Breaking News

Author: ସମୃଦ୍ଧ ଓଡିଶା

ପୂର୍ବତନ ଶିକ୍ଷକ ନେତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ : ଓଷ୍ଟା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ…

October 14, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଓଷ୍ଟା ଗଞ୍ଜାମ ଜିଲ୍ଲାର ପୂର୍ବତନ ଶିକ୍ଷକ ନେତା ତଥା ନରେନ୍ଦ୍ରପୁର ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଲମ୍ବୋଦର ପାଣିଗ୍ରାହୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ନରେନ୍ଦ୍ର ପୁରସ୍ଥିତ ତାଙ୍କର ବାସ ଭବନ ଠାରେ ଓଷ୍ଟା ତରଫରୁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି । ଓଷ୍ଟା, ଗଞ୍ଜାମ ଜିଲ୍ଲା ସଂପାଦକ ବିଜୟ କୁମାର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଷ୍ଟା ରାଜ୍ୟ ସଂଗଠନର ପୂର୍ବତନ କୋଷାଧ୍ୟକ୍ଷ ତଥା ଗଞ୍ଜାମର ପ୍ରାକ୍ତନ ସଂପାଦକ […]

Read More

ଜାତୀୟ ଡାକ ସପ୍ତାହ ପାଳିତ…

October 14, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଶାନ୍ତି ନଗର ସ୍ଥିତ ନେତାଜୀ ଯୁବକ ସଙ୍ଘ ପ୍ରାଙ୍ଗଣରେ ଜାତୀୟ ଡାକ ସପ୍ତାହ ପାଳନ ହୋଇଯାଇଛି l ଏହି ଅବସରରେ ଡାକ ଟିକଟ ସଂଗ୍ରହ ସମ୍ପର୍କିତ ସେମିନାର ଓ ଡାକ ଟିକଟ ସଂଗ୍ରହରୁ ଉପଲବ୍ଧ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସହକାରୀ ଡାକ ଅଧିକ୍ଷକ ମନୋଜ କୁମାର […]

Read More

ଓଡ଼ିଆ ମାଧ୍ୟମ ଉଚ୍ଚ ବିଦ୍ୟାଳୟ ପ୍ରାକ୍ତନ ଛାତ୍ରୀ ଥେପ୍ଲିନ ସାହୁଙ୍କର ୨୦୧୯ ମସିହା ଓ.ଏ.ଏସ ପରୀକ୍ଷାରେ ସଫଳତା…

October 13, 2021

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଅଗ୍ରଣୀ ଶିକ୍ଷାନୁଷ୍ଠାନ ମଣିଦେବୀ ଉଚ୍ଚ ବିଦ୍ୟାଳୟ, (ଓଡ଼ିଆ ମାଧ୍ୟମ) ଗଦାଶିଳା, ଢେଙ୍କାନାଳର ପ୍ରାକ୍ତନ ଛାତ୍ରୀ ଥେପ୍ଲିନ ସାହୁଙ୍କର ୨୦୧୯ ମସିହା ଓଡ଼ିଶା ପ୍ରଶାସନିକ ସେବା(ଓ.ଏ.,ଏସ) ପରୀକ୍ଷାରେ ସମଗ୍ର ଓଡ଼ିଶାରେ ୨୭ ତମ ସ୍ଥାନ ହାସଲ କରି ଅଭୂତପୂର୍ବ ସଫଳତା ପାଇ ପାରିଛନ୍ତି । ଏହି ବିରଳ ସଫଳତା ପାଇଁ ମଣିଦେବୀ (ଓଡ଼ିଆ ମାଧ୍ୟମ) ଉଚ୍ଚ ବିଦ୍ୟାଳୟ, ଗଦାଶିଳା, ଢେଙ୍କାନାଳର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ବୃନ୍ଦ, ପରିଚାଳନା କମିଟିର ସଦସ୍ୟା, ସଦସ୍ୟ ବୃନ୍ଦ, […]

Read More

ଆମ ଆଦମୀ ପାର୍ଟି ପକ୍ଷରୁ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କ୍ୟାଣ୍ଡେଲ ଶୋଭାଯାତ୍ରା…

October 13, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ୩ ତାରିଖରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର କ୍ଷେରୀ ଅଞ୍ଚଳରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ନିରୀହ କୃଷକଙ୍କ ଉପରେ ଗାଡି ଚଢାଇ ଦେଇଥିଲେ । ଫଳରେ ଘଟଣାସ୍ଥଳରେ କୃଷକ ଆନ୍ଦୋଳନର ୭ ଜଣ କୃଷକ ଏବଂ ଜଣେ ସାମ୍ବାଦିକ ମୃତ୍ୟୁ ବରଣ କରିଥିଲେ l ଏହାର ପ୍ରତିବାଦରେ ଦେଶବ୍ୟାପି ବିଭିନ୍ନ ମହଲରେ ବିକ୍ଷୋଭ ଓ ଆନ୍ଦୋଳନ ଜାରୀ ରହିଛି । ଏହାର ଅନୁରୂପ ଭାବେ ବ୍ରହ୍ମପୁର ସହରରେ ମଧ୍ୟ […]

Read More

ଡେଙ୍ଗାପଦର ଇନ୍ଦ୍ରାବାସ ମୁଖ୍ୟ ରାସ୍ତାରେ ଦୁର୍ଘଟଣା : ଜଣେ ମୃତ…

October 13, 2021

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ବ୍ରହ୍ମପୁର ମୁଖ୍ୟ ରାସ୍ତା ଡେଙ୍ଗାପଦର ଇନ୍ଦ୍ରାବାସ ମୁଖ୍ୟ ରାସ୍ତାରେ କନକ ଦୁର୍ଗା ବସ ନମ୍ବର OR-07-S-9595 ଦୁର୍ଘଟଣା ଗସ୍ତ ହୋଇ ଏକ ଯୁବକର ମୃତ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ପାଟପୁର ଥାନା ଅନ୍ତର୍ଗତ ପୁଡାମରି ଗ୍ରାମର ସିପୁନ ପୂଜାରୀ ବୟସ(୨୩) ପିତା ଗୌରାଙ୍ଗ ପୂଜାରୀ ବୋଲି ଜଣାପଡିଛି । କନକ ଦୁର୍ଗା ନାମକ ବସଟି ଦିଗପହଣ୍ଡିରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ […]

Read More

ଅପାଠୁଆ ମତ୍ସ୍ୟଜୀବୀ ଗ୍ରାମୀଣ ମହିଳା ସଙ୍ଗଠିକା ସମୂଦ୍ରମର ପ୍ରତିଷ୍ଠାତା ବି.ଚିତ୍ତାମା ଏକ ଭିନ୍ନ ମଣିଷ…

October 12, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଅପାଠୁଆ ମହିଳା ମତ୍ସ୍ୟଜୀବୀ ଛଅ ଗୋଟି ସାମୁଦ୍ରିକ ଉପକୂଳ ଜିଲ୍ଲାର ହଜାର ହଜାର ମହିଳାଙ୍କୁ ନେଇ ଗଠିତ ସାମୁଦ୍ରିକ ମତ୍ସ୍ୟଜୀବୀ ମହିଳା ସଂଗଠନର ନେତ୍ରୀ ତଥା “ସମୂଦ୍ରମ”ର ପ୍ରତିଷ୍ଠାତା ସଭାପତି ବି. ଚିତ୍ତାମା ଏକ ଭିନ୍ନ ମଣିଷ ଏବେ ଆରପାରିରେ…। ସମୂଦ୍ରରୁ ଧାରାଯାଉଥିବା ମାଛ ମୁଣ୍ଡରେ ନେଇ ଗାଁ, ସହର ବଜାରକୁ ନେଇ ବୁଲି ବୁଲି ବିକ୍ରୀ କରୁଥିବା ଧୀବର ମହିଳା ନିଜର କଷ୍ଟ ଦୁଃଖକୁ ପ୍ରତିହାର କରି ସାମୁଦ୍ରିକ ମତ୍ସ୍ୟଜୀବୀ ମାନଙ୍କୁ […]

Read More

ଆନ୍ଧ୍ର ସଂସ୍କୃତିରେ ବମଲୁ-ଗୋଲୁ ପୂଜା ସଜ୍ଜା ଦଶହରା ପର୍ବର ଏକ ନିଆରା ପରମ୍ପରା !!…

October 12, 2021

ପଡୋଶୀ ସୀମାନ୍ତ ଆନ୍ଧ୍ର ଇଚ୍ଛାପୁର, ବ୍ରହ୍ମପୁର, ଛତ୍ରପୁରର କେତେକ ତେଲୁଗୁ ସମ୍ପ୍ରଦାୟର କମା, ବ୍ରାହ୍ମୀଣ, ଧନୀଶ୍ରେଣୀ ଏବଂ ସୃଜନଶୀଳ କୁଟୁମ୍ବଙ୍କ ଘରେ ଘରେ ଦଶହରା ଭିତ୍ତି ଅବସରରେ ଏବେବି ଏହି ନିଆରା ଧର୍ମୀର “ବମଲୁ-ଗୋଲୁ” ପୂଜା ଆସର ସୁନ୍ଦର ଚିତାକର୍ଷକ ଭାବେ ସାଜସଜ୍ଜା କରି ଆୟୋଜିତ କରାଯାଇଥାଏ । କିନ୍ତୁ ଏହି ପାରମ୍ପରୀକ ପ୍ରଥା ଏବେ ବିଲୀନ ହୋଇଆସିଛି । ଭାରତର ହିନ୍ଦୁମନ୍ଦିରରେ ପୂଜାପାଉଥିବା ବିଭିନ୍ନ ଆକୃତିର ଠାକୁରଙ୍କର ମଡେଲ ଯାହା ଭିନ୍ନ ସ୍ୱାଦର ବିଭିନ୍ନ ବର୍ଗର […]

Read More

ଲକ୍ଷ୍ମୀପୁର ଖେରୀର ଶହୀଦ କୃଷକ ଓ ସାମ୍ଵାଦିକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା…

October 12, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଲକ୍ଷ୍ମୀପୁର ଖେରୀର କୃଷକ ସଂହାରର ଶହୀଦ କୃଷକ ଓ ସାମ୍ଵାଦିକଙ୍କ ସ୍ମୃତିରେ ଆଜି ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ସାରା ଦେଶରେ କୃଷକ ଓ ଶ୍ରମିକମାନଙ୍କ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ଠାରୁ ରାମଲିଙ୍ଗେଶ୍ଵର ଟ୍ୟାଙ୍କ୍ ରୋଡ୍ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଲକ୍ଷ୍ମୀପୁର ନରସଂହାରର ମୁଖ୍ୟ ଅପରାଧୀ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବରଖାସ୍ତ […]

Read More

ପୁର୍ତ୍ତବିଭାଗ ଟେଣ୍ଡର ପ୍ରକ୍ରିୟାକୁ ବିରୋଧ : ଠିକାଦାରଙ୍କ ଧାରଣା…

October 11, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବଡବଜାରସ୍ଥିତ ଡାକବଂଗଳା ପରିସରରେ ଅବସ୍ଥିତ ପୁର୍ତ୍ତବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ୟାଳୟ ରହିଛି । କିନ୍ତୁ ସେଠାରେ ଟେଣ୍ଡର ପ୍ରକ୍ରିୟା ଠିକ୍‌ଭାବେ ହେଉନଥିବାର ଅଭିଯୋଗ ହୋଇଛି । ଏପରି କାର୍ଯ୍ୟକୁ କେତେକ ଠିକାଦାର ବିରୋଧ କରିଥିବା ବେଳେ ଲୋକନାଥ ଜେନା ନାମକ ଜନୈକ ଠିକାଦାର କାର୍ଯ୍ୟାଳୟରେ ଦୀର୍ଘସମୟଧରି ଚଟାଣରେ ଶୋଇ ଅଭିନବ ଉପାୟରେ ବିରୋଧ କରିଥିଲେ । ସୂଚନାଯୋଗ୍ୟ କେତେକ ମୁଷ୍ଟିମେୟ ଠିକାଦାରଙ୍କୁ ଠିକା ନେବାର ସୁବିଧା ଦିଆଯାଉଥିବାର ଅଭିଯୋଗ କରାଯାଇଛି । […]

Read More

ଜଳେଶ୍ୱର ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ…

October 11, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ଜଳେଶ୍ୱର ମହିଳା ମହାବିଦ୍ୟାଳୟ ପରିସରରେ ଏକ ଆଇନ୍ ସଚେତନତା ଦିବସ ପାଳିତ ହୋଇ ଯାଇଛି । ମହିଳା ଦିବସ ଅବସରରେ ମହାବିଦ୍ୟାଳୟରେ ଅବସ୍ଥିତ ବାଳିକା ମାନଙ୍କୁ ଅଧିକ ସଚେତନ ଓ ଆଇନ୍ ସଂପର୍କରେ ଜ୍ଞାନ ଦେବାଲାଗି ଏପରି ଏକ ଶିବିର ଆୟୋଜନ ହୋଇଥିଲା । ଏଥିରେ କଲେଜ ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେ ଅଧ୍ୟକ୍ଷତା କରିଥିଳେ । ମୁଖ୍ୟ ଅତିଥିଭାବେ ମୁନ୍‌ସଫ ତଥା […]

Read More

ରାଜ୍ୟ କ୍ୟାବିନେଟରେ ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ…

October 11, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲାର ଛତ୍ରପୁର, ଗଞ୍ଜାମ, ଖଲିକୋଟ ଓ ରଙ୍ଗେଈଲୁଣ୍ଡା ବ୍ଲକର ୮୬ଟି ପଞ୍ଚାୟତର ୩୦୪ଗ୍ରାମର ବସବାସ କରୁଥିବା ପ୍ରାୟ ୭ଲକ୍ଷଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ହୋଇଛି । ଏଥିରେ ଗଞ୍ଜାମ ଜିଲ୍ଲାର ୪ଟି ବ୍ଲକରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୩୨୫ କୋଟି ୭୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ହୋଇଥିବା ଜଣାଯାଇଛି । […]

Read More

ବରିଷ୍ଠ ସାମ୍ବାଦୀକଙ୍କ ପୁତ୍ର ବିୟୋଗରେ ଶୋକ ସଭା…

October 11, 2021

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲ ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାରରେ ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନିଷ ଅନୁରାଗ ଦାସଙ୍କ ଅକାଳ ବିୟୋଗରେ ଏହି ଶୋକସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ୨ମିନିଟ ଅମର ଆତ୍ମାର ସର୍ଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଅନୁରାଗଙ୍କ ଫୋଟ ସମ୍ମୁଖରେ ପୁଷ୍ପମାଲ୍ୟାର୍ପଣ ସହ ଧୁପ ଓ […]

Read More

ହାବିଲଦାର ଓ କନେଷ୍ଟବଲ ସଘଂର କର୍ମକର୍ତ୍ତା ନିର୍ବାଚନ : ସଭାପତି ହେଲେ ଅଭିମନ୍ୟୁ ଜାଲି…

October 11, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ପୋଲିସ ଜିଲ୍ଲାର ହାବିଲଦାର ଓ କନେଷ୍ଟବଲ ସଘଂର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଆଜି ତାହାର ଫଳାଫଳକୁ ଘୋଷଣା କରାଯାଇଛି । ଏଥିରେ ସମସ୍ତ ପଦବୀରେ ମୋଟ ୨୩ ଜଣ ପାର୍ଥି ନାମଙ୍କନ ପତ୍ର ଦାଖଲ କରିଥିଲେ । ସଭାପତି ଭାବେ ଅଭିମନ୍ୟୁ ଜାଲି ୩୮୯ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ନିକଟତମ ପ୍ରତିଦୃନ୍ଦି ଗୋରା ଚାନ୍ଦ ତ୍ରିପାଠୀ ୨୮୪ ଭୋଟ ପାଇ ପରାଜିତ ହୋଇଛନ୍ତି […]

Read More

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ…

October 10, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଯୁବ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ୭୫ତମ ଜନ୍ମ ଦିନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ବିଧାୟକଙ୍କ ବାସ ଭବନ ନିକଟରେ ଅନୁଷ୍ଟିତ ହୋଇଯାଇଛି l ଏଥିରେ ଡିଜିଟାଲ ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାକୁ ପ୍ରୋମୋସନ କରିବା ମୂଳ ଲକ୍ଷ୍ୟ ରଖାଯାଇଥିଲା l ଫେସବୁକ, ଟ୍ୱିଟର, ଟେଲିଗ୍ରlମ ଭଳି ସୋସିଆଲ୍ ମିଡିଆ ମାଧ୍ୟମରେ ସରକାରଙ୍କ ଯୋଜନାର ପ୍ରମୋଶନ କରାଯିବ ବୋଲି ଦଳର ଡିଜିଟାଲ ଟିମ୍ ପକ୍ଷରୁ କୁହାଯାଇଛି l 3T […]

Read More

ଜଳେଶ୍ୱର ପଞ୍ଚାୟତ ନିର୍ବାଚନରେ ମହିଳାଙ୍କୁ ଅଗ୍ରାଧିକାର…

October 10, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ପ୍ରକାଶ ପାଇଛି ପଞ୍ଚାୟତ ନିର୍ବାଚନର ସଂରକ୍ଷଣ ତାଲିକା । ଏଥିରେ ଉଭୟ ସରପଞ୍ଚ ଓ ସଦସ୍ୟ ଆସନ ମହିଳାଙ୍କ ଲାଗି ଅଧିକ ସଂଗ୍ରକ୍ଷୀତ କରାଯାଇଛି । ଏହା ଜଣାଯିବା ପରେ ଜଳେଶ୍ୱର ଅଂଚଳରେ ଆଲୋଚ୍ୟର ବିଷୟ ହୋଇଛି । ସଦ୍ୟ ପ୍ରକାଶ ପାଇଥିବା ସଂରକ୍ଷଣ ପ୍ରାର୍ଥୀ ତାଲିକାରେ ମୋଟ ୩୫ଟି ପଞ୍ଚାୟତ ମଧ୍ୟରୁ ସରପଞ୍ଚ ଭାବେ ୧୯ଜଣ ମହିଳା ଓ ପୁରୁଷ ୧୬ଜଣ ପ୍ରତିନିଧିତ୍ୱ କରିବା […]

Read More

ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ନାମ ଲେଖି ଗୌରବ ଆଣିଲେ ଜଳେଶ୍ୱରର ଯୁବକ…

October 10, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଅନ୍ୟଏକ ବିଛିନ୍ନାଞ୍ଚଳ ଭାବେ ପରିଚିତ ରାଇବଣିଆ ଅଞ୍ଚଳର ବେହେରା ସାହି ଗାଁର ଶ୍ରୀମନ୍ତ ଘୋଷ ଓ ପଞ୍ଚଜିନୀ ଘୋଷଙ୍କ ପୁଅ ଅଜୟ ଘୋଷ ନିକଟରେ ଓଡିଆବୁକ୍ ଅଫ ରେକର୍ଡରେ ସ୍ଥାନପାଇ ଜଳେଶ୍ୱର ଲାଗି ଗୌରବ ସାଉଁଟିଛନ୍ତି । ଗତ ଘୋଷଯାତ୍ରା ବେଳେ ଅଜୟ ରାଇବଣିଆର ମୁଣୁତୁଣିଆସ୍ଥିତ ଭକ୍ତ କବି ଦିନକୃଷ୍ଣ ଦାସଙ୍କ କବିପୀଠଠାରେ ୧୦ହଜାର ବର୍ଗଫୁଟର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଂଗୁଲି କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ […]

Read More

ଶ୍ମଶାନର ପାରିପାର୍ଶ୍ଵିକ ଉନ୍ନତି ପାଇଁ ଦାବି ପତ୍ର ପ୍ରଦାନ…

October 10, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କୁ ପାଲିଆ ଛତ୍ରପୁର ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଶ୍ମଶାନର ପାରି ପାର୍ଶ୍ଵିକ ଉନ୍ନତି କରଣ ପାଇଁ ସ୍ଥାନୀୟ ବାସିନ୍ଦା ଓ ବିଜେଡ଼ି ନେତୃବୃନ୍ଦମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ଏହି ଶ୍ମଶାନଟି ରିକାପଲ୍ଲୀ ମୌଜା ଅଧୀନରେ ହୋଇଥିବା ହେତୁ ସହରର ୮୦ ପ୍ରତିଶତ ଲୋକ ଏହି ଶ୍ମଶାନ ଉପରେ ନିର୍ଭର କରୁଛନ୍ତି l ତେଣୁ ଏହାର ପାରିପାର୍ଶ୍ଵିକ ଉନ୍ନତି ସହ ମୋଡେଲ […]

Read More

ବିଜୁ ଆଇନ ସାମ୍ମୁଖ୍ୟ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ…

October 10, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜେଡି ପକ୍ଷରୁ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀମାନେ ଯୋଗଦେଇ ଶ୍ରମ ଦାନ କରି ଆସୁଛନ୍ତି l ଏହାସହ ବିଭିନ୍ନ ସ୍କୁଲ, କଲେଜ, ମେଡିକାଲ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଗୁଡିକୁ ସଫେଇ କାର୍ଯ୍ୟକ୍ରମ ଚାଲୁ ରହିଛି l ଏହି […]

Read More

ସାନଖେମୁଣ୍ଡି ବିଜେଡିର ଜୋନ କମିଟି ବୈଠକ…

October 10, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ସାନଖେମୁଣ୍ଡି ବିଜେଡିର ଏକ ଜୋନ ସ୍ତରୀୟ ସାଂଗଠନିକ ବୈଠକ ସାନଖେମୁଣ୍ଡି ବ୍ଲକ୍ ଖଲିଙ୍ଗି ପଞ୍ଚାୟତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ତଥା ମହିଳା ବିଜେଡି ଉପଦେଷ୍ଟା ନନ୍ଦିନୀ ଦେବୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଦଳୀୟ ପର୍ଯ୍ୟବେକ୍ଷକ ଦାୟିତ୍ଵରେ ଥିବା ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା, ପୋଲସରା ବିଧାୟକ ଶ୍ରୀକାନ୍ତ ସ୍ୱାଇଁ, କବିସୂର୍ଯ୍ୟ ନଗର ବିଧାୟିକା ଲତିକା […]

Read More

ଚଳିତ ମାସ ଏଗାର ତାରିଖରୁ ବିଭନ୍ନ ଡାକ ଘରର କମନ ସର୍ଭିସ କାଉଣ୍ଟରରେ ରେଳ ଟିକଟ ବୁକିଙ୍ଗ ସେବା ଉପଲବ୍ଧ ହେବ…

October 9, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଚଳିତ ମାସ ଏଗାର ତାରିଖରୁ ବ୍ରହ୍ମପୁର ଡାକ ମଣ୍ଡଳ ଅନ୍ତର୍ଗତ ବିଭନ୍ନ ଡାକ ଘରର କମନ ସର୍ଭିସ କାଉଣ୍ଟରରେ ଲୋକମାନଙ୍କ ସୁବିଧା ସକାଶେ ରେଳ ଟିକଟ ବୁକିଙ୍ଗ ସେବା ଉପଲବ୍ଧ ହେଵ ବୋଲି ବ୍ରହ୍ମପୁର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ସୂଚନା ଦେଇଛନ୍ତି l ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରଯାଇଥିବା ଡିଜିଟାଲ ଇଣ୍ଡିଆର ଏହା ଏକ ଅଂଶ ଯାହାଦ୍ୱାରା ଗ୍ରାମାଞ୍ଚଳ ଲୋକ ରେଳ ଟିକଟ ସକାଶେ ସହରକୁ ଦୌଡିବାକୁ ପଡିବନି […]

Read More

ପ୍ରକଶ ପାଇଲା ଗଞ୍ଜାମ ଜିଲ୍ଲାର ୬୯ ଜିଲ୍ଲା ପରିଷଦ ଜୋନ୍ ପାଇଁ ସଂରକ୍ଷଣ ତାଲିକା…

October 9, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ୬୯ ଜିଲ୍ଲା ପରିଷଦ ଜୋନ୍ ସଦସ୍ୟ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ ୧ ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୨ନଂ ଜୋନ୍ ପାଇଁ (ମହିଳା) ୩ନଂ ଜୋନ୍ ପାଇଁ (ମହିଳା), ୪ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୫ନଂ ଜୋନ୍ ପାଇଁ (ଅଣସଂରକ୍ଷିତ), ୬ନଂ ଜୋନ୍ ପାଇଁ (ମହିଳା), ୭ନଂ ଜୋନ୍ ପାଇଁ (ଅନୂସୂଚିତ ଜାତି), ୮ନଂ ଜୋନ୍ ପାଇଁ (ଅନୂସୁଚିତ ଜାତି ମହିଳା), ୯ନଂ […]

Read More

ତାମ୍ପରା ଠାରେ ”ଆଜାଦି କା ଅମୃତ ମହୋଊତ୍ସବ” ପାଳିତ…

October 9, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ତାମ୍ପରା ଠାରେ ”ଆଜାଦି କା ଅମୃତ ମହୋଊତ୍ସବ (azadi ka amrut mahotsava)” ବ୍ରହ୍ମପୁର ବନଖଣ୍ଡ ଦ୍ୱାରା ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୋନାମ ପଲେଇ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପ୍ରକଳ୍ପ ନିର୍ଦେଶକ ଜିଲ୍ଲା ଗ୍ରାମ୍ୟ […]

Read More

ଜାତୀୟ ଡାକ ଦିବସ ପାଳିତ : ୨ ଦକ୍ଷ କର୍ମଚାରୀ ସମ୍ବର୍ଦ୍ଧିତ…

October 9, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜାତୀୟ ଡାକ ଦିବସ ହୋଇଥିବାରୁ ଜଳେଶ୍ୱର ଡାକ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ ସଭାରେ ମୁଖ୍ୟଡାକ ଅଧିକାରୀ ରାମେଶ୍ୱର ହେମ୍ବ୍ରମ ଅଧ୍ୟକ୍ଷତା କରିଥିଲେ । ଜଳେଶ୍ୱର ବିକାଶ ପରିଷଦ ପକ୍ଷରୁ କମଳ ଚକ୍ରବର୍ତ୍ତୀ, ମନୋରଂଜନ ଦାସ ଓ କଳାକାର ସଂଘର ସଭାପତି ଚନ୍ଦ୍ରମୋହନ ରାଉଳ ଏଥିରେ ଯୋଗ ଦେଇ ଦୀର୍ଘଦିନ ତାଲାବନ୍ଦ ସମୟରେ ଡାକ କର୍ମଚାରୀମାନେ ନିଷ୍ଠାର ସହିତ ଡାକ ସେବା ଯୋଗାଇଥିବାର କହିଥିଲେ । ସେମାନଙ୍କ ମଧ୍ୟରୁ […]

Read More

ଗୋପବନ୍ଧୁଙ୍କ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ : ୩୦ୟୁନିଟ୍ ସଂଗୃହୀତ…

October 9, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ୧୪୧ ତମ ଜନ୍ମ ଜୟନ୍ତୀ ଅବସରରେ ଜଳେଶ୍ୱର ସାମ୍ବାଦିକ ବୃନ୍ଦଙ୍କ ପକ୍ଷରୁ ଶୋଭା କଲ୍ୟାଣ ମଣ୍ଡପଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମକୁ ପୌର ଅଧିକାରୀ ଅଜୟ କୁମାର ମହାପାତ୍ର ଓ ରକ୍ତ ଭଣ୍ଡାରର ଡାକ୍ତର ବିଜୟ କୁମାର ଉପାଧ୍ୟାୟ ମିଳିତଭାବେ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଡ. ରମାକାନ୍ତ ଭଞ୍ଜ, ସୁନିଲ ନାୟକ, […]

Read More

ଗୋପବନ୍ଧୁଙ୍କ ୧୪୧ତମ ଜୟନ୍ତୀ ପାଳିତ…

October 9, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ସ୍ମୃତିପରିଷଦ ପକ୍ଷରୁ ଉତ୍କଳମଣୀ ଗୋପବନ୍ଧୁଙ୍କ ଜୟନ୍ତୀ ଉପଲକ୍ଷେ ଏକ ଶ୍ରଦ୍ଧାର୍ଘ ନିବେଦନ କାର୍ଯକ୍ରମ ତାରୁଣ୍ୟ ମିଳନୀ କକ୍ଷରେ ଆୟୋଜିତ ହୋଇ ଯାଇଛି । କବି ବ୍ରଜେନ୍ଦ୍ରନାଥ ଗିରି ସଭାପତିତ୍ୱ କରିଥିଲେ । ପ୍ରତିଷ୍ଠାତା ସଂପାଦକ ପ୍ରଫେସର ବିପିନ ବିହାରୀ ବିଶ୍ୱାଳ ଗୋପବନ୍ଧୁଙ୍କ ପରି ସେବା ଓ ତ୍ୟାଗର ପ୍ରତିମୂର୍ତ୍ତୀ ଏବେ ବିଶ୍ୱରେ ବିରଳ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ହରେକୃଷ୍ଣ ଗିରି, ଯୋଗେଶଚନ୍ଦ୍ର ରାଉଳ, ଶରତ କୁମାର ପରିଡା, ଚମ୍ପାମଣୀ […]

Read More

୬୦ ନଂ ଜାତୀୟ ରାଜପଥ ନହଞ୍ଚରା ବାଇପାସ୍‌ଠାରେ ବାଇକୁ ପିଟିଲା ପିକ୍‌ଅପ୍‌…

October 9, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଶନିବାର ମଧ୍ୟାହ୍ନରେ ୬୦ନଂ ଜାତୀୟ ରାଜପଥ ନହଞ୍ଜରା ବାଇପାସ୍ ଅନତି ଦୂରରେ ଏକ ବାଇକ୍‌କୁ ପଛପଟୁ ପିକ୍‌ଅପ୍ ଧକ୍କା ଦେଇଥିଲା । ଫଳରେ ପିକ୍‌ଅପ୍‌ଟି ବାଇକ୍ ଉପରେ ଚଢି ଯିବାରୁ ପ୍ରାୟ ୫୦ମିଟର ଆରୋହି ଓ ବାଇକ୍ ଘୋଷାରି ହୋଇ ଯାଇଥିଲେ । ଘଟଣାରୁ ପ୍ରକାଶ ନହଞ୍ଜରା ଗାଁ ରାମଚନ୍ଦ୍ର ଜେନ ପ୍ରତିଦିନ ନୂଆବଜାର ଛକରେ ମାଛ ବିକ୍ରି କରି ଆସୁଥିଲେ । ଆଜି ମଧ୍ୟ ମାଛବିକ୍ର ସାରି ଫେରୁଥିବା ବେଳେ […]

Read More

ପ୍ରକାଶ ପିଇଲା ଗଞ୍ଜାମ ଜିଲ୍ଲାରେ ୨୨ ବ୍ଲକର ଅଧ୍ୟକ୍ଷ ସଂରକ୍ଷଣ ତାଲିକା…

October 9, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାଥମିକ ସଂରକ୍ଷଣ ତାଲିକା ପ୍ରକାଶ ପାଇ ସାରିଛି । ଗଞ୍ଜାମ ଜିଲ୍ଲାର ମୋଟ ୨୨ଟି ବ୍ଲକ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ଆସିକା ମହିଳା, ବେଗୁନିଆପଡା ମହିଳା, ବେଲଗୁଣ୍ଠା ଅଣସଂରକ୍ଷିତ, ଭଞ୍ଜନଗର ଅଣସଂରକ୍ଷିତ, ବୁଗୁଡ଼ା ଅଣସଂରକ୍ଷିତ, ଛତ୍ରପୁର ଅଧ୍ୟକ୍ଷ ପାଇଁ ଅନୁସୂଚିତ ଜାତି ମହିଳା, ଚିକିଟି ଅନୁସୂଚିତ ଜାତି, ଧରାକୋଟ ପଛୁଆବର୍ଗ, ଦିଗପହଣ୍ଡି ଅନୁସୂଚିତ ଜାତି, ଗଞ୍ଜାମ […]

Read More

୯ ଲକ୍ଷ ୪୦ ହଜାର ଟଙ୍କା ଜବତ : ଜଣେ ଗିରଫ…

October 8, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ବ୍ରହ୍ମପୁର ଏସ୍ପିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ୯ ଲକ୍ଷ ୪୦ ହଜାର ଟଙ୍କା ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ଗିରଫ ଅଭିଯୁକ୍ତ ଜଣକ ବଡ ବଜାର୍ ଥାନା, ଶ୍ରୀରାମ ନଗର ଅଞ୍ଚଳର ଥବିର ପାତ୍ର ବୋଲି ଜଣାଯାଇଛି l ଏହାସହ ଅଭିଯୋଗକାରୀ ସୀମାଞ୍ଚଳ ବେହେରାଙ୍କ ସମ୍ପର୍କୀୟ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ସିସିଟିଭି ଫୁଟେଜ୍‌କୁ ଆଧାର […]

Read More

ଶ୍ରୀ ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିର ମୂଖ୍ୟ ଦ୍ୱାରରେ ନୂତନ ସିଂହ ପ୍ରତିଷ୍ଠା…

October 8, 2021

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ଅବସ୍ଥିତ ମାଁ ଚାମୁଣ୍ଡେଶ୍ୱରୀଙ୍କ ପୀଠରେ ନବରାତ୍ରୀ ଉପଲକ୍ଷେ ଜାତୀୟ ରାଜପଥ ପାଶ୍ୱର୍ରେ ଦୁଇଟି ନୂତନ ସିଂହ ସ୍ଥାନୀୟ ବିଧାୟକ ତଥା ବାଚସ୍ପତିଙ୍କ ଉପସ୍ଥିତରେ ପ୍ରତିଷ୍ଠା କରାଯାଇଛି । ଦିଗପହଣ୍ଡି ବାସୀଙ୍କ ଦୀର୍ଘ ଦିନର ଦାବି ଯଥା ମୁଖ୍ୟଦ୍ୱାରରୁ ମନ୍ଦିର ଉପରକୁ ରାସ୍ତା, ନିକଟରେ ଥିବା ସାଗରର ସୌନ୍ଦର୍ଯ୍ୟକରଣ ତଥା ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିରର ପୁନଃନିର୍ମାଣ ସକାଶେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି […]

Read More

ଯୁବଉତ୍କଳ ଫାଉଣ୍ଡେସନ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ…

October 8, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଗୋସାଣିନୂଆଗାଁ ସ୍ଥିତ ପାଣିଗ୍ରାହୀ ସାହି ଠାରେ ଯୁବଉତ୍କଳ ଫାଉଣ୍ଡେସନ ତରଫରୁ ପ୍ରାୟ ୮୦ଗୋଟି ପରିବାରଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଯୋଗ ଦେଇ ପ୍ରଦୀପପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଫାଉଣ୍ଡେସନର ଯୁବପିଢ଼ିଙ୍କୁ ଉତ୍ସାହିତ କରିଥିଲେ । ପରେ ପରେ ବିଧାୟକ ବାହିନୀପତି ଦ୍ୱାରା […]

Read More

Please Visit to http://www.specialopinion.in

Got it!
X