Breaking News

Crime

କୁଦୁଲା ଗଣ ଦୁଷ୍କର୍ମ ବିରୋଧରେ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ…

September 9, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବରଗଡ଼ ଜିଲ୍ଲା ଗାଈସିଲଟ ବ୍ଲକର କୁଦୁଲା ଗ୍ରାମରେ ଉଚ୍ଚ ଜାତି ଲୋକଙ୍କ ଖାପ ପଂଚାୟତ ଓ କଙ୍ଗାରୁ କୋର୍ଟରେ ସାମୁହିକ ନିଷ୍ପତ୍ତି ମାଧ୍ୟମରେ ଅନୁସୂଚିତ ବର୍ଗର ଜଣେ ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ ଓ ତାଙ୍କ ଘର ପୋଡିବା ବିରୋଧରେ ଆଜି ଜନ ଅଧିକାର ଆନ୍ଦୋଳନ ପକ୍ଷରୁ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଟ୍ରାଫିକ ଛକ ଠାରେ ଗଣପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି l ଅନୁସୂଚିତ ଓ ଦୁର୍ବଳ ବର୍ଗ ଲୋକଙ୍କ ସୁରକ୍ଷା ଓ ମହିଳାଙ୍କ […]

Read More

ଅବକାରୀ ଚଢାଉ : ୩୦କେ.ଜି,୧୫୦ଗ୍ରାମ ଗଞ୍ଜେଇ ଜବତ…

August 27, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଦକ୍ଷିଣାଞ୍ଚଳ ଅବକାରୀ ଉପ ଆୟୁକ୍ତ ତଥା ଭାରପ୍ରାପ୍ତ ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ସଦର ମହକୁମା ଓ.ଆଇ.ସି ଇନିସ୍ପେକଟର ଓ ଏମ.ଡି.ଏସ ଟିମ୍ ଲିଡର ସେଲିମ ଏସ୍କସେଟିଭ ମାଜିଷ୍ଟ୍ରେଟ ଆଡିସ୍ନାଲ ତହସିଲଦାରଙ୍କ ସହିତ ମିଳିତ ଭାବେ ଅବକାରୀ ଚଢାଉ କରାଯାଇଥିବା ଜଣାଯାଇଛି । ଏ‌ହି ଚଢାଉ ସମୟରେ ରଘୁନାଥପୁର ଛକ ନିକଟସ୍ଥ ଏକ ଘରେ ଗଞ୍ଜେଇ ଗଚ୍ଛିତ ଥିବା ଖବର ପାଇ ଉକ୍ତ ଟିମ୍ ଚଢାଉ କରି […]

Read More

ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୭୦୭ ଲିଟର ମଦ ଜବତ ସହ ୧୦ ଗିରଫ…

August 26, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ନିରୀକ୍ଷିକା ପ୍ରୀତିଧାରା ନାୟକ ଓ ଆସିକା ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରାଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଆଜି ଆସିକା ଅବକାରୀ ରେଞ୍ଜ ଅନ୍ତର୍ଗତ ସନ୍ତୋଷି ମା ଏରଗୋଲା କ୍ୟାମ୍ପ, କରତଳି ଏରଗୋଲା କ୍ୟାମ୍ପ, ଆଇବି ଏରଗୋଲା କ୍ୟାମ୍ପ ଓ ପାକଲାପଲ୍ଲୀ ଏରଗୋଲା କ୍ୟାମ୍ପ ଗ୍ରାମରେ ଚଢ଼ାଉ କରି ୭୦୭ ଲିଟର […]

Read More

ବିପୁଳ ପରିମାଣରେ ମଦ ଓ ପୋଚ ଜବତ…

August 26, 2021

ଆସିକା (ସମୃଦ୍ଧ ଓଡିଶା) ଅବକାରୀ ବିଭାଗ ଉପ ଆୟୁକ୍ତଙ୍କ ନିର୍ଦ୍ଦଶନାରେ ଆସିକା ଏକ୍ସସାଇଜ ଅଧୀନରେ କରାତଳି ଗ୍ରାମ ନିକଟରେ ଥିବା ଏରୋଗୋଲା ବସ୍ତି ଓ ପାକଲାପଲ୍ଲି ନିକଟସ୍ଥ ସନ୍ତୋଷୀ ମା ମନ୍ଦିର ପାଖରେ ଥିବା ଏରୋଗୋଲା ବସ୍ତି ଉପରେ ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣରେ ମଦ ଓ ପୋଚ ଜବତ କରିଛି । ୭୦୭ ଲିଟର ମଦ ଜବତ କରିବା ସହିତ ୭୧୨୦ ଲିଟର ପୋଚକୁ ନଷ୍ଟ କରାଯାଇଛି ବୋଲି ସୂଚନାରେ ଉଦ୍ଧିଷ୍ଟ ଅଛି […]

Read More

ଅବକାରୀ ପକ୍ଷରୁ ଚଢ଼ାଉ : ବହୁ ମଦ, ୩ଟି ବାଇକ ସହ ୩ ଗିରଫ…

August 12, 2021

ଖଲ୍ଲିକୋଟ (ସମୃଦ୍ଧ ଓଡିଶା) ଅବକାରୀ ପକ୍ଷରୁ ଚଢ଼ାଉ କରି ଦେଶୀ ମଦ, ୩ଟି ବାଇକ ସହ ୩ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଖଲ୍ଲିକୋଟ ଅବକାରୀ ଥାନା ପୋଲିସ ପକ୍ଷରୁ ନାରାୟଣୀ ଛକ ଠାରେ ଚଢ଼ାଉ କରାଯାଇ ୧୨୨ ଲିଟର ଚୋରା ଦେଶିମଦ, ୩ଟି ବାଇକ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଯାଇଛି । ଖଲ୍ଲିକୋଟ ଅବକାରୀ ଥାନା କେସ ନମ୍ବର ୩୯/୨୦୨୨, ୨୦,୨୧/୨୦୨୨ ଅନୁସାରେ ବାଲୁଗାଁ ଥାନା ଅନ୍ତର୍ଗତ […]

Read More

ଅଣ୍ଟି ଛୁରୀ କାଟିଲା ତଣ୍ଟି…

August 11, 2021

ସୋରଡ଼ା (ସମୃଦ୍ଧ ଓଡିଶା) କଥାରେ ଅଛି ଅଣ୍ଟି ଛୁରୀ ତଣ୍ଟି କଟେ ତାହା ଆଜି ସତ ପ୍ରମାଣିତ ହୋଇଛି କବିସୂର୍ଯ୍ୟୟନଗର ଥାନା ଅଧୀନରେ ଥିବା ମହାଛାଇ ଗ୍ରାମରେ । ମାହାଛାଇ ଗ୍ରାମର କରୁଣା କର ସାହୁଙ୍କ ସୁପୁତ୍ର ପ୍ରଶାନ୍ତ ପଇସା ବାପାଙ୍କ ଠାରୁ ନପାଇବାରୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଛି । ଭଗବାନ କରନ୍ତୁ ଏହି ଭଳି ସୁଯୋଗ୍ୟ ପୁଅ କାହାକୁ ନ ମିଳୁ । ଆକ୍ରମଣ ପରେ ପୁଅ ପ୍ରଶାନ୍ତ ଫେରାର ହୋଇଯାଇଛି । […]

Read More

୧କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗର ଜବତ : ୬ ଗିରଫ…

August 9, 2021

କଟକ (ସମୃଦ୍ଧ ଓଡିଶା) ଗତକାଲି ସ୍ପେଶାଲ ସ୍କୁୱାର୍ଡ ଓ ଲାଲବାଗ ଥାନା ମିଳିତ ଚଢ଼ାଉ କରି ୧ କିଲୋ ୧୪୯ ଗ୍ରାମ (ଆନୁମାନିକ ମୂଲ୍ୟ-୧କୋଟିରୁ ଉର୍ଦ୍ଧ୍ବ) ମୂଲ୍ୟର ବ୍ରାଉନ ସୁଗର ଜବତ କରିବା ସହ ୬ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୪ଜଣ ଜଗତସିଂହପୁରର ହୋଇଥିବା ବେଳେ ଜଣେ ପୁରୀ ଓ ଅନ୍ୟ ଜଣକ କଟକର ବାସିନ୍ଦା ବୋଲି ଆଜି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ […]

Read More

ପାରିବାରିକ କଳହକୁ ନେଇ ଲାଗିଲା ନିଆଁ…

August 4, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ପେଟ୍ରୋଲ ଢାଳି ସ୍ୱାମୀ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ପରିବାର କଳହରୁ ସ୍ୱାମୀ ତାର ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ଏହାପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଛି । ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ମେରାଇନ ଥାନା ଖବର ଅନୁଯାୟୀ, ସାନ ଆର୍ଯ୍ୟପଲ୍ଲୀ ଗ୍ରାମରେ  ବି. ମୁକୋଡୁ ଓ ସ୍ତ୍ରୀ ବି. ଆରାମାଙ୍କ ମଧ୍ୟରେ ଝଗଡା ହେବାରୁ […]

Read More

ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଡ଼ାଉ : ୧୩୫ ବସ୍ତା ଗୁଟଖା ଜବତ ସହ ୨ ଅଟକ…

August 3, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଚଡ଼ାଉ କରି ବହୁ ନକଲି ଗୁଟୁଖା ସାମଗ୍ରୀ ଜବତ କରିବା ସହ ଥାନାରେ ୨ ଜଣଙ୍କୁ ଅଟକ ରଖାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଅଟକ ଯୁବକ ମାନେ ଉତ୍ତର ପ୍ରଦେଶ ରାଜ୍ୟର ରାମ ଆଶିଷ(୩୩) ଓ ଚନ୍ଦ୍ରଭାନୁ ପଟେଲ(୨୪) ବୋଲି ଜଣାଯାଇଛି । ବଡ଼ବଜାର ନିକଟସ୍ଥ କାଳୁପାତ୍ର ସାହିର ଜଣେ ବ୍ୟକ୍ତିଙ୍କ ବାସଭବନରେ ଗୁଟଖା ମହଜୁଦ ରଖାଯାଇଥିବା ଖବର ମିଳିବା ପରେ ବ୍ରହ୍ମପୁର ଉପଜିଲାପାଳ ଭି. […]

Read More

୫ ଅପରାଧୀଙ୍କୁ କାବୁ କଲା ଧାମନଗର ପୋଲିସ…

August 3, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ୫ ଅପରାଧୀଙ୍କୁ କାବୁ କଲା ଧାମନଗର ପୋଲିସ । ସୂଚନା ଅନୁଯାୟୀ ଏକ ଘର ଉପରେ ଧାମନଗର ପୋଲିସ ଛତ୍ରପୁର ଥାନାର କର୍ମଚାରୀମାନଙ୍କ ସହଯୋଗରେ ଚଢାଉ କରି ୫ ଜଣ ଅପରାଧିଙ୍କୁ ଗିରଫ କରିଛି । ଏହି ଅପରାଧୀମାନେ ଭଦ୍ରକ ଜିଲ୍ଲାରେ ଅନେକ ଅପରାଧ ସହ ଜଡ଼ିତ ଥିବା ଜଣାପଡିଛି ଏବଂ ଛତ୍ରପୁର ସହରରେ କେଉଁ କାରଣରୁ ଏମାନେ ରହୁଥିଲେ ଏବଂ ଏମାନଙ୍କ ଛତ୍ରପୁରର ଲିଙ୍କ କଣ ସେ ନେଇ ପୋଲିସ ତନାଘନା […]

Read More

୨୫ଲକ୍ଷ ମୂଲ୍ୟର ୨୫୦ ଗ୍ରାମ ବ୍ରାଉନ୍‌ସୁଗର ଜବତ୍‌ : ଜଣେ ଗିରଫ…

August 2, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉପାନ୍ତ ଜଳେଶ୍ୱର ବ୍ରାଉନ୍‌ସୁଗରର ହବ୍ କୁହାଯାଉଥିବା ବେଳେ ପୋଲିସ୍ ଖବର ପାଇ ପୌରରପାଳିକାର ରାଜପୁରରେ ଗାଁରେ ଚଢାଉ କରିଥିଲା । ସେଠାରୁ ୨୫୦ଗ୍ରାମ ଧଳଜହର ଜବତ୍ କରିଥିବା ବେଳେ, ପୋଲିସ୍ ଜଣକୁ ଗିରଫ କରିଛି । ଘଟଣା ସହିତ ସଂପୃକ୍ତ ମହିଳା ଜଣକ ଫେରାର ହୋଇ ଯାଇଛି । ପ୍ରତିଦିନ ଜଳେଶ୍ୱର ଅଂଚଳରୁ ଧଳାଜହର ବାହାର ସ୍ଥାନକୁ ଚାଲାଣ ହେଉଥିବା ବେଳେ ଆଜି ଭୋର ପୋଲିସ୍ ଖବର ପାଇ ରାଜପୁର ଗାଁର ସେକ୍ […]

Read More

ବିନା କାମରେ ଟଙ୍କା ହଡପ : ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ…

July 28, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକରେ ମନରେଗା ଯୋଜନା ବାଟବଣା ହୋଇଥିବା ନେଇ ବାଣିଆ ଗ୍ରାମର ଯୁବ ଗୋଷ୍ଠୀଙ୍କ ପକ୍ଷରୁ ଏକ ଦାବି ପତ୍ର ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ବାଣିଆ ଗ୍ରାମରେ କଣ୍ଡରାବନ୍ଧ ପୁନଃରୁଦ୍ଧାର ସହ ପାହାଚ ନିର୍ମାଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ଆସିଥିବା ମୋଟ ୧୦ ଲକ୍ଷ ଟଙ୍କାରୁ ୬ ଲକ୍ଷ ୬୦ ହଜାର ୮ ଶହ ୮୦ ଟଙ୍କା ବିଲ୍ ହୋଇଯାଇଥିବା ବେଳେ ପୋଖରି କାମ […]

Read More

କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନେଇ ସାମ୍ବାଦିକ ମହଲରେ ନିନ୍ଦା…

July 25, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ରାପଡ଼ାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଏକ ସପ୍ତାହ ବିତି ନଥିବା ବେଳେ ବ୍ରହ୍ମପୁରରେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା କରାଯାଇଥିବାରୁ ଏହାକୁ ନେଇ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି । ରବିବାର ବ୍ରହ୍ମପୁର ପ୍ରମୟର ସିଟି ରିପୋର୍ଟର ପ୍ରହଲ୍ଲାଦ ସାହୁଙ୍କୁ ଖବର ସଂଗ୍ରହ କରୁଥିବା ବେଳେ ଆକ୍ରମଣ କରାଯାଇଥିଲା । ସୂଚନା ଅନୁଯାୟୀ ଜନୈକ ମହିଳା ତାଙ୍କ ପାରିବାରିକ କଳହ ସମସ୍ୟାକୁ ନେଇ ଗୋଷାଣୀନୂଆଁ ଗାଁ ଥାନାରେ ଧାରଣାରେ ବସିଥିଲେ । […]

Read More

ବିଭିନ୍ନ ସ୍ଥାନରେ ଚଢ଼ାଉ : ଦେଶୀ ବିଦେଶୀ ମଦ ଜବତ ସହ ୬ ଗିରଫ…

July 22, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସପି ବ୍ରିଜେଶ କୁମାର ରାଏଙ୍କ ନିର୍ଦ୍ଦେଶ କ୍ରମେ ବେଆଇନ ମଦ କାରବାର ଉପରେ ଅଙ୍କୁଶ ଲଗାଇବା ଲାଗି ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ହୋଇଛି । ଏଥିରେ ସ୍ଥାନୀୟ ମାଜିଷ୍ଟ୍ରେଟ, ଅବକାରୀ ବିଭାଗ ଓ ସ୍ଥାନୀୟ ଥାନାର ପୋଲିସ ଅଧିକାରୀ ଓ ଷ୍ଟାଫମାନେ ସାମିଲ ଅଛନ୍ତି । ଏଥିସହ ଶସ୍ତ୍ରସ୍ତ ପୋଲିସ ବାହିନୀକୁ ନେଇ ଏହି ସ୍କ୍ୱାର୍ଡ ଜ଼ିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ ଜାରି […]

Read More

ଅବକାରୀ ବିଭାଗର ଚଢ଼ାଉ : ବହୁ ପରିମାଣରେ ମଦ ଜବତ…

July 21, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଅଧିକାରୀ ରାମେନ୍ଦ୍ର ନାୟକଙ୍କ ନେତୃତ୍ଵରେ ବ୍ରହ୍ମପୁର-୨ ଏକ୍ସାଇଜ୍ ଓ ବ୍ରହ୍ମପୁର ପୋଲିସ ଏବଂ କୁକୁଡାଖଣ୍ଡି ତହସିଲଦାରଙ୍କ ମିଳିତ ଚଢଉରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବିକାଶ ପୁର ନିକଟରେ ଏକ ଜଙ୍ଗଲରେ ବହୁ ପରିମାଣରେ ମଦ ଜବତ କରାଯାଇ ନଷ୍ଟ କରାଯାଇଛି । ଏହି ଘଟଣାରେ କାହାକୁ ଗିରଫ କରାଯାଇନଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଯୋଗ୍ୟ ଯେ ଆଜି ବ୍ରହ୍ମପୁର-୨ ଏକ୍ସାଇଜ୍ […]

Read More

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ବହୁ ମଦ ଜବତ ସହ ୪ ଗିରଫ…

July 19, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଅବକାରୀ ଅଧକ୍ଷ ରାଜେନ୍ଦ୍ର ଭଦ୍ରାଙ୍କ ନିର୍ଦ୍ଦେଶ କ୍ରମେ ସନ୍ଧ୍ୟା ସମୟରେ ଛତ୍ରପୁର ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଭାବେ ତସା କଣମଣା ଏ ତଟାପୁଲି ତଥା ଚମା ଖଣ୍ଡି ଅଞ୍ଚଳରେ ଚଢାଉ କରି ୧୧୦ ଲିଟର ହାତ ରନ୍ଧା ମହୁଲି ମଦ ୧୪ ଲିଟର ଭାଟି ମହୁଲି ମଦ ଓ ୧୯ ଲିଟର ବିଅର ୭.୫୫୦ ଲିଟର ବିଦେଶୀ ମଦ ଜବତ କରିବା […]

Read More

ଲାଞ୍ଜିପଲ୍ଲୀ ନୁଆଁ ବନ୍ଧ ହୁଡ଼ା ତ୍ରିନାଥ ମନ୍ଦିରରେ ଚୋରି…

July 16, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ରାତ୍ରିରେ ସ୍ଥାନୀୟ ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗର ପଞ୍ଚମ ଲାଇନ ଲାଞ୍ଜିପଲ୍ଲୀ ନୁଆଁ ବନ୍ଧ ହୁଡାରେ ଥିବା ତ୍ରିନାଥ ମନ୍ଦିରରେ ଚୋରି ହୋଇ ଯାଇଥିବା ଜଣାପଡିଛି l ସୂଚନା ଅନୁଯାୟୀ ସ୍ଥାନୀୟ ଯୁବନେତା ମନୋଜ ତରାଇଙ୍କ ଏତଲା ପ୍ରକାରେ ତ୍ରିନାଥ ମନ୍ଦିରର ମୁଖ୍ୟ ଗେଟ ତାଲା ଭାଙ୍ଗି ହୁଣ୍ଡି ଭାଙ୍ଗି ପ୍ରାୟ ୧୫ରୁ ୨୦ହଜାର ଟଙ୍କା ଚୋରି ହୋଇଛି l ଭୋର ସକାଳୁ ମନ୍ଦିର ପୂଜକ ଏମ. ଲକ୍ଷ୍ମାଣ ତାରିଲୁ ପୂଜା ଅର୍ଚନା […]

Read More

ମାରୁତି ଇକୋ କାର୍, ବୋମା ଓ ଖଣ୍ଡା ସହ ଜଣେ ଗିରଫ…

July 16, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଦେଖାଆଳି ଅଂଚଳର ଆକାଶ ପ୍ରଧାନ(୧୯)କୁ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଏହି ଅଂଚଳରେ ପୂର୍ବରୁ ବହୁ ମାମଲାରେ ଜଡ଼ିଥିବା ଥିବା କେ.ନୂଆଗାଁ ଥାନା ଅଂଚଳର ଦେଖାଆଳିି ଗ୍ରାମର ଆକାଶ ଏବଂ ତାର କିଛି ସହଯୋଗୀ କାଲି ଏକ କାର୍ ଏବଂ ବାଇକ୍‌ରେ ମାରଣାସ୍ତ୍ର ନେଇ ଯାଉଥିବା ଖବର ପୋଲିସ୍ କୌଣସି ବିଶେଷ ସୂତ୍ରରୁ ସୂଚନା ପାଇ କେ. ନୂଆଗାଁ ଛକରେ ଜଗି ରହିଥିଲା । ଅତର୍କିତ ଚଢ଼ାଉରେ ବାଇକ୍‌ରେ […]

Read More

ଅଟୋ ସହ ୪ଶହ ଲିଟରରୁ ଉର୍ଦ୍ଧ୍ଵ ମଦ ଜବତ : ବେପାରୀ ଗିରଫ…

July 12, 2021

ବେଗୁନିଆପଡ଼ା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ପୋଲିସ ଚଢାଉ କରି ଏକ ଅଟୋ ସହ ୪ଶହ ଲିଟରରୁ ଉର୍ଦ୍ଧ୍ଵ ମଦ ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ବେଗୁନିଆପଡ଼ା ଫାଣ୍ଡି ପୋଲିସ ଆଜି ଚୋରା ମହୁଲି ମଦ ଆସୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ମୁଣ୍ଡୁଳା ନିକଟରେ ଜଗିଥିଲା । ମୁଣ୍ଡୁଳା ନିକଟରୁ ରାଗପୁର ଗ୍ରାମର ଚୋରା ମଦ ବେପାରୀ ଜି. ଡାକ ଦୋରା ମଦ […]

Read More

ଅବକାରୀ ବିଭାଗ ପକ୍ଷରୁ ଚଢାଉ : ୧୨୦୦୦ ଲିଟର ପୋଚ ବେରେଲ ଜବତ୍…

June 27, 2021

ପାତ୍ରପୁର (ସମୃଦ୍ଧ ଓଡିଶା) ପାତ୍ରପୁର ଅବକାରୀ ସେକ୍ସନ ଅନ୍ତର୍ଗତ ଜରଡା ଥାନା ଅଞ୍ଚଳରେ ଅବକାରୀ ବିଭାଗ ଓ ଜରଡା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୨୦୦୦ ଲିଟର ପୋଚ ବେରେଲ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ପାତ୍ରପୁର ବ୍ଳକ ଅନ୍ତର୍ଗତ ତୁମ୍ଭା ଅଞ୍ଚଳର ବାଙ୍କ ସାହି ନାଳ ଉପର ପାର୍ଶ୍ଵରେ ଖୁଲାଖୁଲୀ ଚାଲିଥିବା ଦେଶୀ ମଦ ଭାଟି ଉପରେ ପୋଲିସ ଅତର୍କିତ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ମଦ […]

Read More

ସୋରଡା ବ୍ଲକର ବିଭିନ୍ନ ଗ୍ରାମରେ ଚଢ଼ାଉ : ୧୫ ଗିରଫ…

June 23, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୋରଡା ବ୍ଲକ ଅନ୍ତର୍ଗତ ମଥାଖାଲ, ଲାଠିପଡା, ବଡ଼ପାଣ ସାହି, ସାନପାଣ ସାହି, କପାଖାଲ, ବାଦୁଆ, ମାଝୀପଲ୍ଲୀ, ଗୁଡିଢ଼ିପ, କେନ୍ଦୁପଲ୍ଲୀ ଓ ସୋରନୌତୁ ପ୍ରଭୁତି ଗ୍ରାମରେ ସୋରଡା ପୋଲିସଙ୍କ ଉପସ୍ଥିତରେ ଅବକାରୀ ଚଢ଼ାଉ କରାଯାଇ ୨୬୧୦ ଲିଟର ରନ୍ଧା ଦେଶୀମଦ ଓ ୧୭ହଜାର ୩୪୦ ଲିଟର ଗୁଡ଼ ମିଶ୍ରିତ ମହୁଲି ପୋଚ ନଷ୍ଟ କରିବା ସହ ୧୮ ଗୋଟି ଅବକାରୀ […]

Read More

୪୦ ଲିଟର ବିଦେଶୀ ମଦ ସହ ଦୁଇ ଗିରଫ…

June 21, 2021

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସୋମବାର ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ଥାନା ଅନନ୍ତେଇ ଓ ଲଙ୍ଗଲଦେଇ ଗ୍ରାମରେ ଅତର୍କିତ ଚଢ଼ାଉ କରି ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ମଦବେପାରୀକୁ ଗିରଫ କରିବା ସହ ବିପୁଳ ପରିମାଣରେ ୪୦ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ଦିଗପହଣ୍ଡି ପୋଲିସ ପକ୍ଷରୁ ଜଣାପଡ଼ିଛି । ଗିରଫ ଯୁବକ ଦ୍ବୟ ହେଲେ ଲଙ୍ଗଳ ଦେଇ ଗ୍ରାମର ଶିବରାମ ସାହୁ ଓ ଅନନ୍ତେଇ ଗ୍ରାମର ଉଦୟନାଥ ସେଠୀ ବୋଲି ପ୍ରାଥମିକ […]

Read More

ଜୁଆ ଆଡ୍ଡା ଉପରେ ଚଡ଼ାଉ : ୪ ମହିଳାଙ୍କ ସମେତ ୧୮ ଗିରଫ, ୧ ଲକ୍ଷ ୭ ହଜାର ୪୯୦ ଶହ ଟଙ୍କା ଜବତ…

May 26, 2021

କୁକୁଡ଼ାଖଣ୍ଡି (ସମୃଦ୍ଧ ଓଡିଶା) ବ୍ରହ୍ମପୁର ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୪ ମହିଳାଙ୍କ ସମେତ ୧୮ ଗିରଫ କରିବା ସହ ୧ ଲକ୍ଷ ୭ ହଜାର ୪୯୦ ଶହ ଟଙ୍କା ଜବତ କରିଥିବା ଜଣାପଡିଛି । ସଦର ଥାନା ଅନ୍ତର୍ଗତ ଫାଷ୍ଟ ଗେଟ୍ ନିକଟସ୍ଥ ଶ୍ରୀକ୍ଷେତ୍ର ବିହାର ଅଞ୍ଚଳର ପ୍ରଦୀପ କୁମାର ସାହୁ ନାମକ ଜଣେ ବ୍ୟକ୍ତି ଲକ୍ ଡାଉନର ସୁଯୋଗ ନେଇ କିଛି ଦିନ ଧରି ନିଜ ବାସ ଭବନରେ ଜୁଆ […]

Read More

ବିପୁଳ ପରିମାଣରେ ସ୍ପିରିଟ ସହ ମଦ ଜବତ : ଜଣେ ଗିରଫ…

May 24, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବଡବଜାର ଥାନା ଅନ୍ତର୍ଗତ ବାଲାଜୀ ପେଣ୍ଠ ଅଞ୍ଚଳରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ପୋଲିସ ପକ୍ଷରୁ ଚଢଉ କରାଯାଇ ବିପୁଳ ପରିମାଣରେ ସ୍ପିରିଟ ସହ ମଦ ଜବତ କରାଯିବ ସହ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏକ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଆଜି ସବଇନିସପେକ୍ଟର ବିଶ୍ୱଜିତ ଦାଶଙ୍କ ନେତ୍ତୃତ୍ୱରେ ଏକ ଟିମ୍ ବଡବଜାର ଥାନା ଅନ୍ତର୍ଗତ ବାଲାଜୀ ପେଣ୍ଠ ସାହିରେ ଚାଲିଥିବା ନକଲି ବିଦେଶୀ ମଦ କାରଖାନା ଉପରେ […]

Read More

ଅବକରୀ ବିଭାଗ ଓ ତହସିଲଦାରଙ୍କ ମିଳିତ ଚଢ଼ାଉରେ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ…

May 23, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଛକରେ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଜବତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଛତ୍ରପୁର ଅବକରୀ ବିଭାଗ, ସ୍ଥାନୀୟ ପୋଲିସ ଓ ତହସିଲଦାରଙ୍କ ମିଳିତ ଚଢ଼ାଉରେ ଜବତ ହୋଇଛି । ଆଜି ସକାଳୁ ସକାଳୁ ସଟଡାଉନର ସୁଯୋଗ ନେଇ ଏକ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଯାହାର ନଂ OD07L8243 କୋଦଳା ଅଞ୍ଚଳରୁ ସୁମଣ୍ଡଳ ଅଭିମୁଖେ ଯାଉଥିବା ବେଳେ କଞ୍ଚଣା ଛକ ନିକଟରେ […]

Read More

ବାଇକ ସହ ଗଞ୍ଜେଇ ଜବତ : ଜଣେ ଗିରଫ…

May 19, 2021

କନ୍ଧମାଳ (ସମୃଦ୍ଧ ଓଡିଶା) ବର୍ତ୍ତମାନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଲକ୍ ଡାଉନ୍ ଚାଲିଥିବା ବେଳେ ଜିଲ୍ଲାର ବିଭିନ୍ନ ଛକ ମାନଙ୍କରେ ପୋଲିସ ଚେକିଂ ମଧ୍ୟ କଡ଼ାକଡ଼ି ଚାଲିଛି l ତେବେ ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ଜାଜେଶପାଙ୍ଗାର ଲଦଡି ଛକ ନିକଟରେ କୌଣସି ସୂତ୍ର ରୁ ଖବର ପାଇଁ ଫିରିଙ୍ଗିଆ ଭାରପ୍ରାପ୍ତ ଥାନା ଅଧିକାରୀ ଦଶରଥ ହେମ୍ବ୍ରମଙ୍କ ନିର୍ଦେଶାନୁଯାୟୀ ଫିରିଙ୍ଗିଆ ପୋଲିସର ଏକ ସ୍ୱତନ୍ତ୍ର ଟିମ ପାଟ୍ରୋଲିଂ କରୁଥିବା ସମୟରେ […]

Read More

୧୧ ଲିଟର ମଦ ଜବତ ସହ ଜଣେ ଗିରଫ…

May 9, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୧ ଲିଟର ମଦ ଜବତ ସହ ଜଣେ ବ୍ୟକ୍ତିଙ୍କୁ ସଦରଥାନା ପୋଲିସ ପକ୍ଷରୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବେନ୍ଦାଳିଆ ଗ୍ରାମର ରବୀନ୍ଦ୍ର ସାହୁ(୫୫) ନାମକ ଜଣେ ବ୍ୟକ୍ତି ଆଜି କୋଭିଡ଼ ଗାଇଡ୍ ଲାଇନକୁ ଅବମାନନା କରିବା ସହ ସଟ୍ ଡାଉନର ସୁଯୋଗ ନେଇ ବେଆଇନ ଭାବେ ବିକ୍ରି କରିବା ପାଇଁ ପ୍ରାୟ ୧୧ଲିଟର ବିଦେଶୀ ମଦ କନିସି ଅଞ୍ଚଳରୁ ନିଜ ଗ୍ରାମକୁ ଆଣୁଥିବା ସମୟରେ ସଦର ଥାନା […]

Read More

ଜଳେଶ୍ୱରରେ ବିଭିନ୍ନ ଔଷଧ ଦୋକାନରେ ଚଢାଉ…

April 1, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାପାଳ ଓ ଡ୍ରଗ୍ସ କଣ୍ଟୋଲର, ଭୂବନେଶ୍ୱରଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଥିବା ଔଷଧ ଦୋକାନ ଗୁଡିକରେ ଚଢାଉ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଔଷଧ ଦୋକାନ ମାନଙ୍କରେ ବେଆଇନ୍ ଔଷଧ ବିକ୍ରି ଅଭିଯୋଗରେ ଜିଲା ଡ୍ରଗ୍ସ ଇନିସ୍‌ପେକ୍ଟର ଜ୍ଞାନନ୍ଦା ପ୍ରିୟଦର୍ଶନୀ ମିଶ୍ର, ଜଳେଶ୍ୱର ଅବକାରୀ ବିଭାଗ ଓ ରାଇବଣିଆ ପୋଲିସ୍‌ର ମିଳିତ ଚଢାଉ କରାଯାଇଥିଲା । ରାଇବଣିଆ, ଖୁଆଡ, ହାତୀଗଡ ଏବଂ ଜଳେଶ୍ୱର ଅଂଚଳରେ ଥିବା ବିଭିନ୍ନ […]

Read More

ସ୍କୁଲ ଘର ନିର୍ମାଣରେ ଦୁର୍ନିତୀ : ଗ୍ରାମବାସୀ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ…

March 24, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ବିଭିନ୍ନ କାର୍ଯ୍ୟରେ ବାରମ୍ବାର ଅନିୟମିତତା, ଦୁର୍ନିତୀର ଅଭିିଯୋଗ ହୋଇ ଆସୁୁଛିି । ନିକଟରେ ଏକ ଆବାସଘର ନିର୍ମାଣରେ ୯୦ହଜାର ଟଙ୍କା ହଡପ ହୋଇଥିଲା । ଏବେ ବ୍ଳକର ଦେବକୁମାର ପଞ୍ଚାୟତର ଗୌରଦେଇ ପାଟଣା ଗ୍ରାମରେ ଥିବା ସ୍କୁଲଘର ନିର୍ମାଣରେ ବ୍ୟାପକ ଦୁର୍ନିତୀ ହୋଇଥିବା ଗ୍ରାମବାସୀ, ବିିଦ୍ୟାଳୟ ଆଲୁୁମିନି ଓ ପରିଚାଳନା କମିଟି ଅଭିଯୋଗ କରିଛନ୍ତି । ସ୍କୁଲ ଘର ଲାଗି ୫ଲକ୍ଷ୩୦ ହଜାର ଟଙ୍କା ବ୍ୟୟବରାଦ ହୋଇଥିବା […]

Read More

ବିଦ୍ୟୁତ୍ ସଂଯୋଗ ନଥାଇ ଆସୁଛି ବିଲ : କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ…

March 23, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ମ୍ୟୁନିସିପାଲଟିର ୧୦ନଂ ୱାର୍ଡ ଶାନ୍ତିଆ ଗାଁର କେତେକ ବ୍ୟକ୍ତିଙ୍କ ଘରକୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ ହୋଇଛି । ଗତ ୩ ମାସ ଧରି ମିଟର ଓ ମେନ୍ ସୁଇଚ୍ ଲଗାଯାଇଥିବା ବେଳେ ଖୁଣ୍ଟରୁ ବିଦ୍ୟୁତ୍ ସଂଯୋଗ ହୋଇ ନାହିଁ । ଏଣେ ୩ ମାସର ବିଦ୍ୟୁତ୍ ବିଲ ଲାଗିଥିବାରୁ ଏ ସଂପର୍କରେ ରଂଜନ ପାତ୍ର, ଦୁଲାଲ ରଣା, ଗୋପିନାଥ ଅଣ୍ଡିଆ, ଛବି ଦେହୁରୀ, ଆରତୀ ଦେହୁରୀ, କିରଣ ଜେନା, ଉତ୍ତମ […]

Read More

Please Visit to http://www.specialopinion.in

Got it!
X