Breaking News

Current Topic

ପୁଣି ଏକ ଟ୍ରେନ ଲାଇନଚ୍ୟୁତ: ଏଲ୍‌ପିଜି ନେଇ ଯାଉଥିଲା ମାଲ୍‌ଗାଡ଼ି

June 7, 2023

ଜବଲପୁର(ସମୃଦ୍ଧ ଓଡିଶା) ଗତ କାଲି ମଙ୍ଗଳବାର ରାତିରେ ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ଅନ୍ତର୍ଗତ ଶାହାପୁର ଭିତ୍‌ନୋଇରେ ଏକ ମାଲ୍‌ବାହୀ ଟ୍ରେନ୍‌ରୁ ୨ଟି ‘ଏଲ୍‌ପିଜି’ ୱାଗନ୍‌ ଲାଇନ୍‌ଚ୍ୟୁତ ‌‌ହୋଇଥିବା ଖବର ମିଳିଛି । ମାଲ୍‌ ଖଲାସ ପାଇଁ ଗାଡ଼ିଟି ରଖାଯାଇଥିବା ବେଳେ ‘ଏଲ୍‌ପିଜି’ ୱାଗନ୍‌ ଦୁଇଟି ଧାରଣାରୁ ବାହାରି ଯାଇଥିଲା। ଏକ ଘରୋଇ କମ୍ପାନି ନିମନ୍ତେ ଏହି ୱାଗନ୍‌ ଦୁଇଟିରେ ‘ଏଲ୍‌ପିଜି’ ଯାଉଥିଲା। କିନ୍ତୁ, ଏଥିଯୋଗୁଁ ଟ୍ରେନ୍‌ ଚଳାଚଳ ପାଇଁ ଥିବା କୌଣସି ମୁଖ୍ୟ ଲାଇନ୍‌ ପ୍ରଭାବିତ ହୋଇନାହିଁ। […]

Read More

ଗ୍ରେଡ଼ ପେ ବୃଦ୍ଧି ନ କଲେ ଆନ୍ଦୋଳନ ତୀବ୍ର ହେବ !

June 6, 2023

ଫୁଲବାଣୀ(ସମୃଦ୍ଧ ଓଡିଶା)ଦୀର୍ଘ ଦିନ ଧରି ରାଜ୍ୟରେ କାର୍ଯ୍ୟରତ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ଭିତିରେ ଗ୍ରେଡ଼ ପେ ୪,୨୦୦ କୁ ବାରମ୍ବାର ଦାବିକରି ଆସୁଥିଲେ ସୁଦ୍ଧା ସେମାନଙ୍କ ଦାବୀ ପୂରଣ ନ ହେବାରୁ କିମ୍ବା ରାଜ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ଏହାର ପ୍ରତିବାଦରେ ଓଡିଶା ଆମଲା ମଞ୍ଚର ସଭାପତି ଜ୍ଞାନ ରଞ୍ଜନ ଦାସଙ୍କ ନିର୍ଦେଶ କ୍ରମେ କନ୍ଧମାଳ ଜ଼ିଲ୍ଲା ମିଳିତ ଆମଲା ମଞ୍ଚର ଅଧ୍ୟକ୍ଷଙ୍କ ନେତୃତ୍ୱରେ କନ୍ଧମାଳ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନତଥା […]

Read More

ବାହନଗା ରେଳ ଦୁଘଟଣା : ସିବିଆଇ କରୁଛି ଛାନଭିନ

June 6, 2023

ବାଲେଶ୍ୱର(ସମୃଦ୍ଧ ଓଡିଶା)ଗତ ଶୁକ୍ରବାର ୨ ଜୁନ ଦିନ ସନ୍ଧ୍ୟା ୭ ଟା ସମୟରେ ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨୭୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୦୮ ଲୋକ ଆହତ ହୋଇଥିଲେ। ୧୦୦୯ରୁ ଅଧିକ ଆହତ ଡିସ୍‌ଚାର୍ଜ ହୋଇସାରିଥିବା ବେଳେ ଅନ୍ୟମାନେ ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହାସହ ଚିହ୍ନଟ ପରେ ସମ୍ପର୍କୀୟମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି। ତେବେ ଏହି ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟି ସେ ନେଇ ସନ୍ଦେହ ଉପୁଜିବାରୁ ନିଜେ ରେଳ ମନ୍ତ୍ରୀ […]

Read More

ବିଷାକ୍ତ ଫଳ ଯୋଗୁଁ ୫ ଛାତ୍ର ଅସୁସ୍ଥ

June 2, 2023

ଭଦ୍ରକ(ସମୃଦ୍ଧଓଡିଶା) ବିଷାକ୍ତ ଫଳ ଖାଇ ୫ଜଣ ଛାତ୍ର ଅସୁସ୍ଥ ହୋଇଥିବା ଖବର ମିଳିଛି । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଚୂଡ଼ାମଣି ଅଞ୍ଚଳରେ ଏହି ଘଟଣା ଘଟିଛି। ସମସ୍ତ ଅସୁସ୍ଥ ଛାତ୍ରଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଗତକାଲି ସନ୍ଧ୍ୟା ସମୟରେ ଛାତ୍ରମାନେ ସାଙ୍ଗ ହୋଇ ଟ୍ୟୁସନ ଯାଉଥିଲେ। ଏହି ସମୟରେ ବାଟରେ କିଛି ବିଷାକ୍ତ ଫଳ ତୋଳି ଖାଇଥିଲେ।ହେଲେ ପିଲାମାନେ ଏହାକୁ କୋଳି ବୋଲି ଭାବି ଖାଇଦେଇଥିଲେ। ଏହା ବିଷାକ୍ତ ବୋଲି ଜାଣି ନଥିଲେ।ଛାତ୍ରମାନେ […]

Read More

ମୌସୁମୀ ଆସୁଛି : ଜୁନ୍ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା

May 30, 2023

ଭୁବନେଶ୍ୱର(ସମୃଦ୍ଧଓଡିଶା) ମୌସୁମୀ ଆସୁଛି । ଜୁନ୍ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା ରହିଛି ବୋଲି ବିଭାଗୀୟ ସୂତ୍ରରୁ ଜଣାପଡିଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର କିଛି ଅଞ୍ଚଳ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ଆହୁରି ଅନେକ ଅଂଶ, ସମ୍ପୂର୍ଣ୍ଣ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜକୁ ଛୁଇଁ ସାରିଛି ମୌସୁମୀ । ଆଗାମୀ ୨ରୁ୩ ଦିନ ମଧ୍ୟରେ ମାଳଦୀପ, କୋମୋରିନ ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରର ଆହୁରି କିଛି ଭାଗ, କେନ୍ଦ୍ରୀୟ […]

Read More

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଗୃହୀତ …

May 29, 2023

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୮ଟି ପ୍ରସ୍ତାବ ଗୃହୀତ ହୋଇଛି । ପୂର୍ବାହ୍ନ ୧୦ଟା ୩୦ ମିନିଟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ଗୁରୁତ୍ବପୁର୍ଣ୍ଣ କ୍ୟାବିନେଟ ବୈଠକ।ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଚତୁର୍ଥ ବର୍ଷ ପୂର୍ତ୍ତି ହୋଇଛି। ଏହି ପ୍ରରିପେକ୍ଷୀରେ ଆଜିର କ୍ୟାବିନେଟରେ ୧୮ଟି ପ୍ରସ୍ତାବ ଗୃହୀତ ହୋଇଛି । ରାଜ୍ୟ ସରକାରଙ୍କ ଫୋକସରେ ଗରିବ କଲ୍ୟାଣ ରହିଥିବା ବେଳେ […]

Read More

ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ

May 27, 2023

କଲିକତା(ସମୃଦ୍ଧ ଓଡିଶା)ଗତ ରାତିରେ ହାୱଡ଼ା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଥିବାରୁ ବଡ଼ ଅଘଟଣରୁ ବର୍ତ୍ତି ଯାଇଛି । ଶନିବାର ବିଳମ୍ବିତ ରାତିରେ ଏହା ପୁରୀ ଅଭିମୁଖେ ଆସୁଥିବା ବେଳେ ପଶ୍ଚିମବଙ୍ଗର ମେଦିନାପୁର ଜିଲ୍ଲାର ନେକୁରସୁଣୀ ଷ୍ଟେସନ ନିକଟରେ ଏଥିରୁ କିଛି ବଗି ଅଲଗା ହୋଇଯାଇଥିଲା। ପ୍ରାୟ ୫୦୦ ମିଟର ଦୂରରେ ଯାଇ ଇଞ୍ଜିନଟି ଅଟକି ଥିଲା।ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଘଟଣା ଘଟିଥିଲା। ଷ୍ଟେସନ ପାଖାପାଖି ଥିବାରୁ ଟ୍ରେନର ଗତି ମନ୍ଥର ଥିବାରୁ ଏକ ବଡ଼ ଅଘଟଣ […]

Read More

ଦିଗହରା ତଦନ୍ତ:ଷଡ଼ଯନ୍ତ୍ରକାରୀଙ୍କ ଭୂମିକା ରହସ୍ୟମୟ …

May 26, 2023

ସମ୍ବଲପୁର(ସମୃଦ୍ଧ ଓଡିଶା)ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାର ୧୧୮ ଦିନ ପରେ ଆଜି ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଂଚ ୫୪୩ପୃଷ୍ଠାର ପ୍ରିଲିମିନାରୀ ଚାର୍ଜସିଟ୍ ଦାଖଲ କରି ବ୍ୟକ୍ତିଗତ କାରଣ ପାଇଁ ଅଭିଯୁକ୍ତ ଗୋପାଳ ଦାସ ହତ୍ୟା କରିଥିବା ଦର୍ଶାଇଛି । ନବ ଦାସ ଓ ତାଙ୍କ ସମର୍ଥକମାନେ ଜୀବନରେ ମାରିଦେବେ ବୋଲି ଆଶଙ୍କା ଓ ଭୟ କରି ନବଙ୍କୁ ଗୋପାଳ ହତ୍ୟା କରିଥିବା ନେଇ କ୍ରାଇମବ୍ରାଂଚ ତା’ର ଚାର୍ଜସିଟରେ ଉଲ୍ଲେଖ କରିଛି । କିନ୍ତୁ କେଉଁ […]

Read More

ପାର୍କିଂରେ ଶୋଇଥିବା ବେଳେ ୩ ବର୍ଷର ଛୁଆ ଉପରେ ଗାଡ଼ି ଚଢ଼ିଗଲା

May 25, 2023

ହାଇଦ୍ରାବାଦ(ସମୃଦ୍ଧ ଓଡିଶା)ପାର୍କିଂରେ ଶୋଇଥିବା ବେଳେ ଗୋଟିଏ ୩ ବର୍ଷର ଛୁଆ ଉପରେ ଗାଡ଼ି ଚଢ଼ିଗଲା। ଏହି ୩ ବର୍ଷ ଝିଅର ଦୁଃଖଦ ମୃତ୍ୟୁ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଛୁଆଟି ହାଇଦ୍ରାବାଦର ଗୋଟିଏ ଆପାର୍ଟମେଣ୍ଟର ବେସ୍‌ମେଣ୍ଟ ପାର୍କିଂରେ ଶୋଇଥିଲା । ପ୍ରବଳ ଖରା ଯୋଗୁ ସେ ସେଠାରେ ଶୋଇଥିବା ବେଳେ ଗୋଟିଏ ଗାଡ଼ି ତାଙ୍କ ଉପରେ ମାଡ଼ି ଯାଇଛି। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହାର ଦୃଶ୍ୟ ସିସିଟିଭିରେ ମଧ୍ୟ କଏଦ ହୋଇଛି। ପୋଲିସ ପ୍ରଥମେ […]

Read More

ଗଞ୍ଜେଇ ଗଛ ଲଗାଇ‌ ଜେଲରେ …

May 25, 2023

ହାଇଦ୍ରାବାଦ(ସମୃଦ୍ଧ ଓଡିଶା) ନିଜ ଘର ଛାତ ଉପରେ ଗଞ୍ଜେଇ ଗଛ ଲଗାଇ ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡ଼ିଛି। ବ୍ୟକ୍ତି ଜଣଙ୍କ ଗଞ୍ଜେଇ ସେବନ କରିବା ପାଇଁ ନିଜ ଛାତ ଉପରେ କିଛି ଗଞ୍ଜେଇ ଗଛ ଲଗାଇଥିଲେ। ଏହି କାରଣ ପାଇଁ ପୋଲିସ ତାଙ୍କୁ ଗିରଫ କରିବା ସହ ୧୦ଟି ଗଞ୍ଜେଇ ଗଛ ଜବତ କରିଛି।ହାଇଦ୍ରାବାଦରୁ ଏପରି ଘଟଣା ସାମ୍ନାକୁ ଆସିଛି। ପୋଲିସ୍‌ କହିଛି ଯେ ସାଇ ରତ୍ନ ବର୍ମା ନାମକ ଜଣେ ବ୍ୟକ୍ତି ତାଙ୍କ ଛାତର ୨୦୦ […]

Read More

ଆଇପିଏସ ଓ ବରିଷ୍ଠ ପୁଲିସ ଅଫିସରଙ୍କୁ କଡା ତାଗିଦ : ଦୁର୍ନୀତିର ବାସ୍ନା ହେଲେ କାଠୋର ଦଣ୍ଡ…

May 25, 2023

ବାଙ୍ଗାଲୋର (ସମୃଦ୍ଧ ଓଡିଶା )ଆଇପିଏସ ଓ ବରିଷ୍ଠ ପୁଲିସ ଅଫିସରଙ୍କୁ କଡା ତାଗିଦ କରିଛି କଂଗ୍ରେସ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । କହିଛନ୍ତି ବିଜେପି ସରକାର ଗଲା ବର୍ତ୍ତମାନ କଂଗ୍ରେସ ସରକାର । ଦୁର୍ନୀତିର ବାସ୍ନା ହେଲେ କାଠୋର ଦଣ୍ଡ ଦିଆଯିବ ବୋଲି ଚେତାବନୀ କଡା ଚେତାବନୀ । କର୍ଣ୍ଣାଟକରେ ନୂଆ ସରକାର ଗଠନ ହେବାର ୩ ଦିନ ପରେ ଆଜି ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ […]

Read More

ଚୁଲବୁଲି ଆଉ ନାହାନ୍ତି : ଅଭିନେତ୍ରୀ ବୈଭବୀ ଉପାଧ୍ୟୟ ସଡ଼କ ଦୁର୍ଘଟଣାରେ ମୃତ

May 24, 2023

ନୁଆଦିଲ୍ଲୀ(ସମୃଦ୍ଧ ଓଡିଶା)ଟିଭି ଇଣ୍ଡଷ୍ଟ୍ରିର ସୁନାମ ଧନ୍ୟ ଲୋକପ୍ରିୟ ଅଭିନେତ୍ରୀ ଚୁଲବୁଲି ଆଉ ନାହାନ୍ତି ‘ସରାଭାଇ ଭର୍ସେସ ସରାଭାଇ’ ଫେମ୍‌ ଅଭିନେତ୍ରୀ ବୈଭବୀ ଉପାଧ୍ୟୟ । ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆର ପାରିକି ଚାଲି ଗଲେ ଏହି ଚୁଲବୁଲି ଅଭିନେତ୍ରୀ । ଏହି ଖବର ସମଗ୍ର ଟିଭି ଜଗତକୁ ଦୋହଲାଇ ଦେଇଥିବା ବେଳେ ଖୁବ୍‌ କମ୍‌ ବୟସ ହୋଇ ଥିବାରୁ ଫ୍ୟାନ୍ସ ବି ଏହାକୁ ବିଶ୍ୱାସ କରି ପାରୁ ନାହାନ୍ତି। ବୈଭବୀଙ୍କର ନିର୍ବନ୍ଧ ସରିଥିବା ବେଳେ ବିବାହ […]

Read More

ଟୋଲ ଗେଟରେ ଗଣ୍ଡଗୋଳ : ଆଜିଠୁ ଟୋଲ ଆଦାୟ ବନ୍ଦ

May 24, 2023

ଆଠଗଡ(ସମୃଦ୍ଧ ଓଡିଶା) ଟୋଲ ଗେଟରେ ଟୋଲ ଆଦାୟକୁ ନେଇ ଗଣ୍ଡଗୋଳ ହେବାରୁ ଆଜିଠୁ ଟୋଲ ଆଦାୟ ବନ୍ଦ କରାଯାଇଥିବା ଜଣାପଡିଛି। ଗେଟରେ ପାରି ହେବା ପାଇଁ ଅର୍ଥ ରାଶିକୁ ନେଇ ମୁଣ୍ଡଳୀ ଟୋଲ ଗେଟର କର୍ମଚାରୀ ଓ ଛତିଶଗଡ ପର୍ଯ୍ୟଟକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ଏଥିରେ ବସ୍‌ରେ ଥିବା ୧୧ଜଣ ଟୁରିଷ୍ଟ ଓ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି। ସମସ୍ତ ଆହତମାନଙ୍କୁ ଆଠଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣେ ଗେଟ୍‌ କର୍ମଚାରୀଙ୍କ ଅବସ୍ଥା ଗୁରୁତର ଥିବାରୁ […]

Read More

ଶିକାରୀ ଗୁଳିରେ ଚିତ ପଟାଙ୍ଗ ଫରେଷ୍ଟ ଗାର୍ଡ…

May 23, 2023

କଟକ(ସମୃଦ୍ଧ ଓଡିଶା)ଶିମିଳିପାଳ ଜଙ୍ଗଲରେ ଶିକାରୀଙ୍କ ଗୁଳିମାଡ଼ରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତ ଫରେଷ୍ଟ ଗାର୍ଡ ଜଣଙ୍କ ହେଲେ ବିମଳ କୁମାର ଜେନା । ଗତକାଲି ବିମଳ ସମେତ ୪ଜଣ ବନ କର୍ମଚାରୀ ନଅଣା ସାଉଥ୍ ରେଞ୍ଜରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଶିକାରୀଙ୍କ ସହ ସେମାନଙ୍କର ସାମ୍ନାସାମ୍ନି ହୋଇଥିଲା। ଶିକାରୀମାନେ ବନ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରୁ ଖସି ପଳାଇଥିଲେ। ବନକର୍ମଚାରୀ ମାନେ ତାଙ୍କଠାରୁ କିଛି ଦେଶୀ ବନ୍ଧୁକ ଓ ବନ୍ୟଜନ୍ତୁ ମାଂସ ଜବତ […]

Read More

ସୁଧାଂଶୁ ଷଡ଼ଙ୍ଗୀ ଅଗ୍ନିଶମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ

May 22, 2023

କଟକ (ସମୃଦ୍ଧ ଓଡିଶା )ଅଗ୍ନିଶମ ଡିଜି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇ ପି ଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀ। ପୂର୍ବତନ ଅଗ୍ନିଶମ ଡିଜି ବିନୟତୋଷ ମିଶ୍ରଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଗତ ସପ୍ତାହରେ ତାଙ୍କୁ ଅଗ୍ନିଶମ ଡିଜି ଭାବେ ନିଯୁକ୍ତ ଦେଇଥିଲେ ରାଜ୍ୟ ସରକାର। ଏହା ପୂର୍ବରୁ ସୁଧାଂଶୁ ଷଡ଼ଙ୍ଗୀ ସ୍ପେଶାଲ ଡିଜି ପୁଲିସ ରେଲୱେ ଆଣ୍ଡ କୋଷ୍ଟାଲ ସିକ୍ୟୁରିଟି ଭାବରେ କାର୍ଯ୍ୟ ତୁଲାଉଥିଲେ। ତା’ ପୂର୍ବରୁ ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିନ ସିଟିର ପୁଲିସ କମିଶନର ଭାବେ କାର୍ଯ୍ୟ କରିଥିଲେ। […]

Read More

ଦୋକାନୀମାନେ ୨୦୦୦ ଟଙ୍କିଆ ନୋଟ୍ ନେବାକୁ ମନା କଲେ ଦଣ୍ଡ !

May 22, 2023

ନୁଆଁ ଦିଲ୍ଲୀ(ସମୃଦ୍ଧ ଓଡିଶା) ଦୋକାନୀମାନେ ଗ୍ରାହକଙ୍କ ଠାରୁ ୨୦୦୦ ଟଙ୍କିଆ ନୋଟ୍ ନେବା ପାଇଁ ମନା କରିପାରିବେ ନାହିଁ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୋମବାର ସ୍ପଷ୍ଟ ଭାବେ ଏହି କଥା କହିଛନ୍ତି। ସେ କହିଛନ୍ତି, ଆମେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରି ନେଉଛୁ। କିନ୍ତୁ ତା’ମାନେ ନୁହେଁ ଯେ ଏବେ ଏହା ଅବୈଧ। ଏବେ ଏହାର କାରବାର ଚାଲିପାରିବ। କେହି ଏହାକୁ ନେବାକୁ ମନା କରିପାରିବେ ନାହିଁ। ଶକ୍ତିକାନ୍ତ […]

Read More

ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକରେ ଅନ୍ୟାୟ-ଦୁର୍ନୀତି-ଭ୍ରଷ୍ଟାଚାର ଓ ବ୍ୟଭିଚାର ମୁକ୍ତ ଶାସନ ଉପରେ ଗୁରୁତ୍ୱ..

May 20, 2023

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ବିକାଶ ପାଇଁ ଗତ ୯ ବର୍ଷରେ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ସହିତ ଗ୍ରାମାଂଚଳରେ ବସବାସ କରୁଥିବା ଗରୀବ ଓ ମଧ୍ୟବିତଙ୍କ ପାଇଁ ଅନେକ ଜନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରୀ କରିବା ପାଇଁ ଅର୍ଥ ପ୍ରଦାନ କରିଛନ୍ତି । ପକ୍କା ଘର, ଶୌଚାଳୟ, ପାନୀୟ ଜଳ ଯୋଗାଣ ସହ ବିଜୁଳି, ରାସ୍ତା, କୃଷକ ଆୟ ଦୁଇଗୁଣିତ ଓ ବୀମା ଯୋଗାଇ ଦେବା, ଯୁବକଯୁବତୀଙ୍କୁ ନିଯୁକ୍ତି […]

Read More

ସାଂସଦ ନ ଥିଲେ ବି ଗରିବ ଲୋକଙ୍କୁ ଭଲ ପାଉଥିବା ସେହି ମହାନ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି ଗରିବଙ୍କ ଗହଣରେ …

June 17, 2020

ଭୁବନେଶ୍ୱର(ସମୃଦ୍ଧ ଓଡିଶା) କରୋନା ମହାମାରୀ ଯୋଗୁଁ ଦୀର୍ଘ ଦିନଧରି ଦେଶରେ ଲକ ଡାଉନ ଯୋଗୁଁ ଲୋକମାନେ କାମ ଧନ୍ଧା ହରାଇ ଉପାର୍ଜନ ଶୂନ୍ୟ ହୋଇ ମୁଠାଏ ଖାଇବା ପାଇଁ ରାହା ଖୋଜୁଥିବା ବେଳେ ସେମାନଙ୍କ ଦୁଃଖରେ ସାମିଲ ହୋଇ ଧର୍ଯ୍ୟ ଜୁଟାଉଛନ୍ତି ଆମ ଲୋକପ୍ରିୟ ପୂର୍ବତନ ସାଂସଦ ବାବା ପ୍ରସନ୍ନ କୁମାର ପାଟ୍ଟଶାଣୀ । ସାଂସଦ ନ ଥିଲେ ବି ଗରିବ ଲୋକଙ୍କୁ ଭଲ ପାଉଥିବା ଏହି ମହାନ ବ୍ୟକ୍ତିଜଣଙ୍କୁ ଦେଖିବାକୁ ମିଳୁଛି ସାଧାରଣ ଲୋକଙ୍କ ଗହଣରେ […]

Read More

ଗଞ୍ଜାମ ଜିଲ୍ଲାରେ ମିଲ୍(ଭୋଜନ)ଯୋଜନାର ଶୁଭାରମ୍ଭ : ଲୋକେ ଦିଅନ୍ତି ଭୋଜନ ସାମଗ୍ରୀ…

April 16, 2020

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ଅନେକ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଲକଡ଼ାଉନ୍ ଗରିବ ଦିନ ମଜୁରିଆଙ୍କ ଜୀବନ ଜୀବିକାକୁ ବେଶ୍ ପ୍ରଭାବିତ କରିଛି । ଅବଶ୍ୟ ଗରିବ ହିତାଧିକାରୀଙ୍କୁ ସରକାରୀ ଖାଦ୍ୟ ଯୋଜନାରେ ଚାଉଳ, ଗହମ ସମେତ କରୋନାର ମୁକାବିଲା ପାଇଁ ଭତା ମଧ୍ୟ ପ୍ରଦାନ କରାଯାଇଛି । ହେଲେ ପଡ଼ି କାର୍ଡ ନ ଥିବା ଅନେକ ଗରିବଙ୍କ ପାଇଁ ନିଜର ପେଟ ଚାଖଣ୍ଡକ ନିମନ୍ତେ ଦାନା ଯୋଗାଡ଼ କରିବା ଏବେ ଏକ […]

Read More

ଲକ୍‌ଡାଉନ୍‌ ଆଉ ବଢିବ ନାହିଁ : ଗୁଜବକୁ ସ୍ପଷ୍ଟ କଲେ କେନ୍ଦ୍ର କ୍ୟାବିନେଟ୍‌ ସଚିବ…

March 30, 2020

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା)ଗତ ରବିବାରକୁ ମିଶାଇଲେ ୮ ଦିନ ହେଲା ସାରା ଦେଶ ସ୍ତବ୍ଦ ଅର୍ଥାତ ଶୂନଶାନ ହୋଇଯାଇଛି । ଗରୀବ ଅସହାୟ ଶ୍ରମଜୀବୀମାନେ କାମ ଧନ୍ଦା ନ ପାଇ ହନ୍ତସନ୍ତ ହୋଇସାରିଲେଣି । ପ୍ରବାସୀ ମାନେ କିଏ କେଉଁଟି ରହି ଖାଇବା ନ ପାଇ ହଇରାଣ ହେଇଥିବା ଦୃଶ ଫେସ ବୁକରେ ଦେଖିବାକୁ ମିଳୁଛି । ଦିଲ୍ଲୀରେ ଦୈନିକ ମଜୁରିଆ ତଥା ଶ୍ରମିକମାନେ ପଇସା ଅଭାବରୁ ଖାଇବାକୁ ମୁଠାଏ ନ ପାଇ ଭୋକ ଉପବାସରେ ରୋଡ଼ ଉପରେ […]

Read More

ଖବରକାଗଜ ବିତରଣକୁ ଅତ୍ୟାବଶ୍ୟକ ସେବା ରୂପେ ସାମିଲ କଲେ ସରକାର…

March 26, 2020

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ମହାମାରୀ ‘କରୋନା ଭାଇରସ ’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ଦିନିଆ ଲକଡାଉନ୍ ଲାଗୁ ହୋଇଥିବା ବେଳେ ରାଜ୍ୟ ସରକାର ଆଜି ସମ୍ବାଦପତ୍ର ବିତରଣକୁ ଅତ୍ୟାବଶ୍ୟକ ସେବା ବର୍ଗରେ ଅନ୍ତର୍ଭୁକ୍ତ କରିଛନ୍ତି ।ଏ ସମ୍ପର୍କରେ ସୂଚନା ଦେଇ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ସମ୍ବାଦପତ୍ର ସଂସ୍ଥାଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ଖବରକାଗଜ ବିତରଣକୁ ଅତ୍ୟାବଶ୍ୟକ ସେବାରେ ସାମିଲ କରାଯାଇ ନ୍ୟୁଜ୍ ପ୍ରିଣ୍ଟ ଓ ଖବରକାଗଜ ଇତ୍ୟାଦିର […]

Read More

ମାନବିକତା ଭୂଲିଗଲେ ସିଟି ବସ୍ କର୍ମଚାରୀ : ଅଚେତ ଯାତ୍ରୀଙ୍କୁ ଅଧାରାସ୍ତାରେ ଓହ୍ଲାଇ…

January 29, 2020

ଗୋପାଳପୁର(ସମୃଦ୍ଧ ଓଡିଶା)ଆଜି ସକାଳୁ ସକାଳୁ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସିଟି ବସରେ ବସି କିଛି ବାଟ ଗଲା ପରେ ହଠାତ ଅଚେତ ହୋଇ ପଡିଥିବା ଜନୈକ ବସ ଯାତ୍ରୀଙ୍କୁ ଚିକିତ୍ସା ବଦଳରେ ଅଧାରାସ୍ତାରେ ଓହ୍ଲାଇ ଦେଇ ଅମାନବିକତାର କାର୍ଯ୍ୟକରିଛି ବ୍ରହ୍ମପୁର ସିଟିବସ । ଏ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବ୍ରହ୍ମପୁରରୁ ଗୋପାଳପୁର ଆସୁଥିବା ଏକ ସିଟି ବସ୍ ଓଡି ୦୭ ଡବ୍ଲୁ ୯୫୧୨ ରେ ବ୍ରହ୍ମପୁର କୋର୍ଟପେଟା ଛକରୁ ବ୍ରହ୍ମପୁର ରାମନଗରର […]

Read More

୧୪ମାସ ପରେ ଅନୁଷ୍ଠିତ ହେଲା ସାନଖେମୁଣ୍ଡି ପଞ୍ଚାୟତ ସମିତି ବୈଠକ : ଲୋକପ୍ରତିନିଧିଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପନ…

September 6, 2019

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ଦୀର୍ଘ ୧୪ ମାସ ପରେ ଆଜି ସାନଖେମୁଣ୍ଡି ପଞ୍ଚାୟତ ସମିତିର ୪ଥ ବୈଠକ ଅନୁଷ୍ଠିତ ହୋଇଅଛି । ଅନୁଷ୍ଠିତ ଏହି ସାଧାରଣ ବୈଠକରେ ନିର୍ବାଚିତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ସଭ୍ୟଙ୍କ ସହିତ ବ୍ଲକସ୍ତରୀୟ ସମସ୍ତ ଅଧିକାରୀ ଅଂଶ ଗ୍ରହଣ କରିଥିଲେ । ସାନଖେମୁଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀମତି ସଙ୍ଗୀତା ବେହେରାଙ୍କ ପୌରହିତରେ ଅନୁଷ୍ଠିତ ଏହି ସାଧାରଣ ବୈଠକରେ ଆସିକା ସାଂସଦ ଶ୍ରୀମତି ପ୍ରମିଳା ବିଷୋୟୀ, ସାନଖେମୁଣ୍ଡି ବିଧାୟକ ଶ୍ରୀ […]

Read More

ଓଡିଶା ହାଇକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବି ପି ଦାସ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ନିଯୁକ୍ତ ….

August 22, 2019

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିମଲ ପ୍ରସାଦ ଦାସଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଦୀର୍ଘ ପ୍ରାୟ ୭ବର୍ଷ ଧରି ମାନବାଧିକାର କମିଶନରେ କାହାରିକୁ ସ୍ଥାୟୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳି ନଥିଲା। ନୂଆ ନିଯୁକ୍ତି ନେଇ ବିଧିବଦ୍ଧ ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି। ଜଷ୍ଟିସ ବିପି ଦାସଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଓ ବରିଷ୍ଠ ଓକିଲ ଅସିମ୍ ଅମିତାଭ ଦାଶଙ୍କୁ ସଦସ୍ୟ ଭାବେ ନିଯୁକ୍ତିକୁ ରାଜ୍ୟପାଳ ପ୍ରଫେସର […]

Read More

୩୭୦ଧାରାକୁ ନେଇ ଦେଶକୁ ସ୍ୱାଧୀନ ଆଣିଥିବା କଂଗ୍ରେସ ଓ ନେହୁରୁଙ୍କୁ ଦୋଷାରୋପ ପଛର ସାଙ୍ଘାତିକ ଷଢ଼ଯନ୍ତ୍ର ?…

August 13, 2019

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) ନିକଟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୩୭୦ଧାରାକୁ ନେଇ ଦେଶକୁ ସ୍ୱାଧୀନ ଆଣିଥିବା କଂଗ୍ରେସ ଓ ନେହୁରୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଏପରିକି ବିଜେପି ଦଳର ବହୁ ପୁରୁଖା ନେତାମାନେ ମଧ୍ୟ କଂଗ୍ରେସ ଓ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ବିଭିନ୍ନ ଢଙ୍ଗରେ ଏହି ୩୭୦ଧାରାକୁ ନେଇ ତୀବ୍ର କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି । ଏବେ ଅନୁଛେଦ ୩୭୦ ସମ୍ପର୍କରେ ଢେର ଚର୍ଚ୍ଚା ହେଉଛି […]

Read More

ଧର୍ମାବରମରେ ରେଳପଥ ଆଧୁନିକୀକରଣ କାର୍ଯ୍ୟ ଯୋଗୁଁ:ପୁରୀ-ଯଶୋବନ୍ତପୁର ଗରିବ ରଥ ଦିନଟିଏ,ପ୍ରଶାନ୍ତି ଏକ୍ସପ୍ରେସ ୯ ଦିନ ପାଇଁ ଆଂଶିକ ବାତିଲ…

March 26, 2019

ଭୁବନେଶ୍ବର (ସମୃଦ୍ଧ ଓଡିଶା )ଦକ୍ଷିଣ ପଶ୍ଚିମ ରେଳପଥର ବେଙ୍ଗାଲୁରୁ ରେଳମଣ୍ଡଳ ଅନ୍ତର୍ଗତ ୟେଲହଂକା ଓ ଧର୍ମାବରମ ରେଳ ସେକ୍ସନରେ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ସହ ଭିତ୍ତିଭୂମି ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସକୁ ଦିନକ ପାଇଁ ବାତିଲ କରାଯାଇଛି। ପୁରୀଠାରୁ ଛାଡ଼ିବାକୁ ଥିବା ପୁରୀ-ଯଶୋବନ୍ତପୁର ଗରିବ ରଥ ଏକ୍ସପ୍ରେସ(୨୨୮୮୩) ମାର୍ଚ୍ଚ ୨୯ରେ ଓ ଯଶୋବନ୍ତପୁରଠାରୁ ଛାଡ଼ିବାକୁ ଥିବା ଯଶୋବନ୍ତପୁର-ପୁରୀ ଗରିବ ରଥ ଏକ୍ସପ୍ରେସ(୨୨୮୮୪) ମାର୍ଚ୍ଚ ୩୦ରେ ବାତିଲ ରହିବ। ସେହିପରି ଭୁବନେଶ୍ୱର-ବେଙ୍ଗାଲୁରୁ-ଭୁବନେଶ୍ୱର ପ୍ରଶାନ୍ତି […]

Read More

ଯୁବ ଆଇନଜୀବୀଙ୍କୁ ବୃତ୍ତି ଯୋଜନାରେ ସାମିଲ ନେଇ ଚାରି ମାସ ଭିତରେ ପଦକ୍ଷେପ ନେବାକୁ ସରକାରଙ୍କୁ ନି‌ର୍ଦ୍ଦେଶଦେଲେ ହାଇକୋର୍ଟ…

March 26, 2019

କଟକ(ସମୃଦ୍ଧ ଓଡିଶା )ରାଜ୍ୟରେ କାର୍ଯ୍ୟରତ ଯୁବ ଆଇନଜୀବୀଙ୍କୁ ବୃତ୍ତି ଯୋଜନାରେ ସାମିଲ ପ୍ରସଂଗରେ ୪ ମାସ ଭିତ‌େର ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଂଗରେ ଆବେଦନକାରୀ ସରକାରଙ୍କୁ ପୂର୍ବରୁ ପ୍ରଦାନ କରିଥିବା ଦାବିପତ୍ର ଏବେ ବିଚାରାଧୀନ ରହିଛି। ଅନ୍ୟରାଜ୍ୟରେ ଯୁବ ଆଇନଜୀବୀଙ୍କ ପାଇଁ ବୃତ୍ତି ବ୍ୟବସ୍ଥା ରହିଥିବା ବେଳେ ଓଡ଼ିଶାରେ ମଧ୍ୟ ସମାନ ନିୟମ ଲାଗୁ କରିବା ପାଇଁ ଆବେଦନକାରୀ ଦାବି କରିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍.ଜାଭେରୀ ଓ ଜଷ୍ଟିସ […]

Read More

ବିଭିନ୍ନ ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇଲେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ…

November 23, 2018

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ଆଜି କାର୍ତ୍ତିକ ପୂର୍ଣ୍ଣିମା। ବୋଇତ ବନ୍ଦାଣ ଉତ୍ସବ। ଆଜି ଭୋର୍‌ରୁ ବିଭିନ୍ନ ପୁଷ୍କରିଣୀ ଓ ନଦୀମାନଙ୍କରେ ଡଙ୍ଗା ଭସାଇବା ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ନଦୀ ଓ ପୁଷ୍କରିଣୀମାନଙ୍କରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ କଦଳୀ ପାଟୁଅ ଓ ଶୋଲଡଙ୍ଗା ଭସାଇଥିଲେ। ଡଙ୍ଗା ଭସାଇ ନୌବାଣିଜ୍ୟକୁ ମନେ ପକାଇଥିଲେ ଲୋକେ। ଏଥିସହିତ କାର୍ତ୍ତିକ ମାସର ଏହା ଶେଷ ଦିନ ହୋଇଥିବାରୁ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗିରହିଛି।ଏହାବ୍ୟତୀତ […]

Read More

ଆଜି ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ତୋଫାନ ‘ଗାଜା’:ତାମିଲନାଡୁରେ ସ୍କୁଲ୍‌, କଲେଜ ବନ୍ଦ …

November 15, 2018

ଚେନ୍ନାଇ (ସମୃଦ୍ଧ ଓଡିଶା) ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଗାଜା’ ଚେନ୍ନାଇ ଠାରୁ ୪୭୦ କିଲୋମିଟର ଦୂରରେ ରହିଛି ଏବଂ ଆଜି ସନ୍ଧ୍ୟା ସୁଦ୍ଧା କୁଡ୍ଡାଲୋର୍‌ ଏବଂ ପାମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବ ପରେ ତାମିଲନାଡୁ, ପୁଦ୍ଦୁଚେରୀ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସହ ଗୁରୁବାର ସନ୍ଧ୍ୟା କିମ୍ବା ରାତିରେ ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗରେ ପବନ ବହିବ । ପାଣିପାଗ ବିଭାଗ ସୂଚନା ଅନୁସାରେ, ଗୁରୁବାର ସନ୍ଧ୍ୟା କିଂବା ରାତିରେ ଘଣ୍ଟା ପ୍ରତି ୧୦୦ କିଲୋମିଟର […]

Read More