ABVP ପକ୍ଷରୁ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ନୟାଗଡ଼ର ବହୁ ଚର୍ଚିତ ୫ ବର୍ଷର ଝିଅ ‘ପରି’ ହତ୍ୟାକାଣ୍ଡ ପ୍ରତିବାଦରେ ABVP ଢେଙ୍କାନାଳ ପକ୍ଷରୁ ଆଜି ଗଣେଶ ବଜାର ଟାଉନ ହଲ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ଏହି ଘଟଣାରେ ରାଜ୍ୟର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସମ୍ପୃକ୍ତ ଥିବା ଅଭିଯୋଗ କରି ତାଙ୍କ ଇସ୍ତଫା ଦାବି ସହ କୁଶପୁତ୍ତଳିକା ଦାହ କରାଯାଇଥିଲା l କାର୍ଯ୍ୟକର୍ତ୍ତା ମାନେ ସେଠାରେ ଏକାଠି ହୋଇ ଅରୁଣ ସାହୁ ଓ ଓଡିଶା ସରକାରଙ୍କ ବିରୋଧରେ ନାରାବାଜି କରି ପରିକୁ ନ୍ୟାୟ ଦେବା ପାଇଁ ସିବିଆଇକୁ ତଦନ୍ତ ଭାର ଦିଆଯାଉ ବୋଲି ଦାବି କରିଥିଲେ I ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କରି ଲୋକ ଦ୍ଵାରା ଏହି କାଣ୍ଡ ହୋଇଛି ଓ ମନ୍ତ୍ରୀ ତାଙ୍କୁ ଘଣ୍ଟ ଘୋଡାଉଛନ୍ତି ତେଣୁ ଏଥିରେ ସେ ବି ସାମିଲ ଅଛନ୍ତି l ଜିଲ୍ଲା ସଂଯୋଯକ ଅରିଜିତ ପଟ୍ଟନାୟକଙ୍କ କହିବା କଥା ଯେ ପୂର୍ବରୁ କ୍ରାଇମ ବ୍ରାଞ୍ଚ କେତେ ବେବିନା, କୁନ୍ଦୁଲି ପୀଡିତଙ୍କୁ ନ୍ୟାୟ ଦେଇଚି ତାହାକୁ ପୁରା ଓଡିଶା ଜାଣିଛି ତେଣୁ ଧର୍ମକୁ ଆଖିଠାର ମାରିଲା ଭଲି ତଦନ୍ତ ଭାର ଦିଆଯାଇଛି l ସିବିଆଇକୁ ନିରପକ୍ଷ ତଦନ୍ତ ପାଇଁ ଭାର ଦିଆଯାଉ ଅଉ ସରକାରଙ୍କ ମନ୍ତ୍ରୀ ଅରୁଣ ସାହୁ ଏଥିରେ ସମ୍ପୃକ୍ତ ଥିବାରୁ ସେ ତଦନ୍ତ ପ୍ରକ୍ରିୟାରେ ବାଧକ ସାଜୁଛନ୍ତି ତାଙ୍କୁ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ I ଗୃହ ବିଭାଗ ଭାର ନେଇଥିବା ମୁଖ୍ୟମନ୍ତ୍ରୀ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ l ଅଥବା ଛାତ୍ର ସାମାଜର ଆନ୍ଦୋଳନକୁ ସରକାର ସମ୍ଭାଳି ପାରିବେନି l ଏହି କାର୍ଯ୍ୟକ୍ରମରେ, ନଗର୍ ସହ ସଂପାଦକ ଅଭିନବ ବେହେରା, ଜିଲ୍ଲା ଏସଏଫଡି ପ୍ରମୂଖ ଅରୂପ ପଟ୍ଟନାୟକ, ଜିଲ୍ଲା ଏସଏଫଏସ ପ୍ରମୂଖ ଅମ୍ରିତ ଅଭିଷେକ ଦାସ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୁଧାକର ସାହୁ, ସ୍ମୃତିରଞ୍ଜନ, ନଗେନ୍ ନାୟକ, ବିଶ୍ୱଜିତ୍ ବାରିକ, ଆଦର୍ଶ ସାହୁ, ଆଶୁତୋଷ ଖୁଣ୍ଟିଆ, ସିପୁନ୍ ଦାସ, ବିକ୍ରମ ବେହେରା, ପ୍ରଥମ ହୋତା, ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ : ଶୁଭମ ପାଣି