Breaking News

Day: 24 November 2021

ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ବିଜେଡିର ବିକ୍ଷୋଭ…

November 24, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ନେଇ ଶାସକ ଦଳ ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ଜଣାଯାଇଛି । ସାରା ରାଜ୍ୟରେ ଏନ.ଏ.ସି., ମୁନିସିପାଲଟି ଅଫିସ ଆଗରେ ଏବଂ ରାଜ୍ୟର ସମସ୍ତ ବ୍ଳକ୍ ଅଫିସ ଆଗରେ ବିଜେଡି ପକ୍ଷରୁ ଯୁବ, ମହିଳାଗୋଷ୍ଠୀ ପକ୍ଷ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ମାରଣନୀତି ବିରୁଦ୍ଧରେ ବୁଧବାର ଗଣଧାରଣା କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାର ନରେନ୍ଦ୍ର ମୋଦିଙ୍କୁ ତୀବ୍ର ଭାବେ କଟୁ-ସମାଲୋଚନା […]

Read More

ଯକ୍ଷ୍ମା ମୁକ୍ତ ଭାରତ ପାଇଁ ‘ଜନ ଆନ୍ଦୋଳନ’ କାର୍ଯ୍ୟକ୍ରମ…

November 24, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଭାରତ ସରକାର ୨୦୨୫ସୁଦ୍ଧା ଭାରତ ବର୍ଷକୁ ଯକ୍ଷ୍ମା ମୁକ୍ତ କରିବା ଲକ୍ଷ୍ୟ ନେଇ ଯକ୍ଷ୍ମା ମୁକ୍ତ ଭାରତ କାର୍ଯ୍ୟକ୍ରମ ପରିକଳ୍ପନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଶୀଘ୍ର ପରୀକ୍ଷଣ, ଚିକିତ୍ସାକୁ ଅଧିକ ଗୁରୁତ୍ଵ ଦିଆଯାଇଛି । ଯକ୍ଷ୍ମା ରୋଗ ଭଳି ଏକ ସଂକ୍ରାମକ ରୋଗର ମୁଳଉତ୍ପାଟନ କରିବା ନିମନ୍ତେ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି l ଯକ୍ଷ୍ମାର ମୂଳଉତ୍ପାଟନ ନିମନ୍ତେ ସମାଜର ସବୁ ବର୍ଗର […]

Read More

ନାମ୍ପୋ ବଜାରରେ ଥିବା ଏଟିଏମ୍ ଅଚଳ…

November 24, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ୫୭ନଂ ରାଜ୍ୟ ରାଜପଥ ପାଶ୍ୱରେ ଥିବା ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକର ନାମ୍ପୋ ବଜାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନଭାବେ ପରିଚିତ । ଏଠାରେ ଥିବା ହାଟ ଓ ବଜାର ଉପରେ ପ୍ରାୟ ୫ଟି ପଂଚାୟତର ଲୋକମାନେ ନିର୍ଭର କରନ୍ତି । ଡାକ୍ତରଖାନା, ପୋଲିସ୍ ଫାଣ୍ଡି, ଇଲେକ୍ଟ୍ରି କାର୍ଯ୍ୟାଳୟ ପୋସ୍କ କାର୍ଯ୍ୟାଳୟ ଓ ବିଭିନ୍ନ ବ୍ୟବସାୟିକ କେନ୍ଦ୍ର ରହିଥିବା ବେଳେ ଟଙ୍କା ଦେଣନେଣ ଲାଗି ଏସ୍‌ବିଆଇ ଏଟିଏମ୍ ଖୋଲାଯାଇଥିଲା । ଏହା ଗ୍ରାମାଞ୍ଚଳ ହୋଇଥିବାରୁ […]

Read More

ବାବା ବେଶରେ ଆର୍ଶିବାଦ ଦେଇ ଲୁଟିନେଲେ ସୁନାଗହଣା…

November 24, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିନ ଦ୍ୱି ପ୍ରହରରେ ଜନଗହଳିପୂର୍ଣ୍ଣ ବିଚ୍ ବଜାରରେ ଜଣେ ମହିଳାଙ୍କ ଠାରୁ ବାବା ବେଶରେ ଆସି ୩ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇ ଚମ୍ପଟ ମାରିବା ଘଟଣା ଜଳେଶ୍ୱର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାରୁ ପ୍ରକାଶ ପଶ୍ଚିମବଙ୍ଗର ଯାଦବପୁର ଅଞ୍ଚଳର ଜୟା ଦେ ନିଜ ବାପ ଘର ବାଲେଶ୍ୱର ଜିଲାର ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ବଡବଜାରସ୍ଥିତ କରସାହିକୁ ବୁଲି ଆସିଥିଲେ । ମଙ୍ଗଳବାର ମଧ୍ୟାହ୍ନରେ ସେ ଏକ ଚୁଡି […]

Read More

ଧର୍ମପାରାୟଣ ମହିଳାଙ୍କ ପରଲୋକ…

November 24, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ସହର ଅପରବସଷ୍ଟାଣ୍ଡ ସ୍ଥିତ ଚର୍ଚ୍ଚରୋଡ଼ ଛକ ବାସିନ୍ଦା ଧର୍ମପାରାୟଣ ମହିଳା କେ.ତୁଳସୀଆମ୍ମାଙ୍କ ଗତ ସୋମବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା । ସେ କିଛିଦିନ ଧରି ସାମାନ୍ୟ ଶାରୀରିକ ଅସୁସ୍ଥ ଥିଲେ । ମୃତ୍ୟୁ ସମୟରେ ତାଙ୍କ ଜ୍ୟେଷ୍ଠ ପୁତ୍ର ସମାଜସେବୀ ତଥା ପୂର୍ବତନ କାଉନସିଲର ରାମାରାଓ, କନିଷ୍ଠ ପୁତ୍ର, ଚାରିଝିଅ, ସୁଯୋଗ୍ୟନାତି ଛତ୍ରପୁର ଠାକୁରାଣୀ ଯାତ୍ରା କମିଟୀ ମେନେଜର ତଥା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ […]

Read More

ପୋଷ୍ୟ ସନ୍ତାନ ଗ୍ରହଣ ସ୍ନେହ ଓ ବନ୍ଧନର ପ୍ରତୀକ ସଚେତନତା ରଥକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ…

November 24, 2021

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜ୍ୟ ଶିଶୁ ସୁରକ୍ଷା ସମିତି, ମହିଳା ଶିଶୁ ବିକାଶ, ମିଶନ ଶକ୍ତି ବିଭାଗ ପକ୍ଷରୁ ପୋଷ୍ୟ ସନ୍ତାନ ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଏକ ସଚେତନତା ରଥକୁ ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁଭାରମ୍ଭ କରିଛନ୍ତି । ଏହି ରଥ ଆଜି ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ବୁଲି ପୋଷ୍ୟ […]

Read More

Please Visit to http://www.specialopinion.in

Got it!
X