Breaking News

Editorial

ଆଜି ଅପରାହ୍ନ ୪ ଟା ରେ ଯୁକ୍ତ ଦୁଇ କଳା ରେଜଲ୍ଟ

June 8, 2023

ଭୁବନେଶ୍ୱର(ସମୃଦ୍ଧ ଓଡିଶା)ଆଜି ଅପରାହ୍ନ ୪ ଟା ରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ। କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-କାଉନସିଲ୍ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। www.chseresults.nic.inରେ ଛାତ୍ରଛାତ୍ରୀ ରେଜଲ୍ଟ ଜାଣିପାରିବେ।ଚଳିତ ବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ ୫ ତାରିଖ ଯାଏଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥର ୨,୧୯,୧୧୦ ଜଣ ପରୀକ୍ଷାର୍ଥୀ ଯୁକ୍ତ ଦୁଇ କଳାରେ ପରୀକ୍ଷା ଦେଇଥିବା […]

Read More

ଗଞ୍ଜାମରେ ୨୦ବର୍ଷ ପୂର୍ବେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯାହା ଥିଲା ବର୍ତ୍ତମାନ ଆହୁରି ବିପର୍ଯ୍ୟସ୍ତ : ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ…

July 25, 2020

ଛତ୍ରପୁର (ସମୃଦ୍ଧ ଓଡିଶା) ଓଡିଶାରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷଡି ଯାଇଛି I ଗଞ୍ଜାମ ଜିଲ୍ଲା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି I ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ ରେ ଚିକିତ୍ସା ବ୍ୟବସ୍ଥା ୨୦ବର୍ଷ ତଳେ ଯାହା ଥିଲା, ଆଜିର ଚିକିତ୍ସା ଉନ୍ନତି ହେବା ପରିବର୍ତ୍ତେ ଆହୁରି ବିପର୍ଯ୍ୟସ୍ତ ହୋଇପଡିଛି l ଯଦିଚ ଏହି ଭିତରେ ଗୁଡିଏ ନୁଆଁ କୋଠା ନିର୍ମାଣ ହୋଇଛି l ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଯାହା ବଡ଼ ଡାକ୍ତରଖାନା ଭାବେ […]

Read More

୧୫୫ ବର୍ଷ ତଳର ଇତିହାସ : କରୋନା ପାଇଁ ଜଗନ୍ନାଥ ହିଁ ରକ୍ଷା କବଚ ….

April 28, 2020

ସେଦିନ ଥିଲା ଅକ୍ଷୟ ତୃତୀୟା ଆଉ ଆଜି ବି ଥିଲା ସେହି ଅକ୍ଷୟ ତୃତୀୟା । ୧୮୬୬ ନ’ଅଙ୍କ ଦୁର୍ଭିକ୍ଷ । #John_Beams ଙ୍କ History Of Odisha ପୁସ୍ତକ ର ବର୍ଣନା ଅନୁସାରେ ଓଡିଶା ଜନସଂଖ୍ୟା ର ୫୦ ପ୍ରତିଶତ ଜନତାଙ୍କୁ ଏକା ଖାଇଥିଲା ଏଇ ଗୋଟିଏ ମଡ଼କ। ଓଡିଶା ର ଗାଁ ଗଣ୍ଡାରେ ଭୋକିଲା କଙ୍କାଳ ମାନଙ୍କ ପଟୁଆର।ଚାରି ଆଡ଼େ” ଅନ୍ନ ଦେହୀ “ଅନ୍ନ ଦେହୀ” ର ଡାକରା। ନଈ ରେ ପାଣି ନାହିଁ।କ୍ଷେତ […]

Read More

ବିଜୁବାବୁ ଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ…

April 16, 2020

ଛାତ୍ର ଜୀବନରେ ଗାନ୍ଧୀ, ଗୋପବନ୍ଧୁଙ୍କ ସାନିଧ୍ୟ ଲାଭପରେ ପାଇଲଟ ଜୀବନରେ ପଣ୍ଡିତ ଜବାହର ଲାଲ ନେହେରୁ ଓ ବିପ୍ଳବ ସମାଜସେବୀ ନେତା ଜୟପ୍ରକାଶ ନାରାୟଣଙ୍କ ସହ ବିଜୁବାବୁଙ୍କ ଘନିଷ୍ଠ ସଂମ୍ପର୍କ ଗଢି ଉଠିଥିଲା । ଯାହା ଫଳରେ ଓଡିଶାରେ ବହୁ ଆଖି ଦୃଶିଆ କାର୍ଯ୍ୟ ତାଙ୍କ ଦ୍ୱାରା ସମ୍ଭବପର ହୋଇପାରିଥିଲା । ବିଜୁବାବୁଙ୍କ ପରିବାରରୁ ଧର୍ମ ନିରକ୍ଷେପତାର ପରିଚୟ ମିଳେ । ସେମାନେ ୩ ଭାଇ ଥିଲେ ଓ ଭିନ୍ନ ଭିନ୍ନ ତିନି ଜାତିର କନ୍ୟାକୁ ବିବାହ […]

Read More

ମାଆ’ପାଇଁ ଆଜି ଜହ୍ନି ବଞ୍ଚି ରହିଛି…

March 29, 2020

ବ୍ୟାଗରୁ ପରିବା କାଢି ଫ୍ରିଜରେ ରଖୁ ରଖୁ ସୋନାଲି ବିରକ୍ତ ହୋଇ ମନେ ମନେ କହିଲେ, “କ’ଣ ଏ ଜହ୍ନି ଗୁଡାକ ୟା’ଙ୍କୁ ଭଲ ଲାଗୁଛି କେଜାଣି ? ଯେତେବେଳେ ଦେଖ ଜହ୍ନି ପୁଳେ ଧରି ଆସିଥିବେ। ଜହ୍ନି ଗୋଟେ କି ପରିବା କେଜାଣି ?” ସୋନାଲି ଛ’ ମାସର ବୋହୂ । ସ୍ୱାମୀ ଅରୁଣ ବାବୁ ଜଣେ ସରକାରୀ ବ୍ୟାଙ୍କରେ ମ୍ୟାନେଜର। ଘର ଗାଡି ଟଙ୍କା ପଇସା କେଉଁଥିରେ ଅଭାବ ନାହିଁ। ତା ସହିତ ଅରୁଣ […]

Read More

ଭିନଳା ଗ୍ରାମ ଜାଡ଼ିମା ଠାକୁରାଣୀ ମନ୍ଦିରର ପ୍ରଥମ ବାର୍ଷିକ ମହୋତ୍ସବ…

March 7, 2020

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଗସାଣୀ ବ୍ଲକ ଅନ୍ତର୍ଗତ ବିନଳା ଗ୍ରାମରେ ଆଜି ଜାଡିମା ମନ୍ଦିରର ପ୍ରଥମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହତ୍ସଵରେ ଗ୍ରାମର ପାଖାପାଖି ଶତାଧିକ ଭକ୍ତ ଯୋଗ ଦେଇଥିଲେ । ବିଶ୍ୱାସ ରହିଛି କି ମା’ଙ୍କୁ ପୂଜା କରିବା ଦ୍ଵାରା ଗାଁ’ରେ ମହାମାରୀ ଆସେନାହିଁ ବୋଲି ଗ୍ରାମବାସୀ ଜଣାଇଛନ୍ତି । ପ୍ରଥମେ ପାରମ୍ପରିକ ନୀତିରେ ପୂଜାର୍ଚନା ସରିବା ପରେ ଭଜନ ସମାରୋହ ସ୍ଥାନୀୟ କଳାକାରମାନଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା […]

Read More

ବିଶ୍ୱ ବିଦିତ ବିଜୟାନନ୍ଦ ବନାମ ବିଜୁ ପଟ୍ଟନାୟକ…

March 5, 2020

ବିଜୟାନନ୍ଦ ପଟ୍ଟନାୟକଙ୍କ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ହଜାର ବର୍ଷର ଐତିହ ସମ୍ପର୍ଣ୍ଣ କଟକ ସହର ତୁଳସୀପୁର ଆନନ୍ଦଭବନରେ ଜନ୍ମଗ୍ରହଣ କରିଥିଲେ । ପିତା ଲକ୍ଷ୍ମୀ ନାରାୟଣ ପଟ୍ଟନାୟକଙ୍କର ଥିଲେ ନଅ ଭାଇ , ନଅ ଭଉଣୀ । ସେ ଗଂଜାମ ଜିଲ୍ଲାର ଅଧିବାସୀ ହୋଇଥିଲେ ହେଁ କଟକରେ ଉପଜିଲ୍ଲା ନ୍ୟାୟଧୀସ ଥିବାରୁ ସେ କଟକରେ ରହୁଥିଲେ। ତାଙ୍କ ଜ୍ୟେଷ୍ଠ ପୁତ୍ର ଶ୍ରଦ୍ଧାନନ୍ଦ ପଟ୍ଟନାୟକ ପରବର୍ତ୍ତୀ ସମୟରେ ଜର୍ଜ ପଟ୍ଟନାୟକ ନାମରେ ଜଣେ ସଫଳ ଦନ୍ତ ଚିକିତ୍ସକ […]

Read More

ପୁଅ ଉପରେ ବାପା ମା’ କାହିଁକି ବିଗଡନ୍ତି ?

February 24, 2020

ଆଜି ସକାଳେ Whats App ରେ ମୋ’ର ଜଣେ ବୟୋଜ୍ୟେଷ୍ଠ ବନ୍ଧୁ ହିନ୍ଦୀ ଭାଷାରେ ଲେଖାଟିଏ ପଠେଇଥିଲେ । ପଢିବା ପରେ ବେଶ୍ ମୋର ମନକୁ ଛୁଇଁଲା । ଭାବିଲି ଏହାକୁ ଓଡ଼ିଆରେ ଏକ ବିସ୍ତୃତ କାହାଣୀର ରୂପ ଦେଲେ ସାହିତ୍ୟ ପ୍ରିୟ ବନ୍ଧୁମାନଙ୍କୁ ଭଲ ଲାଗିବ ଓ ସମାଜରେ ପିଲାମାନଙ୍କ ଉପରେ ସୁପ୍ରଭାଵ ପଡିବ । ସେଥିପାଇଁ ଓଡ଼ିଆରେ କାହାଣୀଟି ପୂର୍ଣ୍ଣଭାବର ପଢନ୍ତୁ ନିଶ୍ଚୟ ପରିବର୍ତ୍ତନର କିଛି ସୂଚନା ଆସିବ ତେଣୁ ପରସି ଦେଉଛି କାହାଣୀକୁ […]

Read More

…ଗୋପୀମାନଙ୍କ ପ୍ରେମ…

February 19, 2020

କୃଷ୍ଣଙ୍କ ପ୍ରତି ଗୋପୀ ମାନଙ୍କ ପ୍ରେମ ଏକ ଶାରୀରିକ ବାସନା ନ ଥିଲା । ଏହା ଥିଲା ପରମ ପ୍ରେମ । କାରଣ ସେମାନଙ୍କ ପାଇଁ କୃଷ୍ଣ ଥିଲେ ଚଳନ୍ତି ଭଗବାନ । ସେ ଥିଲେ ପରମ ଭଗବାନଙ୍କ ଚଳନ୍ତି ପ୍ରତିଛବି । ସେମାନଙ୍କ ଭକ୍ତି ଥଲା ଗଭୀର । ସେମାନେ କୃଷ୍ଣ ଚିନ୍ତା କଲାବେଳେ ନିଜର ସାଂସାରିକ କର୍ମ ଭୂଲି ଯାଉ ଥିଲେ । ସେମାନେ କୃଷ୍ଣ ପ୍ରେମରେ ମଜ୍ଜି ଯାଇଥିଲେ । ବାଲ୍ୟ କାଳରୁ […]

Read More

ବମକୋଇ ଶିବାନନ୍ଦ ଉଚ୍ଚ ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପୂର୍ବତନ ଛାତ୍ରଙ୍କ ପ୍ରସ୍ତୁତି ବୈଠକ…

November 11, 2019

ଦିଗପହଣ୍ଡି(ସମୃଦ୍ଧ ଓଡିଶା)ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମରେ ୧୯୬୪ ମସିହାରେ ସ୍ଥାପିତ ହୋଇଥିବା ଶିବାନନ୍ଦ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ସକାଶେ ବିଦ୍ୟାଳୟର ପ୍ରଥମ ବ୍ୟାଚ ଶିକ୍ଷାର୍ଥୀମାନଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ସମସ୍ତ ବ୍ୟାଚର ପ୍ରତିନିଧିତ୍ୱ ସହ ଅନେକ ଶିକ୍ଷାର୍ଥୀଙ୍କୁ ନେଇ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆନୁମାନିକ ଅପ୍ରେଲ ୨୦୨୦ ରେ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ସହ ପ୍ରାକ ପ୍ରସ୍ତୁତି ନେଇ ଅନ୍ୟାନ୍ୟ ଆୟୋଜନର ବିଭିନ୍ନ ବିଭାଗର […]

Read More

ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକ ଖେଳକୁଦ ସମାରୋହ ଅନୁଷ୍ଠିତ…

November 11, 2019

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୦ତମ ବାର୍ଷିକ ଖେଳକୁଦ ଗତ ଶୁକ୍ରବାର ଶନିବାର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି।ପରିଚାଳନା ସମିତିର ଉପାଧ୍ୟକ୍ଷ ଡକ୍ଟର ଶଙ୍କର ପ୍ରସାଦ ବକ୍ସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ପ୍ରଭାକର ତ୍ରିପାଠୀ ଉଦଘାଟନ କରିଥିଲେ। ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ରେ ସମସ୍ତ ଖେଳକୁଦ ଅନୁଷ୍ଠିତ ହୋଇଥିଲା । ଏଥିରେ ୧ମ ରୁ ୧୦ମ ପର୍ଯ୍ୟନ୍ତ ପ୍ରାୟ ୬୦୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ […]

Read More

୩୭୦ଧାରାକୁ ନେଇ ଦେଶକୁ ସ୍ୱାଧୀନ ଆଣିଥିବା କଂଗ୍ରେସ ଓ ନେହୁରୁଙ୍କୁ ଦୋଷାରୋପ ପଛର ସାଙ୍ଘାତିକ ଷଢ଼ଯନ୍ତ୍ର ?…

August 13, 2019

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) ନିକଟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୩୭୦ଧାରାକୁ ନେଇ ଦେଶକୁ ସ୍ୱାଧୀନ ଆଣିଥିବା କଂଗ୍ରେସ ଓ ନେହୁରୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଏପରିକି ବିଜେପି ଦଳର ବହୁ ପୁରୁଖା ନେତାମାନେ ମଧ୍ୟ କଂଗ୍ରେସ ଓ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ବିଭିନ୍ନ ଢଙ୍ଗରେ ଏହି ୩୭୦ଧାରାକୁ ନେଇ ତୀବ୍ର କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି । ଏବେ ଅନୁଛେଦ ୩୭୦ ସମ୍ପର୍କରେ ଢେର ଚର୍ଚ୍ଚା ହେଉଛି […]

Read More

ବିଶ୍ୱ ବନ୍ଧୁତ୍ୱ ଦିବସରେ ବନ୍ଧୁତ୍ୱ …

August 4, 2019

ସ୍ଵାଗତିକା ର ପରିବାର ଭୁବନେଶ୍ୱର କୁ ଆସିଲେ ରହିବା ପାଇଁ.ତାର ବାପା ଗୋଟିଏ ସରକାରୀ କିରାଣୀ. ଯାହା ପଇସା ମିଳେ ସୁଖେ ଦୁଃଖେ ପରିବାର ର ଭରଣପୋଷଣ ହୋଇଯାଇଥାଏ.ସେଇ ପାଖରେ ଥିବା ଏକ ନୋଡାଲ ମାଧ୍ୟମିକ ବିଦ୍ୟାଳୟ ରେ ସ୍ଵାଗତିକା ର ନାମନବମ ଶ୍ରେଣୀ ରେ ଲେଖାଇଦେଲେ. ଝିଅଟି ବହୁତ ଭଲ ପାଠ ପଢେ.ବହୁତ ଶୀଘ୍ର .ଅଚିରେ ସମସ୍ତ ଙ୍କୁ ସ୍ନେହ ବନ୍ଧନ ରେ ବାନ୍ଧିଦେଇଥାଏ. ଏହି ଗୁଣ ଯୋଗୁ ସେ ତାର ବିଦ୍ୟାଳୟ ରେ ବହୁତ […]

Read More

ବେଦଵ୍ୟାସ ଋଷିଙ୍କ ଏକ କାହାଣୀ…

May 13, 2019

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ବେଦଵ୍ୟାସ ଋଷି ଗୋଟାଏ ଦେଶ ଦେଇ ଯାଉଥାନ୍ତି । ଯାଉ ଯାଉ ବାଟରେ ଦେଖିଲେ ଜଣେ ମଧ୍ୟ ଵୟସ୍କ ଲୋକ ଏକ ଖଜୁରୀ ଗଛକୁ ମନ୍ତ୍ର ପଢି ନୁଆଁଇ ଦେଉଛି ଆଉ ତହିଁ ଉପରେ ବସେଇଥିବା ତା’ର ତାଡି଼ହାଣ୍ଡିକୁ କାଢିଆଣୁଚି । ବ୍ୟାସଦେବ ଯାଇ ସେହି ଲୋକକୁ କହିଲେ “ମହାତ୍ମା ! ମୋହର ନାମ ଵେଦଵ୍ୟାସ ! ଵେଦକୁ ଵ୍ୟାସକରିବା ଠାରୁ ଆରମ୍ଭ କରି ମହାଭାରତ ତଥା ଅଷ୍ଟାଦଶ ପୁରାଣ ରଚନା କରିଛି […]

Read More

ଅଭିସାରିକା ହୃଦୟର ଛବି…

January 18, 2019

ସାରା ରାତି କ୍ଲାନ୍ତିର ଅଝଟ ପଣରେ ଯେ ସଜଉ ଥାଏ ଏକାତ୍ମପଣର ଅଙ୍ଗବାସ, ଯାହା ପାଇଁ ପ୍ରେମ ଚନ୍ଦନ ବନରେ ତୁଳସୀ ବାସ୍ନାର ମୋହ। ଧୀରେ ଧୀରେ ସ୍ପର୍ଶ ଟିଏ ଫିଙ୍ଗିଦିଏ ନୀଳ ଆକାଶକୁ, ଉଡି ଯାଉଥିବା ପବନର ଆତ୍ମୀୟତା ପଣର ଆବେଗ। ଯାହା ପାଇଁ ମଉଳା ଅପରାହ୍ନ ବି ଘଡିଏ ଅଟକି ଯାଏ,ସିଏ ସେହି ମହାନ୍ ଚିତ୍ରର ଯାଦୁଗର ମୋର ମାନେ ଅନାମିକାର ମହାନ୍ ପ୍ରେମିକ ଆଦିତ୍ୟ ମହାପାତ୍ର।ଯାହା ପାଇଁ ଫଗୁଣ ରଙ୍ଗ ହୋଇ ଝରିପଡେ […]

Read More

ବିକ୍ରମ ବେତ୍ତାଳ – କୁଜାର ଭେଳିକି କାରସାଦି…

January 17, 2019

ଉଆସ ଭିତରେ ଅନ୍ୟ ରାଣୀମାନେ ଆଉ ମୁଦୁସୁଲୀ, ପୋଇଲୀମାନେ କୁଜାକୁଜୀଙ୍କୁ ଦେଖିଲେ ଖାଲି ଠୋ’ ଠୋ’ ହୋଇ ହସନ୍ତି, ଥଟ୍ଟା କରନ୍ତି, ବେଳେବେଳେ ଗଛକୁ, ବାଡିକୁ ଦେଖାଇ ଢଗ ବୋଲନ୍ତି । ତେଣୁ ସେ କୁଜାକୁଜୀ ଦୁହେଁ କେବେବି କାହା ସହିତ ମଧ୍ୟ ମନ ମିଳାଇ ଦି’ପଦ ହସଖୁସିରେ କଥାବାର୍ତ୍ତା ହୁଅନ୍ତି ନାହିଁ । ସେଦିହେଁ ସବୁବେଳେ ଖାଲି ତାଙ୍କରି ଭୋଜ ରାଇଜ ଜେମା ଭାନୁମତୀଙ୍କ ପାଖରେ ଖଟଣିଆ ହୋଇ ଚଳୁଥାଆନ୍ତି । ନୂଆରାଣୀଙ୍କର ବୋଲହାକ କରନ୍ତି […]

Read More

ବିକ୍ରମ ବେତ୍ତାଳ – କୁଜାର କୁହୁକ ଲଢେଇ…

January 16, 2019

ଦିନକର ଘଟଣା । ମହାରାଜା ବିକ୍ରମାଦିତ୍ୟ ସେତେବେଳେ ତାଙ୍କର ରାଇଜରେ ନଥାଆନ୍ତି । ସେ ତ ଭା’ରି ପର ଉପକାରୀ ରାଜା । କେହି ଧନୀ ହେଉ ବା ଗରିବ ହେଉ, ବିପଦରେ ପଡି ତାଙ୍କ ପାଖରେ ଗୁହାରୀ କଲେ, ସେ ସାଙ୍ଗେ ସାଙ୍ଗେ ଯାଇ ତାହାକୁ ବିପଦରୁ ଉଦ୍ଧାର କରନ୍ତି । ସେଥିପାଇଁ ଯଦି ନିଜର ଜୀବନ ଚାଲିଯାଏ, ତହିଁକି ବି ସେ ରାଜାଙ୍କର ମୋଟେ ଚିନ୍ତା ନଥାଏ । ଇମିତିକା ଅନେକ ମହତ ଗୁଣ […]

Read More

ଅବୋଲକରା କାହାଣୀ:ସତୀ ସଉତୁଣୀ ମନ୍ଦିର କଥା….

January 7, 2019

ତୀର୍ଥ କରିବାକୁ ଯାଉଥିବା ରାସ୍ତାରେ ସିନ୍ଧୁ ନାମକ ଏକ ଦେଶ ପଡିଲା । ରାସ୍ତାର ପାଖ ଦେଶରେ ଯମୁନା ନାମକ ଏକ ନଦୀ କୁଳୁ କୁଳୁ ନାଦ କରି ବହି ଯାଉଛି । ଗଙ୍ଗା ଯମୁନା କାଳେ ଦୁଇ ଭଉଣୀ । ଗଙ୍ଗା ନଦୀ ଯେପରି ପବିତ୍ର ସେହିପରି ଯମୁନା ନଦୀ ମଧ୍ୟ ପବିତ୍ର । ପବିତ୍ର ଯମୁନା ନଦୀର କୂଳେ କୂଳେ ଗଲେ ବହୁତ ଗୁଡିଏ ତୀର୍ଥ ସ୍ଥାନ ଦେଖିବାକୁ ପଡେ । ସେହି ଉପଦେଷ୍ଟାଙ୍କର […]

Read More

ଅବକ୍ଷୟ ସମାଜ ଅସହାୟ ମଣିଷ…

January 3, 2019

“ଯଦା ଯଦା ହି ଧର୍ମସ୍ୟ ଗ୍ଲାନି ର୍ଭବତି , ଅଭ୍ୟୁଥାନମ୍ ଅଧର୍ମସ୍ୟ ତଦତ୍ମନଂ ସୃଜାମ୍ୟହମ୍ …..। ଶ୍ରୀମତ ଭାଗବତ ଗୀତାର ଚତୁର୍ଥ ଆଧ୍ହାୟ ଦିବ୍ୟ ଜ୍ଞାନ ଯୋଗରେ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ମନରୁ ସଂଶୟ ଦୂର କରିବାକୁ ଯାଇ ନିଜ ମୁଖରେ ବ୍ୟକ୍ତ କରିଅଛନ୍ତି ଯେତେବେଳେ ଏବଂ ଯେଉଁଠାରେ ଧର୍ମର ଗ୍ଲାନି ଦେଖାଦିଏ ଏବଂ ଅଧର୍ମର ଅଭ୍ୟୁଥାନ ହୁଏ ସେତେବେଳେ ସେ ସାଧୁ ସନ୍ଥ ମାନଙ୍କୁ ଉଦ୍ଧାର କରିବାପାଇଁ ଏବଂ ପାପୀମାନଙ୍କୁ ବିନାଶ କରି ଧର୍ମସନ୍ଥପନା […]

Read More

ମୋ ବିଲେଇ ମୋତେ ମିଆଉଁ ?…

January 2, 2019

ଆଜି ସନ୍ଧ୍ୟା ରେ ଚା ଦୋକାନ ରେ ନବ ଅଜାଙ୍କ ଶୁଖିଲା ମୁହଁ ଦେଖି ପଚାରିଦେଲି, “ଅଜା କଣ ଖବର?” । ଅଜା କହିଲେ,”କହନି ରେ ନାତି ଛୁଆ, ଆଜି କାଲି ବେଳ କାଳ ଯାହା ହେଲାଣି ମଣିଷ ଓପାସ ରେ ମରିବ”। ଚା ଗ୍ଲାସ ଟିଏ ଦୋକାନୀ ଠୁ ଆଣି ତାଙ୍କୁ ବଢ଼େଇ ଦେଉ ଦେଉ ପଚାରିଲି,” କାହିଁକି? କଣ ହେଲାକି?” । କହିଲେ, ” କାଲି ସନ୍ଧ୍ୟା ରେ ମୋ ନାତି ଟୋକା ପଡିସା […]

Read More

ବନ୍ଧୁମାନଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇ ଆରମ୍ଭ କରୁଛି ମୋର ଏକ ନୂତନ ଗଳ୍ପ: ତୃତୀୟ ଘର …

January 1, 2019

କନଫରେନସ ରୁମରୁ କଞ୍ଚା ଦି ଅକ୍ଷରି ଇଂରାଜୀ ଗାଳି ଗୁଡିକ କ୍ଲାଏଣ୍ଟ ପାଖରୁ ଦି ଘଣ୍ଟା କାଳ ଶୁଣି, ବାହାରକୁ ବାହାରି ଆସିଲା ବେଳକୁ ସିଇଓ ଡାକି କହିଲେ,”ମିଶ୍ର ବାବୁ, ପନ୍ଦର ଦିନରେ ପ୍ରୋଜେକ୍ଟ ଡେଲିଭରି ଅଛି, କାମ ଯେମିତି କିଚ୍ଛି ବାକି ନ ରୁହେ”। ହଁ ସାର..କହି ମୁହଁକୁ ଆମ୍ବିଳା କରି ଡେସ୍କ କୁ ଆସିଲେ ପ୍ରତ୍ୟୁଷ ମିଶ୍ର। ମଲଟି ନେସନାଲ କମ୍ପାନୀ ର ଆଇଟି ମ୍ୟାନେଜର ସେ। ଗାଳି ଖାଇ କାନ ମୁଣ୍ଡା ଝାଇଁ […]

Read More

ବିଜୁ ମହିଳା ଜନତା ଦଳର ନୂତନ ସାଂଗଠନିକ ପରିବର୍ତ୍ତନକୁ ନେଇ ଦଳ ମଧ୍ୟରେ ତୀବ୍ର ପ୍ରତିକ୍ରିୟା…

November 14, 2018

ଶାସକ ଦଳ ସଂଗଠନରେ ଯଦି ପରିବର୍ତ୍ତନ ହୁଏ ତେବେ ସବୁଆଡେ ଚର୍ଚ୍ଚା ହୁଏ । ଆଉ ଯଦି ଛୋଟ ଛୋଟ ଦଳ ବିରୋଧି ଦଳର ସଂଗଠନରେ ପରିବର୍ତ୍ତନ ହୁଏ ତେବେ ତାହା ଶାସକ ଦଳ ଅପେକ୍ଷା କମ୍ ଚର୍ଚ୍ଚା ହୁଏ । ଏବେ ଶାସକ ବିଜେଡି ଦଳରେ ଏମିତି ଏକ ପରିବର୍ତ୍ତନ ହୋଇଛି । ଯାହାକୁ ନେଇ ଖୋଦ ଶାସକ ଦଳର ବିଧାୟକ, ସାଂସଦଙ୍କ ସମେତ ନେତା ଓ କର୍ମୀମାନେ ପାର୍ଟି ଖୋଲିବାରେ ଲାଗିଛନ୍ତି । ଅବଶ୍ୟ […]

Read More

ମନକୀବାତ କାର୍ଯ୍ୟକ୍ରମ ଓ ପ୍ରଧାନମନ୍ତ୍ରୀ

September 2, 2018

ଭାରତୀୟ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି “ମନକୀ ବାତ” କାର୍ଯ୍ୟକ୍ରମ ଅକ୍ଟୋବର 3, 2014ରୁ ଆରମ୍ଭ କରି ବେଶ ଲୋକପ୍ରିୟତା ଅର୍ଜନ କରି ଚାଲିଛନ୍ତି । ଆକାଶବାଣୀ ମାଧ୍ୟମରେ ପ୍ରତ୍ୟେକ ମାସରେ ଭାରତୀୟ ଜାତି ଉଦ୍ଦେଶ୍ୟରେ ସାଧାରଣ ଲୋକଙ୍କୁ ସଚେତନ ଓ ଉତ୍ସାହିତ କରାଇବା ପାଇଁ ଚଳାଇଥିବା ଏହି କାର୍ଯ୍ୟ କ୍ରମରେ ପ୍ରଧାନମନ୍ତ୍ରୀ ସିଧା ସଳଖ ସାଧାରଣ ଲୋକଙ୍କ ସହ ଯୋଡି ହେଉଛନ୍ତି । ଫଳରେ ଆକାଶବାଣୀ ମାଧ୍ୟମରେ ପାଖା ପାଖି 90 ପ୍ରତିଶତ ସାଧାରଣ ଲୋକଙ୍କ ପାଖରେ ଏହି […]

Read More