲକଡାଉନ ଜାରି ରହିଥିବା ବେଳେ ଲୋକଙ୍କ ସୁବିଧା ପାଇଁ କିଛି ଅତିଆବଶ୍ୟକ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ଯିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏ ସମ୍ପର୍କରେ କେନ୍ଦ୍ର ସରକାରର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଓ ରାଜ୍ୟ ସରକାର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । କେତେକ ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁସାରେ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରଖିବାକୁ ନିର୍ଦ୍ଦେଶନାମା ଦିଆଯାଇଛି । ଅନୁମତି ଦିଆଯିବା ଦୋକାନ ଓ ବ୍ୟବସାୟ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣ ଦୀର୍ଘଦିନ ଧରି ଆମକୁ ଘାଇଲା କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ ଦେଇଛି । ମହାମାରୀ କରୋନା ଆତଙ୍କ ତଥା କୋଭିଡ୍-୧୯ ସଙ୍କଟ ଏତେ ଶୀଘ୍ର ଟଳିବାର ପ୍ରଶ୍ନ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମୀକ୍ଷା କରି କହିଛି । ବର୍ତ୍ତମାନ ସୁଦ୍ଧା ଅନେକ ଦେଶ କରୋନା ଭୁତାଣୁ ସଂକ୍ରମଣର ପ୍ରାରମ୍ଭରେ ରହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍ ଆନ୍ଧାନୋମ୍ ଘେବ୍ରେୟେସସ୍ ଭିଡିଓ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଏଣିକି ଦେଶରେ କୌଣସି ସ୍ୱାସ୍ଥ୍ୟକର୍ମୀକୁ ଅଥବା ଡାକ୍ତରଙ୍କୁ ଆକ୍ରମଣ କଲେ ୭ ବର୍ଷ ଜେଲ ଭୋଗିବ ଓ ୨ ଲକ୍ଷ ଟଙ୍କା ଜରିମାନା ଦେବ ବୋଲି କେନ୍ଦ୍ରସରକାର ଘୋଷଣା କରିଛନ୍ତି । ଦେଶରେ ବିଭିନ୍ନ ରାଜ୍ୟରେ କିଛି ଦିନ ହେଲା ସ୍ୱାସ୍ଥ୍ୟ ବିଭାଗ କର୍ମୀ ଓ ଡାକ୍ତର ମାନଙ୍କୁ ଆକ୍ରମଣ ହୋଇଥିବା ନେଇ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ଘୋର ଉଦବେଗ ପ୍ରକାଶ କରିଥିଲେ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କ ଉପରେ ହେଉଥିବା […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ବିଶ୍ୱକୁ ଆତଙ୍କ କରୁଥିବା ମହାମାରୀ କରୋନା ଦେଶରେ ଏହାର ସଂକ୍ରମଣକୁ ନେଇ ଘୋର ଉଦବେଗ ପ୍ରକାଶ ପାଉଛି । ଗତ ତିନି ସପ୍ତାହକୁ ସମୀକ୍ଷା କଲେ ଜଣାପଡେ ବିସ୍ତାର ଓ ବେଗରେ କରୋନା ଭାଇରସ୍ ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି ବୋଲି କଂଗ୍ରେସ ମୁଖିଆ ସୋନିଆ ଗାନ୍ଧୀ କହିଛନ୍ତି । ସେ ‘ଟେଷ୍ଟ୍ କିଟ୍’ ବନ୍ଦୋବସ୍ତ କରି ଯୋଗାଇ ଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଦେଶରେ ଟେଷ୍ଟ୍ କିଟ୍ ଯୋଗାଣ ନିଅଣ୍ଟିଆ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କଂଗ୍ରେସ ପାର୍ଟିର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଟୁଇଟର ପୋଷ୍ଟରେ ଗୁଳି କରି ହତ୍ୟା କରିବାକୁ ଧମକ ପୂର୍ଣ୍ଣ ଚେତାବନୀ ମିଳିଛି । ଧମକ ଦେଇଥିବା ବ୍ୟକ୍ତି ବିରୋଧରେ କୋତବାଲି ପୋଲିସ ଥାନାରେ ଏତଲା ଦାୟର ହୋଇଛି । ଆଇପିସିର ଧାରା ୫୦୬ ଓ ୬୬ ଆଇଟି ଆକ୍ଟ ଆଧାରରେ କେସ୍ ରୁଜୁ କରି ଇନ୍ସପେକ୍ଟର ଦେବନନ୍ଦନ ଉପାଧ୍ୟାୟ ମାମଲର ତଦନ୍ତ କରୁଛନ୍ତି । ସୋନହା ଥାନା କ୍ଷେତ୍ରର କୋଠିଲା ନିବାସୀ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କରୋନା ପାଇଁ ସାରା ଦେଶରେ ମେ’ ୩ ଯାଏଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ଜାରି କରିଛନ୍ତି । ମେ’ ୩ ପରେ ଲକଡାଉନ ଉଠିବ କି ନ ଉଠିବ ସେ ନେଇ ଆଶଙ୍କା ଥିବା ବେଳେ ଲକଡାଉନ ଉଠିଲେ ସବୁ କିଛି ସ୍ୱାଭାବିକ ଭାବେ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ମେ’ ୩ ପରେ ଲକଡାଉନ ଉଠିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟକିଛି କଟକଣା ଜାରି କରିବେ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭୁତାଣୁ ସଂକ୍ରମଣ କ୍ରମଶଃ ବଢ଼ିବାରେ ଲାଗିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ଦିଲ୍ଳୀରେ ଏ ନେଇ ସାରା ଦେଶରେ ପୁଣି ଆତଙ୍କ ଖେଳି ଯାଇଛି । ଅବଶ୍ୟ ଭାରତରେ ସଫଳ ଲକଡାଉନ ଯୋଗୁଁ ଏହି ମହାମାରୀ କରୋନା ସଂକ୍ରମଣ ଆଗକୁ ଯାଇପାରି ନାହିଁ । କିନ୍ତୁ ଆମେରିକା ଭଳି ରାଷ୍ଟ୍ରରେ କରୋନା ଯେଭଳି କ୍ଷତି ଘଟାଇବାରେ ଲାଗିଛି ତାହା ସାରା ବିଶ୍ୱକୁ ଆତଙ୍କିତ […]
Read Moreବିଜୟୱାଡା (ସମୃଦ୍ଧ ଓଡିଶା) ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କ ୮୯ ବର୍ଷ ବୟସରେ ଆଜି ଦେହାନ୍ତ ହୋଇଯାଇଛି । ବିଜେପି ନେତାମାନେ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂ ବିଷ୍ଟଙ୍କ ଦେହାନ୍ତ ହୋଇଥିବା ଖବର ପାଇ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ତାଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରି ତାଙ୍କ ଅମର ଆତ୍ମାର ସଦଗତି କାମନା […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ଆସନ୍ତାକାଲି ଠାରୁ ଲକଡାଉନ କୋହଳ ହେବ ବୋଲି ଯାହା ଗୁଜବ ଶୃଷ୍ଟି ହୋଇଛି ସେପରି କୋହଳ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆସନ୍ତାକାଲି ଠାରୁ ଦେଶର କିଛି ସ୍ଥାନରେ ଲକଡାଉନ କୋହଳ କରାଯାଉଥିବା ଖବର ହସ୍ତଗତ ହୋଇଥିବା ବେଳେ ଦିଲ୍ଲୀରେ କିନ୍ତୁ ଲକଡାଉନ କଡାକଡି ପାଳନ ଜାରୀ ରହିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଆସନ୍ତାକାଲି ଠାରୁ କେନ୍ଦ୍ର ସରକାର ଅନେକ ସେବା ଉପରୁ ସର୍ତ୍ତ ମୂଳକ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧିକୁ ମେ’ ୩ ଯାଏଁ ବଢ଼ାଇ ଦେଇଛନ୍ତି । ଆଜି ପୂର୍ବାହ୍ନ ୧୦ ଘଣ୍ଟା ବେଳେ ପ୍ରେସମିଟରେ ସେ ଏହା ଘୋଷଣା କରିଛନ୍ତି । କିନ୍ତୁ ଏପ୍ରିଲ ୨୦ ପରେ ବିଭିନ୍ନ ସ୍ଥାନରେ ପରିସ୍ଥିତିକୁ ସମୀକ୍ଷା କରି ଲକଡାଉନ କୋହଳ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । କଟକଣା କୋହଳ ହେଲେ ମଧ୍ୟ ଲୋକଙ୍କୁ ରେଳ ସେବା ଓ ଦୂରସ୍ଥାନକୁ […]
Read Moreନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଲକ୍ଡାଉନ୍ ସମୟରେ ମତ୍ସ୍ୟଚାଷୀ ଓ ବ୍ୟବସାୟୀଙ୍କ ପାଇଁ ମାନିବା କଟକଣା ନାହିଁ । ଲକ୍ଡାଉନ୍ କଟକଣାରୁ ବାଦ୍ ପଡ଼ିଛି ସମୁଦ୍ରରେ ମାଛ ଧରିବା ଲୋକମାନେ । ତା’ସହିତ ମତ୍ସ୍ୟ ପାଳନ ଉଦ୍ୟୋଗକୁ ମଧ୍ୟ ଏଥିରୁ ବାଦ୍ ଦିଆଯାଇଛି । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍ଲାଇନ୍ ଜାରି କରାଯାଇଛି । ଏହି ଗାଇଡ୍ଲାଇନ୍ ଅନୁସାରେ ମାଛ ଚାଷ କରୁଥିବା ବ୍ୟକ୍ତି ଏ ସଂକ୍ରାନ୍ତୀୟ ସବୁ କାମ କରିପାରିବେ । ଚିଙ୍ଗୁଡ଼ି ଚାଷ, […]
Read Moreନୂଆଦିଲ୍ଲୀ/ଭୁବନେଶ୍ୱର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣର ମୁକାବିଲା ପରିପ୍ରେକ୍ଷୀରେ ଦେଶରେ ଉର୍ଜା ସମସ୍ୟାକୁ ଦୂର କରିବା ତଥା ଭାରତକୁ ଅଧିକ ଏଲପିଜି ଯୋଗାଣ ନେଇ ମଙ୍ଗଳବାର ଆବୁଧାବିର ରାଷ୍ଟ୍ରୀୟତ ତୈଳ କମ୍ପାନୀ(ଏଡିଏନଓସି)ର ସିଇଓ ଡ଼. ସୁଲତାନ ଅହମ୍ମଦ ଅଲ ଜାବେରଙ୍କ ସହ ଭିଡିଓ କନଫରେନସିଂ ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନଙ୍କ ଅନୁରୋଧ କ୍ରମେ ଏଡିଏନସିଓର ସିଇଓ ଭାରତକୁ ଅତିରିକ୍ତ ଏଲପିଜି ଯୋଗାଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ମା’ ଓ ଝିଅ ନିଜ ହାତରେ ମାକ୍ସ ତିଆରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ପିନ୍ଧିବାକୁ ଦେଇଛନ୍ତି । ସାରା ଦେଶରେ ଲକ ଡାଉନ ଜାରି ଥିବା ବେଳେ ବାହାରକୁ ବାହାରିଲେ ମାକ୍ସ ପିନ୍ଧିବାକୁ ସରକାର ବାଧ୍ୟ କରିଥିବା ବେଳେ ବିଭିନ୍ନ ଔଷଧ ଦୋକାନରେ ମାକ୍ସ ମିଳୁ ନ ଥିବା କାରଣରୁ ଘରେ ଅନେକ ଲୋକ ତିଆରି କରି ପିନ୍ଧୁଛନ୍ତି । ହେଲେ ଦେଶକୁ ସୁଧାରୁ […]
Read Moreନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତରେ ଗତ ୨୨ତାରିଖରୁ ଲକ ଡାଉନ ଜାରି ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିବା ଦୀପ ଦାନକୁ ସାରା ଦେଶ ପାଳନ କରିଛି । କରୋନା ଭୂତରୁ ଉଦ୍ଦେଶ୍ୟରେ ଆଜି ରାତ୍ର ୯ରେ ୯ ମିନିଟ ଯାଏଁ ସମସ୍ତ ଲୋକ ଲାଇଟ ବନ୍ଦ କରି ଦୁଆର ମୁହଁରେ ମହମବତୀ କିମ୍ବା ଦୀପ ଜଳାଇ ପ୍ରାର୍ଥନା […]
Read Moreନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଗତ ରବିବାରକୁ ମିଶାଇଲେ ୮ ଦିନ ହେଲା ସାରା ଦେଶ ସ୍ତବ୍ଦ ଅର୍ଥାତ ଶୂନଶାନ ହୋଇଯାଇଛି । ଗରୀବ ଅସହାୟ ଶ୍ରମଜୀବୀମାନେ କାମ ଧନ୍ଦା ନ ପାଇ ହନ୍ତସନ୍ତ ହୋଇସାରିଲେଣି । ପ୍ରବାସୀ ମାନେ କିଏ କେଉଁଟି ରହି ଖାଇବା ନ ପାଇ ହଇରାଣ ହେଇଥିବା ଦୃଶ ଫେସ ବୁକରେ ଦେଖିବାକୁ ମିଳୁଛି । ଦିଲ୍ଲୀରେ ଦୈନିକ ମଜୁରିଆ ତଥା ଶ୍ରମିକମାନେ ପଇସା ଅଭାବରୁ ଖାଇବାକୁ ମୁଠାଏ ନ ପାଇ ଭୋକ ଉପବାସରେ ରୋଡ଼ ଉପରେ […]
Read Moreବିଜୟୱାଡା(ସମୃଦ୍ଧ ଓଡିଶା)ବିଶ୍ୱରେ ଆତଙ୍କ ଖେଳି ଯାଇଥିବା ମହାମାରୀ କରୋନା ଭାଇରସ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ସମସ୍ତ ରାଜନୈତିକ ଦଳ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ପୂର୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏହାର ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳ ଏକଜୁଟ୍ ହେବା ଦେଖାଯାଉଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କେନ୍ଦ୍ର ସରକାରଙ୍କୁ ପୂର୍ଣ ସହଯୋଗ କରିବାକୁ କହିଥିବା ବେଳେ ରାହୁଲ ଗାନ୍ଧୀ ମଧ୍ୟ ମୋଦୀଙ୍କୁ ପ୍ରଶଂସା […]
Read More